Trushna Das

Drama Horror Thriller

4.6  

Trushna Das

Drama Horror Thriller

ତନ୍ତ୍ରମନ୍ତ୍ର

ତନ୍ତ୍ରମନ୍ତ୍ର

8 mins
407


ଜୀବନରେ ସବୁ କିଛି ଜିନିଷ ର ସନ୍ତୁଳନ‌ ଓ ଭାରସାମ୍ୟ ରହିବା ନିହାତି ଦରକାର । ମାନସିକ ଭାରସାମ୍ୟ ଜୀବନରେ ସବୁଠାରୁ ନିହାତି ଦରକାର।‌ମାନସିକ ଭାରସାମ୍ୟ ହରାଇ ବସିଲେ ଜୀବନରେ ସବୁକିଛିର ସନ୍ତୁଳନ ଓଲଟପାଲଟ ହୋଇ ଯାଏ। ମାନସିକ ଭାରସାମ୍ୟ ଭିନ୍ନ ଭିନ୍ନ କାରଣରୁ ହୋଇ ଥାଏ। ଏମିତି ଏକ କାହାଣୀ ହେଉଛି ତିଥି ର ।ତିଥି ଗୋଟିଏ ଧନୀ ଘରର ଝିଅ। ହେଲେ ବହୁତ ସଂସ୍କାରୀ । ସେ ପୂଜା ଦାନ ଧର୍ମରେ ବହୁତ ବିଶ୍ୱାସ କରେ। ସେ ମାଆ ଦୁର୍ଗାଙ୍କ ବଡ଼ ଭକ୍ତ। ସବୁ କାମରେ ସେ ମାଆଙ୍କୁ ସ୍ମରଣ କରେ। ତା ସହ ତିଥି ବହୁତ ବୁଦ୍ଧିମତୀ ବି। ତିଥିଙ୍କ କମ୍ପାନୀ ରେ ବରୁଣ ମ୍ୟାନେଜର ହିସାବରେ କାମରେ କରୁ ଥିଲା। ବରୁଣ ବହୁତ ଶାନ୍ତ ଓ ଖୁସି ସ୍ୱଭାବର ବ୍ୟକ୍ତି। ସେ ବହୁତ ପରୋପକାରୀ ବି। ଧିରେ ଧିରେ ତିଥି ଓ ବରୁଣ ମଧ୍ୟରେ ପ୍ରେମ ସମ୍ପର୍କ ହେଲା। ତିଥି ବାପା ମାଆଙ୍କୁ ବରୁଣ ବିଷୟରେ କହିଲା। ବରୁଣର ଭଲ ବ୍ୟବହାର ପାଇଁ ତିଥିଙ୍କ ବାପା ମାଆ ଏ ବାହାଘର ପାଇଁ ରାଜି ହୋଇ ଗଲେ। ଦୁଇ ପରିବାର ଗୁରୁଜନ ମିଶି ଲଗ୍ନଧରା ଓ ବିବାହର ଦିନ ସ୍ଥିର କଲେ। 

ଲଗ୍ନଧରା ଦିନ ବରୁଣର ମାଆ ଗୀତା ତିଥିକୁ କହିଲେ ଯେ ବରୁଣ ର ଖୁଡୀ ସନ୍ଧ୍ୟା ଙ୍କ ଠାରୁ ଟିକେ ଦୂରେଇ ‌ରହିବେ।

ତିଥି : କଣ ପାଇଁ ମାଆ।

ଗୀତା : ସନ୍ଧ୍ୟା ଟିକିଏ ଅଲଗା ପ୍ରକାର ର ଲୋକ। ସେ ତନ୍ତ୍ରମନ୍ତ୍ର କରେ। ଆମ ଘରକୁ ସେ ଭାଙ୍ଗି ଦେଲା। ସେ ଆସିଲା ପରେ ବରୁଣ କାକା ଗୋବିନ୍ଦ ଆଉ ପୁରା ତା କଥା ରେ ଉଠ ବସ ହେଲା। ସନ୍ଧ୍ୟା ସବୁବେଳେ ପୂଜା ତନ୍ତ୍ରମନ୍ତ୍ର କରି ଗୋବିନ୍ଦ କୁ ବୋକା କରି ଦେଲା। ତୁ ବେଶୀ ତା ସହ ମିଶିବୁ ନାହିଁ। ସେ ଯାହା କହିବ ମୋତେ ଆସି କହିବୁ।

