ଗଧର ଆତ୍ମକାହାଣୀସଂଜୟ କୁମାର ତ୍ରି
ଗଧର ଆତ୍ମକାହାଣୀସଂଜୟ କୁମାର ତ୍ରି
ଗଧର ଆତ୍ମକାହାଣୀ
ସଂଜୟ କୁମାର ତ୍ରିପାଠୀ
୧୯୯୬ ମଃ ଜୁଲାଇ ୨୬ ରୁ ମୁଁ ଗୋଟିଏ ଗଧଟୋପି ପିଂଧୁ ଏ ଯାବତ୍ ସହକର୍ମୀକ ଟାହିପହରା,
ଅଧିକାରୀ ମାନଂକର କ୍ଷଣକେପ ଓ ସଂସାର ସମସ୍ୟା ଜର୍ଜରିତ ଲଛନା, ମାନସିକ ନିର୍ଯ୍ୟାତନା ସବୁକିଛି ପିଠିରେ
ବୋହି ଆତଯାତ ହେଉଅଛି । କାହା ଆଗରେ
ଗରେ ବା ପ୍ରକାଶ କରିବି ଏ ସବୁ ଗୋଝର ତିକ୍ତ, କଞ୍ଚାୟ, କରୁଣ
କାହାଣୀ ? ବର୍ତମାନ ମୁଁ ଉତ୍ତର ଖୋଳୁଛି ମୋର ଭାଗ୍ୟବିଧାତାଂକ ଠାରୁ ; କିଂତୁ କୌଣସି ଏକ ଯୋଗ୍ୟ
ସମାଧାନର ଲୀଳାବତୀ ସୂତ୍ରଟି ପାଇନି ଏ ଯାଏଁ ।
ମୁଁ ଜଣେ ରାଜ୍ୟ ସରକାରୀ କର୍ମଚାରୀ, ତେଣୁ ଢୋକେ ପି ସଂଡେ ଜିଇଁର ଆଦର୍ଶରେ ଏହି ବିଷୟବିବାଦ
ଭରା ବରାବାହୀ ଗଧଟି ଚାଲୁଛି ତାର ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇ ଜୀବନର ଯାତ୍ରା ପଥରେ ଏକ ମୋଡରେ
ଅନତିକ୍ରମଣୀୟ ଦୂରତ୍ବର ମାଇଲ ଫୁଟିରେ ବଂଧା ମୁଁ ଗଧ । ବିଭାଗୀୟ ମୁଖ୍ୟକ ଠାରୁ ଆରଂଭ କରି ଚତୁର୍ଥ
ଶ୍ରେଣୀୟ ସହକର୍ମୀ ମାନଂକ ଗୋଟିଏ ପରେ ଗୋଟିଏ ଭାର ମୋ ପିଠିରେ ଲଦିଦେବା କିଛି ବିଚିତ୍ର କଥା ନୁହେଁ-
ଯେହେତୁ ଆମ ଗୋଚର ମୁଁ ହିଁ ଏକମାତ୍ର ନୀରବରେ ଭଲମଂଦ ବିଚାର ନ କରି ଭାର ବୋହିବା ପାଇଁ ସର୍ବାଗ୍ରେ
ବାହାରି ଆସେ ।
ଜୀବନର ଗତିପଥରେ ଚଚିରାଚରିତ ପ୍ରଥାରେ ଚାଲୁଚାଲୁ ହଠାତ୍ ଦିନ କିଛିଟା କର୍ମକ୍ରିୟା ଆସ୍ଵାଭାବିକ
ରୂପେ ବ୍ୟକ୍ତିବିଶେଷର ସଚେତନ, ଅଚେତନ, ଅର୍ଦ୍ଧଚେତନ ତଥା ଅତ୍ୟପ୍ରିୟ ଚେତନାର ସ୍ତରରେ ଏକ ମସ୍ତବଡ
ବିସ୍ଫୋରଣ ଘଟିଯାଏ, ଏହା କହିବା ବାହୁଲ୍ୟ । ତଦ୍ୱାରା ମଣିଷ ଜୀବନର ଗତିପଥ ବଦଳିଯାଇ ଏକ ନିର୍ୟାୟକ
ମୋଡ ନିଏ, ଏହି ଯେପରି ଘଟିଲା ମୋ କ୍ଷେତ୍ରରେ ।
ପିଲାଟି ଦିନରୁ ମୁଁ ଥୁଲି ନିୟମିତ, ସମୟାନୁବର୍ତୀ ଏବଂ ପରି ପାଇଁ ଅଙ୍ଗୁଠତି ଚିତ୍ରରେ ଆତ୍ସର୍ଗ କରିବାର
ମନୋବୃତି ସଂପନ୍ନ ଏକ ଗଧ- ନଂ। ୭୮୬, ସୁତରାଂ ଯେତେବେଳେ ୬ ବର୍ଷ ତଳର ଏକ ଫାଇଲଗତ ମାମଲାରେ
ମୁଁ ଭିଜିଲାନ୍ସ କେସ୍ରେ ସହ-ଅଭିଯୁକ୍ତ ହୋଇ ଜୀବନର ଚାଳିଶଟି ବସଂତର ପତ୍ରଝଡ଼ା ଋତୁରେ ବିଚାରବିଭାଗୀୟ
ହାଜତରେ କାଳାତିପାତ କଲି ଏବଂ ପରେ ଏକବର୍ଷ ନିଲଂବିତ ହେବା ପରେ ପୁନର୍ବାର କାର୍ଯ୍ୟରେ ଅବସ୍ଥାପିତ
ହେଲି, ଯେତେବେଳେ ମୋ ଗଧ ଟୋପିକୁ ତଳେ ଫୋଡାଡି ଦେଇ ମୁଁ ଆଗେଇ ଚାଲିଲି ନିଃଶଂକ, ନିର୍ବେଦ
ଚିତ୍ରରେ ଆହୁରି ଆଗକୁ । ଗଂତବ୍ୟ ସ୍ଥଳର ଠିକଣା ଜାଣି ନ ଥିବା ଏ ଗଧ ଉପରେ କୋରଡା ମାଡ ହେଲା ଓ
ଅଧିକାରୀ ମୋତେ ସାଧାରଣଠାରୁ ଦୁଇଗୁଣ ବୋଝ ବୋହି ଅନତିକ୍ରମଣୀୟ ଦୂରତ୍ଵର ସେ ମାଇଲଖୁଟିରେ
ଅବିଂବେ ପହଂଚିବା ପାଇଁ ନିର୍ଦ୍ଦେଶ ଦେଲେ । ଏବଂ ତା ପରେ ମୋ ଇଂଗା ଗୋଡରେ ଦୁଇଗୁଣା ବୋଝ ବୋହି
ଚାଲିବାଟା କେତେ ଯେ କଷ୍ଟ ସାଧ୍ୟ ଦୁରୂହ ବ୍ୟାପାର, ତାହା କେବଳ ଅନୁଭବୀ ହିଁ ହୃଦୟଙ୍ଗମ କରିପାରିବେ !
