Trushna Das

Horror Thriller Others

4  

Trushna Das

Horror Thriller Others

ଅଭିଶପ୍ତ ଗୋଦାମ ଘରର ରହସ୍ୟ

ଅଭିଶପ୍ତ ଗୋଦାମ ଘରର ରହସ୍ୟ

6 mins
435


ସୁରୁଆ ଏ ସୁରୁଆ ତୁ ଚାକିରୀ ଖୋଜୁ ଥିଲୁ ନା ?


ଏ କଥା ଶୁଣି ଆଖିରୁ ଲୁହ ପୋଛି ସୁରୁଆ ପଛକୁ ଚାହିଁ ଦେଖିଲା ରାମୁ କାକା ଆସିଛନ୍ତି।


ସୁରୁଆ : କାକା ତୁମେ କେବେ ସହରରୁ ଆସିଲ।


ରାମୁ କାକା : ମୁଁ କଲି ରାତିରେ ପହଞ୍ଚିଲି। ଆଉ ତୋ ବାପା ଗଲା ପରେ ତୋ ମାଆର ଦେହ ଭଲ ନାହିଁ ବୋଲି ଶୁଣିଲି। ସହରକୁ ବାରମ୍ବାର ଯାଇ ଚିକିତ୍ସା କରୁଛୁ। ବହୁତ ଟଙ୍କା ଦରକାର ହେଉଛି।


ସୁରୁଆ : ହଁ କାକା। ହେଲେ ଏତେ ଟଙ୍କା ଯୋଗାଡ କରିବି କେଉଁଠାରୁ ?


ରାମୁ କାକା : ସହରରେ ଗୋଟିଏ ଚାକିରୀ ଅଛି। ହେଲେ ତୁ କରିବୁ କି ନାହିଁ କେଜାଣି? ବହୁତ ଟଙ୍କା ମିଳିବ। 


ସୁରୁଆ : ସତ କହୁଛ ରାମୁ କାକା। ମୁଁ କାଇଁ ଚାକିରୀ କରିବି ନାହିଁ।


ରାମୁ କାକା : ସେ ଚାକିରୀ ଟିକିଏ ଅଲଗା ପ୍ରକାରର।


ସୁରୁଆ : କଣ ଚାକିରୀ?


ରାମୁ କାକା : ମୁଁ ଯେଉଁ ଦେବାଶିଷ ବାବୁଙ୍କ ଘରେ କାମ କରେ ତାଙ୍କରି ଗୋଟିଏ ଗୋଦାମ୍ ଘର ଅଛି। ତାଙ୍କ ସେ ଗୋଦାମ୍ ଘର ବାବୁଙ୍କ ଘର ଠାରୁ କିଛି ଦୂରରେ। ଗୋଦାମ୍ ଘର ପାଚେରୀ ମଝିରେ ଗୋଟିଏ ଆମ୍ବ ଗଛ ଅଛି। ସେଇ ଆମ୍ବ ଗଛର ରକ୍ଷଣାବେକ୍ଷଣ କରିବୁ।


ସୁରୁଆ : ଅହ କାକା ଗଛର ରକ୍ଷଣାବେକ୍ଷଣ କରିବାର ଅଛି ତ। ଏଇଟା କେତେ ବଡ଼ କାମ କି ମୁଁ କରିବି ନାହିଁ। ହେଲେ ଏଇଟା ପାଇଁ ଏତେ ଟଙ୍କା କାହିଁକି ?


ରାମୁ କାକା : ଗୋଟିଏ ବଡ଼ ରହସ୍ୟ ଅଛି। ସେଇଠି ଜୀବନ ପ୍ରତି ବିପଦ ଅଛି।


ସୁରୁଆ : କି ବିପଦ ଅଛି। ଭୁତ ପ୍ରେତ ନା ଚୋରରୀ ଡକାୟତି‌କାହାର ଭୟ ?