ତିଥି କଣ ବା ଆଉ କହିବ। ଭାବିଶାଶୁ ମାଆଙ୍କ କଥାକୁ ହଁ ମାରିଲା।

ଏ କଥା ତିଥି ମନରେ ଚାଲି ଥାଏ। ଦିନେ ସେ ବରୁଣ ସହ ଫୋନରେ କଥା ହେଉ ହେଉ ପଚାରିଲା। ବରୁଣ କହିଲା ମୁଁ ସେ ତନ୍ତ୍ରମନ୍ତ୍ର ଉପରେ ବିଶ୍ୱାସ କରେ ନାହିଁ। ହଁ ସନ୍ଧ୍ୟା ଖୁଡୀ ବହୁତ ପୂଜା କରନ୍ତି। ହେଲେ ମୁଁ କହି ପାରିବି ନାହିଁ ଏ ସବୁ ସତ ନା ମନର ଧାରଣା।

ତିଥି : ମୁଁ ବି ପୂଜା କରେ। ତାମାନେ ମୁଁ କଣ ତନ୍ତ୍ରମନ୍ତ୍ର କରେ?

ବରୁଣ : ସେଇ ପରା । ମାଆ କଥାକୁ ଧର ନାହିଁ।

ତିଥି ଓ ବରୁଣ ର ବିବାହ ବହୁତ ଧୁମଧାମରେ ହେଲା। ବିବାହ ବିଦାୟ ସମୟରେ ତିଥି ନିଜ ସହ ମାଆ ଦୁର୍ଗାଙ୍କ ଗୋଟିଏ ମୁର୍ତ୍ତି ନେଇ ଆସିଲା ଏବଂ ମାଆଙ୍କ ମୁର୍ତ୍ତି ଠାକୁର ଘରେ ରଖିବା ପାଇଁ ଗଲା। ହେଲେ ସେହି ସମୟରେ ଗୀତାଙ୍କ ହାତ ବାଜି ତିଥି ଙ୍କ ହାତରୁ ମାଆଙ୍କ ମୁର୍ତ୍ତି ତଳେ ପଡି ଗଲା। ତିଥି ମାଆଙ୍କ ମୁର୍ତ୍ତି ଉଠାଇ ମନେ ମନେ ଦୁର୍ଗା ମାଆଙ୍କୁ ସ୍ମରଣ କରି ଠାକୁର ଘରେ ରଖିଲା। ବିବାହ ର ରୀତିନୀତି ସବୁ ଠିକରେ ହେଲା। ତାର ଚତୁର୍ଥୀ ମଙ୍ଗଳବାର ରେ ପଡ଼ି ଥାଏ । ତିଥି ମଙ୍ଗଳବାର ରେ ଆମିଷ ଖାଏ ନାହିଁ। ଏ ବିଷୟରେ ସେ ଶାଶୁ ଘର ଲୋକଙ୍କୁ ମଧ୍ୟ କହି ଥିଲା। ହେଲେ ସେଦିନ ତା ଖାଇବରେ ମାଛ ଘାଣ୍ଟ ମିଶି ଯାଇ ଥିଲା। ସେ କଥା ନେଇ ଘରେ ଗୀତା ମହାଭାରତ କଲେ। ତିଥି ଯେତେବେଳେ ମାଛ ଘାଣ୍ଟ ମିଶି ଯାଇଛି ବୋଲି ଜାଣିଲା ଅଧା ଖାଇବାରୁ ଉଠି ଗଲା। ସମସ୍ତେ ସନ୍ଧ୍ୟା ଙ୍କୁ ଦୋଷ ଦେଲେ।

ତାପରେ ଆସିଲା ବାସର ରାତି। ବାସର ରାତିରେ ତିଥି ଓ ବରୁଣ ମିଳନ ପରେ ଶୋଇ ଥିବା ବେଳେ ହଠାତ୍ ଚମକି ଉଠିଲା ଏବଂ କହିଲା ତାଙ୍କୁ ଲାଗିଲା ସେ ଘରେ କିଛି ଗୋଟେ ଅଛି। ତାକୁ ଗୋଟିଏ ଉଜ୍ଜ୍ୱଳ ଆଲୁଅ ମଧ୍ୟ ଦେଖା ଗଲା। ବରୁଣ କହିଲା ସ୍ୱପ୍ନ ଦେଖି ଥିବ। ତିଥି ଭୟଭୀତ ହୋଇ ବରୁଣ କୁ ଜାବୁଡି ଧରିଲା। ସକାଳୁ ‌ଉଠି ଏ ବିଷୟରେ ଦୁହେଁ ଆଉ କାହାକୁ କିଛି କହିଲେ ନାହିଁ। ତାପରେ ମନ୍ଦିର ପୂଜା ପାଇଁ ଗଲେ। ଆସିଲା ପରେ ତିଥି ପ୍ରଥମ ଥର ବୋହୂ ରୂପରେ ରୋଷେଇ ଘରେ ଅନ୍ନପୂର୍ଣ୍ଣା ମାଆଙ୍କ ପୂଜାର୍ଚ୍ଚନା କରି କ୍ଷିରି ବସାଇଲା । ଘରେ ଅଳ୍ପ କିଛି ବନ୍ଧୁ ବାନ୍ଧବ ଥାଆନ୍ତି । ସେମାନଙ୍କୁ କ୍ଷିରି ଆଉ ଜୁହାରି ଲୁଗା ଦେଇ ନବ ଦମ୍ପତ୍ତି ଆଶୀର୍ବାଦ ନେଲେ। ଦିନରୁ ରାତି ହୋଇଗଲା ହେଲେ ସନ୍ଧ୍ୟା ଖୁଡୀ କି ଗୋବିନ୍ଦ କାକା ଆସିଲେ ନାହିଁ। ଯାହା ହେଲେ ବି ସେ ଦୁହେଁ ପରିବାରର ଗୁରୁଜନ‌। ତେଣୁ ତିଥିକୁ ଭଲ ଲାଗୁ ନ ଥାଏ। ଶେଷରେ ସେ ଜେଜେମା ଶାଶୁ କନକ ଦେବୀଙ୍କୁ ପଚାରିଲା କାକା ଓ ଖୁଡୀ ଙ୍କ ବିଷୟରେ ଏବଂ କନକ ଦେବୀଙ୍କ ଅନୁମତି ପାଇ ସେ ଓ ବରୁଣ ସନ୍ଧ୍ୟା ସମୟରେ କାକା ଖୁଡୀ ଙ୍କ ଘରକୁ ଗଲେ। ପ୍ରକୃତରେ କାକା ଓ ଖୁଡୀ କିଛି ଘର ଛାଡ଼ି ଭୋଡା ଘରେ ରହୁ ଥାଆନ୍ତି। ସନ୍ଧ୍ୟା ପୂଜା କରୁ ଥାଆନ୍ତି। ଗୋବିନ୍ଦ ବସି ନିଉଜ ଦେଖୁ ଥାଆନ୍ତି। ଆଉ ଛୁଆମାନେ ପାଠ ପଢୁ ଥାଆନ୍ତି। ଗୋବିନ୍ଦ ନୂଆ ବୋହୂ କୁ ଆସିଥିବାର ଦେଖି ଖୁସି ହୋଇ ଗଲେ। ଛୁଆ ମାନଙ୍କୁ ଡାକି କହିଲେ ତୁମ ମାଆଙ୍କୁ କୁହ ନୂଆ ଭାଉଜ ଆସିଛନ୍ତି। ଗୋବିନ୍ଦ ବାହାର କୁ ଚ୍ୟାୟର‌ କାଢି ଆଣିଲେ। ତିନି ଜଣ ବସି କଥା ହେଉ ଥାଆନ୍ତି। ସନ୍ଧ୍ୟା ପୂଜାର୍ଚ୍ଚନା ସାରି ଆଳତୀ ଓ ଭୋଗ ଆଣି ଦେଲେ। ତିଥି ଓ ବରୁଣ ଜୁହାରି ଲୁଗା ଦେଇ ପ୍ରଣାମ କଲେ। ତିଥି ସାଙ୍ଗରେ ନେଇ ଥିବା ନିଜ ହାତ ରନ୍ଧା କ୍ଷିରି ଦେଲା ଓ କହିଲା ଖୁଡୀ ସେଦିନ କଥାରେ ଆପଣ ରାଗି ଛନ୍ତି ବୋଧେ। ବାହାଘର ପାର୍ଟି ରେ ଏମିତି ହୁଏ।‌ଆପଣଙ୍କୁ ସବୁ ଏତେ କଥା କହିଲେ ମୋତେ ଭଲ ଲାଗୁ ନ ଥାଏ। ହେଲେ ନୂଆ ବୋହୂ ବନ୍ଧୁବାନ୍ଧବ ଙ୍କ ସାମ୍ନାରେ ମୁହଁ ଖୋଲି ପାରିଲି ନାହିଁ। ମୋତେ କ୍ଷମା କରନ୍ତୁ। ସନ୍ଧ୍ୟା କହିଲେ ତୁ ଆମ ବୋହୂ ନୁହଁ ଝିଅ। ଝିଅ କ'ଣ ମାଆକୁ କ୍ଷମା ମାଗିବ। ସନ୍ଧ୍ୟା କୁଣ୍ଢାଇ ପକାଇଲେ ତିଥିକୁ। ତିଥି ବି ମନେ ମନେ ଭାବିଲା ଯେ ଖୁଡୀ କେତେ ସ୍ନେହୀ।

ସନ୍ଧ୍ୟା ‌ଭୋଗ ଆଣି ଖାଇବା ପାଇଁ ଦେଲେ। ହେଲେ କଣ ହେଲା କେଜାଣି ସେ ଭୋଗ ଖାଇ ଘରକୁ ଆସିଲା ପରେ ତିଥିକୁ ବାନ୍ତି ହେଲା। ଗୀତା ଏବେ ତାଙ୍କ ଶାଶୁ କନକ ଦେବୀଙ୍କୁ କହିଲେ ଦେଖିଲେ ତ ମାଆ ଏ ସନ୍ଧ୍ୟା ସମୟରେ ଆପଣ ମୋର ‌ନୂଆ ପୁଅ ବୋହୂ କୁ କାହିଁକି ତାଙ୍କ ଘରକୁ ପଠାଇଲେ ମୋ ବୋହୂ ର କଣ ହେଉଛି। ସନ୍ଧ୍ୟା ସମୟରେ ନବ ଦମ୍ପତ୍ତି ଙ୍କ ତାଙ୍କ ଘରକୁ ଯିବା କଣ ଠିକ୍ ହେଲା।ଅଷ୍ଟ ମଙ୍ଗଳା ବି ଯାଇ ନାହିଁ। ଏ ସବୁ କଥା ଘରେ ଥିବା ବନ୍ଧୁବାନ୍ଧବ ଙ୍କ ଦ୍ଵାରା ସନ୍ଧ୍ୟା ଙ୍କ କାନରେ ପଡ଼ିଲା। 

ତାପରେ ପ୍ରତି ଦିନ ରାତି ରେ ତିଥି ଚମକି ଉଠେ। ତାକୁ ଘର ମଧ୍ୟରେ ସବୁ ଅଦ୍ଭୁତ ଜିନିଷ ଦେଖାଯାଏ। ଆଗଭଳି ଆଉ ଠାକୁର ପୂଜା ବି ଠିକରେ କରେ ନାହିଁ। ଅଷ୍ଟ ମଙ୍ଗଳା ପରେ ତିଥି ଓ ବରୁଣ ତିଥିର ଘରକୁ ହଳଦୀ ଗୋଡ଼ ଧୋଇବା ପ୍ରଥାରେ‌ ଗଲେ। ‌‌ତିଥିର ଆଖି ତଳ ପଶି ଯାଇ ଥାଏ। ଆଗ ଭଳି କଥାବାର୍ତ୍ତା ନାହିଁ। ଖାଲି ତ ମୁଁ ଘରକୁ ଯିବି ଜିଦ୍ କଲା। ସକାଳୁ ଉଠି ଯେ ଝିଅ ପୂଜା ବିନା ଚାହା କପେ ବି ପିଏ ନାହିଁ ସେ ସକାଳୁ ଉଠି ନ ଗାଧୋଇ, ପୂଜା ନ କରି ବସି ଆମିଷ ଖାଇବା ଦେଖି ଆଶ୍ଚର୍ଯ୍ୟ ହେଲେ ତିଥିର ବାପା ମାଆ।

