Sonali Garnayak

Tragedy

4  

Sonali Garnayak

Tragedy

ନାଲି ଓଢଣୀ

ନାଲି ଓଢଣୀ

7 mins
334


ସ୍ମିତା ଆସି ମାନୀକୁ ଉଠାଉଥାଏ, ଆରେ ଉଠୁ ଜଲ୍ଦି ସକାଳେ ହେଲାଣି ସିଆଡେ ପୁଣି ବାହାଘରର କେତେ କାମ, ମାଉସୀ ସେ ପାଖେ ମୋତେ ଗାଳି କଲେଣି ତୁ ମାନିକୁ କିଛି ଶିଖାଉନୁ ସେ ଶାଶୁ ଘରେ ଯାଇକି କଣ କରିବ? ଉଠୁଛି ସ୍ମିତା ନାନୀ ଟିକିଏ ରହ, କିଛି ରୁହା ରୁହି ନାହିଁ ଜଲ୍ଦି ଉଠିକି ଗାଧୋଇବାକୁ ଯାଅ ମୁଁ ଯାଉଛି ସିଆଡେ ମାଉସୀଙ୍କୁ ସାହାର୍ଯ୍ୟ କରିବି ।ରାଜେଶ ଖୋଜି ବୁଲୁଥାଏ ସ୍ମିତାକୁ ଆରେ ସ୍ମିତା ନାନୀ ତୁ ଏଇଠି !ସିଆଡେ ତୋତେ ବୋଉ ଡାକୁଛି, ହଁ ଯାଉଛି ଏ ମାନୀକୁ ଉଠାଇବାକୁ ଆସିଥିଲି ।ସ୍ମିତା ହେଉଛି ରାଜେଶ ଏବଂ ମାନୀର ବଡ଼ ଭଉଣୀ ସନ୍ଧ୍ୟାର ଅତି ଘନିଷ୍ଠ ବନ୍ଧୁ ଯିଏ ଆସିକି ଆଜି ସନ୍ଧ୍ୟାର ଭଉଣୀ ମାନୀର ବାହାଘରର ସମସ୍ତ ଦାୟିତ୍ୱ ନେଇଛି ।ସ୍ମିତା ଓ ସନ୍ଧ୍ୟା ଦୁଇ ଆତ୍ମା ଏକ ମନ ଆଉ ଏଭଳି କାର୍ଯ୍ୟରେ ସ୍ମିତା ସାହାର୍ଯ୍ୟ କରିନଥାନ୍ତା କିପରି? ଗୋଟିଏ ବି ହେଲେ ପଇସା ଖର୍ଚ୍ଚ କରିନାହାନ୍ତି ସନ୍ଧ୍ୟାର ମା ଏବଂ ଭାଇ ରାଜେଶ କାରଣ ସବୁ ଦାୟିତ୍ୱ ନେଇଛନ୍ତି ସ୍ମିତା ଏବଂ ତା ସ୍ୱାମୀ ନଦେଶ ।ସ୍ମିତା ହିଁ ତାଙ୍କ ଘରର ଆଉ ଗୋଟେ ବଡ଼ ଝିଅ ।ଝିଅ ଘର ସନ୍ଧ୍ୟା ଭୋଜି ପାଇଁ ସବୁ ପ୍ରସ୍ତୁତି ସରିଛି, ସେହି ରିସେପସନ ପାଇଁ ସ୍ମିତା ମାନୀକୁ ନାଲି ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି, କାଜଲ, ପାଦରେ ଅଳତା ସହ ପାଉଁଜି ପିନ୍ଧେଇ ପୁରା ଦେବିଟିଏ ପରି ସଜେଇ ଦେଇଥାଏ, ତାକୁ ସଜ କଲାପରେ ପରେ ସ୍ମିତାକୁ ଲାଗିଲା କିଛି ଗୋଟେ କମି ରହିଯାଇଛି, ତାର ସଙ୍ଗେ ସଙ୍ଗେ ମନେପଡ଼ିଗଲା ଓଢଣୀତା ବାକି ରହିଯାଇଛି ସ୍ମିତା ଖଟ ଉପରୁ ନାଲି ଓଢଣୀଟା ଉଠେଇ ଆଣି ମାନୀ ଉପରେ ପକେଇ ଦେଇ କହିଲା ଆରେ ବାଃ ଏ ନାଲି ଓଢଣୀଟା ତୋତେ ବହୁତ ମାନୁଛି ।