ଚୁମକି
ଚୁମକି
ଚୁମକି ଗୋଟିଏ ମଫସଲ ଗାଁର ନୀରିହ ଝିଅଟି। ତା ପରିବାର କହିଲେ ସେ ଆଉ ତା ବାପା ମାଆ।ଗାଁ କଲେଜରେ ଡିଗ୍ରୀ ପଢୁଛି। ସେଇ ସମୟରେ ସେ ଗାଁକୁ ସହରରୁ ସାଗର ବୋଲି ଜଣେ ଇଞ୍ଜିନିୟର ଆସିଛନ୍ତି। ତାଙ୍କ ସହ ଚୁମକିର ପ୍ରେମ ହୋଇ ଯାଇଛି। ଚୁମକିକୁ ବିବାହ କରିବା ପାଇଁ ସାଗର ପ୍ରତିଶ୍ରୁତି ଦେଇଛନ୍ତି।
ହଠାତ୍ ସାଗରଙ୍କ ପାଖକୁ ଖବର ଆସିଲା ଯେ ତାଙ୍କ ବାପାଙ୍କ ଦେହ ବହୁତ ଖରାପ। ସାଗର ସହରକୁ ଯିବା ସମୟରେ ଚୁମକିକୁ କହିଛନ୍ତି ସେ ସହରକୁ ଯାଇ ତାଙ୍କ ବାପା ଠିକ ହେଲା ପରେ ପରିବାର ଲୋକଙ୍କୁ ନେଇ ସେ ଗାଁକୁ ଆସି ଚୁମକିଙ୍କୁ ବିବାହ କରିବେ।
କିନ୍ତୁ ତିନି ମାସ ହୋଇ ଗଲାଣି ସାଗର ଆଉ ଆସି ନାହାନ୍ତି କି ତାଙ୍କ ଫୋନ ଆଉ ଲାଗୁ ନାହିଁ। ଗାଁରେ ଲୋକମାନେ ଚୁମକି ଓ ସାଗରଙ୍କ ପ୍ରେମକୁ ନେଇ ବହୁତ କଥା କହିବାକୁ ଆରମ୍ଭ କରିଲେଣି। ଚୁମକି ଆଉ ତାହା ସହି ପାରୁ ନାହାଁନ୍ତି।
ଏତିକି ବେଳେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ମାନେ ବାତ୍ୟା ହୋଇଛି। ବାତ୍ୟାରେ ଚୁମକିର ମାଆ ବାପା ମରି ଗଲେ। ଚୁମକି ଏବେ ଏକା। ଗାଁ ଲୋକଙ୍କ କଥା ସହି ନ ପାରି ସହରକୁ ଯାଇଛନ୍ତି । ସେପଟେ ବାତ୍ୟା ଖବର ପାଇ ସାଗର ମଧ୍ୟ ଚୁମକିଙ୍କୁ ଦେଖା କରିବାକୁ ଗାଁକୁ ଆସିଛନ୍ତି।ହେଲେ ଗାଁରେ ସମସ୍ତେ କହିଲେ ଚୁମକି ସହରକୁ ପଳାଇଛନ୍ତି।ଏ କଥା ଶୁଣି ସାଗର ସହରକୁ ଫେରି ଆସିଛନ୍ତି।
