ମୋ ମନର ଚଢେଇ
ମୋ ମନର ଚଢେଇ
ସେ ଦିନ ଭିଡିଓ କନ୍ଫରେନ୍ସିଂ ରୁ ଫେରିବା ପରେ ସାର୍ ମୋତେ ଡାକିଲେ । କହିଲେ “ଇଣ୍ଡୋମୀ ଆଜି ଆସିଥିଲା । ତା ସହ ସେ କେସ୍ ଡିସ୍କସ୍ କରି ଦେଇଛି । ତୁମର ମୁଣ୍ଡ ବ୍ୟଥା ଗଲା” । “ଭଦ୍” ଶବ୍ଦଟି ଶୁଣି ମୋ ମନରେ ହାହାକାର ଅଙ୍ଖଡ ପ୍ରଳୟ ସୃଷ୍ଟି ହୋଇଗଲା । ପ୍ରାକ୍
ଯୌବନରେ ମିଳିଥିବା ହୃଦହୟର ସେହି ପୁରଣା କ୍ଷତଟି ପୁଣି ତାଜା ହୋଇ ରକ୍ତରଂଜିତ ହୋଇଗଲା ।
ମୁଁ ବି.ଏ. ପଢିବା ବେଳର କଥା । ରାଜନୀତି ବିଜ୍ଞାନ ଅନର୍ସ ନେଇ ମୁଁ ହଷ୍ଟେଲରେ ରହି ପଢୁଥାଏ । ସେତେବେଳେ ପ୍ରାକ ଯୌବନର ଉଦ୍ଦାମତାରେ ଆମେ ସବୁ ସହପାଠୀ, ରୁମ୍ ମେଟ୍ ଚଳଚଂଚଳ ହୋଇଥାଉ ମୁଁ ହାଇସ୍କୁଲ ପଢିବା ସମୟରୁ ତର୍କ, ପ୍ରବଂଧ, ସଂଦା ( କୁଇଜ୍ ), ସ୍ୱରଚିତ କବିତା ଆବୃତ୍ତି ପ୍ରଭୃତି Extra Curricular Activities ରେ ଭାଗ ନିଏ ଓ ପୁରସ୍କାର ବି ଜିଣିଥାଏ । କଲେଜରେ ବି ସେଇ ଧାରା ଅବ୍ୟାହତ ରହିଲା । ଦିନେ ସଂଧ୍ୟାରେ ଆମର ମୁଖ୍ୟ ଖଟି THARN-୩୩ (ରୁମ୍ ନଂ) ରେ ଆମେ ସମସ୍ତ ସାଂଗ
ମିଶି ଗପୁଥିଲୁ । ଶ୍ରାବଣୀ ସଂଧ୍ୟାଟିଏ ଝର୍କା ବାହାରେ ବର୍ଷା । ଏହିପରି ରୋମାଂଟିକ୍ ପରିବେଶରେ
ଆଲୋଚନାଟି ବି କ୍ରମେ ରୋମାଂଟିକ୍ ହୋଇ ବସିଲା ।
ରବି କହିଲା- ଆମ ଅନର୍ସର ଛାତ୍ରୀ ମାନଂକ ମଧ୍ୟ କାହାକୁ ତୁମେ ବେଶୀ ସୁଂଦର ବୋଲି ଭାବ ?
