ମାଲଗୁଡିର ଏକ ଲେଖିକା
ମାଲଗୁଡିର ଏକ ଲେଖିକା
ତାନା ...ନା...ନା...ନା.......ରେ.......
ତାନା....ନା....ନା....ନା...... ରେ .........
---- କ'ଣ ହୋଇଛି ସାଳିନୀ ତୁମକୁ ଦେଖୁଛି କେତେବେଳଠୁ ସେ ଧ୍ବନିରେ ହଜିଯାଉଛ ଏବଂ ମଜ୍ଜିଯାଉଛ !
----- ଓଃ କି ସୁନ୍ଦର ଧ୍ବନି ଯେତେ ଶୁଣୁଥିଲେ ଆହୁରି ଶୁଣିବାକୁ ଇଛାହେଉଛି। ଆସ ସୌମେଶ ମୋ ପାଖକୁ ଆସ ତୁମେ ଵି ଶୁଣ ମୋ ସହ।
----- ଆର୍. କେ. ନାରାୟଣଙ୍କ ରଚିତ ସେ ମାଲଗୁଡି ଡେଜ ର ପୁରୁଣା କାଳିଆ ସବୁ କାହାଣୀ ଗୁଡିକ କେତେ ହୃଦୟସ୍ପର୍ଶୀ ।
ଦୂରଦର୍ଶନରେ ଯେତେବେଳେ ଏହା ଦେଉଥିଲା ଜାଣିଛ ସାଳିନୀ ଯେତେ ଯାହା କାମଥାଉ ପଛେ ମୁଁ ଠିକ୍ ସମୟରେ ଯାଇ ଟିଭି ଆଗରେ ବସିଯାଉଥିଲି।
ସେହି ମାଲଗୁଡି ଡେଜ ର ସବୁ ଚିତ୍ର ଚରିତ୍ର ଏବଂ କାହାଣୀକୁ ଦେଖି ମୁଁ ବି ନିଜେ ସେହି ମାଲଗୁଡିରେ ହଜିଯାଏ। ଦେଶ ସ୍ବାଧୀନତା ପୂର୍ବରୁ ମାଲଗୁଡି ଅଞ୍ଚଳର ସଂସ୍କୃତି, ପରମ୍ପରା,ଚଳଣିକୁ ପୁର୍ନଜୀବିତ କରିବା ଉଦ୍ୟେଶରେ ଆର୍ କେ ନାରାୟଣଙ୍କ ଦ୍ବାରା ତାହା ରଚିତ ହୋଇଥିଲା। ନିତି ଦିନିଆ ଜୀବନରେ ଘଟୁଥିବା ଭଲମନ୍ଦ, ହାନିଲାଭ ଏବଂ ଆନନ୍ଦ ସହ ବିଷାଦକୁ ନେଇ ଚରିତ୍ର ମାଧ୍ୟମରେ ଯାହା ପ୍ରତିଫଳିତ ହେଉଥିଲା ତାହା କାହାଣୀ ମାଧ୍ୟମରେ ପୁନର୍ଜୀବିତ ହୋଇପାରୁଥିଲା। ଆଠ ବର୍ଷର ପୁଅ ସ୍ବାମୀର ଚରିତ୍ର ଏତେ ସୁନ୍ଦର ଭାବରେ ଏଠାରେ ଚିତ୍ରଣ ହୋଇଛି ଯେ କେହିବି ତାକୁ ଦେଖି କିଛି ସମୟ ପାଇଁ ମାଲଗୁଡିରେ ହଜିଯିବ।
---- ଆଜି କାହିଁକି ସୌମେଶ ପୁଣି ସେହି ପୁରୁଣାଦିନର ମାଲଗୁଡି ଡେଜର ଏକ କାହାଣୀକୁ କଲମର ସ୍ପର୍ଶରେ ଲେଖନୀ ମାଧ୍ୟମରେ ପ୍ରତିଫଳିତ କରିବାକୁ ମତେ ଭାରି ମନ ହେଉଛି।
----- ତାହାହେଲେ କଲମର ସ୍ପର୍ଶ ଦିଅ ସାଳିନୀ।
------ ହଁ ନିଶ୍ଚତ ପଢିବି ସେହି ମାଲଗୁଡି ଡେଜକୁ ପୁଣି ଥରେ କିପରି ଜୀବିତ କରୁଛ।
