ସିପୁନର କମେଡି
ସିପୁନର କମେଡି


ମାମା ମାମା ଦେଖିଲ ଏ ପେପରରେ ବୋଧେ କାର୍ଟୁନ ଉପରେ ଚିତ୍ର ଏବଂ ଚରିତ୍ରକୁ ନେଇ ଏକ ପ୍ରତିଯୋଗିତା ହେଵାର ଦେଇଛି। ମାମା ମୁଁ ସେଥିରେ ନିଶ୍ଚୟ ଭାଗ ନେବି।
ଆରେ ହଁ ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଜିକାଲି ଅନେକ ପ୍ରତିଯୋଗିତାମାନ ହେଉଛି ।ତା ପାଇଁ ବୟସ ସୀମା କେତେ ଦେଇଛି ପ୍ରଥମେ ଦେଖିବା। ଓଃ ଛଅ ବର୍ଷରୁ ଆଠ ବର୍ଷ ଭିତରେ। ତାହା ହେଲେ ତୁ ନିଶ୍ଚୟ ଭାଗ ନେଇପାରିଵୁ।ଏଥିପାଇଁ ତତେ ଅଭ୍ୟାସ କରିବା ଦରକାର।
ହଁ ମାମା ମୋର ଅଭ୍ୟାସ ହୋଇସାରିଛି।
ଆରେ ସିପୁନ ତୁ ତ ଏମିତି ତ କେବେ ଡ୍ରଇଂ କରୁନୁ ତୋର କି ଅଭ୍ୟାସ ହୋଇଛି ! ପିଲାମାନେ ଡ୍ରଇଂ କରିବାକୁ କେତେ ଭଲ ପାଆନ୍ତି ତୁ ତ ଖାଲି କାର୍ଟୁନ ପାଗଳ। ଦିନରାତି ଟିଭି ପାଖରେ।
ମାମା କାର୍ଟୁନ ଦେଖି ଦେଖି ମୁଁ ସବୁ ଶିଖି ଯାଇଛି।
ଆରେ ପାଗଳା କାର୍ଟୁନ ଦେଖିଦେଲେ ତୁ କଣ ଶିଖିଯିବୁ ଏଥିପାଇଁ ତତେ ନିଜେ ଡ୍ରଇଂ ପ୍ରାଟିସ୍ କରିଵାକୁ ପଡିବ ।
ମାମା କହିଲ ଦେଖି ମୋର ପସନ୍ଦର କାର୍ଟୁନ କଣ
ହଁ ସେ ମୋଗଲି....
ମୋଗଲି ତ ମୋର ଭାରି ପ୍ରିୟ
ତା ଛଡା ଆଉ କ'ଣ କହିଲ ମାମା
ଛୋଟା ଭୀମ,ଟମ୍ ଏବଂ ଜେରୀ ,ଡୋରେମନ୍
ଆଉ ଗୋଟେ ଛାଡିଦେଲ ମାମା ନଟିଆର କମେଡି
ହଁ ସତେ ଯେମିତି ତୁ ସବୁ ଚିତ୍ର ଆଙ୍କିଦେବୁ। ହଁ ମୁଁ ଜାଣିଛି ସ୍ବତନ୍ତ୍ର କଳା କୌଶଳ ଦକ୍ଷତା ତ ତୋ ପାଖରେ ଅଛି। ନିଜ ଦକ୍ଷତାକୁ ନେଇ କେଉଁ ବିଷୟ ବାଛିବୁ ପ୍ରଥମେ ତାହା ନିର୍ଦ୍ଧାରଣ କରେ।ରଙ୍ଗୀନ ଚିତ୍ର ବା କାର୍ଟୁନ ଜରିଆରେ ତଥ୍ୟ ଗୁଡିକ ତ ଆକର୍ଷଣ ହୋଇପାରେ।
ତୁ ଚିତ୍ର ଆଙ୍କିପାରିବୁ ପରା ମତେ ଗୋଟେ ମୋଗଲିର ଛବି ବନାଇ ଦେଖେଇଲୁ।
ଆଛା ମୋଗଲିର ଛବି ଦେଖ ଦେଖ ମୁଁ ସଙ୍ଗେ ସଙ୍ଗେ କେମିତି ଆଙ୍କୁଛି।
ଇଏ କଣ ତୋ ଦେହରୁ ସବୁ ସାର୍ଟ ପେନ୍ଟ ଖୋଲିଦେଲୁଣୁ। ଚୁଟିଗୁଡାକ ଏପଟ ସେପଟ କଲୁଣୁ। ଖାଲି ଚଡିଟେ ପିନ୍ଧିଛୁ।
କ'ଣ ଏମିତି ହେଉଛୁ ଜଙ୍ଗଲ ଜଙ୍ଗଲ ବାତ ଚଲିହେ ପତା ଚଲାହେ ଚଡି ପେହେନକେ ଫୁଲ ଖିଲାଏ ଫୁଲ ଖିଲାଏ ।
ତୁମେ ପରା ମତେ କହିଲ ମୋଗଲିର ଚିତ୍ର ବନେଇବାକୁ ସେଥିପାଇଁ ମତେ ମୋଗଲି ଭଳି ଦିଶିବାକୁ ହେବ ନା। ମୁଁ ନିଜକୁ ଦେଖି ଦେଖି ଚିତ୍ର ଆଙ୍କିଦେବି। ଆଉ ବଗିରା,ଵଲୁର ମଧ୍ୟ ଚିତ୍ର ଆଙ୍କିଦେବି ମଧ୍ୟ । ଆମ ଟମିକୁ ଦେଖି। କୁକୁର ଆଉ ଭାଲୁର ମୁହଁ ପ୍ରାୟ ମିଶେ।
ତାହାହେଲେ ମୋ ପୁଅ ଏତେ ଏକ୍ସପର୍ଟ ଟିଭି ଦେଖି ଵ୍ୟର୍ଥ ହୋଇନି ତା ସମୟ।
ତାହାହେଲେ ଗୋଟେ କାମ କଲୁ ନଟିଆର ଚିତ୍ର ଆଙ୍କିଲୁ। ଓଃ ଵାଵା ଆସନ୍ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ।
ନଟିଆର ଚିତ୍ର ସହ ତୋ ଵାପାର କି ସଂପର୍କ।
ନାଇ ମାମା ତୁମେ ଵୁଝୁନ କ'ଣ କି ତାଙ୍କ ଚୁଟି ପଛପଟର ଚଇଟାକୁ ଦେଖି ନଟିଆର ଚୁଟି କରିପାରିବି।
ସେଥିପାଇଁ ଅପେକ୍ଷା କରିବାକୁ ପଡିବ।
ନିଜର ପୁଅର ଏଭଳି କଥା ଶୁଣି ନିଶାଦେଵି ମନେ ମନେ ଭାବିଲେ ମତେ ଦେଖି ମୋ ପୁଅ ଅନ୍ୟ କାହାର ଚରିତ୍ର ସହ ମୋ ଚିତ୍ରକୁ ଯୋଡିଦେଵ। ହେ ଭଗବାନ ତାହାହେଲେ ଏ କାର୍ଟୁନ ଦେଖି ଦେଖି ମୋ ପୁଅ କେତେକ ଵିଗିଡିଗଲାଣି।ଆଜିଠୁ ସଵୁ କାର୍ଟୁନ ଚେନେଲ ବନ୍ଦ କରିଦେବି।