ମାନୀକୁ ଓଢଣୀଟା ପକେଇ ଦଉ ଦଉ ସ୍ମିତାର ସନ୍ଧ୍ୟା କଥା ମନେ ପଡିଗଲା, ଦିନେ ଏମିତି ସନ୍ଧ୍ୟା ଉପରେ ନାଲି ଓଢଣୀଟା ପକେଇଦେଇ ଠିକ୍ ଏଇ କଥା କହିଥିଲା, ସଙ୍ଗେ ସଙ୍ଗେ ସ୍ମିତା ଆଖିରୁ ସେ ମୁକ୍ତା ବିନ୍ଦୁଯୋଡ଼ାକ ଖସି ଆସିଲା ।ମାନୀ ଜାଣିପାରି କହିଲା କାନ୍ଦେନି ସ୍ମିତା ଦିଦି ସନ୍ଧ୍ୟା ଦିଦି ପରେ ତୁ ତ ଆମ ପାଇଁ ସବୁକିଛି, ତୋତେ ସେ ଆମ ପାଇଁ ଛାଡିଦେଇଆସିଛି ।ସେ ସିନା ମୋତେ ତମ ମାନଙ୍କ ପାଖରେ ଛାଡିଦେଇ ଯାଇଛି କିନ୍ତୁ ମୋତେ ପୁରା ଏକା କରି ଚାଲିଯାଇଛି ।ଛାଡ଼ ସେ କଥା ତୁ ଚାଲିଲୁ ସିଆଡେ ସମୟ ଗଡିଚାଲିଛି, ରହ ଟିକିଏ ମୁଁ ତୋତେ କଳାଟୀକା ଟିକିଏ ଲଗେଇଦିଏ ।ମାନୀକୁ ରିସେପସନ ଷ୍ଟେଜକୁ ପଠେଇଦେଇ ସ୍ମିତା କିଛି ସମୟ ବସିରହିଲା ସେ ରୁମ୍ ରେ ଭାବୁଥିଲା ତା ଅନ୍ତରଙ୍ଗ ବନ୍ଧୁ ସନ୍ଧ୍ୟା ଘରକୁ ଆସେ ଆଉ ସନ୍ଧ୍ୟା ସ୍ମିତା ଘରକୁ ଆସେ ଏମିତି ଭାବରେ ଦୁଇ ପରିବାର ମଧ୍ୟରେ ସମ୍ପର୍କ ଦୃଢ଼ତା ହୋଇଯାଇଥିଲା । ସ୍ମିତା ଓ ସନ୍ଧ୍ୟା ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି, ଆଉ ସନ୍ଧ୍ୟାକୁ ପ୍ରସବ ଯନ୍ତ୍ରଣା ଏତେ ବାଧ୍ୟ କଲା ଯେ ସେ ସ୍ମିତା ହାତ ଛାଡି ସବୁଦିନ ପାଇଁ ଚାଲିଗଲା ଏବଂ ସ୍ମିତା ପାଖରେ ଛାଡିଦେଇଯାଇଥିଲା ତା ପରିବାର ।ମାଉସୀ ଡାକରେ ସ୍ମିତାର ଧ୍ୟାନ ଭାଙ୍ଗିଯାଇଥିଲା, ଆଉ ସ୍ମିତା ଉଠି  ଚାଲିଯାଇଥିଲା  ସେ ରୁମ୍ ରୁ, ଆଲୋ !ସେ ରୁମ୍ ରେ ବସି କଣ କରୁଛୁ ବୋଲି ମାଉସୀ ପଚାରିଲେ? କିଛି ନାହିଁ ମାଉସୀ ମାନୀର ଜିନିଷ ଗୁଡାକ ତା ଆଟାଜରେ ରଖିଦଉଥିଲି ।ହଉ ଯା ତୋତେ ସିଆଡେ ଖୋଜିଲେନି ମାନୀର ଅବାଡୁଅ ପାଣି ଭାଙ୍ଗିବାକୁ, ରାଜେଶ ସ୍ମିତା ଓ ନଦେଶ ବାହାଘରର ନିଜ ନିଜର କର୍ତଵ୍ୟ ତୁଲାଉଥିଲେ ।ବରଘର ଆସି ପହଁଚିଲେ ଯଥା ନିତିବିଧିରେ ବାହାଘର କାର୍ଯ୍ୟ ଚାଲୁଥାଏ,ସେହି ସମୟରେ ମାଉସୀ କହିଲେ ସ୍ମିତା ଯା ମାନୀ ଅଲମାରୀରୁ ଜ୍ୱାଇଁଙ୍କ ବ୍ରେସଲେଟ ନେଇ ଆସିବୁ, ସ୍ମିତା ବ୍ରେସଲେଟ ଖୋଜୁ ଖୋଜୁ ମିଳିଥିଲା ସନ୍ଧ୍ୟାର ହାତ ଲେଖା ଡାଏରୀ ଯାହାକୁ ସେ ହଷ୍ଟେଲ ବେଳରୁ ଲେଖେ ଏପରିକି ସ୍ମିତା ମାଗିଲେ ବି ଦେଖନି କୁହେ ମୁଁ ଯେବେ ଏ ଦୁନିଆରେ ନଥିବି ତୁ ଏ ଡାଏରୀ ପଡ଼ିବୁ ।ମାଉସୀଙ୍କ ଡାକରେ ବ୍ୟସ୍ତ ହୋଇ ସ୍ମିତା ଡାଏରୀଟା ଟା ବ୍ୟାଗରେ ରଖିଦେଇ ଚାଲିଗଲା ।ବାହାଘର ସରିଲା ମାନୀ ବିଦା ହୋଇ ଶାଶୂଘରକୁ ଯିବା ପରେ ସ୍ମିତା ଓ ନଦେଶ ମଧ୍ୟ  ମୁମ୍ବାଇ ଯିବା ପାଇଁ ବାହାରିଲେ ।ଆଉ କିଛି ଦିନ ରହିଲେ ହୁଅନ୍ତାନି ସ୍ମିତା ଦିଦି ରାଜେଶ କହୁଥାଏ, ସେତିକି ଛୁଟି ଆଣିଥିଲେ ତୋ ଭାଇନା ଏବେ ପୁଣି ଅଫିସରେ ଯାଇ ଜଏନ କରିବାକୁ ପଡିବ ।ସେ ଯିବାବେଳେ ସନ୍ଧ୍ୟାର ବୋଉ ବ୍ୟାଗରେ ଭର୍ତି କରି ବାରି ନଡ଼ିଆ, କୋବି, ପିଜୁଳି, କାକୁଡି, ଟମାଟୋ ସବୁ ଦେଇଥାନ୍ତି, ଏତେ ସବୁ ଜିନିଷ କଣ ହେବ ମାଉସୀ ସ୍ମିତା କହିଥିଲା !ଆରେ ରଖିଥା ଏଠୁ ଗଲାପରେ କଣ ସାଙ୍ଗେ ସାଙ୍ଗେ ପରିବା କିଣି ଆଣିବୁ ନା କଣ? ରଖିଥା ତୋ ପାଖରେ, ହଁ ପୁଣି କେବେ ଛୁଟି ହେଲେ ନିଶ୍ଚୟ ଆସିବୁ ପୁଅକୁ ନେଇ ।ଦୁହେଁ ମାଉସୀଙ୍କୁ ନମସ୍କାର କରି ବାହାରିଗଲେ ।