ସେ ଯା’ ହେଉ ଏବେ ମୋ ପ୍ରଶାସନିକ ଭାର ଯେମିତିକି ପଦୋନ୍ନତି ମୋ ପାଇଁ ଆକାଶ କଇଁଆ ଚିଲିକା
ମାଛ ସଦୃଶ । ଯଦିବା ମୁଁ ଗ୍ରେଡେସନ ଲିଷ୍ଟରେ ୫ ନଂ ସ୍ଥାନରେ ଅଛି ଓ ବିଭାଗୀୟ ପଦୋନ୍ନତି କମିଟିର ବୈଠକ
ବସିଲେ ମୋର ପଦୋନ୍ନତି ମୁନିଶ୍ଚିତ, ତଥାପି ଭିଜିଲାନ୍ସ କେସ୍ର କଳଂକ ଯୋଗୁଁ ମୁଁ ଏକ ଅମାବାସ୍ୟାର ଚଂଦ୍ର ।
ସେ ଯାହା ହେଉ, ନିମ୍ନ ମଧ୍ୟବିତ୍ ପରିବାରର ମୁଁ ଏକ ମାତ୍ର ରୋଜଗାରକ୍ଷମ ସଭ୍ୟ, କାରଣ ଏଇ ନିକଟ
ଅତୀତରେ ମୋ ସାନଭାଇ ର ରଚି ବଦଳି ହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇ ସାରିଲାଣି । ଅଶୀତିପର
ବୃଦ୍ଧ ବାପ ହୃଦ୍ରୋଗୀ କେବଳ ନିୟମିତ ଔଷଧ ସେବନ ଦ୍ଵାରା ତକ ଆସନ୍ନ ମୃତ୍ୟକୁ କିଛିଟା ଦୂରେଇ ରଖିତି
। ଏକମାତ୍ର ଝିଅ LPU ଫଳାଦରେ BBA (Hons) Course ର ଦ୍ଵିତୀୟବର୍ଷ (ତୃତୀୟ ସେମିଷ୍ଟାର ର ଛାତ୍ରୀ)
ଯେତେ ଯେତେ ବଡ ହୋଇ ଚାଲିଛି, ମୋର Academic ରେକର୍ଡ ଜଂଗ କରି ଚାଲିଛି । ୨୦୧୭-୧୮ ଉ
Academic Excellece (Topper in her Class) ପାଇଁ ସେ ଏବେ ନବବର୍ଷରେ ସମ୍ମାନିତ ହୋଇଥିଲା ।
ପୁନରାୟ NPTEL ପରୀକ୍ଷାରେ ଗୋଲଡ୍ ମେଡାଲିଷ୍ଟ ହେବାରୁ ଆସଂତା ୨୭ ତାରିଖ ଅପରାହ୍ନ ୩.୩୦ ରୁ
୪.୧୦ ମଧ୍ୟରେ ସେ Block-2 ର ଅଡିଟୋରିୟମ୍ରେ ପୁଣି ଥରେ ସମ୍ମାନିତା ହେବ । ମୋ ଝିଅର ଏହି ସଫଳତା
ମୋତେ କିଛିକାଂଶରେ ଆଶାବାଦୀ ହେବା ପାଇଁ ପ୍ରେରଣା ଦେଇଛି ।
ଜନ୍ମରୁ ୨୦୧୬ ଅପ୍ରିଲ ୨୩ ତାରିଖ ପର୍ଯ୍ୟତ ମୋ ପାଇଁ ପ୍ରେରଣାର ଚିର ନିର୍ଝର ଉତ୍ସ ମୋ ମାଁ । ସେ ମୋର
ଭଗ୍ନାବଶେଷ ମଧ୍ୟରୁ ଅମରପକ୍ଷୀ ଫିନିକ୍ ସମ ମୋତେ ଉପରକୁ ଉଠାଇ ବୁଲିଲେ ଅଗ୍ନିଗ୍ନି ବନସ୍ତମଳୟର
ଚଉହଦିରେ ଚୋରା ପ୍ରୀତିର ମହକ ପାଇ ମୁଁ ପୁଣି ଥରେ ନୀଳତୃଷ୍ଠାର ମହାମୋହରେ ବାଂଧୁ ହେଲି । ମୋ ମା
