Madhu mita

Classics Inspirational

4.2  

Madhu mita

Classics Inspirational

ଦେବୀ ଶ୍ରୀମତୀ ସମାର୍ଜିନୀ

ଦେବୀ ଶ୍ରୀମତୀ ସମାର୍ଜିନୀ

4 mins
564




           ଏତେ ଦିନ ପରେ ସ୍ବାମୀଙ୍କ ସ୍ନେହ ସୋହାଗ ପାଇ ମନ ବହୁତ ଖୁସି ହୋଇଯାଇଛି।ମା ଙ୍କ ଅପାର କରୁଣାରୁ ଆଜି ଏ ସୁଖ ପାଇଥିବାରୁ ମନ୍ଦିରରେ ଭାବ ବିହ୍ୱୋଳ ହୋଇ ଯାଉଥିଲେ ସୁଲୋଚନା..କେତେବେଳେ ଆଖି ଲାଗି ଯାଇଥିଲା ବେଢ଼ା ଶେଷରେ ଜାଣି ପାରି ନ ଥିଲେ ମଧ୍ୟରାତ୍ରରେ କୋଳାହଳ ଶୁଣି ନିଦ ଭାଙ୍ଗି ଯାଇଥିଲା ତାଙ୍କର ।


          ଆଖି ଖୋଲି ଦେଖିଲା ବେଳେ ଝଲସି ଗଲା କି ଅପୂର୍ବ ଶୋଭାଯୁକ୍ତ ନାରୀ ମାନେ ।ଗହଣା ପାଟ ପରିପାଟୀ ଆଚ୍ଛାଦିତ !ଏମାନେ ମଣିଷ ତ ?ଏତିକି ଭାବିବା ବେଳେ ନାଲି ପାଟ ପିନ୍ଧା ଜଣେ କୃଷ୍ଣବର୍ଣ୍ଣ ମହିଳା ଜଣେ କହି ଉଠିଲେ

"ମନ୍ଦିର ଅଧିଷ୍ଠାତ୍ରୀ ଦେବୀ ହିସାବରେ ଆଜିର ଏ ମହାସଭା କୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି।ନିଜ ନିଜ ସମସ୍ୟା ଉପସ୍ଥାପନା କରିବାକୁ ଆମନ୍ତ୍ରିତ କରୁଛି ।


         ସୁଲୋଚନା ଦେବୀ ଚମକି ଉଠି ବସିଲେ ଓ ଆହୁରି ଆଗ୍ରହ ସହକାରେ ଧ୍ୟାନ ଦେଇ ଶୁଣିଲେ ।


            ଶୁଭ୍ର ବସ୍ତ୍ର ପରିହିତା ଜଣେ ଦେବୀ କହିଲେ "ଜ୍ଞାନ ବିଦ୍ୟା ଦେବୀ ସରସ୍ଵତୀ ମୁଁ କିନ୍ତୁ ମୁଁ ଜାଣେ ମୋ ସ୍ଥାନ କେତେ ଟଳମଳ!ବ୍ରହ୍ମ ଦେବ ଙ୍କ ପାର୍ଶ୍ଵରେ ଦିନରାତି କେବଳ ବୀଣା ବଜେଇ ବସିଥାଏ ମୁଁ..କେବେ ସେ କହି ନାହାନ୍ତି ବିରାମ ନେବାକୁ !ମୋ ଆରାଧନା ବିନା ସାହାଯ୍ୟ ବିନା ଦେବତା ବି ଶୁନ୍ ହୋଇଯିବେ।କିନ୍ତୁ ମୁଁ ସ୍ୱଇଛାରେ କାହାକୁ ଦଣ୍ଡ କିମ୍ବା ବର ଦେଇ ପାରେନି।ଆଉ ମୋ ଜନ୍ମ ବୃତ୍ତାନ୍ତ କିମ୍ବା ଉତ୍ପତ୍ତି ନେଇ କେବେ ଚର୍ଚ୍ଚା ହୁଏନି ?ବେଳେବେଳେ ଇଛା ହୁଏ ପଚାରିବି ଏ ସବୁକିନ୍ତୁ ନିଜେ ଵାକ୍ ଦେବୀ ହୋଇ ମଧ୍ୟ ମୋତେ ବୁଝାଇବାକୁ ଶବ୍ଦ ମିଲେନି।