     ମୁମ୍ବାଇର ଫ୍ଲାଟରେ ପହଞ୍ଚି ସ୍ମିତା ଖୋଜିଥିଲା ରିଧେଶକୁ , ରିଧେଶ ମଧ୍ୟ ଦୌଡ଼ି ଯାଇ ତାକୁ ଭିଡିପକେଇ କହିଥିଲା ଜାଣିଛ ମାମା ମୁଁ ତମକୁ ବହୁତ ମିସ୍ କରିଛି, ମୁଁ ବି ବହୁତ ମିସ୍ କରିଛି ବାବା ତମକୁ ଠିକରେ ଖାଇଛ ତ !ଶାନ୍ତି ମାଉସୀଙ୍କୁ ହଇରାଣ କରିନ? ନା ମାମା ଜମା ନୁହଁ ତମର ଯଦି ବିଶ୍ୱାସ ହେଉନି ଆଣ୍ଟିଙ୍କୁ ପଚାରିନିଅ ।ନଦେଶ ଏବଂ ସ୍ମିତା ବାହାରକୁ ଗଲେ ରିଧେଶକୁ ଛାଡିଦେଇ ଯାଆନ୍ତି ତାଙ୍କ ଆୟା ଶାନ୍ତି ମାଉସୀ ପାଖରେ ରହିଯାଏ ।ବାହାଘରର ପାଞ୍ଚ ବର୍ଷ ପରେ ବି ସ୍ମିତା ମା ହେବାର ସୁଖ ଉପଲବ୍ଧ କରିପାରିନଥିଲା ସେଥିପାଇଁ ସେମାନେ ଦୁହେଁ ରିଧେଶକୁ "ଚାଇଲଡ କ୍ୟାର ହୋମ "ରୁ ଗ୍ରହଣ କରିଥିଲେ, ତା ପରଠାରୁ ରିଧେଶ ହୋଇଯାଇଥିଲା ସ୍ମିତାର ଜୀବନ ।ସ୍ମିତା କିଛି କାମରେ ବ୍ୟସ୍ତ ରହି ସେ ଡାଏରୀ କଥା ଭୁଲିଯାଇଥିଲା, ତା କ୍ଲଚର ପାଇଁ ସ୍ମିତା ତା ବ୍ୟାଗ ଖୋଜୁଥିବା ବେଳେ ମନେ ପଡିଲା ଡାଏରୀ କଥା, ସେ ଡାଏରୀ ଖୋଲିବାକୁ ସାହସ ହେଉନଥାଏ ହେଲେ ବି ସେ ଖୋଲିଲା ତା ଭିତରେ ଥିଲା ସ୍ମିତା ଓ ସନ୍ଧ୍ୟାର ଏକାଠି ଗୋଟେ ଫୋଟୋ ଯାହାକୁ ଦେଖି ସ୍ମିତାର ମନେପଡିଲା ସେ ହଷ୍ଟେଲ ବେଳର କଥା ।ପ୍ରଥମ ପୃଷ୍ଟା ଥିଲା ତା ନାରେ ତାର ଅହେତୁକ ପ୍ରଶଂସା ଯାହା ସବୁ କିଛି ନିଛକ ଲାଗୁଥିଲା, ଅନ୍ୟ କିଛି ପୃଷ୍ଠାରେ ଥିଲା ମାଉସୀ,ମାନୀ ଓ ରାଜେଶ ପାଇଁ ।ମାନୀ ସେ ଡାଏରୀ ପଢୁ ପଢୁ କିଛି ଏମିତି ଜିନିଷ ପାଇଥିଲା ଯାହା ତା ଛାତିକୁ ପୁରା ଏକଦମ ଦୋହଲାଇ ଦେଇଥିଲା,ସେ ପୃଷ୍ଠାରେ ଥିଲା କିଛି ଏମିତି :

