The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sonali Garnayak

Classics

4.6  

Sonali Garnayak

Classics

ଅଧା ଗଢ଼ା ବେଶ

ଅଧା ଗଢ଼ା ବେଶ

4 mins
581


ନିଜେ ତ ଇଛାମୟ, ତାଙ୍କ ଇଚ୍ଛା ବିନା ଏଠି ପତ୍ରଟିଏ ବି ହଲେ ନାହିଁ |ନୀଳମାଧଵ ରୂପରେ ଶବର ରାଜା ବିଶ୍ୱାବସୁ ପାଖରେ ନୀଳଗିରି କନ୍ଦରରେ ବାସ କରିଥିଲେ ଏବଂ ସେଠୁ ଦାରୁରୂପରେ ନୀଳାଚଳ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସାକ୍ଷାତ ଦେଲେ |ସେ ମହଦୋଧି କୂଳରେ ଭାସୁଥିଲେ ଏବଂ ପାଣିରୁ ଛାଣି ହୋଇ ଗଢ଼ାହେଲେ ଜଗନ୍ନାଥଙ୍କ ରୂପରେ, କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ଏକୋଇଶି ଦିନ କଣ୍ଟ ପୁରିବା ଆଗରୁ ଖୋଲିଦେଇଥିଲେ ଦୁଆର ଏବଂ ରହିଯାଇଥିଲେ ମୋ ଠାକୁର ଅଧାଗଢ଼ା ବେଶରେ |  

'କରି କରୁଥାନ୍ତି ସେହି '

  ତାଙ୍କ ବିନା ଅନ୍ୟ ଗତି ନାହିଁ '

ତାଙ୍କରି ହିଁ ସେ ଇଚ୍ଛା, ଆଜି ଏ ଅଧାଗଢ଼ା ବେଶ ପ୍ରତିଟି ଓଡ଼ିଆର ହୃଦୟର ଠାକୁର, ମୋ ଭାବନିଅନ୍ତାର ଏ ବେଶ ସିନା ମନୋହର କିନ୍ତୁ ଭଉଣୀଟିଏ ତା ଭାଇର ଏମିତିକା ବେଶ ଦେଖି କେମିତି ଛାତି ଫଟାଇ କାନ୍ଦୁଛି                  

       ନିତି ସକାଳେ ମୀରା ମନ୍ଦିର ଯାଇ ଗୁହାରି କରେ ହେ ବଳିଆରଭୁଜ, ମହାବାହୁ ମୋ ଭାଇ  କୁ ଘଣ୍ଟ ଘୋଡାଇ ରଖିଥାଅ ଆଉ ତା ଡାକରେ ଝରିପଡିଥିବା ଫୁଲ ପେନ୍ଥାକୁ ଆଣି ପ୍ରତାପକୁ ଛୁଆଁଇ ଦିଏ |କଣ ମିଳୁଛି ଦିଦି ତୋତେ ଏ ସବୁରୁ ନିତି ମନ୍ଦିର ଯାଇ ମୋ ନାଁରେ ଦୀପ ଜାଳୁଛୁ, ସେ ଯେତିକି ଦିନ ଘଣ୍ଟ ଘୋଡାଇ ରଖିବା କଥା ରଖିବେ ଆଉ ଯେଉଁଦିନ ପାରିବେନି ସେଇଦିନ ତାଙ୍କ ପାଖକୁ ନେଇଯିବେ |ଚୁପକର, ଏମିତି କଥା ଆଉ ଦିନେ ବି କହିବୁନି ପ୍ରତାପର ପାଟିକୁ ବନ୍ଦ କରୁ କରୁ ମୀରା କହିଲା |ଠିକ ଅଛି ମୋ ଗେଲ୍ଲୀ ଦିଦି ମୋତେ ଏବେ ଭୋକ ହେଲାଣି ଖାଇବାକୁ ଦେ, ତୁ ଶୀଘ୍ରଯାଇ ଗାଧୋଇ ଚାଲିଆ ମୁଁ ତୋ ପାଇଁ ଖାଇବା ବାଢୁଛି | ପ୍ରତାପ ଜନ୍ମବେଳରୁ ତା ମା କୁ ଦେଖିନି !ଯେତେବେଳେ ସେ ହେତୁ ପାଇଲା ଏ ମୀରା କୋଳରେ ନିଜର ସତ୍ତ୍ୱ|କୁ ପାଇଛି, କୁଆଡେ ପ୍ରତାପକୁ ଜନ୍ମ ଦେଇ ତା ମା ଚାଲିଯାଇଥିଲା ଅନ୍ୟ ପୁରୁଷର ହାତ ଧରି |ବାପା କିନ୍ତୁ ଆବୋରି ରହିଯାଇଥିଲା ଏ ଦୁଇ ଛୁଆ ମୁଁହ କୁ ଦେଖି, ମୀରା ଓ ପ୍ରତାପ ପାଇଁ ନିଯକୁ ତିଳ ତିଳ କରି ଜାଳିଛନ୍ତି କେତେ ଦୁଃଖ କଷ୍ଟ ଭାର ନିଜ କାନ୍ଧରେ ଲଦି ଦୁଇ ଛୁଆ କୁ ବଡ଼ କରିଛନ୍ତି |ସେହି ଦିନଠୂ ତା ବାପା ଆଉ ଭଉଣୀ ପ୍ରତାପର ସବୁକିଛି |ମା ନା ଶୁଣିଲେ ସେ ରାଗରେ ଗର୍ଜନ କରେ ପୁଣି ଶାନ୍ତ ହୋଇଯାଏ ମୀରାର ସେ ମା ରୂପ ଦେଖିଲେ |ବୁଝିପାରେନି ମାଆର କେମିତିକା ରୂପ ଯିଏ ତାକୁ ଜନ୍ମ କରି ଛାଡିପଳେଇଚି ନା ଯିଏ ତାକୁ ଜନ୍ମ ନ ଦେଇ ବି ତା ମୀରାଦିଦି ରୂପରେ ତା ପାଖରେ ଅଛି |

      ବିଜନ ବାବୁଙ୍କର(ମୀରାର ବାପା )ଗାଁ ମୁଣ୍ଡରେ ଛୋଟ ଦୋକାନଟିଏ, ପ୍ରଥମେ ପ୍ରଥମେ ଯେତେବେଳେ ଦୋକାନ ଆରମ୍ଭ କରିଥିଲେ ସେ ହରିହର ପୁର ସମ୍ପୂର୍ଣ ଗ୍ରାମଟି ତାଙ୍କରି ଦୋକାନ ଉପରେ ନିର୍ଭର ଥିଲେ ସେହି ସାହସରେ ଦୁଇ ଛୁଆକୁ ପଢ଼େଇ ଉଚ୍ଚ ଶିକ୍ଷିତ କରିଛନ୍ତି |ମୀରା ଇକୋନୋମିରେ ଏମ ଏ କରି ଏବେ ଗାଁ ପାଖ କଲେଜରେ ଶିକ୍ଷୟତ୍ରୀ ଏବଂ ପ୍ରତାପ ଇଂଞ୍ଜନିୟର ପାଠରେ ବ୍ୟସ୍ତ |କିନ୍ତୁ ପ୍ରତାପର ମନ ଯେ ଯନ୍ତ୍ର ଆଡେ ଏତେ ଆକର୍ଷଣ କରୁନଥାଏ, ତାରି ମନ ଏ ଭାରତମା ପାଖରେ ଏକ ଆର୍ମି କି ନେଭି ହୋଇ ଦେଶର ସେବା କରିବାରେ ଭାରି ଇଚ୍ଛା, ଦୁଇଥର ଚେଷ୍ଟା କରିସାରିଛି କିନ୍ତୁ ମେଡିକାଲ ରାଉଣ୍ଡରେ କଟିଯାଏ |ଏଇ ଥର ତା ପାଇଁ ଶେଷ ସୁଯୋଗ ନହେଲେ ସେ ବରଂ ବିଜନବାବୁଙ୍କ ଦୋକାନରେ ବସିବ ହେଲେ ସେ ଇଂଞ୍ଜନିୟର ହେବନି |

    ବିଜନ ବାବୁ କିନ୍ତୁ ତାଙ୍କ ପୁଅକୁ ଇଞ୍ଜିନିୟର ଭାବେ ଦେଖିବାକୁ ଚାହାନ୍ତି |ସେଇଥିପାଇଁ ବହୁତଥର ମତାନ୍ତର ହୁଏ ବାପ ଓ ପୁଅ ମଧ୍ୟରେ |ମୀରା କିନ୍ତୁ ବୁଝେ ପ୍ରତାପର ମନ, ବଢ଼ାଇ ଦିଏ ପ୍ରତିଥର ତା ହାତକୁ ପଇସା ଇଣ୍ଟରଭିୟୁ ଦେବାପାଇଁ |ପ୍ରତାପ ହେଉଛି ମୀରାର ଜୀବନ, ତାକୁ ଦେଖି ମୀରା ତା ସବୁ ଦୁଃଖ କଷ୍ଟ ଭୁଲିଯାଏ |ତାଙ୍କ ଗାଁ ଦାଣ୍ଡରେ ଚାଲିଗଲେ ସଭିଏଁ କୁହନ୍ତି ଦେଖ ଜଗନ୍ନାଥ ଓ ସୁଭଦ୍ରା ଚାଲିଯାଉଛନ୍ତି,ସବୁ ବିପଦରୁ ଘୋଡାଇ ରଖିଛି ତା କାନି ତଳେ ପ୍ରତାପକୁ |

