STORYMIRROR

Chinmoyee Mohanty

Drama

2.0  

Chinmoyee Mohanty

Drama

ଅହିଅ ଡେଙ୍ଗୁରା

ଅହିଅ ଡେଙ୍ଗୁରା

1 min
14.4K


  କାତ୍ତିର୍ କ ମାସ ଆସିଲେ, ସ୍ମୁ୍ରତି ର କେତୋଟି ଫର୍ଦ

   ଓହ୍ଲାଇ ଆସେ ମନ ଅଗଣା କୁ ଆପେଆପେ....

   ଭୋରୁ ଭୋରୁ ଗାଁ ଦାଣ୍ଡ ରେ ପାଟି ଶୁଭେ ଜୟାବୋଉ ମା'ର...

  "ଆଲୋ ମଂଜୁ ଉଠିଲୁଣି ନା ନାଇଁବା? ତୋ ରାଜଜେମା କୁ ଟିକେ

  ଝଅଟ ଉଠେଇ ଦେ.ମଂଦିର ରେ ମଂଗଳ ଆଳତି ସରିଯିବପରା"

   ବାପାରେ ,ପୁରା ହାଇକୋଟ ଜଜ୍ ତ!!

     ତର ତର ରେ ଉଠିପଡି ଜାମା ପଟା ଦାଂତକାଠି ଧରି ବାହାରିପଡେ.

   ସେତେବେଳେ କୁଆଁରପୁନେଇ ଡାଲାରେ ଶୀତଟା ବି ଆସିଯାଉଥିଲା..

   ' ଶାମୁକିଆ' ପୋଖରୀରେ ବୁଡପକେଇ ଜୟାବୋଉ ମା' ସାଂଗରେ

  ଆଗଧାଡି ରେ ବସିଯାଏ ମଂଗଳ ଆଳତି ଦେଖିବାପାଇଁ.

     ମତେ ଛାଡିଦେଲେ ଆଉ ଗୋଟେବି ପିଲା କେହି ନଥାଂତି,

     ହବିଷାଳୀ ମାନଂକ ସାଂଗେ.

      ମଂଦିର ରୁ ଫେରିଲା ବେଳକୁ ସକାଳ ହେଇଯାଇଥାଏ .

  ବୋଉ ମୋର କବାଟ କଣରୁ ଚାହିଁଥାଏ ,ମୋରି ଫେରିବା ବାଟକୁ.

       କାତ୍ତିର୍ କ ପୁନେଇ ଦିନ ଚାଲେ ଆଉଗୋଟ ତାମ୍ସା..

     ତାମସା ନୁହେଁ ତ ଆଉକ'ଣ?

   ବୋଉ ସମସ୍ତଂକ ଭଳି ଘର ପାହାଚ ପାଖରେ ପିଢା ରଖି ପାଣିଢାଳ ଥୋଇ

ଚାହିଁ ରହିଥାଏ ହବିଷାଳୀ ମାନଂକ ଗୋଡଧୋଇଦେଇ ଦଣ୍ଡବତ ହେଇ

     ଧରମ ସାଉଁଟିବାକୁ!

       ସେମାନେ ବି ଅଜାଡି ଦଉଥିଲେ କୁଢକୁଢ ଆଶିଷ.

      "ଅହିସୁଲକ୍ଷଣୀ ହେଇଥା.କାଚ ବଜର ହଉ.ପାଚିଲା ବାଳରେ ସିଂଦୂର ନା

  ମୁଁ ଅବୁଝା ଆଖିରେ ବୋଉକୁ ନିରିଖେଇ ଦେଖୁଥାଏ,କେତେ ସରଳ ସତରେ

    ମୋ ବୋଉ....

       ଯୋଉଦିନ ବାପା ସବୁଦିନପାଇଁ ମୋ ବୋଉକୁ ଏକୁଟିଆ କରି

     ଚାଲିଗଲେ ବୋଉର ଫୁଂଗୁଳା ହାତ,ମଳିଚିଆ ମୁହଁ ଟିକୁ ଦଖିଭାବୁଥିଲି,ତାର ସାଉଁଟା ଧରମ

        ସବୁ କେମିତି ଉଜୁଡି ଗଲା!!

    ଆଉ ତା ପାଇଁ ଅହିଅ ଡେଂଗୁରା ବାଜିବାର ବାଟ ସବୁଦିନ ଲାଗି ବଂଦ ବି ହେଇଯାଇଥିଲା...

                                             ଚିନ୍ମୟୀ'


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama