STORYMIRROR

Prasant Kumar Senapati

Inspirational

4.8  

Prasant Kumar Senapati

Inspirational

ଅସ୍ତିତ୍ବ-:ସତ୍ୟଘଟଣା ଉପରେ ଆଧାରିତ

ଅସ୍ତିତ୍ବ-:ସତ୍ୟଘଟଣା ଉପରେ ଆଧାରିତ

2 mins
43.6K


 ଟିକଟ ଦିିଅ- ଟି.ଟି.ଇ ବର୍ଥ ତଳେ ଲୁଚି ବସିଥିବା ଏକ ଦଶ ଏଗାର ବର୍ଷ ଝିଅକୁ କହିଥିଲା ।

ଟିକଟ୍ ନାହିଁ ସାହେବ୍, ଝିଅଟି ଭୟରେ ଥରି ଥରି ଦୁଇ ହାତ ଯୋଡି କହିଲା ।

ଠିକ୍ ଅଛି, ମୋ ସହିତ ଚାଲ ରେଲଓ୍ବେ ପୋଲିସ୍ ଷ୍ଟେସନ । ଟି.ଟି.ଇ କହିଲା ।

ମୁଁ ସେ ଝିଅର ଟିକଟ ଦେଉଛି । ଅନ୍ୟ ଜଣେ ମହିଳା ସହଯାତ୍ରୀ ଉଷା ଭଟ୍ଟାଚାର୍ଯ୍ୟ କହିଥିଲେ, ଯିଏକି କୌଣସି ଏକ ବିଶ୍ବବିଦ୍ୟାଳୟରେ ପ୍ରଫେସର ରୁପେ କାର୍ଯ୍ୟରତ ଥିଲେ ।

""ତୁମେ କେଉଁଠିକୁ ଯିବ ?''

""ଜାଣିନାହିଁ !''

""ତେବେ ଠିକ୍ ଅଛି, ମୋ ସହିତ ବାଙ୍ଗାଲୋର ଚାଲ ।''

""ତୁମ ନାମ କଣ ?''

""ଚିତ୍ରା !''

ବାଙ୍ଗାଲୋର ପହଞ୍ଚିବା ପରେ ପ୍ରଫେସର ଉଷା ଭଟ୍ଟାଚାର୍ଯ୍ୟ ନିଜର ଚିହ୍ନା ପରିଚିତ କୌଣସି ଏକ ସ୍ବୟଂସେବୀ ସଂସ୍ଥାରେ ଚିତ୍ରାକୁ ରଖିଲେ ।

ଖୁବଶିଘ୍ର ଉଷା ଦେବୀଙ୍କ ବଦଳି ଦିଲ୍ଲୀ ହୋଇଗଲା । ତେଣୁ ସେ ଚିତ୍ରା ସହିତ ସମୟ ମିଳିଲେ କେବେ କେବେ ଫୋନ୍ ମାଧ୍ୟମରେ ତାର ଭଲ ମନ୍ଦ ବୁଝୁଥିଲେ ।

ପ୍ରାୟତଃ ଦୀର୍ଘ କୋଡିଏ ବର୍ଷ ପରେ ଉଷା ଦେବୀଙ୍କୁ କୌଣସି ଏକ ସଭାରେ ଭାଷଣ ଦେବା ପାଇଁ ସେନ୍ ଫ୍ରାନ୍ସିସ୍କୋରୁ ନିମନ୍ତ୍ରଣ ମିଳିଲା । ଭାଷଣ ଦେବା ପରେ ଯେତେବେଳେ ସେ ହୋଟେଲ୍ ର ବିଲ୍ ପୈଠ କରିବାକୁ ଗଲେ, ଜାଣିବାକୁ ପାଇଲେ ଯେ ପାଖରେ ଠିଆ ହୋଇଥିବା ଏକ ଦମ୍ପତ୍ତି ଦ୍ବୟ ତାଙ୍କ ବିଲ୍ ଭରି ଦେଇଛନ୍ତି ।

""ଆପଣ ଦୁହେଁ କାହିଁକି ମୋ ବିଲ୍ ଭରିଲେ ?''

""ଏ ବିଲ୍ ବମ୍ବେ ଠାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଦେଇଥିବା ଟିକଟ ତୁଳନାରେ କିଛି ନୁହଁ !''

"" ଆରେ, ଚିତ୍ରା !''

""ଦୁହିଁକ ଆଖିରୁ ଝରୁଥିଲା ଆନନ୍ଦାଶ୍ରୁ !''

ନିଜର ଅସ୍ତିତ୍ବ ନଥିବା ଏକ ଦଶ ଏଗାର ବର୍ଷର ଝିଅ, ସେଦିନର ଚିତ୍ରା ଓ ଆଜିକା ସମୟର ଇନ୍ଫୋସିସ୍ ଫାଉଣ୍ଡେସନର ଚେୟାରମେନ୍ ""ସୁଧା ମୁର୍ତ୍ତି'' ନାମରେ ପରିଚିତ ।

ଉଦ୍ୟମ ଶତଚେଷ୍ଟା ଓ ଏକାଗ୍ରତା ବଳରେ ସବୁକିଛି ଶିଦ୍ଧ ହୋଇ ପାରିବ । କିନ୍ତୁ ଏହି ଚେଷ୍ଟା ହୃଦୟରୁ ହୋଇଥିବା ଦରକାର ।

(ଚିତ୍ରା ଅନ୍ୟ କେହି ନୁହନ୍ତି, ଇନ୍ଫୋସିସ୍ ଫାଉଣ୍ଡେସନର ଚେୟାରମ୍ୟାନ୍ ସୁଧା ମୁର୍ତ୍ତି ଅଟନ୍ତି । ଏ କଥାବସ୍ତୁ ତାଙ୍କ ଦ୍ବାରା ଲିଖିତ "ଦ ଡେ ଆଇ ଷ୍ଟପ୍ଡ ଡ୍ରିଙ୍କିଙ୍ଗ milk `ର ଏକ ଅଶଂ ମାତ୍ର । )

ସମାଜର ଦର୍ପଣ

ସଂଗ୍ରହ- ପ୍ରସାନ୍ତ ସେନାପତି

ମୋ- ୯୬୦୦୧୬୮୧୬୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational