STORYMIRROR

Sonali Garnayak

Others

4  

Sonali Garnayak

Others

ଶେଷ ଚିଠି

ଶେଷ ଚିଠି

2 mins
322

ଶେଷ ଚିଠି 

ପ୍ରିୟ ଜଗନ୍ନାଥ, 

        ମୋ ବଳିଆରଭୁଜ, ରତ୍ନସିଂହାସନବାହକ, ପତିତପାବନ, ନୀଳାଚଲିଆ, ଅନନ୍ତବିହାରୀ, ଜଗମୋହନ ଏବଂ ସହସ୍ରନାମଧାରୀଙ୍କ ପୟରେ ମୋର ଭକ୍ତି ଅର୍ପଣ, ପ୍ରତିବର୍ଷ ପ୍ରଭୁ ବହୁତ ଇଚ୍ଛା ହୁଏ ଟିକିଏ ପୁରୀ ବୁଲିଯିବାକୁ, ତମ ଅଭଡ଼ା ପ୍ରସାଦ ଖାଇବାକୁ ଏବଂ ତମ ବଡ଼ସିଂହାର ବେଶକୁ ମନ ପୁରେଇ ଦେଖିବାକୁ, କିନ୍ତୁ ତମ ଡୋରି କାହିଁକି ମୋ ପାଇଁ ଲାଗେନି ମୁଁ ଜାଣିପାରେନା, ବହୁତ ଅଭାଗିନୀ ବୋଲି ନିଜକୁ ମନେ କରେ |ସେ ଦୟଣାତୁଳସୀର ବାସ୍ନା, ସେ କର୍ପୁର ଚନ୍ଦନର ମହକ ବିମୋହିତ କରେ |ବଡ଼ସିଂହାରଙ୍କ ଦର୍ଶନ ସିନା ଏ ଅଭାଗିନୀ ଭାଗ୍ୟରେ ନାହିଁ କିନ୍ତୁ ଠାକୁରଘରେ ରଖିବାର ଭାଗ୍ୟ ଉଦୟ ହୋଇଛି |କାହିଁକି ତମ ପ୍ରେମରେ ମୁଁ ପାଗିଲି ଜାଣେନା !ଜୀବନର ସବୁ ସୁଖଦୁଃଖ, ଭାବଅଭାବ, କର୍ମଶ୍ରମ, ପାପପୁଣ୍ୟ ତୁମକୁ ସମର୍ପଣ କରିଦେଇଛି |ତମ ଲୀଳା ନ ହୋଇଥିଲେ ତୁମକୁ ହୃଦୟରେ ସ୍ମରଣ କରି "ହୃଦୟେ ମୋ ଜଗନ୍ନାଥ "ଏ ପୁସ୍ତକଟି ଲେଖିପାରିଥାନ୍ତି |ଲେଖିକାଟିଏ ହୋଇ ପୁଳାପୁଳା ଧନ ଅର୍ଜନ କରିବାର ଲୋଭ ନାହିଁକି ଗୁଚ୍ଛା ଗୁଚ୍ଛା ମାନପତ୍ର କି ପୁରସ୍କାରର ଲାଳସା ନାହିଁ |କିନ୍ତୁ ପ୍ରତିଥର ମୋ କଲମକୁ ଏତିକି ଶକ୍ତି ଦିଅ ପ୍ରଭୁ ଯେମିତି ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇପାରିବି |ଜୀବନରେ ଚାହିତା ଠାରୁ ଅଧିକା ଦେଇଛ, ସତ କହିବାକୁ ଗଲେ ପ୍ରଭୁ ମୋର ସେ ଧନରତ୍ନରେ କାଲି ବି ଲୋଭନଥିଲା କି ଆଜି ବି ନାହିଁ |ମୁଁ ସ୍ନେହ ପାଗିଲିଟିଏ ପ୍ରଭୁ !ସର୍ବସ୍ବ ତ୍ୟାଗ କରିବାକୁ ରାଜି କିନ୍ତୁ ତା ବଦଳରେ ଆତ୍ମୀୟ ମାନଙ୍କର କିଛି ସ୍ନେହ ଦରକାର |ମୋ ବୋଉ ପରେ ସବୁଠୁ ଅଧିକା ଭଲ ପାଏ ମୋ ସେଲିଭାଉଜଙ୍କୁ କାରଣ ତାଙ୍କର ସ୍ନେହ ପାଖରେ ମୋ ମନଟା ବନ୍ଧା ପକେଇ ଆସିଛି |ମୋର ଶେଷ ମାଗୁଣି ପ୍ରଭୁ ଏତିକି ତ ଆଶ୍ରିବାଦ କରିବାକୁ ପଡିବ, ମୋ ଜନ୍ମଦାତ୍ରୀ କୋଳରେ ଶେଷନିଶ୍ୱାସ ତ୍ୟାଗ କରିବି ଆଉ ମୋ ଜନ୍ମଦାତା ମୁଖରେ ଅଗ୍ନି ସଂଯୋଗ କରିବେ ଏବଂ ମୋ ଭାଇମାନେ କୋକେଇ କାନ୍ଧେଇ ନେଲାବେଳେ ମୋ ସାଙ୍ଗ ଚିକୁନୁ ମୁହଁରେ ମୁଠା ମୁଠା କରି ଖଇ ବିଂଛୁଥିବା ଏତିକି ଅଳି ନିଶ୍ଚୟ ରଖିବେ ପ୍ରଭୁ |

                    |ଇତି |

            ତମ ପ୍ରେମ ପାଗିଲି 

                   ସୋନାଲି 

|ଜୟ ଜଗନ୍ନାଥ, ଜୟ ଜଗନ୍ନାଥ |



Rate this content
Log in