ଘରକୁ ଫେରିଲା ପରେ ତିଥି ତା ଶାଶୁଘର ଲୋକଙ୍କ ସହ ବେଶ ଖୁସିରେ ଥାଏ। କିଛି ଦିନ ପରେ ଗୋଟିଏ ବାହାଘରକୁ ସମସ୍ତେ ଗଲେ। ତିଥି କହିଲା ମୋତେ ଭଲ ଲାଗୁ ନାହିଁ । ମୁଁ ଘରେ ରହିବି। ସେ ଦିନ ମଙ୍ଗଳବାର ଥାଏ। ସବୁ ବାହାଘର ଗଲେ। ଫେରୁ ଫେରୁ ଡେରି ରାତି ହୋଇ ଯାଇ ଥାଏ । ତିଥି ଫୋନ ମଧ୍ୟ ଉଠାଉ ନ ଥାଏ। ବରୁଣ ବ୍ୟସ୍ତ ହେଉ ଥାଏ। ଘରକୁ ପହଞ୍ଚି ଯେତେବେଳେ ବେଲ ବଜାଇଲେ ତିଥି ନ ଖୋଲିବାରୁ , ବରୁଣ ଘରର ଦବଲ ଚାବିରେ କବାଟ ଖୋଲିଲେ । ଭିତରକୁ ପଶି ସବୁ ଆଶ୍ଚର୍ଯ୍ୟ ‌ହେଲେ। ତିଥି କୁ ଦେଖିବା ପାଇଁ ମିଳୁ ନାହିଁ। ହେଲେ ଘରେ ଫ୍ରିଜରେ ଥିବା ମାଂସ ମାଛ କାଢି ଖିଆ ହୋଇଛି। ସବୁ ଟେବୁଲ୍ ରେ ପଡ଼ିଛି। ଏକୁଆରିଅମ ଭଙ୍ଗା ହୋଇଛି। ମାଛ ସବୁ ମରି ତଳେ ପଡ଼ିଛି। ତିଥିକୁ କିନ୍ତୁ ଦେଖିବା ପାଇଁ ମିଳୁ ନାହିଁ। ସେଇ ସମୟରେ‌ ଜେଜେମା ଦେଖିଲେ‌ ତିଥି ଷ୍ଟୋର ରୁମରେ ବସି ନିଜ ହାତ କାଟି ରକ୍ତରେ କାନ୍ଥରେ ଲେଖୁଛି। ମୁଣ୍ଡ ର ବାଳ ଖୋଲା। ଅଧା ଶାଢ଼ୀ ଖସି ଯାଇଛି। ଜେଜେମା ଙ୍କ ପାଟି ଶୁଣି ସବୁ ସେଠାକୁ ଗଲେ। ତିଥି ସମସ୍ତଙ୍କୁ କାମୁଡିବା ପାଇଁ ଖୋଜିଲା। ବହୁତ କଷ୍ଟରେ ବରୁଣ ତିଥିକୁ ସମ୍ଭାଳି ରୁମକୁ ଆଣି ହାତରେ ପଟି କଲା। ଡାକ୍ତର ଆସିଲେ ଏବଂ ତିଥି ଙ୍କ ଅବସ୍ଥା ଦେଖି କହିଲେ ଯେ ତିଥି ନିଜ ମାନସିକ ଭାରସାମ୍ୟ ହରାଇ ବସିଛି। ସକାଳୁ ଡାକ୍ତରଖାନା ନେଇ ତା'ର ମାନସିକ ସ୍ତରରେ ଟେଷ୍ଟ କରିବା ପାଇଁ ପଡିବ। କିଛି ଝିଅଙ୍କ ଅତୀତର ଘଟଣା ପାଇଁ ବାହାଘର ପରେ ,ମାନେ ଶାରୀରିକ ସମ୍ପର୍କ ରଖିବା ପରେ ଏମିତି ହୁଏ। ତିଥି ଙ୍କ ଅତୀତ ବିଷୟରେ ଜାଣିବା ପାଇଁ ଡାକ୍ତର ପରାମର୍ଶ ଦେଲେ। ବରୁଣ ମନେ ମନେ ଭାବିଲେ ମୁଁ ତ ଦୁଇ ତିନି ବର୍ଷ ହେବ ତିଥିକୁ ଜାଣିଛି । ସେମିତି କିଛି ତା ସହ ହୋଇ ନାହିଁ। ତଥାପି ସେ ରାତିରେ ତିଥି ଙ୍କ ମାଆଙ୍କୁ ଫୋନ କରି ବୁଝିଲେ ଯେ ତିଥି ଙ୍କ ଜୀବନରେ ସେମିତି କିଛି କେବେ ହୋଇ ନାହିଁ।

ତାପର ଦିନ ସକାଳୁ ତିଥି ଠିକ ଅଛନ୍ତି। ରାତିରେ ବରୁଣ ମଧ୍ୟ ଖଣ୍ଡିଆ ଖାବରା ହୋଇ ଥିଲେ। ଏହା ଦେଖି ସେ ପଚାରିଲେ କାଲି ତୁମେ କେତେବେଳେ ଆସିଲ। ମୋତେ ଡାକିଲ ନାହିଁ। କାଲି ନା ରାତିରେ ମୋତେ ଲାଗିଲା କେହି ଘରେ ଅଛି। ଆଉ ଲାଇଟ୍ ବି ନ ଥିଲା। ପୁଣି ସେଇ ଉଜ୍ଜ୍ୱଳ ଆଲୁଅ କୁ ମୁଁ ଦେଖି ଡରି ଶୋଇ ଗଲି। ହେଲେ ମୋ ହାତ କଟିଲା କେମିତି ? ମୋର କିଛି ମନେ ପଡୁ ନାହିଁ।

ବରୁଣ କହିଲେ ତିଥି ଆମେ ଆଜି ଡାକ୍ତରଖାନା ଯିବା। 

ତିଥି : କଣ ପାଇଁ ?

ବରୁଣ ପ୍ରକୃତ କଥା ଲୁଚାଇ କହିଲେ ଆରେ ମୁଁ ନା ଜଲଦି ବାପା ହେବା ପାଇଁ ଚାହେଁ। ଟିକେ ଡାକ୍ତରୀ ପରୀକ୍ଷା କରାଇବା।

ତିଥି ଲାଜେଇ ଗଲେ ଏବଂ ଡାକ୍ତରଖାନା ଗଲେ। ଟେଷ୍ଟ ସବୁ ହେଲା। ରିପୋର୍ଟ ସବୁ ନର୍ମାଲ ଆସିଲା।

ସନ୍ଧ୍ୟା ସମୟରେ ତିଥି ର ବାପା ମାଆ ତିଥିକୁ ଦେଖିବା ପାଇଁ ଆସିଲେ। ପୁଣି ତିଥିର ଉତ୍ପାତ ବଢ଼ି ଯାଇ ଥାଏ। ବରୁଣ କହିଲେ ତିଥିର ମାନସିକ ଭାରସାମ୍ୟ ଠିକ ନାହିଁ। ହେଲେ ଶାରୀରିକ କାରଣରୁ ନୁହେଁ ଆଉ କିଛି। ତିଥିର ବାପା କହିଲେ ମୁଁ ଆମ ପୁରୋହିତ ଙ୍କୁ ତିଥି ପାଇଁ ଧ୍ୟାନରେ ବସିବା ପାଇଁ କହି ଥିଲି। ସେ କହିଲେ ତିଥି ଉପରେ ତନ୍ତ୍ରମନ୍ତ୍ର ହେଉଛି।

ଏ କଥା ଶୁଣି ବରୁଣ କ୍ରୋଧରେ‌ ଜଳିଲା ଏବଂ ଭାବିଲା ମାଆ ଠିକ କହୁ ଥିଲେ ସନ୍ଧ୍ୟା ଖୁଡୀ ଏ ସବୁ କରନ୍ତି।ସେ ସନ୍ଧ୍ୟା ଙ୍କ ଘରକୁ ଯାଇ ସନ୍ଧ୍ୟା ଙ୍କୁ କହିଲା ଖୁଡୀ ତୁମେ ସତରେ ମୋ ତିଥି ସହ ଏମିତି କରି ପାରୁଛ। ସେ ସନ୍ଧ୍ୟା ଙ୍କୁ ତିଥିର ଏ ଅବସ୍ଥା ପାଇଁ ଦାୟୀ କରି ଅନେକ କଥା କହି ଚାଲି ଆସିଲା।