ମୋତେ ଦୁଇଥର ଜନ୍ମ ଦେଇଛତି- ଗୋଟିଏ Biologically ଏବଂ ଅନ୍ୟଟି Soulfully, ମାନସିକ ଦୃଢତା ଓ
ଅପରିମିତ ଅଙ୍ଗୁରଂତ ପ୍ରାଣପ୍ରାଚୁର୍ଯ୍ୟରେ ଭରି ଦେଇଛତି ମୋର ସମଗ୍ର ସତ୍ତା ]
ମୋ ମାଁକ ହିରଣ୍ମୟୀ ସ୍ମୃତିରେ ଉଦ୍ବୁଦ୍ଧ ହୋଇ ମୁଁ ଫିନିକ୍ ପରି ନିଜର ଚିତାଭସ୍ମରୁ ପୁନଃ ଆତ୍ମପ୍ରକାଶ
କରିଛି ଏବଂ ବର୍ତମାନର ସମାଜ ବ୍ୟବସ୍ଥାରେ ଏକ ଭାରବାହୀ ଗଧର ବୋଟ୍ ମୁଣ୍ଡାଇ ଚାଲିଛି ପଲ୍ଲୀରୁ ଦିଲ୍ଲୀ-
ସଂବଲପୁର ରୁ ମାନ୍ହଟ୍ଟଜ୍ ।
“ ଏ ପଥର ଶେଷ କେବେ”
ଅଜଣା ଶିକାରୀ ଏଠି ବାଂଧ୍ୱରେ ନାଗଫାଶ “ ।
ସୁତରାଂ ଯୁଗସଂଧୂର ଏହି ପାବନ ମାହେ ଦ୍ରବେଳାରେ ଆମେ ସ୍ଵାଗତ କରିବା ଯୁଗ-ପୁରୁଷକୁ ଯେ
ଉତ୍ତମ ଦିଗ୍ଦର୍ଶନ ଦେଇ ଆମକୁ ପ୍ରୋତ୍ସାହିତ କରିବେ ବଂଧୁର ପଥରେ ଭାର ସହ ଚାଲିବା ସହିତ ଏବଂ ତତ୍ଗେ
ସଂଗେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଯୁକ୍ତାତ୍ମକ ମୂଲ୍ୟାୟନ ଦ୍ୱାରା ସମାଜରେ ନୈତିକ ସଂକଟ ପ୍ରଦର୍ଶନ କରୁଛତି ।
ଏବେ ଆମେ ଗଧ ମାନେ ସମ୍ମିଳିତ ଭାବେ ରହିଛାଡିବୁ କେବେଳ ବିଧାନ ସଭା ନୁହଁ, ବରଂ ସଂସଦ
ପର୍ଯ୍ୟତ । ସ୍ଵାଧୀନତାର ସାତ ଦଶକ ମଧ୍ୟରେ ନାହିଁ ନାହିଁ ର ନଗଡା ଏହାର ଜ୍ଵଳତ ଦୃଷ୍ଟିତ । ନାବାଳିକା
ଗଣଦୁଷ୍କର୍ମ କରିବା, ତାର ଭିଡିଓ ଭାଇରାଲ କରିବା, ପରକୀୟା ପ୍ରୀତିରେ ଲିପ୍ତ ରହି ସମାଜରେ ନିଜର ସ୍ଥିତି
ହରାଇବା, ନୀଳତୃଷ୍ଠାର ମୋହାକର୍ଷଣରେ,ମାଂଦର ଆମଂତ୍ରଣରେ ଆମ ଗଧ ସମାଜର କିଛି ଯାଏ ଆସେ ନାହିଁ
ଏହା କେବଳ ଏକ ପ୍ରକ୍ରିୟାର ହସ୍ତାନ୍ତରୀକରଣ ମାତ୍ର ।
ମୋର ଦୈନଦିନ ଜୀବନ ଚର୍ଯ୍ୟାରେ ଦିନକୁ ଦିନ ଏକ ଭାରବାହୀ ପର୍ଶୁର କରୁଣ, ଅଶୁଳ କାହାଣୀ
ପ୍ରତିବିଂବିତ ହେଉଅଛି । ମୋର ଆତ୍ମୀୟ ସ୍ଵଜନ ଅବା ବଂଧୁ, ପଡୋଶୀ ଅବା ସହକର୍ମୀ ମହଲ, ଉପରିସ୍ଥ
ଅଧିକାରୀ ସମସ୍ତେ ଏକୀକୃତ ହୋଇ ନିର୍ଯ୍ୟାତନା ଓ ନଂଦା, ଅପମାନର କଷାଘାତ କରୁଛତି ମୋ ପିଠିରେ ।