         ପୁଷ୍ପ ମଣ୍ଡିତା ଅପୂର୍ବ ସୁନ୍ଦରୀ ଅନ୍ୟ ଜଣେ ଦେବୀ କହି ଉଠିଲେ"ରାଜକନ୍ୟା ମୁଁ।ସ୍ବାମୀ ସିନା ଭସ୍ମ ଧାରୀ ବୈରାଗୀ ହେଲେ ମୁଁ ତ କେତେ ଅଲିଅଳରେ ବଢ଼ିଥିଲି !ଦିନେ ମହାଦେବ ଭାବିଲେ ମୋ ମୁଣ୍ଡ ଉପରେ ଛାତ ଟିଏ ଆବଶ୍ୟକ?ସୁଖ ସୁବିଧା ପ୍ରୟୋଜନ? ଦିନରାତି ବରଫାବୃତ ହୋଇ ତପସ୍ୟାରେ ରହିବା କଣ ଏକ ରାଜ କନ୍ୟା ପକ୍ଷେ ସହଜ?କେବେ ପଚାରି ବୁଝିବାକୁ କଣ ଆବଶ୍ୟକତା ନାହିଁ?"


         ଆପଦମସ୍ତକ ଗହଣା ଶୋଭିତା ଦେବୀ ଜଣେ ତାଙ୍କୁ କହିଲେ " ମୋ କଥା ଆହୁରି କଷ୍ଟ ଦାୟୀ ଦେବୀ ପାର୍ବତୀ।ଧନ ଧାନ୍ୟ ର ଦେବୀ ମୁଁ।କିନ୍ତୁ ଦିନରାତି ବିଷ୍ଣୁଙ୍କ ପଦ ସେବା ମୋ କାମ।ଆଉ ଯଦି ଭକ୍ତ ଡାକିଲେ ଚାଲିଯାଏ..ତେବେ ତ୍ୟାଗ କରିଦେବେ!କଣ ଏହା ହିଁ ମୋ ସମ୍ମାନ !


        ଉତ୍ତେଜିତ ହୋଇ ଅନୁଢା ଯୁବତୀ ସୁନ୍ଦରୀ ଦେବୀ କହିଲେ "ରାସ ଲୀଳା ମୋ ବିନା ଅସମ୍ଭବ ଥିଲା।ହେଲେ ପତ୍ନୀ ମାନ୍ୟତା ନ ଦେଇ ମୋତେ ଅପମାନିତ କରା ଯାଇଛି ନା ?ରାଧା ନାମ ନେଇଗଲେ କୃଷ୍ଣ ମିଳିଯିବେ କିନ୍ତୁ ଏ ରାଧା କାହିଁକି କୃଷ୍ଣ ନାମ ପାଇଲାନି ?ଦୁନିଆ ମୋ ଚରିତ୍ର ନେଇ କେତେ କୁତ୍ସାରଟନା କରୁଛି ?


           "ଥରେ ମୋ କଥା ଚିନ୍ତା କଲେ ଦେବୀ.."କହିଲେ ଆଉ ଜଣେ ଅପୂର୍ବ ସୁନ୍ଦରୀ ଦିବ୍ୟ ରୂପଧାରୀ ତେଜସ୍ଵୀ ମହିଳା.."ବନବାସ ଜୀବନ ନିଜ ଇଚ୍ଛାରେ ଆପଣେଇ ନେବା ପରେ ଅଗ୍ନିପରୀକ୍ଷା ଦେଇ ସତୀତ୍ଵ ପ୍ରମାଣିତ କରିବା ପରେ ମଧ୍ୟ ନିଷ୍କାସିତ ହେଲି ମୁଁ ମୋ ରାଜ୍ୟରୁ।ଆଉ କଣ କରିଥାନ୍ତି?ସନ୍ତାନ ମାନଙ୍କ ଲାଳନ ପାଳନ କରିବା ପରେ ପୁନଃ ଚରିତ୍ର ଉପରେ ପ୍ରଶ୍ନ ?ଭୂତଳ ସାହାରା ନେଲି !."


         ଯୁଗ ଯୁଗ ଧରି ସହି ଆସୁଥିବା ଏ ତେଜସ୍ଵୀ ନାରୀ ମାନଙ୍କ ବିଳାପ ଶୁଣି ହଠାତ୍ ସୁଲୋଚନା କହି ଉଠିଲେ ଆପଣ ମାନେ ଏ ସବୁର ପ୍ରତିବାଦ କରୁ ନାହାନ୍ତି କାହିଁକି ?"