ସନ୍ଧ୍ୟା ଆଉ ସହି ପାରିଲେ ନାହିଁ। ସେ ବି ମାଆ ଦୁର୍ଗାଙ୍କ ବଡ଼ ଭକ୍ତ। ତିଥି ନାମରେ ସେ ଦୀପ ଜଳାଇ ମାଆଙ୍କ ପାଖରେ ଧ୍ୟାନରେ ବସିଲେ ଏବଂ ସେ ଧ୍ୟାନରେ ବସି ଦେଖିଲେ ଯେ ତିଥି ଆଣି ଥିବା ମାଆଙ୍କ ମୁର୍ତ୍ତି ଖଣ୍ଡିତ ଅବସ୍ଥା ରେ ପୂଜା ପାଉଛନ୍ତି ।ସେ ବରୁଣ କୁ ଫୋନ କରି ମୁର୍ତ୍ତି ଦେଖିବାକୁ କହିଲେ। ସତରେ ମୁର୍ତ୍ତି ଭଗ୍ନ ଅବସ୍ଥାରେ ଅଛି। ସେ କହିଲେ ମୁର୍ତ୍ତି ଭଗ୍ନ ଅବସ୍ଥାରେ ପୂଜା ପାଇଲେ ଭଗବାନ ଘରୁ ଚାଲି ଯାଆନ୍ତି ଆଉ ସେଦିନ ମଙ୍ଗଳବାର ରେ ତିଥି ଆମିଷ ଅଜାଣତରେ ଖାଇ ଥିଲା ସିନା, ଭଗବାନଙ୍କ ପାଖରେ ଭୂଲ କରିଛି। ମାଆ ଦୁର୍ଗା ସେଥିପାଇଁ ତା'ର ସାହାଯ୍ୟ କରି ପାରୁ ନାହାଁନ୍ତି। ଯଦି ତା ଉପରେ କେହି ତନ୍ତ୍ରମନ୍ତ୍ର କରୁ ଥିବେ , ତୁମେ ମାଆଙ୍କ ମୁର୍ତ୍ତି ଠିକ କରାଇ ତିଥି ହାତରେ ଯେମିତି ବି ହେଉ ମୁର୍ତ୍ତି ର ପ୍ରାଣ ପ୍ରତିଷ୍ଠା କର‌ ତିଥି ଠିକ ହୋଇ ଯିବ। ଖୁଡୀ କହିବା ଅନୁସାରେ ବରୁଣ ରାତିରେ କୋଲକୋଟା ଯାଇ ଗଙ୍ଗା ନଦୀ କୁଳରୁ ମାଟି ଆଣି ମାଆଙ୍କ ମୁର୍ତ୍ତି କୁ ଆଉ ଥରେ ପୂର୍ଣ୍ଣ କଲେ। ସକାଳୁ ପଣ୍ଡିତ ଡାକି ମାଆଙ୍କ ପ୍ରାଣ ପ୍ରତିଷ୍ଠା ପୂଜା ଆରମ୍ଭ କଲେ। ପୂଜାରେ ବସିବା ଅବସ୍ଥା ରେ ନ ଥାଏ ତିଥି। ତଥାପି ତା ହାତକୁ ଜବରଦସ୍ତି ଧରି ବରୁଣ ପୂଜା କରାଇଲା। ଦୁର୍ଗା ମାଆଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ତିଥି ଅଚେତ ହୋଇ ଗଲା। ସେଇ ସମୟରେ ଗୀତା ପାଗଳ ପରି ହୋଇ ତିଥିର ରୁମରୁ ବାସର ଲୁଗା ରେ ପୋଡା କାଠ ବନ୍ଧା ହୋଇ ଥିବା, ଛୋଟ ଛୋଟ ମାଟି କଣ୍ଢେଇ ଦୁଇଟି ବନ୍ଧା ହୋଇ ଥିବା ଆଉ ନିଜ ରୁମରୁ କିଛି ଝୁଣା ଆଉ ହାଡ଼ ଆଦି କାଢି ଆଣିଲେ ଏବଂ ପାଗଳ ପରି ସବୁ ମାନିଲେ ଯେ ସେ ଏ ସବୁ କରିଛନ୍ତି । ତିଥିକୁ ନିଜ ବଶିଭୂତ କରି ତାର ବାପଘର ସମ୍ପତ୍ତି କୁ ନିଜ ନାମରେ କରିବା ପାଇଁ। ଏ ସବୁ ସେ ତାଙ୍କ ବାପଘର ପାଖ ତାନ୍ତ୍ରିକ ଦ୍ୱାରା କରାଇଛନ୍ତି। ହେଲେ ତନ୍ତ୍ର ଦ୍ଵାରା ବଶିଭୂତ ନ ହୋଇ ତିଥି କଣ ପାଇଁ ପାଗଳ ହେଲା ସେ ବୁଝି ପାରିଲେ ନାହିଁ। ସେ ଆହୁରି ମାନଲେ ଯେ ମାଆଙ୍କ ମୁର୍ତ୍ତି ଭାଙ୍ଗିବା ଠାରୁ ଆରମ୍ଭ କରି ମଙ୍ଗଳବାର ଆମିଷ ଖାଇବା ଓ ଖାଦ୍ୟ ରେ ତନ୍ତ୍ର ଜିନିଷ ମିଶାଇ ଖୁଆଇବା ସବୁ କିଛି ସେ ନିଜେ କରିଛନ୍ତି।ଏ ସବୁ ପାଗଳ ପରି କହି ସାରିଲା‌ ପରେ ଯାଇ ଗୀତା ଚେତା କୁ ଆସି ଭାବୁଛନ୍ତି କଣ ସବୁ କହିଲେ। ପଣ୍ଡିତ କହିଲେ ତିଥି ଉପରେ ମାଆଙ୍କ ଆଶୀର୍ବାଦ ଅଛି। ମୁର୍ତ୍ତି ଖଣ୍ଡନ‌ ଯୋଗୁଁ ମାଆ ପୁରା ତା ଉପରେ ସାହା ହୋଇ ପାରି ନାହିଁ, କିନ୍ତୁ ତାଙ୍କ ର ଭଲ ଶକ୍ତି ସହ ତନ୍ତ୍ରମନ୍ତ୍ର ର ଖରାପ ଶକ୍ତି ଲଢୁ ଥିଲା। ତେଣୁ ତିଥି ନିଜ ମାନସିକ ଭାରସାମ୍ୟ ହରାଇ ବସି ଥିଲା।

