kamal kumar dash

Action Inspirational Thriller

4  

kamal kumar dash

Action Inspirational Thriller

ପ୍ରଜାପତି ( ତିତଲୀଆଁ )

ପ୍ରଜାପତି ( ତିତଲୀଆଁ )

1 min
301


  


   ବସ୍ତର ର ଜଙ୍ଗଲ ରେ ବୁଲି ବୁଲି ଅନେକ ପ୍ରଜାତିର ପ୍ରଜାପତି ଙ୍କର ଭିଡ଼ିଓ ଗ୍ରାଫି କରିଥିଲି ମୁଁ ପ୍ରାୟ ବର୍ଷେ ଭିତରେ | ଭାବୁ ଥିଲି ତାକୁ ନେଇ ଗୋଟେ ଡକୁମେଣ୍ଟାରୀ କରିବି | ଅନେକ ଭାବି ଜଗଦଳପୁର ଦୂରଦର୍ଶନ କେନ୍ଦ୍ରକୁ ବାହାରିଲି | ଷ୍ଟେସନ ଡାଇରେକଟରଙ୍କୁ ଭେଟି ସବୁ କଥା କହିଲି ସେ କହିଲେ ଆଜି ବେଳ ନାହିଁ ଆଉ କେବେ ଆସନ୍ତୁ | କିଛି ଦିନ ପରେ ପୁଣି ଗଲି ଦୂରଦର୍ଶନ କେନ୍ଦ୍ରକୁ ସେ ତାଙ୍କ ଜଣେ ଆସିଷ୍ଟାଣ୍ଡ କୁ ଭିଡ଼ିଓ ଦେଖିବାକୁ କହିଲେ ମୋ କ୍ୟାମେରାରୁ ତାଙ୍କ ମନିଟର ରେ ଭିଡ଼ିଓ ଦେଖିବା ଟିକେ ପ୍ରୋବ୍ଲେମ ହେଲା | ପିକଚର ଭଲ ଅସିଲାନି | କିଛି ସମୟ ଦେଖିଲାପରେ 

ସେ କହିଲେ ସାର ପିକେଚର ଟ୍ରାନ୍ସଫର   ହେଲା ପରେ ଦେଖିବା ଆଉ ଥରେ ଆସନ୍ତୁ | ଫୁଣି କିଛି ଦିନ ପରେ ଗଲି ସେଦିନ ପିକେଚର ଟ୍ରାନ୍ସଫର   ହେଲା ହେଲେ ଷ୍ଟେସନ ଡାଇରେକଟରଙ୍କୁ ବେଳ ନଥିଲା ସେ ଅନ୍ୟ ପ୍ରୋଗ୍ରାମ ରେ ବ୍ୟସ୍ତ ଥିଲେ ଓ କହିଲେ ସାର ତିତଲୀଆଁ ପାଇଁ ଷ୍ଟୋରି ହିନ୍ଦୀରେ ଲେଖିଆଣନ୍ତୁ କାରଣ ମୋର ଷ୍ଟୋରି ଇଂରାଜୀରେ ଥିଲା | ଫୁଣିକିଛି ଦିନ ପରେ ମୁଁ ମୋ ଷ୍ଟୋରି କୁ ହିନ୍ଦୀରେ ଟ୍ରାନ୍ସଲେଟ କରି ନେଇ ଗଲି | ବାରମ୍ବାର ଦୂରଦର୍ଶନ କେନ୍ଦ୍ରକୁ ଯିବାକୁ ଖରାପ ବି ଲାଗୁଥିଲା , ହେଲେ ତିତଲୀଆଁ ର ଏଡିଟିଂ କରିବାତ ନିହାତି ଦରକାର ଥିଲା | ଆଜି ଏଡିଟିଂ କାମ ହେବ କି ନାହିଁ କିଛି ଠିକଣା ନଥିଲା | ମଟର ସାଇକେଲ ରେ କିଛି ବାଟ ଗଲା ପରେ ଗୋଟେ ପ୍ରଜାପତି ଉଡି ଆସି ମୋ କାନ୍ଧରେ ବସି ପଡିଲା |

ଓ କିଛି ସମୟ ବସି ଉଡ଼ିଗଲା | ମୁଁ ଦୂରଦର୍ଶନକେନ୍ଦ୍ର ର ପହଂଚିବା ପରେ ଡାଇରେକଟର  ତିତଲୀଆଁ ର ଭିଡିଓ ଚଳାଇ ଦେଖାଇଲେ | ତାକୁ କଟା କାଟି କଲା ପରେ 7 ମିନିଟର  ଭିଡ଼ିଓ ହେଲା | ସେ ମୋ ଲେଖା ଷ୍ଟୋରି ପଢ଼ୀଲେ ଓ ଖୁସି ହେଲେ |ସେ କହିଲେ ୨ ଦିନ ପରେ ଭିଡି଼ଓ ରେ ଅଡିଓ ଯୋଡି ପୁରା ଏଡିଟିଂ କର ହେବ ଆପଣ ଚାହିଁଲେ ଆସି ଦେଖି ପାରନ୍ତି | ଦି ଦିନ ପରେ ମୁଁ ଗଲି ଓ ସବୁ କାମ ଠିକ ହୋଇଗଲା | ଅନ୍ୟ ପ୍ରୋଗ୍ରାମ ସାଙ୍ଗରେ ଟେଲିକl ଷ୍ଟ ପାଇଁ ତାକୁ ରାୟପୁର ଦୂରଦର୍ଶନକେନ୍ଦ୍ରକୁ ପାଠ ଗଲା ଓ ପ୍ରାୟ ଏକ ସପ୍ତାହ ପରେ ଦିନେ ସନ୍ଧ୍ୟାରେ ତିତଲୀଆଁ 

ରାୟପୁର ଦୂରଦର୍ଶନକେନ୍ଦ୍ର ରୁ ଟେଲିକlଷ୍ଟ ହେଲା | ଏବେ ତିତଲୀଆଁ ଡକୁମେଣ୍ଟାରୀ ୟୁ ଟିୟୁବ ରେ ଦେଖିପାରିବେ | 


Rate this content
Log in

Similar oriya story from Action