ସେପଟେ ଚୁମକି ସହରରେ ସାଗରଙ୍କ ଘର ସଜବାଜ ଦେଖିଛନ୍ତି। ବୁଝି ଜାଣିବାକୁ ପାଇଲେ ସାଗରଙ୍କ ଲଗ୍ନଧରା ହେବ ତାଙ୍କ ପିଲା ଦିନର ବାନ୍ଧବୀ ସୌମ୍ୟାଙ୍କ ସହ। ସୌମ୍ୟା ଆଉ ସାଗର ପରସ୍ପରଙ୍କୁ ଭଲ ପାଆନ୍ତି। ଏ କଥା ଶୁଣି ଚୁମକି ଏବେ ପୁରା ଭାଙ୍ଗି ଯାଇଛନ୍ତି।ତାମାନେ ସାଗର ତାଙ୍କ ସହ ଖେଳୁ ଥିଲେ। ବିଚାରି ଏବେ ଯିବେ କୁଆଡ଼େ? ଗାଁକୁ ଯିବା ପାଇଁ ଆଉ ମୁହଁ ନାହିଁ। ତଥାପି ସେ ଯାଇ ଗାଁକୁ ଯାଉଥିବା ଟ୍ରେନରେ ବସିଛନ୍ତି।
ସେପଟେ ସାଗର ଘରକୁ ଘରର ଚାକରଙ୍କ ଠାରୁ ଜାଣିବାକୁ ପାଇଲେ ଗାଁରୁ ଗୋଟିଏ ଝିଅ ଆସି ତାଙ୍କ ବିଷୟରେ ପଚାରୁଥିଲା ଏବଂ କାନ୍ଦି କାନ୍ଦି ପଳାଇଲା। ଏ କଥା ଶୁଣି ସାଗର ଜାଣି ଗଲେ ଯେ ସେ ତାଙ୍କ ଚୁମକି। ସେ ଜାଣି ଥିଲେ ଚୁମକି ନିହାତି ଗାଁକୁ ଯାଉଥିବା ଟ୍ରେନରେ ଧରିବା ପାଇଁ ଷ୍ଟେସନ ଯାଇ ଥିବେ। ସାଗର ମଧ୍ୟ ଷ୍ଟେସନକୁ ଗଲେ। ସେ ଚୁମକିକୁ ଖୋଜୁ ଖୋଜୁ ଟ୍ରେନ ଛାଡି ଦେଲା।ଟ୍ରେନ ଛାଡିଲା ପରେ ସେ ଟ୍ରେନରେ ଚୁମକିଙ୍କୁ ଦେଖି ଡାକ ପକାଇଛନ୍ତି।ହେଲେ ଚୁମକିଙ୍କୁ ଶୁଣା ଯାଇ ନାହିଁ।
ସାଗର ଟ୍ରେନ ଭିଡ ଥିବାରୁ ଟ୍ରେନରେ ପଶି ପାରିଲେ ନାହାଁନ୍ତି।
ପର ଷ୍ଟେସନରେ ଚୁମକିକୁ ଓହ୍ଲାଇବା ପାଇଁ ସାଗର ଗାଡ଼ିରେ ଯାଇଛନ୍ତି ସେ ଷ୍ଟେସନ ପହଞ୍ଚିଲା ପରେ ଶୁଣିବାକୁ ପାଇଲେ ଚୁମକି ଥିବା ଟ୍ରେନଟିର ଦୁର୍ଘଟଣା ଘଟିଛି। ଟ୍ରେନଟି ଲାଇନ ଚ୍ୟୁତ ହୋଇ ନଦୀକୁ ଖସି ପଡିଛି। ବହୁତ ଲୋକ ଆହତ ହୋଇଛନ୍ତି ଓ ବହୁତ ଲୋକ ମରି ଯାଇଛନ୍ତି। ଏହା ଶୁଣି ସାଗର ଦୁର୍ଘଟଣା ସ୍ଥଳକୁ ଯାଇ ଚୁମକିଙ୍କୁ ଖୋଜିଛନ୍ତି। ସେଥି ସମସ୍ତେ କହିଲେ ଯେଉଁମାନଙ୍କୁ ମିଳୁ ନାହିଁ ସେମାନେ ବଧେ ଟ୍ରେନ ତଳେ ଯାକି ହୋଇ ମରି ଯାଇଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ। ତଥାପି ସାଗର ଦୁଇ ତିନି ଦିନ ଧରି ଚୁମକିଙ୍କୁ ପାଖାପାଖି ଅଞ୍ଚଳରେ ଆଉ ଡାକ୍ତରଖାନାରେ ଖୋଜିଛନ୍ତି।ଶେଷରେ ପୋଲିସ ଚୁମକିଙ୍କୁ ମୃତ୍ୟୁ ଘୋଷଣା କରିଛି।