ପଟେଲ ବାବୁ ମାଲଗୁଡିର ଜଣେ ଚପଲ ଦୋକାନୀ। ତାଙ୍କ ଧର୍ମପତ୍ନୀ ସୁଲେଖା ଦେଵୀ ଲେଖାଲେଖୀ କରିବାକୁ ଭାରି ଭଲପାଆନ୍ତି। ସେଥିପାଇଁ ପଟେଲବାବୁ ତାଙ୍କୁ ସବୁବେଳେ ଉତ୍ସାହ ଏବଂ ଉଦ୍ଧିପନା ଦିଅନ୍ତି। ଲେଖିବାପାଇଁ ସୁନ୍ଦର ସୁନ୍ଦର ଖାତା ଏବଂ କଲମ ଆଣିଦିଅନ୍ତି । ସେ ଖାତା ଏବଂ କଲମକୁ ଦେଖି ତାଙ୍କ ପତ୍ନୀ ଖୁସି ହୋଇଯାଆନ୍ତି ଏବଂ ଲେଖାଲେଖି ପ୍ରତି ଅଧିକରୁ ଅଧିକ ମନବଳାନ୍ତି। ଏପଟେ ଘରକାମ ସେପଟେ ପୁଣି ଲେଖାଲେଖି।
ନିଜ ସ୍ତ୍ରୀଙ୍କୁ ରୋଷେଇବାସରେ ସାହାର୍ଯ୍ୟ କରି କରି ଶେଷରେ ପରିସ୍ଥିତି ଏମିତି ହେଲା ଯେ ପଟେଲ ବାବୁଙ୍କୁ ନିଜ ବ୍ୟବସାୟ ସହ ରୋଷେଇବାସର ସମସ୍ତ ଦାୟିତ୍ବ ମୁଣ୍ଡାଇବାକୁ ପଡିଲା। ରୋଷେଇ ସବୁବେଳେ କରି ପଟେଲ ବାବୁ ରୋଷେଇରେ ପାରଙ୍ଗମ ହୋଇଯାନ୍ତି।
ଆଉ ଯେଉଁଦିନ ପଟେଲ ବାବୁଙ୍କ ସ୍ତ୍ରୀ ରେ
ାଷେଇ ଘରକୁ ଯାଆନ୍ତି କେଉଁଦିନ ବ୍ୟଞନ ଲୁଣିଆ କିମ୍ବା ଅତ୍ୟଧିକ ରାଗ କରିଦିଅନ୍ତି। ଏହା ପଟେଲ ବାବୁଙ୍କ ମନକୁ ପାଏନି। ତେଣୁ ସେ ନିଜେ ସବୁପ୍ରକାର ରୋଷେଇ କରିଦିଅନ୍ତି। ମନେମନେ ଭାବନ୍ତି ମିସେସ୍ ପଟେଲ ଭଲ ରୋଷେଇ ନ କଲେ କଣ ହେଲା ଭଲ ଜଣେ ଲେଖିକା ତ ନିହାତି ହେବେ। ସବୁବେଳେ ପଟେଲ ବାବୁଙ୍କ ସ୍ତ୍ରୀ ଉପନ୍ୟାସ ଲେଖିବାକୁ ଭଲ ପାଆନ୍ତି।
ଦିନେ ପଟେଲ ବାବୁ ଚପଲ ଦୋକାନ ଶିଘ୍ର ବନ୍ଦକରି ଘରେ ରୋଷେଇ କରିବାକୁ ଆସି ଘରେ ପହଞ୍ଚି ଦେଖିଲେ ଦୁଆରେ ତାଲା ଝୁଲୁଛି ଭାବିଲେ ରୋଷେଇ କରିବେ କେମିତି ! କିଛି ସମୟ ବାହାରେ ଅପେକ୍ଷା କଲାପରେ ମିସେସ୍ ପଟେଲ ଆସି ପହଞ୍ଚିଲେ, ତାଙ୍କୁ ଦେଖି ପଟେଲ ବାବୁ ପଚାରିଲେ --
-----ଏତେ ସମୟ ହେଲାଣି ତୁମେ କୁଆଡେ ବାହାରକୁ ଯାଇଥିଲ ? ମୁଁ କେତେବେଳଠୁ ତୁମକୁ ଅପେକ୍ଷା କରିଛି ଜାଣିଛ ! ମତେ ରୋଷେଇ କରିବାର ଅଛି।