ରାମୁ କାକା : ଭୁତ ପ୍ରେତ ଅଛି ବୋଲି ସବୁ କହୁଛନ୍ତି। ଶୁଣୁ ଦେବାଶିଷ ବାବୁ ଛୋଟ ଥିଲେ। ତାଙ୍କ ବାପା ଗୋଟିଏ ‌ଗୋଦାମ୍ କିଣିଲେ । ସେ ଗୋଦାମ ବାଡିରେ ଗୋଟିଏ ଆମ୍ବ ଗଛ ଦେବାଶିଷ ବାବୁ ଓ ତାଙ୍କ ମାଆ ସୁମନ ମିଶି ପୋତି ଥିଲେ। ସେଇ ଗୋଦାମ୍ ରେ‌ ଦେବାଶିଷ ବାବୁଙ୍କ ବାପା ରୁପେଶ ବାବୁ ଓ‌ ତାଙ୍କ ସାନ ଭାଇ ମହେଶ ବାବୁ ବ୍ୟବସାୟର ସବୁ ସାମଗ୍ରୀ ରଖୁଥିଲେ। ହେଲେ ସେ ଗୋଦାମରେ ଅଶୁଭ ଛାୟା ପଡ଼ିଲା। କିଣିବାର ଦୁଇ ବର୍ଷ ହୋଇ ଥାଏ । ସେ ଅଶୁଭ ରାତିରେ ଜିନିଷ ସବୁ ଗୋଦାମରେ ରଖା ଚାଲି ଥିଲା। ହଠାତ୍ ନିଆଁ ଲାଗିଲା । ଆଉ ସେଇ ନିଆଁ ରେ ରୁପେଶ ବାବୁ ଓ ପାଞ୍ଚଜଣ କର୍ମଚାରୀ ଜଳି ମରି ଗଲେ। ତାପରେ ଘର, ସୁମନ ଓ ଦେବାଶିଷ ବାବୁଙ୍କୁ ସମ୍ଭାଳିବା ପାଇଁ ମହେଶ ବାବୁ ସୁମନଙ୍କୁ ବିବାହ କଲେ। ହେଲେ ସୁମନ ଆସ୍ତେ ଆସ୍ତେ ନିଜ ମେଣ୍ଟାଲ ଭାରସାମ୍ୟ ହରାଇ ବସିଲେ। ସେ ସବୁବେଳେ କହିଲେ ଯେ ସେ ଗୋଦାମରେ ରୁପେଶ ବାବୁ ଅଛନ୍ତି। ସେ ତାଙ୍କୁ କିଛି କହିବା ପାଇଁ ଚାହୁଁଛନ୍ତି। ହେଲେ ସେଇ ଗୋଦାମ ଜଳିବା ପାଖରୁ କେହିବି ସେ ଗୋଦାମ କୁ ଡରି ଯାଆନ୍ତି ନାହିଁ। ତଥାପି ଜଣେ ପୋଲିସ ଇନ୍ସପେକ୍ଟର ଏ ସବୁ କୁ ବିଶ୍ବାସ ନ କରି ଗଲା‌। ଆଉ ତାପର ଦିନ ତାର ଶବ ଗୋଦାମ ବାହାରେ ପଡ଼ି ଥିଲା।