ମୃତ୍ୟୁ ର ତାଣ୍ଡବ
ମୃତ୍ୟୁ ର ତାଣ୍ଡବ
୧୯୯୯ ର ସେ ପ୍ରଳୟଙ୍କାରୀ ମହାବାତ୍ଯା। ପ୍ରକୃତିରେ ମ୍ରୃତ୍ୟୁ ର ତାଣ୍ଡବ ରଚେଇ ଦେଇଥିଲା ଯେମିତି। ଚାରିଆଡେ ରାଶି ରାଶି ଭଗ୍ନାବଶେଷ ଆଉ ମହା ସ୍ତୁପ। ନିଜ ଶକ୍ତି ର ପରାକ୍ରମ ଦେଖାଇ ସେ ଚାଲିଯାଇଥିଲା ତ ନିଶ୍ଚୟ ହେଲେ ଛାଡି ଯାଇଥିଲା ତାର ପଦଚିହ୍ନ , ଯାହା ଅସୁଦୀର୍ଘ ଦଶନ୍ଧି ରେ ବି ଲିଭିବା ଅସମ୍ଭବ। ଦୀର୍ଘ ୩ ଦିନର ମହପ୍ରଳୟଙ୍କାରୀ ଦାନବ ସହ ସଂଘର୍ଷ କରି ପ୍ରୁଥିବୀ ନିଶବ୍ଦ ଆଉ ନିଶ୍ଚଳ। ନିଶବ୍ଦ ପ୍ରୁଥିବୀ କିନ୍ତୁ ଭିତରର କୋଳାହଳ କୁ ବଢେଇ ଦେଇଛି।
କୋଳାହଳ ଏକ ଅଜଣା ଭୟର। ନିଜର ଲୋକକୁ ହରେଇବାର ସେ ଭୟ ହ୍ରୁଦୟ ବିଦାରକ। ମୋର ଏବେ ବି ମନେ ଅଛି ସେ ଲୋମଟାଙ୍କୁରା ଦ୍ରୁଶ୍ୟ ସବୁ। ୧ ବଖରା ଆଜବେଷ୍ଟସ୍ ଘରେ ୧୫ ଜଣ ମୁଣ୍ଡ ଗୁଞ୍ଜିବା ଆଉ ଘରପାଖ ମନୋରମା ମାଉସୀ ୩ ମାସର କଅଁଳା ଶିଶୁ କୁ କୋଳରେ ଧରି ତନ୍ମଧ୍ୟରେ ସାମିଲ୍। ଶିଶୁଟି କାନ୍ଦି ଲେ ତାକୁ ସ୍ତନପାନ କରାଇ ବୁଝେଇ ଦେଉଥାନ୍ତି ହେଲେ ତାଙ୍କୁ ବୁଝେଇବା ପାଇଁ କେହି ନାହାଁନ୍ତି। କାରଣ ସମସ୍ତେ ନିଜ ପାଇଁ ବ୍ଯସ୍ତ।ଘର ସବୁ ଭାଙ୍ଗି ଚୁନା ହେଇଯାଇଛି। ମନୋରମା ମାଉସୀ ଙ୍କ ସ୍ୱାମୀ ଆନନ୍ଦ ମଉସା କେନ୍ଦ୍ରାପଡ଼ା ରେ ଚାକିରୀ କରନ୍ତି। ସବୁବେଳେ ବଦଳି ହେବାର ଭୟ ରେ ସ୍ତ୍ରୀ ଆଉ ପୁଅ କୁ ଛାଡି ଯାଇଛନ୍ତି ଗାଁ ରେ। ହେଲେ ସବୁ ଶନି ବାର ଦିନ ଘରକୁ ଆସନ୍ତି। ମାଉସୀ ଙ୍କୁ ଭୟ ମଉସା କେମିତି ଥିବେ ଆଉ କ'ଣ କରୁଥିବେ।ମଝିରେ ମଝିରେ ଭାସି ଆସୁଥିବା କୁଢ କୁଢ ଶବ ସବୁ ମନକୁ ଆହୁରି ଆନ୍ଦୋଳିତ ଆଉ ଭୟଭୀତ କରି ପକାଉଛି। ମଉସାଙ୍କ କଥା ବୁଝିବେ କେମିତି? ମାଉସୀ ଙ୍କୁ ଏପରି ଅବସ୍ଥା ରେ ଦେଖି ଜେଜେମା' କହିଲା ଆଲୋ ମାନୁ କାନ୍ଦେନା।କିଛି ହେଇନଥିବ ଦେଖିବୁ। ଗଛ ସବୁ ଭାଙ୍ଗି ପଡିଛି। ଗାଡି ଯାତାୟାତ ସବୁ ବନ୍ଦ। ଆନନ୍ଦ ଆସିବ ନିଶ୍ଚିତ। କଅଁଳା ଶିଶୁଟା,ତୋରି ଠୁ ଖାଉଛି। ତୁ ନ ଖାଇ କତରା ଧରିଗଲେ ସେ ଛୁଆ ଟା ଦେହ ବିଗିଡିଯିବ।
୧୫ ଦିନ ବିତିଗଲାଣି। ମଉସାଙ୍କ ର ଦେଖା ନାହିଁ। ମାଉସୀ କାନ୍ଦି କାନ୍ଦି ପାଗଳ ପ୍ରାୟ। କିଏ ଜଣେ କହିଲା ଆନନ୍ଦ ମଉସା ଆସିଲେଣି। ମଉସାଙ୍କୁ ଦେଖି ମାଉସୀ ଙ୍କ ଆଖି ରେ ଆନନ୍ଦାଶ୍ରୁ। ମଉସା ପୁଅ କୁ କୋଳେଇ ନେଲେ। ମାଉସୀ ଙ୍କୁ କହିଲେ ବୁଝିଲୁ ମାନୁ ମୁଁ ଭାବିଲି ମୋ ପୁଅ ଆଉ ସ୍ତ୍ରୀ କୁ ପୁଣି ଦେଖିବାର ସୈାଭାଗ୍ୟ ଆଉ ପାଇବିନି ବୋଧେ। ବାତ୍ଯା ପରେ ମୁଁ ସେଦିନ ଠୁ ଚାଲି ଚାଲି ଆସି ଆଜି ପହଞ୍ଚିଲି। ମାଉସୀ ଠାକୁରଙ୍କୁ ମୁଣ୍ଡିଆମାରି କହିଲେ ପ୍ରଭୁ ଏମିତି ସବୁବେଳେ ମୋ ସ୍ୱାମୀ ଆଉ ପୁଅକୁ ଘଣ୍ଟ ଘୋଡାଇ ରଖୁଥାନ୍ତୁ।