Dr Jharana Satapathy

Comedy Inspirational

4.3  

Dr Jharana Satapathy

Comedy Inspirational

ସପନରେ ଅମିର ଖାନ୍

ସପନରେ ଅମିର ଖାନ୍

2 mins
308



ମଶାମରା ବ୍ୟାଟଟିକୁ ପାଖରେ ନ ଧରି ଶୋଇଲେ ନିଦ ହୁଏନି ବୃନ୍ଦାବନ ବାବୁଙ୍କର । ସବୁ ସହିଯାଆନ୍ତି କିନ୍ତୁ ମଶାଟିଏ ଯଦି କାମୁଡି ପକାଇଲା ସରିଲା କଥା । କୁଣ୍ଡେଇ କୁଣ୍ଡେଇ ଲାଲ ପଡିଯାଏ ଦେହମୁଣ୍ଡ । ମଶା କାମୁଡିବା ସଙ୍ଗେ ସଙ୍ଗେ ଗୋରାତକ ତକ ଚମରେ ନାଲି ରଙ୍ଗର ଘାଆ ଭଳି ଫଳିଯାଏ । ମଶାଲାଗୁ କିମ୍ବା ନ ଲାଗୁ ଶୋଇବା ଘରକୁ ପଶିବା ମାତ୍ରେ ବ୍ୟାଟକୁ ଇଆଡେ ସିଆଡେ ବୁଲାଇବା ତାଙ୍କର ନିତିଦିନିଆ ଅଭ୍ୟାସ । ମଶାଟେ ଯଦି ବ୍ୟାଟ ସାହାଯ୍ୟରେ ମରିଗଲା ଗଡ ଜିଣିଲା ଭଳି ମନେକରନ୍ତି।


ଦିନେ ଶୋଇବା ସମୟରେ, ସହଧର୍ମିଣୀଙ୍କ ଗାଲରେ ମଶାଟିଏ ବସିବାର ଦେଖିବାକୁ ପାଇଲେ । ଭାବିଲେ ଗାଲକୁ ଚାପୁଡା ମାରିଲେ ଵିଚାରୀ ଉଠିପଡିଵ । ବହୁ କଷ୍ଟରେ ସେ ଶୋଇଛି । ଦିନରାତି କାମ କରି ହାଲିଆ ହୋଇ କାତ ମେଲାଇ ଶୋଇଛି । 


ଏ ମଶା ପାଇଁ ତାକୁ ଉଠାଇବି । ନା ... ବରଂ ନିଜ ଉଦ୍ୟମ ଜାରି କରିବି । ମଶାଟିକୁ ଅଡେଇବା ପାଇଁ ନିଜ ହାତକୁ ଏପଟ ସେପଟ କରି ବିଞ୍ଛି ଚାଲିଲେ ତଥାପି ମଶାଟି ଉଡିଲା ନାହିଁ । ନାକେଦମ କରି ପକାଇଲା ସେ । 


ଭାଵିଲେ ଗୋଟିଏ କାଗଜରେ ପଙ୍ଖାଟିଏ ତିଆରି କରି ଜୋରସେ ବିଞ୍ଛିଦେଲେ କାଳେ ମଶାଟି ଉଡିଯିଵ । କାଗଜର ପଙ୍ଖା ସହାୟତାରେ ଜୋରରେ ବିଞ୍ଛି ଲାଗିଲେ ବୃନ୍ଦାବନ ଵାବୁ । ତଥାପି ମଶାଟି ଉଡିଲା ନାହିଁ । ଦେଖିଲେ ମଶାଟି ଗାଲକୁ ସେମିତି କାମୁଡୁଛି ।  


ଵୃନ୍ଦାଵନ ଵାବୁ ଭାଵିଲେ ଆଉ ସହି ହେଵନାହିଁ ଗାଲକୁ ଚାପୁଡା ମାରିବା କଥା ମାରିବି । ଶଳା ମଶା, ମୋ ସ୍ତ୍ରୀର କେତେ ରକ୍ତ ଶୋଷିଲାଣି । ମିନି ଵୋଉକୁ ଟିକେ କାଟିବ ସିନା ମଶାଟା ତ ମରିବ । ଦରିଦ୍ର ମଶା ଏତେ ସମୟ ଗାଲରେ ବସିଛି ମୁଁ ନିଜେ ବି କେବେ ଏତେ ସମୟ ମିନି ଵୋଉର ଗାଲକୁ ଧରି ଚୁମା ଦେଇନାହିଁ । କେମିତି କେଜାଣି ଏତେ କାମୁଡିଵା ସତ୍ତ୍ୱେ ଜମ୍ମା ନିଦ ଭାଙ୍ଗୁନାହିଁ । ସପନ ଦେଖି ଆହୁରି କେମିତି ହସୁଛି ।


ଗାଲକୁ ଗୋଟିଏ ଚଟକଣା ଵାଜିଛି ନା ନାହିଁ ଧାଇଁ ଉଠି ବସିଲେ ମିନି ଵୋଉ । ଆରେ ତୁମର କେଡେ ସାହାସ ମୁଁ ଶୋଇବା ସମୟରେ ମୋ ଗାଲକୁ ଚଟକଣା ମାରୁଛ । ରାଗ ଶୁଝାଉଛ ନା କଣ । 


ନାଇ... ମ... ମିନି ଵୋଉ ତୁମ ଗୋରାତକ ତକ ଗାଲରେ ମଶାଟାଏ ଵସିଥିଲା । ତୁମକୁ ସେ କାମୁଡି ଚାଲୁଥିଲା । କେତେ ରକ୍ତ ଶୋଷିଲାଣି । 


ମଶାଟା କାମୁଡୁଥାନ୍ତା ସିନା ଛି..... ମୋ ସପନଟାକୁ ତୁମେ ଭାଙ୍ଗିଦେଲ । ମତେ ଏଇଲେ ଟିକେ ଛାଇ ନିଦ ଲାଗିଥିଲା ତୁମେ ମତେ ନିଦରୁ ଉଠାଇଦେଲ । ଜାଣିଛ କି ସୁନ୍ଦର ସପନ ଦେଖୁଥିଲି । ସପନରେ ଅମିର ଖାନ୍ ଆସି ମୋ ଗାଲକୁ ଚୁମାଟିଏ ଦେଉଥିଲା । ମଶାଟି ମୋର ରକ୍ତ ଟିକେ ଵରଂ ଖାଇଥାନ୍ତା । କିନ୍ତୁ ଅମିରଖାନ ମୋ ସପନରେ ଆଉ ଥରେ ଆସିବ କି?


ଶ୍ରୀମତୀର କଥାରେ ଆବାକାବା ହୋଇ ଚାହିଁ ରହିଲେ ଗୋବର୍ଦ୍ଧନ ବାବୁ । ମନେମନେ ଭାବିଲେ ହେ ଭଗବାନ ଏ ବୟସରେ ଵି ଇଏ ଅମିର ଖାନ୍ ପାଗଳ।



Rate this content
Log in

Similar oriya story from Comedy