 ଏଇଥର କିନ୍ତୁ ଶେଷ ସଂଘର୍ଷ ପ୍ରତାପ ପାଇଁ ନହେଲେ ବାପାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପଡିବ, ବିଏସ ଏଫ ରେ ଇଣ୍ଟରଭିଉ ଦେବା ନିମନ୍ତେ ଘରୁ ବାହାରିଯାଇଥିଲା, ଦୀର୍ଘ ପାଞ୍ଚଦିନର ପରିଶ୍ରମ ପରେ ପାଇଥିଲା ସେ ଚାକିରୀ ରାଜସ୍ଥାନ ବୋର୍ଡ଼ର |ମୀରା ଖୁସି ସହ ଦୁଖୀ ମଧ୍ୟ ଥିଲା, ନିଜ ଜୀବନକୁ ପାଣିଛଡ଼େଇ ବର୍ଡ଼ରେ ରହିବାକୁ ହେବ ପ୍ରତାପକୁ |ଲୁହ ଛଳ ଛଳ ଆଖିରେ ବିଦାୟ ଦେଇଥିଲା ମୀରା ତା ଭାଇକୁ |ଆଜି ଭାରି ବ୍ୟସ୍ତ ଲାଗୁଛି ମୀରା ମନ, କେମିତି ଗୋଟେ ଡର ଲାଗୁଛି ସକାଳୁ କିଛି କାମରେ ମନ ଲାଗୁନି,ମନ୍ଦିରରେ ଦୀପ ଜାଳି ଆସିଛି ପ୍ରତାପ ପାଇଁ ତଥାପି ବୁଝୁନି ଏ ମନଟା |ସେ ଏ କଥା ତା ବାପାକୁ କହିବା ପରେ କହିଥିଲେ ପ୍ରତାପକୁ କିଛି ଦିନ ହେଲା ଦେଖିନଥିବାରୁ ଏମିତି ଲାଗୁଥିବ |କିଛି ସମୟ ପରେ ସେ ଯାହା ଶୁଣିଲା ତା ପାଦ ତଳୁ ମାଟି ଖସିଯାଇଥିଲା, ଲାଗୁଥିଲା ତା ଉପରେ ଯେମିତି ଆକାଶ ତା ଛିଡି ପଡିଛି |ନ୍ୟୁଜରୁ ଜାଣିବାକୁ ପାଇଲା ଆମ ଶତ୍ରୁ ରାଜ୍ୟ ଅସ୍ତ୍ର ବିରତି ଉଲଂଘନ କରିବା ଫଳରେ ଚାରି ଜଣ ଯବାନ ସହିଦ ହୋଇଛନ୍ତି ଏବଂ ସେ ସହିଦ ମାନଙ୍କ ମଧ୍ୟରୁ ପ୍ରତାପ ଜଣେ |ହୋସ ଉଡିଯାଇଥିଲା ମୀରାର, ତା ବାପା ମୁହଁରେ ପାଣି ମାରି ଉଠାଇଥିଲେ |ରାତିସାରା ଜହ୍ନ ରହି ରହି ବରଂ ଥକିଯାଇଥିବ ହେଲେ ମୀରା ଆଖିରୁ ଲୁହ ସୁଖିନଥିବ |ତାପର ଦିନ ସକାଳେ ତ୍ରିରଙ୍ଗା ପତାକା ରେ କଭର ହୋଇଥିବା ବାକ୍ସଟେ ଆସି ତାଙ୍କ ଘର ସାମ୍ନାରେ ପହଁଚିଲା, ସିଲ ହୋଇଥିବା ପ୍ରତାପକୁ ଦେଖିବା ପାଇଁ ଗାଁ ଯାକ ଲୋକ ରୁଣ୍ଡ ହୋଇଥିଲେ |ସେ ସିଲି ବାକ୍ସ ଖୋଲିକି ଦେଖିବାର ଧୈର୍ଯ୍ୟ ନଥାଏ ମୀରାର !ସେ ବାକ୍ସ ସହିତ ଆସିଥିବା ଆର୍ମି ପିଲା ଖୋଲୁଥାନ୍ତି ଧୀରେ ଧୀରେ ଏବଂ ମୀରା ଯାହା ଦେଖିଲା ଛାତି ଫଟାଇ କାନ୍ଦୁଥିଲା, ସେ ଯୁଦ୍ଧରେ ପ୍ରତାପର ହାତ ଦୁଇଟି କଟିଯାଇଥିଲା ଠିକ ତା ଜଗନ୍ନାଥ ଙ୍କ ପରି ଅଧା ଗଢ଼ା ବେଶ |ଇଏ !କଣ ମୋ ଜଗନ୍ନାଥ ଙ୍କୁ ପୂଜା କରିବାର ଆଜି ଏ ଫଳ, ଆଜି ମୋ ଭାଇକୁ ମୋ ଠାରୁ ଛଡେଇନେଲେ |ତାଙ୍କ ଅଧା ଗଢ଼ା ବେଶ ସିନା ମୋନହର କିନ୍ତୁ ଆଜି ମୋ ଭାଇର ଅଧା ଗଢ଼ା ବେଶ ଦେଖି ମୋ ଛାତି ଫାଟିଯାଉଛି | 



Rate this content
Log in

Similar oriya story from Classics