ଇତି ମଧ୍ୟରେ ଦଶ ବର୍ଷ ବିତି ଗଲା। ଦେବାଶିଷ ବାବୁ ପାଠ ପଢିବା ପାଇଁ ବିଦେଶ ଗଲେ। ଆଉ ଦିନେ ଖବର ପାଇଲେ ଯେ ସୁମନ ରାତିରେ ହଠାତ୍ ସେ ଗୋଦାମକୁ ଲୁଚି ପଳାଇ ଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ମହେଶ ବାବୁ ସେ ଗୋଦାମ କୁ ଗଲେ। ହେଲେ ସକାଳ ପାଇଲା ବେଳକୁ ମହେଶ ବାବୁ ଆହତ ହୋଇ ବାହାରେ ପଡ଼ି ଥିଲେ। ଆଉ ସୁମନଙ୍କ ମୃତ ଦେହ ଆମ୍ବ ଗଛରେ ଝୁଲୁ ଥିଲା। ତାପର ଠାରୁ ମହେଶ ବାବୁ ଆଉ ଚାଲି ପାରିଲେ ନାହିଁ । ଆଉ ସେ ଆମ୍ବ ଗଛ ର ଆମ୍ବ ଯିଏ ବି ଖାଇବା ପାଇଁ ଗଲା ତାର ମୃତ ଦେହ ସେ ଗଛ ମୂଳରେ ମିଳିଲା। କହିବା ପାଇଁ ଗଲେ ଗୋଦାମ ଘରଟି ପୁରା ଅଭିଶପ୍ତ । ସେ ଅଭିଶପ୍ତ ଗୋଦାମ ଘରକୁ ଶେଷରେ ପୂଜା କରି ବନ୍ଧନ କରା ଗଲା। ଜଣେ ତାନ୍ତ୍ରିକଙ୍କ କହିବା ଅନୁସାରେ ସେଇ ଆମ୍ବ ଗଛରେ ସବୁ ପ୍ରେତାତ୍ମା ମାନଙ୍କୁ ବନ୍ଧନ କରା ଯାଇଛି। ସେଇ ଆମ୍ବ ଯେମିତି କେହି କେବେ ନ ଖାଇବେ। ସେଥିପାଇଁ ଦିନ ରାତି ଯାକ କେହି ନା କେହି ଜଗି ରହିବେ। ହେଲେ ସନ୍ଧ୍ୟା ହେଲେ ସେ ଗୋଦାମରୁ ଏମିତି ଭୟଙ୍କର ଶବ୍ଦ ଶୁଣା ଯାଏ କେହି ସେଠାରେ ରହିଲେ ନାହିଁ। ଜଣେ ଯଦି ବି ସାହସ କରି ରହିଲା ତାପର ଦିନ ସେ ଅର୍ଦ୍ଧ ପାଗଳ ଅବସ୍ଥା ରେ ମିଳିଲା। ତାପର ଠାରୁ ରାତି କ'ଣ ଦିନ ରେ ବି କେହି ସେ ଅଭିଶପ୍ତ ଗୋଦାମ ଘରର ଆମ୍ବ ଗଛ ର ରକ୍ଷଣାବେକ୍ଷଣ କଲେ ନାହିଁ। ଆଉ ତାନ୍ତ୍ରିକ ଏ ବି କହିଛି ଯେ ସେ ଆମ୍ବ ଗଛଟି ମରିଗଲେ ସେ ପ୍ରେତାତ୍ମା ମାନଙ୍କର ଉତ୍ପାତ ବଢ଼ି ଯିବ। 