    ନଦେଶଙ୍କୁ ମୁଁ ବହୁତ ଭଲପାଏ, ତାଙ୍କ ବିନା ଗୋଟିଏ ମୁହୂର୍ତ ବି ମୁଁ ବଞ୍ଚିପାରିବିନି ।ସେ ମୋ ଜୀବନକୁ ଆସିବା ପରେ ଜୀବନଟା ତାଙ୍କ ସହ ବଞ୍ଚିବି ବୋଲି ଭାବିଥିଲି ହେଲେ ଭଗବାନ ବୋଧେ ଆଉ କିଛି ଚାହୁଁଥିଲେ ।ସ୍ମିତା ଜିଦ ଧରି ବସିଛି କେବେଳ ସେ ନଦେଶଙ୍କୁ ହିଁ ବାହା ହେବ ନହେଲେ ଜୀବନ ହାରିଦବ, ଯା ଜୀବନଟା ମୋ ସହ ଜଡିତ ତାକୁ କେମିତି ମୁଁ ହରିବାକୁ ଦେଇଥାନ୍ତି ।ନଦେଶଙ୍କ ସହ କାଟିଥିବା କିଛି ଅନ୍ତରଙ୍ଗ ମୁହୂର୍ତକୁ ମୋ ଛାତିତଳେ ସାଇତିଛି ଏବଂ ଆମ ଭଲ ପାଇବାର ସନ୍ଥକକୁ ପେଟରେ ଜାଗା ଦେଇଛି ।ସୋମେଶ ଏ ସବୁଜାଣିବା ପରେ ମଧ୍ୟ ମୋତେ ଗ୍ରହଣ କରିବାକୁ ରାଜି ହେଲେ ଏବଂ ରାଣ ନିୟମ ପକାଇ ନଦେଶକୁ ରାଜି କରାଇଥିଲି ସ୍ମିତା ପାଇଁ ।ନଦେଶ ମୋତେ ଦେଇଥିବା ନାଲି ଓଢଣୀଟା ମୁଁ ସ୍ମିତା ଓ ନଦେଶ ବାହାଘରଦିନ ସ୍ମିତାକୁ ଦେଇଆସିଥିଲି ।ଅବଶ୍ୟ ସେ ଓଢଣୀଟା ସ୍ମିତା ମୋର ଏବଂ ସୋମେଶଙ୍କ ବାହାଘରରେ ମୋ ମୁଣ୍ଡରେ ଟାଣି ଦେଇଯାଇଥିଲା ।ମୁଁ ବୁଝିପାରୁନଥିଲି ଏ ଓଢଣୀଟା କାହା ମୁଣ୍ଡରେ ରହିବାକୁ ଚାହୁଁଛି? ପରେ କିନ୍ତୁ ବୁଝିପାରିଲି ଏ ଓଢ଼ଣୀରେ କେବେଳ ସ୍ମିତାର ଅଧିକାର ଥିଲା କାରଣ ଓଢଣୀଟା ମୋ ଉପରେ ପୁରା ରିଶିଯାଇଚଥିଲା ।ସେଥିପାଇଁ ପ୍ରଥମେ ନଦେଶ ଆଉ ତାପରେ ଏକ ସଡ଼କ ଦୁର୍ଘଟଣାରେ ସୋମେଶଙ୍କୁ ମୋ ପାଖରୁ ଛଡାଇନେଇଥିଲା, ମୋର ଦୁନିଆରେ ବଞ୍ଚିବାର ଏକ ମାତ୍ର ଆଶାଥିଲା ମୋ ପେଟର ପିଲା ।ସୋମେଶ ଥିଲେ ହୁଏତ ଏତେ ଅସୁବିଧା ହୋଇନଥାନ୍ତା କିନ୍ତୁ ତାଙ୍କ ବିନା ରାସ୍ତାରେ ଏକା ଏକା ଚାଲିବାକୁ ପଡିଲା ।ସ୍ମିତା ହେଉଛି ମୋ ଜୀବନ, ମୁଁ ନିଜେ କଷ୍ଟ ସହିବି ପଛେ ତାକୁ କେବେବି କଷ୍ଟ ଦେଇପାରିବିନି ।ବାସ୍ ଏତିକି ଲେଖା ଥିଲା ସେ ଡାଏରୀରେ ଅନ୍ୟ ପୃଷ୍ଠା କେବଳ ଖାଲି……………..