------ ଶ୍ରୀମଣିଙ୍କ ମୁହଁରୁ ଶୁଣିବାକୁ ପାଇଲେ , ବାହାରକୁ ନ ଗଲେ ପାରିପାଶ୍ବିକ ସ୍ଥିତି ସବୁ ନଜରରେ ନ ଆସିଲେ ଲେଖିବି କିପରି ? ଉପନ୍ୟାସଟାକୁ ଯେମିତି ହେଲେ ସାରିବା ପାଇଁ ପଡିବ ନା।
ମନେମନେ ଚିନ୍ତାକଲେ ପଟେଲବାବୁ ଏହାର ଉପନ୍ୟାସ ଲେଖା ଏତିକି ଥାଉ । ଏଥର ମୁଁ ଏହାର ଉପନ୍ୟାସଟି ପଢିବି ଆଉ ବାକି କଣ ଲେଖାଯିବ ତାକୁ ଉପାୟ ଦେବି। ତାର ସେ ଉପନ୍ୟାସ ବହିଟିକୁ ସେ ତିରିଶିଟି ଭାଗରେ ପରିସମାପ୍ତି କରିବାକୁ ଚାହୁଁଛି। ବର୍ତ୍ତମାନ କୋଡିଆଟା ଭାଗ ହୋଇଗଲାଣି ସେ ଉପନ୍ୟାସର। ଆଉ ରହିଲା ଦଶଟି ଭାଗ।
ପଟେଲ ବାବୁ ଏକ ଉପାୟ ପାଞ୍ଚି କହିଲେ ଆରେ ଓ୍ବା ତୁମେ ତ ବହୁତ ସୁନ୍ଦର ଲେଖିଦେଲଣି ତୁମର ଉପନ୍ୟାସ ବହିଟି। ଆଉ କିଛି ଭାଗ ସେଥିରେ ମିଶାଇ ଦେଲେ ତୁମର ଉପନ୍ୟାସ ଲେଖାଟି ଜଲଦି ସରିଯିବ। ସେଥିରେ କିଛି ରୋଷେଇବାସ ପ୍ରଣାଳି ମିଶାଇଦିଅ।
ମାଲଗୁଡିର ସୁମତିର କାହାଣୀକୁ ନେଇ ଏ ଉପନ୍ୟାସଟି ଲେଖିଛ ପରା। ହଁ ସେଥିରେ ଲେଖ ସୁମତି କେମିତି ରୋଷେଇ କରୁଥିଲା।
---- ଆରେ ରୋଷେଇ ବିଷୟରେ ମତେ ତ ଧାରଣା ଭଲରେ ନାହିଁ ମୁଁ କେମିତି ଲେଖିବି।
---- ଆରେ ମୁଁ ତୁମକୁ କହୁଛି ଲେଖ ।
ପଟେଲ ବାବୁ ପ୍ରତ୍ୟକ ଦିନ ରୋଷେଇ କେମିତି କରାଯାଏ ତାର ଟିକିନିଖି ଵିଵରଣୀ କହି ଚାଲିଲେ। ଭାତ କେମିତି କରନ୍ତି। ଡାଲି,ରୁଟି,ସବଜି କେମିତି କରାଯାଏ ସବୁ କହିଚାଲିଲେ ମିସେସ୍ ପଟେଲ ତାକୁ ଲେଖିଚାଲିଲେ। ପଟେଲ ବାବୁ ମନେମନେ ଭାବିଲେ ସେ ଖାତାରେ ରୋଷେଇବାସର ପ୍ରଣାଳୀ ସବୁ ଟିକିନିଖି ଲେଖିଦେଇଛି। ଏଥର ତାକୁ ଆଉ ରୋଷେଇ କରିବାରେ କିଛି ଅସୁବିଧା ହେବନି। ମତେ ତ ରୋଷେଇ କରିବାରୁ ଏଥର ମୁକ୍ତି ମିଳିବ।
ଓ୍ବା ସାଳିନୀ ମାଲଗୁଡି ଡେଜକୁ ନେଇ ଖୁବ୍ ସୁନ୍ଦର ଲେଖାଟି ଲେଖିଛ ଯାହାକୁ କି ତୁମେ ଏକ କାହାଣୀ ମାଧ୍ୟମରେ କଲମର ସ୍ପର୍ଶ ଦେଇ ଭଲ ଭାବରେ ଉପସ୍ଥାପନା କରିଛ।