Chinmoyee Mohanty

Classics

3.6  

Chinmoyee Mohanty

Classics

କ୍ଳାନ୍ତ ଚନ୍ଦ୍ରଭାଗା

କ୍ଳାନ୍ତ ଚନ୍ଦ୍ରଭାଗା

2 mins
21.4K


ଏମିତି ଏକ ସହରରେ ଘରଟିଏ ବସେଇଥିଲା ସିଏ-ଯେଉଠି ଆପଣାର ମନେ ହେଉଥିବା ସମସ୍ତେ ଥିଲେ ତା ପଇଁ ସାତପର.ସକାଳୁ ସକାଳୁ ସେ ଉଠିଯାଉଥିଲା,

 ବଗିଚାରେ ବୁଲିବୁଲି ଜାତିଜାତି ଫୁଲ ସବୁ ତୋଳି ଆଣୁଥିଲା ଠାକୁର ପୂଜା କରିବା

 ପାଇଁ.ହେଲେ ଯୂଇ ଜାଇ ହେନା,ମାଳତି,ମଲ୍ଲୀ କୋଉଫୁଲରେ ବି ମହକ ନଥିଲା-

ସେଇ ବାସହୀନ ଫୁଲରେ ଠାକୁରଂକୁ ସଜଉଥିଲା.ଭଜନ ଜଣାଣ ଗାଉଥିଲା,

 ହେଲେ ସେଇ ସଂଗୀତର ସୁର ସବୁ କେମିତି ବେସୁରା ମନେ ହେଉଥିଲା.

 ଆଖିରୁ ଅସରା ଅସରା ଲୁହ ନିଗାଡି ଦଉଥିଲା, ହେଲେ ଠାକୁରଂକ ପାଦ ଭିଜେଇ

  ପାରୁନଥିଲା.ସେ ଅନୁଭବ କରୁଥିଲା- ତା ସହରର ଆକାଶରେ ଉଇଁଥିବାସୂଯର୍ ରେ ଉଜ୍ଜଳତା ନଥିଲା, କି ନଥିଲା ଉଷ୍ମତା.ଜହ୍ନ ରେ ବି ନଥିଲା ଶୀତଳତା..

  ତା ସହର ର ଉପାନ୍ତ ରେ ବହୁଥିବା ନଇରେ ନଥିଲା ଚନ୍ଚଳତା କି ନଥିଲା

  ସମୁଦ୍ର ରେ ମିଶିଯିବା ପାଇଁ ପ୍ରଗଳ୍ଭ ଆବେଗ॥

     ତା ସହରକୁ ଫଗୁଣ ଆସୁଥିଲା-ସାଥିରେ କିନ୍ତୁ ଆସୁ ନଥିଲା ମଳୟ॥

    କେଉଁଠି ବି ଶୁଣାଯାଉନଥିଲା କୋଇଲି ର କୁହୁସୁର.

 କୃଷ୍ଣଚୂଡାର ରଂଗ ସବୁ କେମିତି ଫିକା ଫିକା ବିବଣର୍॥

    ବଷାର୍ ର ଛନ୍ଦହୀନ ନୂପୁର ଶବ୍ଦ ରେ ତା ସହରରେ କଦମ୍ବ ଫୁଟୁନଥିଲା...

 ଗୋଟିଏ ପରେ ଗୋଟିଏ ଋତୁ ତା ସହରକୁ ଆସୁଥିଲେ,କିନ୍ତୁ ସେ ସବୁକୁ

   ଅନୁଭବ କରିବା ଆଗରୁ ସେମାନେ ଫେରିଯାଉଥିଲେ..

       ନୀରବରେ ଅତି ଗୋପପନରେ.......

 ଯୋଉଦିନ ବୋଉ ତା ହାତରେ ଚାଉଳ ଆଞୁଳି ଧରେଇ ଦେଇଥିଲା,

 ଆଉ ବାପା ବୋଉଂକ ପାଇଁ ନାନ୍ଦୀମୁଖି ଶ୍ରାଦ୍ଧ ଦେଇ, ଘରର ଏଋଂଡି ଡେଇଁ ସବୁଦିନ ପାଇଁ ସେ ଚାଲିଆସିଥିଲା ସୁନାର ହରିଣ ଧରିବା ପାଇଁ,

 ସେଇଦିନଠୁ ସେ ଛନ୍ଦିହେଇଯାଇଥିଲା ପ୍ରତାରଣା ର ଭଉଁରୀଆ ଜାଲଭିତରେ---

  ଅନାଗତ ସପ୍ତରଥୀଂକ ଚକ୍ର ବ୍ୟୁହ ଭିତରେ ଏକାକୀ ଅଭିମନ୍ୟୁ ସିଏ,

      ଯେମିତି ଅଣନିଶ୍ୱାସୀ ହେଇଯାଉଥିଲା,ଗଭୀର ଅସହାୟ ବୋଧରେ....

  ଯିଏତା'ର କୁନି କୁନି ହାତ ଧରି ଚାଲି ଶିଖେଇଥିଲେ,ତାକୁ ବୁକୁରେ ଚାପିଧରି,

 ସାତ ରାଜାର ସୁଖ ମିଳିଗଲା ବୋଲି, ଖୁସିରେ ଫାଟିପଡୁଥିଲେ,

   ଆଉ ତା' ଆଖିରୁ ଟୋପାଏ ଲୁହଝରିଲେ, ଯାହା ହୃଦୟରୁ ଝରିପଡୁଥିଲା

   ଥୋପାଥୋପା ଲହୁ....

      ସେମାନଂକୁ ସେ ପର କରିଦେଲା-ସାତପର....

   ତାଂକଠୁ ତାଂକର ସବୁ ଅଧିକାରକୁ ଛଡେଇନେଇ ଚାଲିଆସିପାରିଲା ସେ!

   ସେଦିନ ଆକାଶଟା କାହିଁକି ତା ମୁଣ୍ଡ ଉପରେ ଛିଡିପଡିଲାନି!!

    କାହିଁକି ତା ପାଦତଳର ମାଟି ଫାଟି ଦିଭାଗ ହେଇଗଲାନି!!

  ଏବେ ଚାରିପଟେ ତା'ର ଖାଲି ଛଳନାର ବହ୍ନି ଶିଖା,

      ହୁତୁହୁତୁ ହେଇ ଜଳିଚଲିଛି--

   ମୁଖାପିନ୍ଧା ମଣିଷ(?) ମାନଂକର ଅଟ୍ଟହାସ୍ୟ ରେ କାନ ତାର ତାବ୍ଦା ହେଇଯାଉଛି....ଏ ଶିଖା ତା' ପାଇଁ ଜୁଇ ନିଁଆ ପାଲଟି ଯଆନ୍ତାନି?

 ଥକି ପଡିଥିବା,ଶକ୍ତିହୀନ ଚନ୍ଦ୍ରଭାଗା ସିଏ--

   ହଜେଇ ଦେଇଥିବା ଦୁଇଟି ଆତ୍ମାର ଗଭୀର ଆଷ୍ଳେଶ ଚାହେଁ ସେ.

 ତାଂକରି କୋଳରେ ଟିକିଏ ଥକ୍କା ମାରିବାକୁ ଚାହେଁ...

   ନାନାବାୟା ଗୀତ ଶୁଣି ଶୁଣି ଶୋଇଯିବାକୁ ଚାହେଁ ସବୁଦିନ ପାଇଁ !!

                              ----ରଞୁ


Rate this content
Log in

Similar oriya story from Classics