          ତାଙ୍କ ଆଡେ ଚାହିଁ ଦେବୀମାନେ କ୍ରୋଧିତ ହୋଇ ଆସୁଥିବା ବେଳେ ମର୍ତ୍ତ୍ୟ ଲୋକରୁ ଦେବସ୍ଥାନ ପାଇଥିବା ସାବିତ୍ରୀ ଦେବୀ କହିଲେ " କ୍ରୋଧ ପରିତ୍ୟାଗ କରନ୍ତୁ ଆପଣମାନେ।ଏ ହେଉଛନ୍ତି ସୁଲୋଚନା ଦେବୀ।ନିଜ ସହଧର୍ମଣି ଧର୍ମ ନିର୍ବାହ କରି ପତି ଚନ୍ଦ୍ରମଣି ବାବୁଙ୍କୁ ଠିକ୍ ରାସ୍ତାକୁ ଆଣି ଥିବାରୁ ଏ ମଧ୍ୟ କୌଣସି ଦେବୀଙ୍କ ଠାରୁ କମ ନୁହନ୍ତି।"


            ଏ କଥା ଶୁଣି ଅନ୍ୟ ଦେବୀ ମାନେ ମଧ୍ୟ ସୁଲୋଚନା ଦେବୀ ଙ୍କ କଥା ଶୁଣିବାକୁ ଇଚ୍ଛା କଲେ।


         "ପତି ଦେବତା।ତା ପାଦ ତଳେ ହିଁ ପତ୍ନୀର ସଂସାର।କିନ୍ତୁ ପୁରୁଷ ଯଦି କଥା ନ ଶୁଣେ ଆଉ ସ୍ଵେଚ୍ଛାଚାରି ହୁଏ,ହାତ ଗୋଡ ଧରି କାକୁତି ମିନତି କଲେ ମଧ୍ୟ କିଛି ଫଳ ମିକେନି ତେବେ ତାକୁ ଠିକ୍ ରାସ୍ତାକୁ ଆଣିବାକୁ ନାରୀକୁ ହିଁ ଦେବାକୁ ପଡ଼ିବ ' ପେଟେଣ୍ଟ ମେଡିସିନ ' .ଯାହା ଆଉ କେବେ ସେ ଭୁଲିବେ ନାହିଁ ଆଉ ସେ ବିକାର ମଧ୍ୟ ସବୁଦିନ ପାଇଁ ଉଭେଇ ଯିବ ।


         ଦେବୀ ମାନଙ୍କ ଉତ୍ସୁକତା ଦେଖି ସୁଲୋଚନା ଦେବୀ ନିଜ ଅଭିଜ୍ଞତା ବର୍ଣ୍ଣନା କଲେ..କିପରି ଚନ୍ଦ୍ରମଣି ବାବୁଙ୍କୁ ଠିକ୍ କରି ଉସମନତାରାର ମୋହ ଫାଶ ଓ ନିଶା କବଳରୁ ରକ୍ଷା କରିବା ପାଇଁ ସେ ସାଜିଥିଲେ "ଶ୍ରୀମତୀ ସମାର୍ଜନୀ"ଆଉ ସଫଳ ହେବା ପରେ ଏକ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବା ଖୁସିରେ ଆଜି ମନ୍ଦିର ଆସିଥିଲେ.. ତାହାର ନିଖୁଣ ବର୍ଣ୍ଣନା କଲେ।ଆଉ ମନ୍ଦିର ସଫାସଫି ପାଇଁ ରଖା ଯାଇଥିବା ସେ ଚମତ୍କାରି "ଝାଡୁ" ବା "ପେଟେଣ୍ଟ ମେଡିସିନ "ର ଅମୋଘ ଅସ୍ତ୍ରକୁ ଦେଖେଇ ଦେଲେ ।


          ନୂତନ ଆୟୁଧ ପ୍ରାପ୍ତ କରିବା ପୂର୍ବରୁ ଦେବୀ ମାନେ ଅତ୍ୟନ୍ତ ନିଷ୍ଠାର ସହ ପରଂପରାଗତ ଅର୍ଘ୍ୟ ଥାଳି ଧରି ସମୂହ ଆଳତି ଆରମ୍ଭ କଲେ..


"ଜୟ ଜୟ ଝାଡୁ ଚମତ୍କାରୀ

ଦିଅ ସବୁ ବିବାଦ ହରି

ଥରେ ପଡିଲେ ତୁମ ପ୍ରହାର

ସବୁ ବିକାର ଯାଏ ଡରି

ଜୟ ଜୟ ଝାଡୁ ଚମତ୍କାରୀ !


ଯା ହାତେ ତୁମେ ଶୋଭା ପାଇବ

ସେ ନିର୍ଭୟ ହୋଇ ଯିବ

ତୁମ କରୁଣାରୁ ତାହାର

ସବୁ ଚିନ୍ତା ଦୂର ହେବ

ଜୟ ଜୟ ଝାଡୁ ଚମତ୍କାରୀ !


ନିଶା ହେଉ କିମ୍ବା ଅଳସ

ହେଉ ଅବା କେଉଁ କ୍ଲେଶ

କଥା ସିଧା ବୁଝି ନ ପାରିଲେ

ବୁଝାଇବ ତୁମେ ସାରାଂଶ

ଜୟ ଜୟ ଝାଡୁ ଚମତ୍କାରୀ । "





Rate this content
Log in

Similar oriya story from Classics