କିନ୍ତୁ ଚୁମକି ମରି ନାହାନ୍ତି। ସେ ବଞ୍ଚିଛନ୍ତି।ଦୁର୍ଘଟଣାରେ ସେ ନଦୀରେ ଭାସି ଯାଇ ଆଉ ଗୋଟିଏ ସହରରେ ପହଞ୍ଚିଛନ୍ତି। ସେଠାରେ ଲୋକମାନେ ତାଙ୍କୁ ପାଇ ଡାକ୍ତରଖାନାକୁ ନେଇଛନ୍ତି।ସେ ଡାକ୍ତରଖାନାରେ ଡକ୍ଟର ଅମର ଚୁମକିଙ୍କର ଚିକିତ୍ସା କରିଛନ୍ତି। ହେଲେ ଅମର ନିଜ ସ୍ତ୍ରୀଙ୍କ ମୃତ୍ୟୁ ପରେ ସବୁବେଳେ ମଦ ନିଶାରେ ଥାନ୍ତି। ଚୁମକି ପାଖାପାଖି ସେ ଡାକ୍ତରଖାନାରେ ଦୁଇ ମାସ ରହିଲେ। ଦିନେ ଡକ୍ଟର ଅମରଙ୍କ ଆଠ ବର୍ଷର ଝିଅ ଆନି ଡାକ୍ତରଖାନା ଆସିଛି। ହଠାତ୍ ସିଏ ଚୁମକିଙ୍କୁ ଦେଖି ମାଆ କହି ଚୁମକିଙ୍କ ପାଖକୁ ଦୌଡି କି ଆସି କୁନ୍ଧାଇ ଧରିଲା ଏବଂ ଅଚେତ ହୋଇ ଗଲା।
ଆନି ପଛେ ପଛେ ତାର ଜେଜେମା ମାନେ ଅମରଙ୍କ ମାଆ ଆସିଛନ୍ତି ଏବଂ ଚୁମକିକୁ ଦେଖି କହିଛନ୍ତି ବୋହୂ ବାନୀ....ନା ନା ସେ ତ ମରି ଯାଇଛି।
ଚୁମକି ଆନିକୁ ଧରି ଛିଡ଼ା ହୋଇଛନ୍ତି ଏବଂ କିଛି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ଅମରଙ୍କ ମାଆଙ୍କୁ ଦେଖୁଛନ୍ତି। ସେତେବେଳେ ଅମର ଆସି ଆନିକୁ ନେଇ ଚିକିତ୍ସା କରିଛନ୍ତି।
ଚୁମକି ଅମରଙ୍କ ମାଆଙ୍କୁ ପଚାରିଛନ୍ତି ବାନୀ କିଏ? ଏ ଝିଅଟି ମୋତେ ଦେଖି ମାଆ କହି ଅଚେତ କାହିଁକି ହୋଇଗଲା।
ଅମରଙ୍କ ମାଆ ଗୋଟିଏ ଫୋଟୋ କାଢି ଦେଖାଇଲେ ଯାହା କି ଆନି ଆଉ ବାନୀର ଏକାଠି ଫୋଟୋ।ବାନୀଙ୍କ ଫୋଟୋ ଦେଖି ଚୁମକି ଆଶ୍ଚର୍ଯ୍ୟ....କାରଣ ବାନୀ ପୁରା ଚୁମକି ପରି ଦେଖିବାକୁ।
ଚୁମକି ଅମରଙ୍କ ମାଆଙ୍କୁ ପଚାରିଛନ୍ତି ବାନୀ କେଉଁଠି।
ଅମରଙ୍କ ମାଆ କହିଛନ୍ତି ସାତ ମାସ ତଳର କଥା।ବାନୀ ଆନିକୁ ଆଣିବା ପାଇଁ ବିଦ୍ୟାଳୟ ଯିବା ସମୟରେ ଗୋଟିଏ ଟ୍ରକ ତାଙ୍କ ଗାଡିକୁ ପଛ ଆଡୁ କୁଟିଲା। ଦୁର୍ଘଟଣାରେ ବାନୀ ମରି ଗଲା। ବାନୀଙ୍କୁ ଅମର ବହୁତ ଭଲ ପାଉଥିଲେ। ତାଙ୍କ ବିୟୋଗ ସେ ସହି ନ ପାରି ଦିନରାତି ସବୁବେଳେ ମଦ ନିଶାରେ ରହିଲେ। ହେଲେ ରୋଗୀ ଚିକିତ୍ସାରେ କେବେ ବି ଅବହେଳା କରି ନାହାଁନ୍ତି।ବଧେ ମଦ ନିଶାରେ ଅମର ଚୁମକିର ଚେହେରାକୁ ଲକ୍ଷ୍ୟ କରି ନାହାଁନ୍ତି। ସେପଟେ ଆନି ଛୋଟ ବେଳୁ ଦୁର୍ବଳ। ତାର ହୃଦୟରେ କଣା ଅଛି। ତେଣୁ ମାଆ ମରିବା ପରେ ସେ ଏମିତି ବେଳେ ବେଳେ ଅଚେତ ହୋଇ ଯାଏ। ଡାକ୍ତର କହିଛନ୍ତି ଆନି ଏମିତି ଦୁଃଖରେ ରହିଲେ ସେ ବହୁତ ଜଳଦି ମରି ଯିବ।
ଏହା ଶୁଣି ଚୁମକିଙ୍କ ଆଖରୁ ଲୁହ ବହି ଯାଇଛି।
ଅମରଙ୍କ ମାଆ ଚୁମକିଙ୍କ ଠାରୁ ଚୁମକିଙ୍କ ଜୀବନ ବିଷୟରେ ଜାଣିଲେ ଏବଂ ତାଙ୍କୁ ଅନୁରୋଧ କରି କହିଲେ ଆନି ପାଖରେ ତା ମାଆର ଅଭିନୟ କରି ରହିବାକୁ। ତେବେ ସେ ଜଲଦି ଠିକ ହେବ।
ଚୁମକି ମଧ୍ୟ ରାଜି ହୋଇ ଆନି ପାଖରେ ରହିଲେ। ମାଆ ଠାରୁ ସବୁ ଶୁଣି ଅମର ଯାଇ ଚୁମକିଙ୍କୁ ଭଲ କି ଦେଖିଲେ। ତାଙ୍କ ବାନୀର ଚେହେରା ଦେଖି ସେ ବାନୀଙ୍କୁ ଆହୁରି ମନେ ପକାଇ ଆହୁରି ମଦ ପିଇଲେ।
ଚୁମକି ଅମରଙ୍କୁ ବହୁତ ବୁଝାଇ ବୁଝାଇ ଆସ୍ତେ ଆସ୍ତେ ମଦ ଛଡାଇଲେ। ଏବେ ଚୁମକି ଆଉ ଅମର ଭଲ ସାଙ୍ଗ ହୋଇ ଗଲେଣି।ଆନି ଟିକେ ବି ଚୁମକିଙ୍କୁ ଛାଡ଼ି ରହି ପାରୁ ନାହିଁ।
ସେପଟେ ଅମର ମଧ୍ୟ ଆସ୍ତେ ଆସ୍ତେ ଚୁମକିଙ୍କୁ ଭଲ ପାଇଲେଣି। ଏମିତି ବର୍ଷେ ବିତି ଗଲାଣି। ଅମର ଚୁମକିଙ୍କୁ ନିଜ ମନ କଥା କହି ସାରିଛନ୍ତି। ହେଲେ ଏବେ ବି ଚୁମକିଙ୍କ ମନରେ ସାଗରଙ୍କ ପାଇଁ ପ୍ରେମ ଓ ଅଭିମାନ ଅଛି।ତଥାପି ପରିସ୍ଥିତି ଦେଖି ଚୁମକି ଅମରଙ୍କୁ ବିବାହ ପାଇଁ ରାଜି ହୋଇ ଗଲେ।
