kamal kumar dash

Drama Horror Thriller

5.0  

kamal kumar dash

Drama Horror Thriller

ସ୍ପେସ ସିପ

ସ୍ପେସ ସିପ

2 mins
489



        ସ୍ପେସ ସିପ ଉପରକୁ ଉଠୁଥିଲା ଓ ଦୁରେଇ ଯାଉଥିଲା ପୃଥିବୀ ଠାରୁ | ୧୦ ବର୍ଷ ଦୂରରେ ଥିବା ଏକ ଗ୍ରହ କୁ ଯାଉଥିଲା ସ୍ପେସ ସିପ |ସେଥିରେ ଥିଲେ ଭାରତର ରଂଗନାଥ ,ରସିଆ ର ଈଭାନ ଆମେରିକାର ଝିଅ ସାରା ଓ ଜାପାନ ର ଝିଅ ହାନା |ଏ ମାନେ ସମସ୍ତେ ସ୍ପେସ ସିପ ଚାଲାଇବାର ଟ୍ରେନିଂ ନେଇଥିଲେ ଓ ନୂଆ ପୃଥିବୀ ଖୋଜି ବାହାରିଥିଲେ | ସ୍ପେସ ସିପ ର ଦିଗ ଓ ସ୍ପୀଡ଼ ପୃଥିବୀରେ ଥିବା କଟ୍ରୋଲ ରୁମ ରୁ ନିୟନ୍ତ୍ରଣ କରl ଯାଉଥିଲା | ତେଣୁ ସେମାନଙ୍କର ବିଶେଷ କାମ ନଥିଲା |ଖାଲି ସେମାନେ ବସି ସ୍ପେସ କୁ ଓ ସ୍ପେସ ସିପ ଭିତରେ ଥିବା ଯନ୍ତ୍ର ଗୁଡିକୁ ଅବଜର୍ଭ କରୁଥିଲେ | ୧୨ ଘଣ୍ଟା ଈଭାନ ଓ ସାରା କାମ କରୁଥିଲେ ତା ପରେ ଆଉ ବାର ଘଣ୍ଟା ରଙ୍ଗନାଥ ଓ ହାନା ବସୁଥିଲେ ସ୍ପେସ ସିପ ର କଣ୍ଟ୍ରୋଲ ରୁମ ରେ | ବେଳେ ବେଳେ ସମସ୍ତେ ବସି ଏକାଠି କଥା ହେଉଥିଲେ ଓ ଘର କଥା ଭାବୁଥିଲେ | ରଙ୍ଗନାଥ ,ହାନା କୁ ତା ଘର ଓ ଗାଁ ର ଫଟୋ ଦେଖାଇଲା ହନା ବି ତା ଘର ଓ ପାଖ ମନ୍ଦିର ର ଫଟୋ ତା କୁ ଦେଖାଇଲା | ହାନl ର ବୁଦ୍ଧଙ୍କ ପ୍ରତି ଭକ୍ତି ଦେଖି ବହୁତ ଖୁସିହୋଇଗଲା ରଂଗନାଥ | ରଂଗନାଥ ବି ତା କ୍ୟାବିନରେ କିଛି ଠାକୁରଙ୍କ  ଫଟୋ ରଖିଥିଲା | ୫ ମାସ ପରେ ଦିନେ ଈଭାନ ଦେଖିଲା ତାଙ୍କ ସ୍ପେସ ସିପ ର ଅଳ୍ପ ଦୂରରେ ଗୋଟେ ଧୂମକେତୁ ଦେଖା ଯାଉଛି | ସେ କଣ୍ଟ୍ରୋଲ ରୁମ କୁ ଜଣାଇଲା | ସେମାନେ କହିଲେ ଧୂମକେତୁ ସ୍ପେସ ସିପ ଠୁ ଦୂରରେ ପାସ ହେବ କିଛି ପ୍ରୋବ୍ଲେମ ହେବନି | ହେଲେ ତା ପରଦିନ ସ୍ପେସ ସିପ ରେ କିଛି ଗୋଟେ ବାଡେଇ ହେଲl |କିଛି କମ୍ୟୁନିକେସନ ସିଷ୍ଟମ ଖରାପ ହୋଇଗଲା | ପୃଥିବୀରେ ଥିବା କଣ୍ଟ୍ରୋଲ ରୁମ କୁ କଥା ହେବl ସମ୍ଭଵ ହେଲାନି | କିଛି ସମୟ ପରେ ମେସେଜ ଆସିଲା କି  ତୁମ ସ୍ପେସ ସିପ କୁ ପୃଥିବୀ କୁ ଫେରେଇ ଆଣ | 

ଈଭାନ ସ୍ପେସ ସିପ ବାହାରକୁ ଯାଇ ଦେଖିଲା କି ସ୍ପେସ ସିପ ର କିଛି ପାର୍ଟ ଡ଼lମେଜ ହୋଇ ଯାଇଛି ସେ ଠିକ କରିବାକୁ ଚେଷ୍ଟା କଲା , ହେଲେ ବେଶୀ କିଛି ଫଳ ହେଲାନି | କଣ୍ଟ୍ରୋଲ ରୁମ ତାଙ୍କ ସିପ କୁ କଣ୍ଟ୍ରୋଲ କରି ପାରୁ ନଥିଲା | କିଛି ସମୟ କାମ କଲା ପରେ ସେମାନେ ସ୍ପେସ ସିସିପିର ସ୍ପିଡ଼ କୁ କମାଇ ଦେଲେ ତା ପରେ ତାର ଦିଗ ବଦଳାଇଲେ ଓ କିଛି ଘଣ୍ଟା ଭିତରେ ସେମାନେ ଜାଣି ପାରିଲେ ଯେ ତାଙ୍କ ଯାନ ଟି ପୃଥିବୀ ଆଡ଼କୁ ଫେରୁଛି | ସମସ୍ତଙ୍କ ମନରେ ଘରକୁ ଫେରିବାର ଖୁସି ଥିଲା ,ହେଲେ ଖରାପ ସ୍ପେସ ସିପ ମହାକାଶ ରେ ହଜିଯିବାର ଡର ବିଥିଲା | କିଛି ଦିନ ପରେ 

ସ୍ପେସ ଷ୍ଟେସନ ସଂଗେ ସମ୍ପର୍କ କରିବା ସମ୍ଭବ ହେଲା ଓ କଣ୍ଟ୍ରୋଲ ରୁମ ସ୍ପେସ ଷ୍ଟେସନ ଦ୍ୱାରା ସ୍ପେସ ସିପ କୁ ବାଟ କଢ଼ାଇଲା | ପ୍ରାୟ ୧୧ ମାସ ପରେ ତାଙ୍କ ସ୍ପେସ ସିପ ପୃଥିବୀରେ ପହଁଚିଲା | 

 


Rate this content
Log in

Similar oriya story from Drama