ବହୁତ ଗରମାଗରମ ଆଲୋଚନା ପରେ ସର୍ବସମ୍ମତି କ୍ରମେ ନାଁ ଟି ସ୍ଥିରୀକୃତ ହେଲା-ରଶ୍ମୀ ମୁଁ ସ୍ଵଭାବତଃ ଟିକିଏ ଲାଜକୁଳା ଓ Introvert କିସମର ପିଲା । ଆମ କ୍ଲାସର ରଶ୍ମୀ କିଏ
-ତାହା ମୁଁ ସେ ପର୍ଯ୍ୟନ୍ତ ଜାଣି ନ ଥିଲି ।
ସମସ୍ତେ ସେଠୁ ଯିବା ପରେ ରବିକୁ ଅଟକାଇ ମୁଁ ପଚାରିଲି- ଭାଇ । ରଶ୍ମି କିଏ, ମୋତେ
କାଲି ଦେଖାଇ ଦେବ । ମୋ କଥା ଶୁଣି ପ୍ରଥମେ ରବି ବହେ ହସିଲା । ତା’ପରେ କହିଲା- ବୁଝିଲୁ ଭାଇ ବିଜୟ ,
ତୋ ପରି ପିଲା ମୁଁ ଦେଖି ନ ଥିଲି । ଆରେ ପାଠ ସହିତ ଶାଠ ବି ଟିକିଏ ଦରକାର ବୁଝିଲୁ । ତା’ ପରଦିନ ଇଶାରାରେ ରବି ମୋତେ ଦେଖେଇଦେଲା ରଶ୍ମୀକୁ । ସେ ଝିଆଟିକୁ ଦେଖି ମୋ ଦେହରେ ସଂଚାଳିତ ହୋଇଗଲା ଏକ ବୈଦ୍ୟୁତିକ ତରଂଗ-ଶିହରଣ ମାନଂକର ଝଡ । ବାସ୍ତବିକ ସେ ଖାଲି ଆମ କ୍ଲାସ କାହିଁକି, କଲେଜ୍ କୁଇନ ହେବା କଥା । ଉନ୍ନତ ଗ୍ରୀନା, ଲଂବା ନାକ, କଥାକୁହା
ଆଖି ଓ ଆଜାନୁଗଂବିତ କେଶ । ତାକୁ ଦେଖି ମୋ ହୃଦୟରେ ତଡିତ୍ ଭାବାଂତର ସୃଷ୍ଟି ହେଲା । ମୋ
ମନ କହିଲା- ଏଇ ଝିଅଟି ପ୍ରକୃତରେ ମୋ ମନର ଚଢେଇ ହେବା ଯୋଗ୍ୟ । ଏହାକୁ ମନମଂଦିରରେ
ବସାଇ ପୂଜା କରିବା କଥା । ସେ ବର୍ଷ କଲେଜ୍ ର ବାର୍ଷିକ ଉତ୍ସବରେ ତର୍କ, ପ୍ରବଂଧ, କୁଇଜ, କବିତା ସବୁଥରେ ପ୍ରଥମ ସ୍ଥାନ ରଖିଥୁବାରୁ ମୋତେ ସାର୍ଟିଫିକେଟ୍ ଓ ପୁରସ୍କାର ଦିଆଗଲା । ତା ସହିତ ଲିଟରାରୀ ଚାମ୍ପିୟାନ ବୋଲି ଏକ ବିଶେଷ ପୁରସ୍କାର ମୋ ନାଁରେ ଘୋଷିତ ହେଲା । ସେହି ପୁରସ୍କାର ଟିକୁ ଗ୍ରହଣ କରିବା ପାଇଁ
ମୁଁ ମଂଚ ଉପରକୁ ଯିବାରୁ ସଂଚାଳକ ମୋତେ ଅନୁରୋଧ କଲେ ସ୍ୱରଚିତ କବିତାରୁ କିଛି ପଦ ଆବୃତି
କରିବା ପାଇଁ । ମୁଁ ସଦୟରଚିତ ଏକ ପ୍ରେମ କବିତାର ଦୁଇଚାରି ପଦ ଆବୃତି କଲି । ସଭାରେ
ଉଦ୍ବର୍ପିତ ତାଲିମାଡ ।
ସେ ବର୍ଷ ବାର୍ଷିକ ପରୀକ୍ଷାରେ ମୁଁ ଅନର୍ସରେ ସବୋଚ୍ଚ (୬୨.୫ %) ଏବଂ ଅନ୍ୟ ସମସ୍ତ ବିଷୟରେ Distinction ପାଇଲି । ମାର୍କ ସିଟ ଧରି ଡିପାର୍ଟମେଣ୍ଟ ରୁ ବାହାରୁଥାଏ, ହଠାତ୍ ପଛରୁ ଡାକ ଶୁଭିଲା- ଭାଇ, ଟିକେ ଶୁଣିବେକି ? ପଛକୁ ଚାହିଁ ଦେଖିଲି- ରଶ୍ମୀ ଅଟକି ଯାଇ ପଚାରିଲି- କ’ଣ କହୁଥିଲେ ?
ଲାଜ ଲାଜ ହୋଇ ରଶ୍ମୀ କହିଲା- “ ମୋର ଉଭୟ ଅନର୍ସ ଓ ବାଧ୍ୟତାମୂଳକ ଇରାଜୀ ପେପର ଟିକେ ଖରାପ ହୋଇଯାଇଛି । ଆଉ ଆପଣ ଅଲମୋଷ୍ଟ ଅଲ୍ ପେପରରେ ବିଶ୍ବବିଦ୍ୟାଳୟ ଟପର୍ । ତେଣୁ ମୋତେ ଟିକିଏ ସାହାଯ୍ୟ କରିବେ କି ?