ସେପଟେ ବାପା ମାଆଙ୍କ ଖୁସି ପାଇଁ ସାଗର ମଧ୍ୟ ସୌମ୍ୟାଙ୍କୁ ବିବାହ ପାଇଁ ରାଜି ହୋଇ ଯାଇଛନ୍ତି।ସୌମ୍ୟା ହେଉଛନ୍ତି ଅମରଙ୍କର ମାମୁଁ ଝିଅ ଭଉଣୀ।
ଅମରଙ୍କ ବାହାଘର ଦୁଇ ଦିନ ଆଗରୁ ସୌମ୍ୟା ଅମରଙ୍କ ଘରକୁ ଆସିଛନ୍ତ। ସେଠାରେ ତାଙ୍କର ଚୁମକି ସହ ଦେଖା ହୋଇଛି। ସେ ଅମର ଆଉ ଚୁମକିଙ୍କୁ କହିଛନ୍ତି ତାଙ୍କ ସାଙ୍ଗରେ ତାଙ୍କ ଭାବି ସ୍ୱାମୀ ଆସିଛନ୍ତି କହି ସାଗରଙ୍କୁ ଡାକିଛନ୍ତି। ହଠାତ୍ ଏମିତି ଅବସ୍ଥାରେ ସାଗର ଆଉ ଚୁମକି ପରସ୍ପରଙ୍କୁ ଦେଖି ନିଶବ୍ଦ ହୋଇ ଛିଡ଼ା ହୋଇଛନ୍ତି। ବହୁତ କଷ୍ଟରେ ନିଜକୁ ସମ୍ଭାଳିଛନ୍ତି। ସାଗରଙ୍କୁ ଦେଖି ଚୁମକିଙ୍କ ମନରେ ଅଭିମାନ ଓ ରାଗ ଆହୁରି ବଢି ଯାଇଛି। ସେପଟେ ସାଗର ଚୁମକିଙ୍କୁ ଦେଖି ସେ ବଞ୍ଚି ଥିବା ଜାଣି ଖୁସି ହୋଇ ଯାଇଛନ୍ତି ଏବଂ ଚୁମକି ସହ କଥା ହେବାକୁ ଚାହିଁଛନ୍ତି। ହେଲେ ଚୁମକି ସାଗରଙ୍କ ସହ କଥା ହେବାକୁ ଚାହିଁ ନାହାଁନ୍ତି।
ଅମର ଏବଂ ସୌମ୍ୟା ଚୁମକି ଆଉ ସାଗରଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସୌମ୍ୟା ଶେଷରେ ନାମ ଶୁଣି ଅନୁମାନ କରି ସାରିଛନ୍ତି ଚୁମକି ସାଗରଙ୍କ ପ୍ରେମିକା ସେହି ଗାଁର ଝିଅ।ସେ ଅମରଙ୍କୁ ସବୁ କଥା କହିଛନ୍ତି। ଅମର ଓ ସୌମ୍ୟା ଜାଣି ଶୁଣି ଚୁମକି ଆଉ ସାଗରଙ୍କୁ ଏକୁଟିଆ ଛାଡିଛନ୍ତି।
ସାଗର ଚୁମକି ପାଖକୁ ଯାଇ କହିଛନ୍ତି କଣ ପାଇଁ ତୁମେ ମୋତେ ଛାଡି ପଳାଇ ଆସିଲ.... ମୁଁ ତୁମକୁ ଅଟକାଇବାକୁ ଷ୍ଟେସନ ଯାଇଥିଲି.... କିନ୍ତୁ ତୁମ ଟ୍ରେନର ଦୁର୍ଘଟଣା ଆଉ ପୋଲିସ ତୁମକୁ ମୃତ୍ୟୁ ଘୋଷଣା କଲା। ତୁମେ ମୋ ପାଖକୁ ନ ଆସି କେମିତି ମୋତେ ଭୂଲି ରହିପାରିଲ।