ସେଇଠି ପାଇଁ ଦେବାଶିଷ ବାବୁ ବେଶୀ ଟଙ୍କା ଦେଇ ଆମ୍ଵ ଗଛର ରକ୍ଷଣାବେକ୍ଷଣ କରିବା ପାଇଁ ଲୋକ ଖୋଜୁଛନ୍ତି।


ସୁରୁଆ ବହୁତ ସାହସୀ। ସେ କହିଲା ଏ ସବୁ ଅନ୍ଧ ବିଶ୍ବାସ । ଆଉ ଯଦି ବି ଥିବ ସେଇଠି କିଛି ଥାଏ ମୋତେ ଦେଖି ଡରି ଯିବ।


ସୁରୁଆ ତାପର ଦିନ ସକାଳୁ ତା ମାଆ ଓ ରାମୁ କାକା ଙ୍କ ସହ ସହରକୁ ଗଲା ଆଉ ଦେବାଶିଷ ବାବୁ ଙ୍କୁ ଦେଖା କଲା। ଦେବାଶିଷ ବାବୁ ସବୁ ଖୋଲି କହିବାକୁ ଲାଗିଲା ରୁ ସୁରୁଆ କହିଲା ମୁଁ ଡରେ ନାହିଁ ବାବୁ।


ମହେଶ ବାବୁ ସୁରୁଆକୁ ବାରମ୍ବାର କହୁ ଥାଆନ୍ତି ଯେ ସନ୍ଧ୍ୟା ହେଲେ ରହିବୁ ନାହିଁ। ସେଠାରୁ ପଳେଇ ଆସିବୁ।


ସୁରୁଆ ହଁ କହି ମୁଣ୍ଡ ଟୁଙ୍ଗାରି ଆସିଲା। ମାଆକୁ ନେଇ ଦେବାଶିଷ ବାବୁ ଦେଇ ଥିବା କୁଡ଼ିଆ ରେ ରଖିଲି। ରାମୁ କାକା ତାକୁ ନେଇ ସେଇ ଅଭିଶପ୍ତ ଗୋଦାମ ଘର ଦେଖାଇ ଆଣିଲେ। ଆସିଲା ପରେ ଦେବାଶିଷ ବାବୁ ଙ୍କ ଡ୍ରାଇଭର ସୁରୁଆକୁ ସେ ଅଭିଶପ୍ତ ଗୋଦାମ ବିଷୟରେ କହିବା ପାଇଁ ଲାଗିଲା। ଯେମିତି ସୁରୁଆ ସେ ସବୁ ଛାଡ଼ି ଚାଲି ଯିବ।


ହେଲେ ସୁରୁଆ କଣ ପାଇଁ ସେ ସବୁ ଶୁଣିବା ପାଇଁ ଯାଏ ଯେ। ମାଆର ଦେହ ଖରାପ। ଚିକିତ୍ସା ପାଇଁ ଟଙ୍କା ଦରକାର। ତାକୁ ଯେମିତି ହେଲେ କାମ କରିବାକୁ ହେବ। 


ତାପର ଦିନ ସକାଳୁ ଦେବାଶିଷ ବାବୁ ଗୋଟିଏ ସ୍ମାର୍ଟ ଫୋନ ସୁରୁଆକୁ ଦେଲେ। ସୁରୁଆ ଦଶମ ଶ୍ରେଣୀ ଯାଏ ପାଠ ପଢି ଥିଲା। ଭଲ ମଧ୍ୟ ପଢୁ ଥିଲା। କେବଳ ଟଙ୍କା ଅଭାବ ପାଇଁ ସେ ଦଶମ ପରେ ଆଉ ପଢି ନ ଥିଲା। ତେଣୁ ସେ ସେତେ ବି ମୁର୍ଖ ନ ଥିଲା ଅନ୍ୟ ଚାକର ପରି। ଉପସ୍ଥିତି ବୁଦ୍ଧି ଭଲ ତାର। ମୋବାଇଲ ମଧ୍ୟ ଭଲ ଭାବରେ ଚଳାଇ ଆସୁ ଥାଏ ତାକୁ।


ଗୋଦାମ ର ସେ ଆମ୍ବ ଗଛ ମୂଳରେ ଦିନ ଯାକ ବସି ତାର ରକ୍ଷଣାବେକ୍ଷଣ କଲା। ଆଉ ସନ୍ଧ୍ୟା ହେଉ ହେଉ ମାଆ ପାଖକୁ ଫେରି ଆସୁ ଥାଏ। ତାକୁ ଲାଗିଲା ସେ ଅଭିଶପ୍ତ ଗୋଦାମ ଘରେ କିଛି ରହସ୍ୟ ଅଛି। ହେଲେ ସାହାସ କରି ସେ ଗୋଦାମ ଘରକୁ ସେ ଯାଏ ନାହିଁ।