ତେଣୁ କିଂ କର୍ତବ୍ୟବିମୂଢ ହୋଇ ମୁଁ ଏବେ ଗାଳିଗୁଲଜର ଭାର ବୋହି ଚାଲିବାକୁ ବାଧ, ଅନଜ୍ୟୋପାୟ ।
ଜୀବନର ଚଲାପଥରେ ମୁଁ ଏବେ ଏକ ରୌଦ୍ରତପ୍ତ, ଗୁଜବର ମଧ୍ୟାହ୍ନରେ ଉପନୀତ । କିଂତୁ ଶାରୀରିକ
ଦୃଷ୍ଟିରୁ ମୁଁ ଚାଲିବାକୁ ଅକ୍ଷମ (ଅସ୍ଥିରୋଗ ଯୋଗୁଁ) । ଏପରି ପରିସ୍ଥିତିରେ ପ୍ରତ୍ୟହ ୫୦ କି.ମି. ଦୂର କାଯ୭ଳୟ
କୁ ଯାଇ ସେଠାରେ କାମ କରି ପୁଣି ସଂଧ୍ୟାରେ ଘରୁକୁ ଫେରି ବୃଦ୍ଧ, ରୁଗ୍ଣ ବାପାଂକ ସେବା ସୂଶ୍ରୂଷା କରିବାକୁ
ପଡ଼ୁଛି । ଯେଉଁ ଚାରି ଛଅ ଦିନ ଛୁଟି ମିଳେ ମାସରେ, ସେ ଦିନ ମାନଂକରେ ମୋର ଧର୍ମପନ୍ଟକର ବ୍ୟକ୍ତିଗତ
କାର୍ଯ୍ୟାବଳୀ ସଂପାଦନ, ବାପକର ଓ ମୋ ନିଜର ଡାକ୍ତର ଦେଖାଇ ପାଂଚ ଛଅ ହଜାର ଟଂକାର ଔଷଧ ଆଣିବା,ବିଦ୍ୟୁତ ବିଲ, ଡିସ୍ ବିଲ, ଖବରକାଗଜ ବିଲ, ତେଜରାତି ଦୋକାନର ମାସିକ ବିଲ ପଇଠ କରିବାରେ ମୋର
ଦରମା ସରିଯାଏ ।
ଏଇମିତ ତେଲ ଲୁଣର ସଂସାରର ବୋଝରେ ମୁଁ ଭାରାକ୍ରାତ । ସବୁଠାରୁ ଅଧିକ ଦୁଃଖ ଲାଗୁଛି ଏ ଗଧ
ଆଉ ସ୍ଵାଭାବିକ ରୂପେ ଚଲାବୁଲା କରି ପାରୁନାହିଁ- ଏହାର ପରିକ୍ରମା ସୀମିତ ହୋଇ ଯାଇଅଛି । ତେବେ ଆଉ ୯
(ନଅ) ବର୍ଷ କାଳ ବୋଝ ବୋହିବାର ଚୁକ୍ତିନାମା କରିଥିବାରୁ ମୁଁ ଅନଜ୍ୟୋପାୟ ହୋଇ ଏବେ କେବଳ କଷ୍ଟେ
ମସ୍ତେ ଦିନ ଗଡାଇ ଚାଲିଛି ।
ଏବେ ମୁଁ ଅପେକ୍ଷା କରିଛି ଚଂଦ୍ରମାର ରକ୍ତିମ ଦ୍ୟୁତିକୁ, ଉଦିତ ସୂର୍ଯ୍ୟର ନବ ଅରୁଣିମାକୁ ଓ ସର୍ବୋପରି
ସଂଭାବନାମୟ ଏକ ନୂତନ ସକାଳକୁ ଯେଉଁ ମାହେନ୍ଦ୍ର ବେଳାରେ ଯୁଗପୁରଷ ଧରାବତରଣ କରିବେ ଯୁଗ ସଂଧର
ବାର୍ତା ନେଇ- ଚିରଂତନୀ ପ୍ରକୃତି ଯୋଗ ଦେବେ ସାମର୍ଥ୍ୟ, ସଫଳତା ତଥା ଅଫୁରଂତ ପ୍ରାଣ ପ୍ରାଚୁର୍ଯ୍ୟ । ଅଭିଶପ୍ତ
ରଂଧର୍ବର ଅଂଚରଂଘ ଅସହାୟ ତା ଓ ସଂପର୍କର ସୁରମ୍ୟ ସୃଜନଶୀଳତାରେ ଭରପୁର କାଗଜ ଙଗାଟିଏ ବହି ଆସିବ
ବ୍ୟତିକ୍ରମ ଏକ ଶ୍ରାବଣୀ କବିତାରେ ।