ଚୁମକି କହିଲେ ବାସ୍ ଇଞ୍ଜିନିୟର ବାବୁ ମୋତେ ଆଉ ମିଛ କଥା କୁହ ନାହିଁ। ତୁମେ ମୋତେ ବିବାହ ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲ।ତୁମେ ତ ସୌମ୍ୟାଙ୍କୁ ଛୋଟ ବେଳୁ ଭଲ ପାଉଥିଲ। ତେବେ ମୋ ସହ କାହିଁକି ଖେଳୁ ଥିଲ। ମୁଁ ତିନି ମାସ ଧରି ତୁମକୁ ଗାଁରେ ଅପେକ୍ଷା କଲି।ତୁମେ ଆସିଲ ନାହିଁ। ତୁମ ଫୋନ ଲାଗିଲା ନାହିଁ। ଗାଁ ଲୋକମାନଙ୍କ ଠାରୁ ବହୁତ କଥା ଶୁଣିବାକୁ ପଡିଲା। ତୁମ ଫୋନ ବି ଲାଗୁ ନ ଥିଲା।ତା ପରେ ବାତ୍ୟାରେ ମାଆ ବାପାଙ୍କୁ ହରାଇବା ପରେ ମୁଁ ତୁମ ଘରକୁ ଆସି ଦେଖିଲି ତୁମର ଓ ସୌମ୍ୟାଙ୍କ ଲଗ୍ନଧରା। ମୁଁ ସେଇଠି ହିଁ ମରି ଯାଇ ଥିଲି। ହେଲେ ଭାଗ୍ୟର ଖେଳ ଦେଖ ଦୁର୍ଘଟଣା ପରେ ମୋର ଚିକିତ୍ସା ଅମର କରିଲେ ଏବଂ ଅମରଙ୍କ ମରି ଯାଇଥିବା ସ୍ତ୍ରୀ ପୁରା ମୋ ପରି ଦେଖିବାକୁ। ବୋଧେ ମୁଁ ଆଜି ଆନିର ଖୁସି ପାଇଁ ବଞ୍ଚିଛି। ତୁମେ ଏବେ କାହିଁକି ମୋ ମିଛ ଅଭିନୟ କରୁଛ।
ସାଗର କହିଲେ ନା ମୁଁ କେବେ ତୁମକୁ ମିଛ କହି ନାହିଁ। ମୁଁ ଗାଁରୁ ଆସିଲା ବେଳକୁ ମୋ ମୋବାଇଲଟି ଚୋରି ହୋଇଗଲା। ମୋ ପାଖରେ କାହାରି ଫୋନ ନମ୍ବର ନ ଥିଲା। ବାପାଙ୍କ ବହୁତ ଖରାପ ଥିଲା। ସେ ଠିକ ହେଉ ହେଉ ତିନି ମାସ ହୋଇ ଗଲା। ବାପା ବ୍ୟବସାୟ ମୋତେ ବୁଝିବାକୁ ପଡିଲା। ବ୍ୟସ୍ତତା ପାଇଁ ମୁଁ ସେ ନମ୍ବର ଆଉ କାଢି ପାରିଲି ନାହିଁ। ହେଲେ ସବୁ ବେଳେ ତୁମକୁ ମନେ ପକାଉ ଥାଏ। ବାତ୍ୟା ପରେ ମୁଁ ଗାଁକୁ ଯାଇଥିଲି। ହେଲେ ତୁମେ ସହରକୁ ପଳାଇ ଆସିଥିଲ। ମୁଁ ଘରକୁ ଆସି ଚାକର ଠାରୁ ଜାଣିବାକୁ ପାଇଲି ତୁମେ ଆସିଥିଲ।ତାପରେ ଯାହା ହୋଇଛି ମୁଁ ତୁମକୁ କହି ସାରିଛି।କିନ୍ତୁ ସୌମ୍ୟା ସହ ଲଗ୍ନଧରା ମୁଁ ଜାଣି ନ ଥିଲି। ସୌମ୍ୟା ମୋର ଭଲ ସାଙ୍ଗ କାନ୍ତ ମୁଁ ତାକୁ କେବେ ଭଲ ପାଇ ନାହିଁ। ଏବେ ଯାଏଁ ଆମର ଲଗ୍ନଧରା ହୋଇ ନାହିଁ।