ଏମିତି ପାଖାପାଖି ମାସଟିଏ ଗଲା। ହଠାତ ଦିନେ ସନ୍ଧ୍ୟାରେ ସୁରୁଆର ମାଆଙ୍କ ଦେହ ଖରାପ ହୋଇ ଗଲା। ସେ ତାଙ୍କୁ ଚିକିତ୍ସା କରାଇ ଫେରୁ ଥାଏ। ବିଳମ୍ବ ରାତି ଯୋଗୁଁ ଗୋଦାମ ପାଖରେ ସେ ଦେବାଶିଷ ବାବୁ ଙ୍କ ଡ୍ରାଇଭର କୁ ଦେଖିଲା। ଆଉ କିଛି ଲୋକଙ୍କୁ ମଧ୍ୟ ଦେଖିଲା।


ମାଆ ସାଙ୍ଗରେ ଥିବାରୁ ସେ ଆଉ ଭିତରକୁ ଗଲା ନାହିଁ। ତାପର ଦିନ ରାତି ରେ ସେ ସନ୍ଧ୍ୟା ସମୟରେ ଘରକୁ ଫେରି ଆସିଲା। ଦେବାଶିଷ ବାବୁଙ୍କ ପାଖକୁ ଟଙ୍କା ନେବା ପାଇଁ ଗଲା। ତାପରେ ସେ ଲୁଚି ଲୁଚି ଯାଇ ସେଇ ଆମ୍ବ ଗଛ ମୂଳରେ ଛକି ବସିଲା।ଆଉ ଯାହା ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇ ଗଲା। ସେ ସବୁକୁ ଲାଇଭ ଭିଡିଓ କରୁ ଥାଏ। ଠିକ ନିଶାଭର ମଧ୍ୟ ରାତି। ସେ ଡ୍ରାଇଭର ସହ କେହିଜଣେ ଗାଡିରୁ ଓହ୍ଲାଇଲେ ଏବଂ କଥା ହୋଇ ଗୋଦାମ ର କବାଟ ଖୋଲିଲେ। ଭିତରେ ଲାଇଟ୍ ଜଳୁ ଥାଏ। ସୁରୁଆ ଲୁଚି ଲୁଚି ଗୋଦାମ ଭିତରକୁ ଗଲା। ଆଉ ଦେଖିଲା ସେଇଠି କିଛି ଲୋକ ଗୋଦାମ ତଳକୁ ଖୋଳୁଛନ୍ତି। ଆଉ ଡ୍ରାଇଭର ସହ ଆଉ କେହି ନୁହେଁ ବରଂ ମହେଶ ବାବୁ ସେ ଗୋଦାମ ଘର ଭିତରକୁ ପ୍ରବେଶ କରିଛନ୍ତି। ତା ମାନେ ମହେଶ ବାବୁ ନ ଚାଳି ପାରିବାର ଅଭିନୟ କରୁ ଥିଲେ। ଏ କଥା ସୁରୁଆର ବୁଝିବା ବାକି ନ ଥାଏ। ସେଇ ସମୟରେ ମହେଶ ବାବୁ ଜଣେ ବୃଦ୍ଧ ଙ୍କୁ ପିଟି ପିଟି ପଚାରୁ ଥାଆନ୍ତି ଅଧା ନକ୍ସା ମୋ ପାଖରେ ଅଛି। ଆଉ ଅଧା କେଉଁଠି ଅଛି କୁହ ରୁପେଶ ଭାଇ । ନ ହେଲେ ଭାଉଜଙ୍କୁ ଯେମିତି ସେଦିନ ମୁଁ ମାରିଛି ସେମିତି ତୁମ ପୁଅ ଦେବାଶିଷକୁ ମାରିବି। ଭାଉଜ ଙ୍କ ମୃତ୍ୟୁ ରେ ମୋ ନାମ ନ ଆସୁ ସେଇଥି ପାଇଁ ମୁଁ କେବେ ଠାରୁ ପାରାଲିସର ଅଭିନୟ କରିଛି। ହେଲେ କଣ କରିବି ଭାଉଜଙ୍କ ମୃତ୍ୟୁ ପରେ ତୁମେ ଆଉ କିଛି କହୁ ନାହଁ। ପଙ୍ଗୁ ପାଲଟି ଗଲ ଯେ। ଏ ନକ୍ସା ତୁମେ ଗୋଦାମ ଘର କିଣାବା ପରେ ସେ ଆମ୍ବ ଗଛ ପୋତିବା ସମୟରେ ପାଇ ଥିଲ। ଅଚଳ ସମ୍ପତ୍ତି ଏଇ ଗୋଦାମ ଏ ଘରେ ରଖି ଅଛି। ତୁମକୁ କେତେ ବୁଝାଇଲି। ହେଲେ ତୁମେ ଏ ଗୋଦାମ କୁ ଆଉ ଗୋଟିଏ ଜାଗାକୁ ଉଠାଇ ନେଇ ସରକାରଙ୍କୁ ଦେଇ ଦେବ ବୋଲି କହିବାରୁ ମୁଁ ଏ ସବୁ କଲି। ଆଉ ଏ ଘରକୁ ମୁଁ ଅଭିଶପ୍ତ ଗୋଦାମ ଘର ବୋଲି ତାନ୍ତ୍ରିକ କୁ ଟଙ୍କା ଦେଇ ପ୍ରମାଣିତ କଲି। କେତେ ଜୀବନ ମୁଁ ନେଲି। କେବଳ ତୁମ ପାଇଁ ଭାଇ।