ମୁଁ ଉତ୍ତର ଦେଲି- “ସାହାଯ୍ୟ କରିବାରେ ମୋର ମନା ନାହିଁ ମୁଁ ସବୁ ବିଷୟର Summary ନୋଟ୍ସ ଆପଣକୁ ଦେଇଦେବି ଯଦି ସେଇଥରେ ଆପଣଂକ ଉଦ୍ଦେଶ୍ୟ ସାଧୁ ହେବ । ତା’ ଛଡା ଏଠି ତ ମୁଁ ହଷ୍ଟେଲରେ ରହେ । ଆପଣ ସେଠି କି ସଂଦେହ ମୋଚନ ପାଇଁ ଆସି ପାରିବେ ନାହିଁ ।
ରଶ୍ମୀ କହିଲା- “ ମୁଁ ସିନା ହଷ୍ଟେଲ ଯାଇ ପାରିବି ନାହିଁ ଆପଣ ତ ମଝି ମଝିରେ ଛୁଟି ଦିନ
ଆମ ଘରକୁ ଆସି ପାରିବେ । ମୋ ଠିକଣାଟା ଲେଖି ଦେଉଛି । ଯେଉଁ ଦିନ ଆସିବାର ଥିବ, ତା
ପୂର୍ବଦିନ କଲେଜରେ ମୁଁ ଆପଣଂକୁ କହିଦେବି ।”
ଏହି ପ୍ରସ୍ତାବରେ ରାଜି ହେବା ବ୍ୟତିତ ମୋର ଆଉ କିଛି ଉପାୟ ନ ଥିଲା । ମଳୁ ଖୋଜୁଥିଲା
ଯାହା, ବଇଦ ବତାଇଲା ତାହା । ରଶ୍ମୀର ସାମୀପ୍ୟ ଓ ସାନ୍ନିଧ୍ୟ ପାଇବାର ଏହାଠାରୁ ବଳୀ ବଡ
ସୁଯୋଗ ଆଉ କରଣ ହୋଇପାରେ ?
ତା’ପରେ ଆରଂଭ ହେଲା ଆମ ନୀରବିତ ପ୍ରେମର ସ୍ବର୍ଣ୍ଣିମ ଅଧ୍ୟାୟ । ସପ୍ତାହକୁ ଥରେ ଦି ଥର ଟିଉସନ୍ ଆଳରେ ରଶ୍ମୀ ଘରକୁ ଯାଇ ବସିଲି ମୁଁ । ସେ ବି ବେଶ୍ ମନସ୍କା ଛାତ୍ରୀ ଓ ମୁଡ ତଳକୁ କରି ମୁଁ ଡାକୁଥିବା ପଏ ଗୁଡିକୁ ନୋଟ୍ କରିବାରେ ବ୍ୟସ୍ତ । ମଝି ମଝିରେ ଆଖି ପାଖକୁ ଲାଗି ଆସୁଥିବା ଅଲରା ବାଳ ଗୁଡିକ ସଜାଇବା ପାଇଁ ସେ ମୁହଁ ଉପରକୁ କରେ ଓ ଆମ ଚାରି ଚକ୍ଷୁର ମିଳନ ହୁଏ
। ସେତିକିରେ ମୁଁ ସଂତୁଷ୍ଟ । କାହା ପାଇଁ ପ୍ରେମ ନର୍କ କୁଣ୍ଡ କିନ୍ତୁ ମୋ ପାଇଁ ତାହା କୋଇଲି ବୈକୁଣ୍ଠ କ୍ରମଶଃ...