ଚୁମକି ସାଗର ଆଉ ମିଛ କୁହ ନାହିଁ। ମୁଁ ତୁମକୁ ବିଶ୍ୱାସ କେମିତି କରିବି? କହି ଚୁମକି କାନ୍ଦୁଛନ୍ତି।
ସୌମ୍ୟା ଓ ଅମର ଭିତରକୁ ଆସିଲେ।ସୌମ୍ୟା କହିଲେ ସାଗର ମିଛ କହୁ ନାହାଁନ୍ତି।ସବୁ କଥା ଆମେ ଶୁଣି ସାରିଛୁ। ମୁଁ ସାଗରଙ୍କୁ ଭଲ ପାଏ ସତ କିନ୍ତୁ ସାଗର କେବଳ ତୁମକୁ ଭଲ ପାଆନ୍ତି। ସାଗର ଯାହା କହିଛନ୍ତି ସବୁ ସତ।
ଅମର କହିଲେ ଚୁମକି ତୁମେ ସାଗରଙ୍କୁ ଭଲ ପାଅ। ତୁମେ ତାଙ୍କୁ ବିବାହ କର। ସୌମ୍ୟା ଓ ମୋର କିଛି ଆପତ୍ତି ନାହିଁ।
ସାଗର ଚୁମକିଙ୍କ ଆଡକୁ ହାତ ବଢ଼ାଇଛନ୍ତି। ଚୁମକି କିଛି ସମୟ କାଠ ପରି ଛିଡ଼ା ହୋଇ ଭାବିଲେ। ତାଙ୍କୁ କେବଳ ଆନିର ମୁହଁ ଦେଖାଗଲା। ଚୁମକି ନ ରହିଲେ ଆନିର ବଞ୍ଚିବା କଷ୍ଟ ହୋଇଯିବ। ଗୋଟିଏ ପଟେ ନିଜ ପ୍ରଥମ ପ୍ରେମ ତ ଅନ୍ୟ ପଟେ ମାଆର ମମତା ଆନି।ସେପଟେ ସୌମ୍ୟା ବି ସାଗରଙ୍କୁ ବହୁତ ଭଲ ପାଆନ୍ତି ଏବଂ ଅମର ବି ଚୁମକିଙ୍କୁ ଭଲ ପାଉଛନ୍ତି।
ଶେଷରେ ଚୁମକି ସାଗରଙ୍କ ହାତ ଧରି କହିଲେ ସାଗର ଆମେ ସବୁ ଦିନ ଭଲ ସାଙ୍ଗ ହୋଇ ରହିବା। ଭଲ ହେବ ତୁମେ ସୌମ୍ୟାଙ୍କୁ ବିବାହ କର ଓ ମୁଁ ଅମରଙ୍କୁ ବିବାହ କରିବି। ସେଥିରେ ସମସ୍ତଙ୍କର ଭଲ ହେବ।
ଏ କଥା ସମସ୍ତଙ୍କ ମନକୁ ପାଇଲା। ଗୋଟିଏ ମଣ୍ଡପରେ ସାଗର ଓ ସୌମ୍ୟା ଏବଂ ଅମର ଓ ଚୁମକିଙ୍କ ବିବାହ ହେଲା।ଏବେ ସମସ୍ତେ ହସ ଖୁସିରେ ଘର ସଂସାର କରୁଛନ୍ତି।
ଯାହା ହେଉ ଚୁମକି ନିଜ ପ୍ରେମକୁ ନ ବାଛି, ସମସ୍ତଙ୍କ ପାଇଁ ଯାହା ଭଲ ସେଇ ନିଷ୍ପତ୍ତି ନେଇଛନ୍ତି ।