***

ସେ ଡାଏରୀ ପଢି ସ୍ମିତା ଭୋ ଭୋ ହୋଇ କାନ୍ଦିଲା, ତା ଅଜାଣତରେ ସେ ଏତେ ବଡ଼ଭୁଲ କରିପକେଇଛି ଯେ ଯାହାର ପ୍ରାୟଶ୍ଚିତ ନାହିଁ ।କେମିତି ସେ ଜାଣିପାରିଲିନି ତା ସାଙ୍ଗ ମନକଥା, ସନ୍ଧ୍ୟା କିନ୍ତୁ ତା ମନ ଜାଣି ସର୍ବସ୍ବ ତ୍ୟାଗ କରି ଚାଲିଯାଇଛି ।ଛଳନା କରିଗଲା ମୋ ସହ ସେ ଥରୁଟେ ହେଲେ ଦୁଇଜଣଙ୍କ ସମ୍ପର୍କ ବିଷୟରେ କହିଦେଇଥାନ୍ତା କଣ ଏତିକି ଭରଷା ନଥିଲା ମୋ ଉପରେ, ନଦେଶ ବି ହେଲେ ଥରୁଟେ କହିପାରିଥାନ୍ତେ ।ମାଉସୀ, ରାଜେଶ, ମାନୀ ସମସ୍ତେ ଏକଥା ଜାଣିଥିଲେ କେହି ବି ତା ସାଙ୍ଗର କଷ୍ଟ ତାକୁ କହିଲେଣି, ସମସ୍ତେ ମହାନ ସାଜିଗଲେ ଆଉ ଏକା ସ୍ୱାର୍ଥପର ହୋଇଗଲେ ସେ !ସେ ବି ଏତେ ବଡ଼ଅଭାଗିନୀ ଯେ ତା ସାଙ୍ଗକୁ ବଞ୍ଚେଇପାରିଲା ନା ତା ସାଙ୍ଗର ସେ ନିଷ୍ପାପ ଶିଶୁକୁ, ହୁଏତ ଏ କଥା ଜାଣିବାପରେ ସେ ତା ସାଙ୍ଗକୁ କ୍ଷମାମାଗିପାରିଥାନ୍ତା ।ହଁ ତା ସମାନରେ ବହୁତ ଥର ନଦେଶ ବିଷୟରେ କହିଛି ସେ କିନ୍ତୁ ବୁଝିପାରେନି ଭାବେ ସେମିତି ସେ ପ୍ରଂଶସା କରୁଥିବ ।ରିଧେଶର ଡାକରେ ପ୍ରକୁତିସ୍ଥ ହୋଇଗଲା ସ୍ମିତା ମାମା କଣ ହୋଇଛି ତୁମର କାନ୍ଦୁଛ କାହିଁକି? କିଛି ନାହିଁ ଆଖିରେ କଣ ଗୋଟେ ପଡିଯାଇଛି ତ ସେଥିପାଇଁ ଲୁହ ବାହାରୁଛି ।ରିଧେଶ ତା ହୋମୱାର୍କ କରିବାକୁ ଡାକିବାରୁ ସ୍ମିତା ତା ସହ ଚାଲିଯାଇଥିଲା ।ନଦେଶ ଅଫିସ କାମରେ ବାଙ୍ଗାଲୋର ଯାଇଥାଏ, ସ୍ମିତା ଏକା ଏକା ବସି ନଦେଶ କଥା ଭାବୁଥାଏ, ଏମିତି ଥରେ ରିଧେଶ ପଢ଼ୁଥିବା ସମୟରେ ସ୍ମିତା ତା ପାଖରେ ବସି ଲକ୍ଷ୍ୟ କରୁଥାଏ ତା ବାମ ହାତରେ ଗୋଟେ ଯାଇ ଅଛି ଯେମିତି ତା ସାଙ୍ଗର ଥିଲା ଆଉ ସେ ମଧ୍ୟ ତା ସାଙ୍ଗ ପରି ବାମହାତରେ ଲେଖାଲେଖି କରେ, ସ୍ମିତା ଭାବିଥିଲା ଏମିତି କିଛି ଗୋଟେ ହୋଇଥିବ କାରଣ ତା ସାଙ୍ଗର ଛୁଆକୁ  ସେଦିନ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ସେ ରିଧେଶକୁ ମଧ୍ୟ୍ୟ" ଚାଇଲଡ କ୍ୟାର ହୋମ" ରୁ ଆଣିଥିଲା ।ବାଙ୍ଗାଲୋର ଆସି ନଦେଶ ଦେଖିଲେ ସନ୍ଧ୍ୟାର ଡାଏରୀ !ଆଉ ଜାଣିଗଲେ ସେ ସନ୍ଧ୍ୟା ସବୁକିଛି ଜାଣିସାରିଛି, ସ୍ମିତା ଓ ନଦେଶ କେହି କାହାକୁ କିଛି ପଚାରିନଥାନ୍ତି ।ଦୁହେଁ ଦୁହିଁଙ୍କ କାମରେ ବ୍ୟସ୍ତ। ଏମିତି ଦିନେ ସ୍ମିତା ଅଲମାରୀରୁ ନଦେଶଙ୍କ ପୁରୁଣା କୁର୍ତାଗୁଡାକ ବାହାରକଲାବେଳେ ସେ ପକେଟରୁ ଏକ ଧଳା କାଗଜଟେ ଖସିପଡିଥିଲା ସେ ତାକୁ ଉଠେଇଦେଖିଲା ସେଥିରେ କିଛି ଲେଖାଯାଇଛି :  

