STORYMIRROR

Sonali Garnayak

Classics

3  

Sonali Garnayak

Classics

ଅଭିମାନ

ଅଭିମାନ

2 mins
176


ହଁ ବାପା ମୋର ଆଜି ତମ ଉପରେ ପ୍ରବଳ ଅଭିମାନ କରିବା ଇଚ୍ଛା ହେଉଛି, କାହିଁକି ମୋ ସହ ଏମିତି କଲ!କଣ ଭୁଲ୍ ଥିଲା ମୋର, ଏଇ ମୋର ଭୁଲ୍ ଯେ ମୁଁ ତମ ଝିଅ!ସେଥିପାଇଁ ପାଖରୁ ଦୁରେଇଦେବାକୁ ଏ ଷଡ଼ଯନ୍ତ୍ର, ପାଖରୁ ଦୁରେଇ ଦେବାର ଏତେ ଇଚ୍ଛା ଥିଲା ତେବେ କାହିଁକି ଭଲ ପାଉଥିଲ ମୋତେ, କାହିଁକି ମଣିଷ କରି ଗଢି ତୋଳିଥିଲ ନିଜ ରକ୍ତକୁ ପାଣି କରି |ସବୁ କିଛି ମନେ ପଡିବ ବାପା, ବୋଉ କୁହେ ଛୁଆବେଳେ ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ପିଠିରେ ପକାଇ ବୁଲାଉଥାଅ |ସକାଳୁ ଉଠେଇ ମୁଁହ ଧୋଇ ନିଜ କୋଳରେ ବସେଇ ବହି ଯାକର ପାଠ ମୁଖସ୍ତ କରାଇଦିଅ |ସ୍କୁଲ୍ ରୁ ବାହାରି ତୁମକୁ ଦେଖି ଧାଇଁ ଧାଇଁ ଆସୁଥିବା ବେଳେ କୋଳରେ ଉଠାଇ ଚୋକୋଲେଟ କିଣିଦିଅ |ସାଇକେଲ୍ ମାରି ମାରି କଷ୍ଟ କରି ଟିଉସନ ଯାଏ ବୋଲି ସ୍କୁଟି କିଣି ଆଣିଦେଇଥିଲା |ତମର ମନେ ଅଛି ନା ବାପା ଦିନେ ମୋ ମାଛଗୁଡାକ ରହୁଥିବା ଜାଗାଟା ଭାଙ୍ଗିଯାଇଥିଲା ବୋଲି ମନ ଶୁଖେଇଥିଲି, ତମେ ମୋ ମାଛ ଗୁଡାକ ଦେଖି କହିଲଥିଲ "ମୋ ଝିଅ ମନ ଶୁଖେଇଛି ବୋଲି ତା ମାଛ ଗୁଡାକ ମୁଁହ ଶୁଖେଇଛନ୍ତି "ତା ପର ଦିନ ଆସିଥିଲା ମୋ ପାଇଁ ସବୁଠୁ ବଡ଼ ଅକ୍ୱାରିୟମ |ହଷ୍ଟେଲରେ ଛାଡି ନିଜେ ରହିପାରନି ବୋଲି ପ୍ରତି ସପ୍ତାହରେ ଧାଇଁ ଧାଇଁ ଆସ ମୋ ପାଖକୁ ଆଉ ଫୋନ୍ କରିକି ଡାକ "ଝିଅ ତଳେ  ଅଛି ଆସେ" |ଘରକୁ ଆସିଲେ ବୋଉକୁ ପଚାରୁଥାଅ ମୁଁ ଖାଇଛି କି ନାହିଁ? ଯଦି ଘରେ ନଥାଏ ଖୋଜି ଖୋଜି ବୋଉକୁ ପଚାର ଝିଅ କୁଆଡେ ଯାଇଛି? ଯାନୀ ଯାତ୍ରା ହେଲେ ତମ ଗାଡି ପଛରେ ବାସି ତମକୁ ଭିଡି ଧରି ବସି ବୁଲିବାର ଖୁସି ମନେପଡିବ |କୁଆଁର ପୁନେଇ କଲେ ଆଉ କାହା ପାଖରେ ଅଭିମାନ କରିବି ମୋର ଡ୍ରେସ୍ ଦରକାର |

      ତୁମକୁ ଭଲ ପାଏ ବୋଲି ତମ କଥା ମାନି ଚାଲିଯାଉଛି ବାପା |ଆଉ ଝିଅ ଝିଅ ବୋଲି ଡ଼ାକିବନି, କାରଣ ଶୁଣିବାକୁ ମୁଁ ନଥିବି ବାପା, ତମ ଠାକୁର ଘରେ ଆଉ ଘଣ୍ଟ ଶଙ୍ଖ ବାଜିବନି, ମୋ ରୁମ୍ ରୁ ଆଉ ଖିଲି ଖିଲି ହସ ଶୁଣାଯିବନି |ସେ ସ୍କୁଟି ଆଉ କେହି ନେବନି!ଆଉ ଖାତା, ପେନ୍ ପାଇଁ ଫୋନ୍ କରିବିନି |ଦେହ ପା ହେଲେ ଆଉ ଜଗିବନି ବାପା, ମୁଁହ ଶୁଖେଇଲେ ମା ବୋଲି ଆଉ ଡାକବନି ବାପା!ଘରକୁ ଆସିଲେ ବୋଉକୁ ଆଉ ପଚାରିବନି ମୁ  କୁଆଡେ ଯାଇଛି? ମୋ ରୁମ୍ ରେ ପଶିଲେ ମୋ ଫୋଟ, ମୋ ବହି ସବୁ କିଛି ଜୀବନ୍ତ ଥିବେ ହେଲେ ତମ ମା ନଥିବ ବାପା!ଯାଉଛି ଅଭିମାନ କରି, ଏଥର କିନ୍ତୁ ବୁଝେଇବାକୁ ଆସିବନି ବାପା, ନେହେଲେ ମୁଁ ଦୁର୍ବଳ ପଡିଯିବି |ଭଗବାନଙ୍କ ପାଖରେ ତମ ଅହେତୁକ ସୁଖ କାମନା କରୁଛି |


Rate this content
Log in

Similar oriya story from Classics