ସ୍ମୃତି ହସର ଛଟା ରଶ୍ମୀର ଲାଜ ଲାଜ ଭାବ କଟିଗଲା ଓ ସବୁବେଳେ ତା ମୁହଁରେ ଏକ ଲାସ୍ୟମୟୀ ଖେଳିବାକୁ ବସିଲା । ମୁଁ ବି ପାଠ ବାହାରେ ଆଉ କିଛି କହି ପାରୁ ନ ଥିବାରୁ ସେ ବି ବୋଧ ହୁଏ ଅନ୍ୟ କିଛି କହିବା ପାଇଁ ସାହସ ଜୁଟାଇ ପାରୁ ନ ଥିଲା ।
ତେବେ ଦିନ ବୋଧ ହୁଏ ସୂର୍ଯ୍ୟ ପଶ୍ଚିମ ଦିଗରୁ ଊଇଁ ଥିବେ ନା କଣ ତା ଘରକୁ ପହଂଚିବା ପରେ ରଶ୍ମୀ କହିଲା, ସାର (ପଢଉଥିବା ବେଳେ ସେ ମୋତେ ସାର୍ ଡାକେ), ଆଜି ମୋର କିଛି ପଢିବାର ନାହିଁ କି ସଂଦେହ ମୋଚନ କରିବାର ନାହିଁ ।
ମୁଁ କହିଲି ତା’ହେଲେ ମୁଁ ଯାଉଛି । ଖପ୍ କିନା ମୋ ହାତଟିକୁ ଧରି ପକାଇ ରଶ୍ମୀ କହିଲା- “ନା ସାର୍ । ଆଜି ମୋର ଇଚ୍ଛା ପୂରଣ ନ ହେବା ପର୍ଯ୍ୟନ୍ତ ମୁଁ ଆପଣକୁ ଯିବାକୁ ଦେବି ନାହିଁ । ମୁଁ ପଚାରିଲି-କ’ଣ ତୁମେ ଇଚ୍ଛା
?
ରଶ୍ମି କହିଲା- ଆଜି ଆପଣ ମୋତେ କବିତା ଶୁଣେଇବେ । ମୁଁ ତାକୁ ନୋଟ୍ ଖାତାରେ ଉତ୍ତାରି ନେବି ଓ ଶୋଇଲା ବେଳେ ଫୁର୍ସତ୍ ରେ ପଢିବି ।
ମୁଁ ପଚାରିଲି-ମୁଁ କବିତା ଲେଖେ ବୋଲି ତୁମେ ଜାଣିଲ କିପରି ରଶ୍ମୀ ଉତ୍ତର ଦେଲା- ସେ ଦିନ କଲେଜ ର ବାର୍ଷିକ ଉତ୍ସବରେ ମୁଁ ସବୁ ଦେଖିଛି । ତା ଛଡା କଲେଜ୍ ମାଗାଜିନ୍ରେ ବି ଆପଣଙ୍କ ଏକ ସୁନ୍ଦର କବିତା ପ୍ରକାଶିତ ହୋଇଛି । ଅନ୍ୟ ଉପାୟ ନ ପାଇ ସେ ଦିନ ମୁଁ ଦୁଇ ଚାରିଟା କବିତା ଶୁଣାଇଲି ଓ ଚା’ ଜଳଖିଆରେ ଆପ୍ୟାୟିତ ହୋଇ ଫେରିଲି ।
ହଷ୍ଟେଲ ରୁମ୍କୁ ଫେରିବା ପରେ ମୁଁ ଗଭୀର ଭାବେ ଚିଂତାମଗ୍ନ ହୋଇ ପଡିଲି । ଝିଅଟି କଣ ସତରେ ମୋ ପ୍ରେମରେ ପଡି ଯାଇଛି ନା କଣ ? ନା ଏହା ଏକ ଉଠିତା ଝିଅର ସ୍ଵାଭାବିକ ଅଭିବ୍ୟକ୍ତି ? ଆଉ ପ୍ରଥମ ପ୍ରଶ୍ନଟିର ଉତ୍ତର ଯଦି ହଁ ତେବେ ଏ ପ୍ରେମର ଭବିଷ୍ୟତ କଣ ? ଏହିପରି ଅନାବନା ପ୍ରଶ୍ନର ଉଜାଣି ଯମୁନାରେ ସେ ରାତିରେ ମୁଁ ଆଦୌ ଶୋଇ ପାରିଲି ନାହିଁ ।
