kamal kumar dash

Tragedy Classics Inspirational

3.5  

kamal kumar dash

Tragedy Classics Inspirational

ମଙ୍ଗୁଳି ବାଛୁରୀ

ମଙ୍ଗୁଳି ବାଛୁରୀ

1 min
203


ରାମ ବାବୁଙ୍କର ଗୁନେଇ ଗାଈର ଛୁଆ ମଙ୍ଗୁଳି ଏବେ ବଡ଼ ହୋଇ ଗଲାଣି । ମା କ୍ଷୀର ଛାଡି ଅନେକ ଦିନ ହେଲାଣି ।କେତେ ଲୋକ ତା ଉପରେ ଆଖି ପକାଇଲେଣି  ଭଲ ବଳଦ ଟିଏ ହେବ ବୋଲି। ରାମ ବାବୁଙ୍କର  ଚାଷ ବାସ ନାହିଁ  ତେଣୁ ବଳଦର ବା ଦରକାର କଣ । କିଏ ଜଣେ କହିଲା ସାର ମତେ ମଙ୍ଗୁଳିକୁ ଦେଇ ଦିଅନ୍ତୁ ମୁଁ ତାକୁ ମହଣ କରିବି ଓ କାମ ଶିଖାଇବି। ରାମବାବୁ ରାଜି ହୋଇଗଲେ ଓ ହଜାରେ ଟଙ୍କାରେ  ମଙ୍ଗୁଳିକୁ ତାଙ୍କ ହଳିଆ ହାତରେ ଦେଇ ଦେଇଦେଲେ। ମଙ୍ଗୁଳି  ଘରୁ ଗଲାବେଳେ ବାତାବରଣ ଟିକେ ଦୁଃଖଦ ହୋଇଗଲ। ବାବୁଙ୍କ ସ୍ତ୍ରୀ କହିଲେ ବିଚରା ମଙ୍ଗୁଳି ଆମ ଘରେ ଖାଉଥିଲା ବୋଲି  ଟଙ୍କା ଦେଇଗଲା ,ଏବେ ନିଜେ ରୋଜଗାର କରିବ ଓ ଖାଇବ। ତାଙ୍କ ପୁଅ ଟୁନା ବି ତାକୁ ଟିକେ ଆଉଁସି ଦେଲା ।ଘରୁ ବାହାରେ ରହି ଇଂଜିନିୟରିଂ ପଢି ଏଇ କେତେ ମାସ ହେବ ସେ ଘରେ ରହୁଥିଲା ଓ ମଙ୍ଗୁଳି ସହ ଖେଳୁଥିଲା ଓ ତାକୁ ଖାଇବାକୁ ଦେଉଥିଲା। ମଙ୍ଗୁଳି ଘରୁ ଯିବାର କେଇ ଘଣ୍ଟାପରେ  ଟୁନାକୁ ଗୋଟେ କମ୍ପାନୀ ଚାକିରୀରେ ଜଏନ କରିବା ପାଇଁ ଚିଠି ଆସି ପହଞ୍ଚିଲା । ଟୁନାତ ବହୁତ ଖୁସି ହେଲା ହେଲେ ତା ବୋଉ , ଖୁସି ହେଲେ ବି କାନ୍ଦୁଥିଲେ ଟୁନା ପାଇଁ ଓ କହୁଥିଲେ ତୁ ବି ଆମକୁ ଛାଡ଼ି ଚାଲିଯିବୁ ବହୁତ ଦୁରକୁ ।



Rate this content
Log in

Similar oriya story from Tragedy