ଠିକ ଏତିକି ବେଳେ ଡ୍ରାଇଭର ର ‌ନଜର ସୁରୁଆ ଉପରେ ପଡ଼ିଲା। ସେ ସୁରୁଆକୁ ଧରି ମହେଶ ବାବୁ ଙ୍କ ପାଖକୁ ନେଇ ଗଲା। ମହେଶ ବାବୁ ସୁରୁଆକୁ ମାରିବା ପାଇଁ ଯାଉ ଥାଆନ୍ତି। ଠିକ ଏତିକି ବେଳେ ପୋଲିସ ଓ ଦେବାଶିଷ ବାବୁ ପହଞ୍ଚି ଗଲେ। ପୋଲିସ ମହେଶ ବାବୁ ଓ ଡ୍ରାଇଭରକୁ ଗିରଫ କରି କହିଲା ସୁରୁଆର ଉପସ୍ଥିତ ବୁଦ୍ଧି ପାଇଁ ସେମାନେ ଲାଇଭ ଭିଡିଓ ଦେଖି ଅଭିଶପ୍ତ ଗୋଦାମ ଘରର ରହସ୍ୟ ଜାଣି ପାରିଲେ। 


ଦେବାଶିଷ ବାବୁ ନିଜ ବାପଙ୍କୁ ଫେରି ପାଇ ବହୁତ ଖୁସି ହେଲେ ଆଉ ମାଆଙ୍କୁ ସେଇ ଆମ୍ବ ଗଛ ପାଖକୁ ଯାଇ ପ୍ରଣାମ କଲେ ଆଉ କହିଲେ ଏ ଗଛ ନ ଥିଲେ ନା ସୁରୁଆ ଆସି ଥାଆନ୍ତା ନା ଆମେ ତୁମ ମୃତ୍ୟୁ ସହ ଏ ଅଭିଶପ୍ତ ଗୋଦାମ ଘରର ରହସ୍ୟ କେବେ ଜାଣି ପାରି ଥାଆନ୍ତୁ‌?


ଏହା ପରେ ସେ ଗୋଦାମ ଘରର ଲୁଚିଥିବା ଅଚଳ ସମ୍ପତ୍ତି ପାଇଁ ସରକାର ଙ୍କୁ ଦେଇ ଦିଆ ହେଲା। ଆଉ ସୁରୁଆ ଦେବାଶିଷ ବାବୁ ଙ୍କ ବିଶ୍ୱସ୍ତ ହୋଇ ତାଙ୍କ ପାଖରେ କାମ କଲା।


Rate this content
Log in

Similar oriya story from Horror