    ନଦେଶ ଆମ ଛୁଆ ମୃତ ନୁହେଁ, ତାକୁ ଏ ହସ୍ପିଟାଲର ଏକ ନର୍ସ ଦ୍ୱାରା ମୁଁ ଚାଇଲଡ କ୍ୟାର ହୋମକୁ ପଠେଇ ଦେଇଛି, ତମେ ସେଠୁ ଯାଇ ନେଇଆସିବ ।ତମ ପାଖରେ ରଖିବ ତମେ ଆଉ ସ୍ମିତା ଦୁହେଁ ମିଶି ତାକୁ ସ୍ନେହ କରିବ ।

ପୁଣି ଥରେ ଝଟକା ଲାଗିଥିଲା ସ୍ମିତାକୁ,  ତା ସାଙ୍ଗର ଛୁଆ ଜୀବିତ ।ହଁ ତାର ମନେପଡୁଛି ହସ୍ପିଟାଲରେ ସେ ସନ୍ଧ୍ୟା ଶବ ପାଖେ ବସି କାନ୍ଦୁଥିବା ବେଳେ ଏକ ନର୍ସ ଆସି ନଦେଶକୁ ସେ ଚିଠିଟା ବଢ଼େଇଦେଇଥିଲା, କିନ୍ତୁ ସେ ସେତବେଳେ ହୋସରେ ନଥିଲା କିଛି ପଚାରିବାକୁ ।ସ୍ମିତା ସଙ୍ଗେ ସଙ୍ଗେ ଘରୁ ବାହାରି ହସ୍ପିଟାଲକୁ ଯାଇ ସେ ନର୍ସକୁ ଖୋଜିଥିଲା ଆଉ ଜାଣିବାକୁ ପାଇଲା ସେ ହିଁ ସେ ଛୁଆକୁ ଚାଇଲଡ କ୍ୟାର ହୋମରେ ନେଇ ଛାଡିଦେଇ ଆସିଥିଲା ।ସେଠୁ ସ୍ମିତା ସିଧା ଯାଇଥିଲା ଚାଇଲଡ କ୍ୟାର ହୋମ ଆଉ ପଚରାଉଚରା କରି ଜାଣିପାରିଲା ଯେ ସେ ଯାହାକୁ ଗ୍ରହଣ କରିଛି ରିଧେଶ ହିଁ ସନ୍ଧ୍ୟା ଓ ନଦେଶର ଏକମାତ୍ର ଭଲପାଇବାର ସନ୍ତକ ।ସ୍ମିତା ଏତିକି ଜାଣିକି ବହୁତ ଖୁସି ହେଲା, ଶେଷରେ ସେ ସନ୍ଧ୍ୟାର ପୁଅକୁ ହିଁ ପୁଅ ରୂପରେ ପାଇଛି, ତା ସାଙ୍ଗର ଅହେତୁକ ବଳିଦାନ ତା ଜୀବନରେ ସବୁ କଷ୍ଟ ହରଣ କରି କେବଳ ଖୁସି ବିଛେଇ ଦେଇଛି ଯାହା ସେ ରିଧେଶ କୁ ଦେଇକି ପୁରା କରିବ ।ଘରକୁ ଯାଇ ଜୋରରେ ଭିଡି ରିଧେଶକୁ ସ୍ନେହଭରା ଚୁମା ଦେଲା ଏବଂ ତା ଆଲମାରୀ ପାଖକୁ ଯାଇ ସେ ନାଲିଓଢଣୀ ଯଉଟାକୁ ସନ୍ଧ୍ୟା ତାକୁ ଦେଇଥିଲା ଯିବା ପୂର୍ବରୁ ଖୋଲି ଦେଖିଲା ସେ ରଙ୍ଗଟା ଆଜି କାହିଁକି ବେଶୀ ଗାଡ଼ ଦେଖାଯାଉଛି ।ଠିକ୍ ସେହି ସମୟରେ ବାହାରୁ ଏକ ଦଲକାଏ ପବନ ପଶି ଆସି ସ୍ମିତା ହାତରୁ ଓଢଣୀଟା ଉଡି ଯାଇ ଟେବୁଲ ଉପରେ ଥିବା  ସନ୍ଧ୍ୟାର ଫୋଟୋ ଉପରେ ଯାଇ ପଡିଲା, ଆଉ ସେହି ସମୟରେ ନଦେଶ ପସି ଆସି କହିଲେ ଓଢଣୀଟା ଯାହାର ତା ପାଖକୁ ଚାଲିଗଲା ।


Rate this content
Log in

Similar oriya story from Tragedy