କନକ ଦେବୀ ଏବେ ବୁଝି ପାରିଲେ ବର୍ଷ ବର୍ଷ ଧରି ଘରେ ଯାହା ବି ଘଟୁଛି ତାହା ସନ୍ଧ୍ୟା ପାଇଁ ନୁହେଁ ବରଂ ଗୀତା ପାଇଁ।ସେ ଗୀତାଙ୍କୁ ଘରୁ ବାହାର କରି ଦେଉଥିଲେ। ତିଥିର ଚେତା ଆସିଲା। ଏବେ ସେ ସମ୍ପୂର୍ଣ୍ଣ ଠିକ। ଗୀତା ତିଥି ଙ୍କୁ କ୍ଷମା ମାଗିବାରୁ ତିଥି କହିଲା ମାଆ କଣ ଝିଅକୁ କ୍ଷମା ମାଗିବା ଠିକ ? ଆପଣ ପ୍ରତିଶ୍ରୁତି ଦିଅନ୍ତୁ କେବେ ଆଉ ଏମିତି କାମ କରିବେ ନାହିଁ। ଗୀତା ପ୍ରତିଶୃତି ଦେଲେ। ତିଥି ଗୀତାଙ୍କୁ ଯିବା ପାଇଁ ଅଟକାଇଲା। ଗୋବିନ୍ଦ ଓ ସନ୍ଧ୍ୟା ଙ୍କୁ କନକ ଦେବୀ ଘରକୁ ଫେରିବା ଆସିବା ପାଇଁ କହିଲେ। ତାପର ଠାରୁ କନକ ଦେବୀଙ୍କ ଦୁଇ ପୁଅ ଏକାଠି ଗୋଟିଏ ଘରେ ରହିଲେ।


Rate this content
Log in

Similar oriya story from Drama