ବି.ଏ. ଫାଇନାଲ ପରୀକ୍ଷା ପାଖେଇ ଆସୁଥାଏ ପରୀକ୍ଷାର ପନ୍ଦର ଦିନ ପୂର୍ବରୁ ମୁଁ ଶେଷ ଥର ପାଇଁ ରଶ୍ମୀ ଘରୁକୁ ଯାଇଥିଲି । ଫାଇନାଲ ପରୀକ୍ଷା ପାଇଁ ସଂଭାବ୍ୟ ପ୍ରଶ୍ନୋତ୍ତର ଏକ ସଂକ୍ଷିପ୍ତ ସଂସ୍କରଣ ଯାହା ମୁଁ ପ୍ରସ୍ତୁତ କରିଥିଲି, ତାହା ରଶ୍ମୀକୁ ଦେଇ କହିଲି, ଏଇଟାକୁ ଉତାରି ଦେଇ ମୋତେ ଫେରାଇଦେବ ଓ ପରୀକ୍ଷା ଏହିପରି ଭାବେ ପ୍ରସ୍ତୁତ ହେବ ।
ତା’ ପରଦିନ କଲେଜ ସମାପ୍ତ ହେବା ପରେ ଟିକଏ ପୋଷ୍ଟ ଅଫିସ୍କୁ ଗଲି ମୋର କବିତା
କେଇଟା ବିଭିନ୍ନ ସାହିତୟ ପତ୍ରିକା ମାନଂକ ସଂପାଦକଂକୁ ପଠାଇବା ପାଇଁ ।
ହଷ୍ଟେଲ ଫେରି ମେସ୍ରେ ଖିଆପିଆ ସାରି ମୋ ରୁମ୍କୁ ଫେରି ଦେଖିଲି ରବି ମୋ ଅପେକ୍ଷାରେ
ବସିଛି । ମୋତେ ଦେଖି ଗୋଟିଏ ବିବାହ ନିମଂତ୍ରଣପତ୍ର ବଢାଇ ଦେଇ କହିଲା- ରଶ୍ମୀର ବାହାଘର
ସ୍ଥିର ହୋଇଯାଇଛି । ତା’ ଭାଇ ଆସିଥିଲା ଆମ ସମସ୍ତଂକୁ କାର୍ଡ ଦେବା ପାଇଁ । ତୋ କାର୍ଡଟି ମୁଁ
ରଖିଥୁଲି ।
ଏକ ଭାବଲେଶହୀନ ଚେହେରାରେ ମୁଁ ରବି ହାତରୁ କାର୍ଡଟି ଗ୍ରହଣ କଲି । ଫାଇନାଲ୍ ପରୀକ୍ଷା
ଶେଷ ହେବାର ଦଶ ଦିନ ପରେ ରଶ୍ମୀର ବାହାଘର । ନିମନ୍ତ୍ରଣ ପତ୍ର ର କଭର୍ ଭିତରେ ଗୋଟିଏ
ଛୋଟ ହାତଲେଖା ଚିଠି, ସାର୍ । ନିଶ୍ଚୟ ଆସିବେ ।”
ସେ ଦିନ ରାତିରେ ଶୋଇଲାବେଳେ ମୁଁ ସମସ୍ତ ଘଟଣା କ୍ରମଟିକୁ ମୂଳରୁ ବିଶ୍ଳେଷଣ କଲି ।
ମୋତେ ଲାଗିଲା-ରଶ୍ମୀର ବ୍ୟବହାର ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ଵାଭାବିକ । ମୋର କବି
ମନର ଭାବପ୍ରବଣତାରେ ଭାସି ଯାଇ ମୁଁ ତାକୁ ଅଯଥାରେ ‘ପ୍ରେମ’ ଆଖ୍ୟା ଦେଇ ଚାଲିଅଛି । ମୋତେ
ବି ରାଶ୍ମୀ ପରି ସ୍ବାଭାବିକ ହେବାକୁ ପଡିବ ।
ରଶ୍ମୀର ବାହାଘରେ ମୋର କବିତା ପୂର୍ଣ୍ଣ ଡାଏରୀ ଟିଏ ତା ହାତକୁ ବଢାଇ ଦେଲି । ରଶ୍ମୀର ନବବଧୂ ବେଶ ଦେଖିବା ପାଇଁ, ତା’ ସହିତ ଦୁଇ ପଦ କଥା ହେବା ପାଇଁ ଏପରିକି ବାହାଘର ଭୋଜି ଖାଇବା ପାଇଁ ବି ମୁଁ ସେଠି ରହିଲି ନାହିଁ । ମୋ ମନର ଚଢେଇକୁ ନୀଳ ଗଗନରେ ଉଡେଇ ଦେଇ
ତା’ର ସ୍ମୃତିରେ ସବୁଜ ଏକ କ୍ଷତ ସହ ଚୁପ୍ଚାପ୍ ଚାଲି ଆସିଲି ମୁଁ ।