ସନ୍ଦେହର ଚନ୍ଦ୍ରବିନ୍ଦୁ
ସନ୍ଦେହର ଚନ୍ଦ୍ରବିନ୍ଦୁ
ସେଦିନ ସମ୍ପର୍କୀୟ ଙ୍କ ବାହାଘରରେ କାହା ହାତର ସ୍ପର୍ଶ ଅନିକା କାନ୍ଧରେ ଲାଗିବାରୁ ସେ ପଛକୁ ବୁଲି ଚାହିଁଲା ।
ଶଙ୍କିତ ମନରେ ସେ ପ୍ରଶ୍ନ କଲା ଆପଣ କିଏ????କ୍ଷମା କରିବେ ମୁଁ ଜାଣି ପାରିଲିନି ଯେ ।
ଉତ୍ତର ରେ ସେ ଆଶା କରିଥିଲା ସମ୍ପର୍କ ର ସୂତ୍ର କି ନାଆଁ ଟା ଜଣା ପଡ଼ିବ, ହେଲେ ଏ କ'ଣ ସିଏ ତ ଆଉ କିଛି କହୁଥିଲେ ।
ସେଇ ଏକା ମୁହଁ,ଏକା ରଙ୍ଗ,ଏକା ଆଖି,ଏକା ଘଞ୍ଚ କଳା କେଶ ଆଉ ବ୍ୟବହାର ର ସେଇ ମଧୁରତା । ପୁରା ମାଆ ର ପ୍ରତିଛବି ଇଏ । ହେଲେ ଏତେ ଭଲ ଲୋକ କୁ ଭଗବାନ ଅକାଳରେ ଘୋଷାଡି ନେଲେ ନିଜ ପାଖକୁ । ବିଚାରୀ ଏତେ ସୁନ୍ଦର ଝିଅ,ସ୍ବାମୀ ଆଉ ଶିଶୁ ପୁତ୍ର କୁ ଛାଡ଼ି ଚାଲିଗଲା । ଆଜି ଯଦି ସିଏ ଥାଆନ୍ତା ତେବେ ନିଜ ଝିଅ ନିଜର ପ୍ରତିବିମ୍ବ ବୋଲି ଦେଖି କେତେ ଗର୍ବ କରିଥାଆନ୍ତା ! ଏସବୁ ତା ଭାଗ୍ୟରେ ହିଁ ନାହିଁ । ବିଚାରୀ ଆଗରୁ ନିଜ ଇଚ୍ଛାରେ ନ ବାହା ହେଇ ଜଣେ ବୟସ୍କ ବ୍ୟକ୍ତି କୁ ପରିସ୍ଥିତି ରେ ବିବାହ କଲା । ଅବଶ୍ୟ ସେ ବ୍ୟକ୍ତି ,ମାନେ ତୋ ବାପା ଖୁବ୍ ଭଲ ହୃଦୟ ର ମଣିଷ ଟିଏ ଥିଲେ । ତୋ ମାଆ ର ଅତୀତ ର ସେ ଭୁଲ୍ କୁ ମାଆ ର ଜାଣି ସୁଦ୍ଧା ଗ୍ରହଣ କରିଥିଲେ ତୁମ ଦୁଇ ଜଣଙ୍କୁ । ତୁମ ମାନେ ଆ ଭିତରେ ଏତେ ବଡ଼ ହେଇଗଲଣି ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଆଉ ବାପା କେମିତି ଅଛନ୍ତି???ତାଙ୍କୁ ଅବହେଳା କରିବନି କେବେହେଲେ । ଖୁବ୍ ଭଲ ପାଇବା ଦେବ । ସେ ସମ୍ଭବତଃ ପୁରା ବୁଢ଼ା ହେଇ ଯିବେଣି,ତାଙ୍କ ଯତ୍ନ ନେବ । ମଣିଷ ରୂପରେ ସେ ଜଣେ ଦେବତା । ନହେଲେ ସେ କ'ଣ ତୁମ ଦୁଇ ଜଣଙ୍କୁ ଏମିତି ଗ୍ରହଣ କରିଥାନ୍ତେ????
ନିଜ ମାଆ ଙ୍କ ପାଟି ଶୁଣି ଅନିକା କହୁଥିଲା ହଁ ମାଆ ଆସୁଛି । ସେ ଅପରିଚିତ ସ୍ତ୍ରୀ ଲୋକ ଆଉ ଅନିକା ପରସ୍ପରକୁ ଆଁ ଟା କରି ଚାହିଁଥିଲେ ।
ଅନିକା ନିଜ ମାଆ ଙ୍କ ସ୍ୱର ରେ ବ୍ୟସ୍ତତା ଶୁଣି ଧାଇଁଗଲା ହେଲେ ଫେରିକି ଆସି ଦେଖେ ତ ସେ ଅପରିଚିତା ଆଉ ସେ ଜାଗାରେ ନଥିଲେ । ସେ ସିନା ଚାଲିଗଲେ ହେଲେ ତାଙ୍କ କଥାର ଗୁଚ୍ଛ ସବୁ ସନ୍ଦେହ ର ଚନ୍ଦ୍ରବିନ୍ଦୁ ପରି ଘେରି ରହିଥିଲେ । ଅନିକା ମନରେ ଏବେବି ଅନେକ ପ୍ରଶ୍ନ ରେ ମନ ଟା ଗୋଳେଇ ଘାଣ୍ଟି ହେଉଥିଲା । ତା ମାଆ ଯଦି ବାସ୍ତବରେ ମରିଯାଇଛନ୍ତି,ତେବେ ଏବେ ସିଏ ଯାହା କୁ ବାପା ମାଆ ଡାକୁଛି ସେ ପୁଣି କିଏ????ତାର ଯଦି ଭାଇ ଟିଏ ଥିଲା,ତେବେ ସେ ଗଲା କୁଆଡେ???ତା ବାପା ଯଦି ଜଣେ ବୟସ୍କ ବ୍ୟକ୍ତି ତେବେ ଏବେ ଯାହାକୁ ବାପା ଡାକୁଛି ସେ ଏତେ କମ୍ ବୟସ ଭଳି ପ୍ରତୀତ ହେଉଛନ୍ତି କେମିତି????ଆଉ ସେ ସ୍ତ୍ରୀ ଲୋକ ମୋ ମାଆ ଙ୍କ କୋଉ ଭୁଲ୍ ବିଷୟରେ କହୁଥିଲେ????ମୋ ବାପା ଯଦି ନିଜ ସ୍ତ୍ରୀ ଆଉ ଝିଅ କୁ ଭଲରେ ଗ୍ରହଣ କରୁଛନ୍ତି ତେବେ ଏଥିରେ ତାଙ୍କର କୋଉ ମହାନତା ପ୍ରତିପାଦିତ ହେଉଛି???କାରଣ ନିଜ ସ୍ତ୍ରୀ ଆଉ ଝିଅ କୁ ଗ୍ରହଣ କରିବା ତାଙ୍କ କର୍ତ୍ତବ୍ୟ ଆଉ ଧର୍ମ । ଏତେ ଗୁଡ଼ିଏ ପ୍ରଶ୍ନ ଅନିକା କୁ ଅଣନିଃଶ୍ବାସୀ କରି ପକଉଥିଲା । ଗୋଟିଏ ଉତ୍ତର ନୁହେଁ ଅନେକ ଗୁଡ଼ିଏ ଉତ୍ତର ପୁଣି ସନ୍ଦେହ ର ଚନ୍ଦ୍ରବିନ୍ଦୁ ସ୍ୱରୂପ ପ୍ରଶ୍ନ ର ପାହାଡ ଗଦାରେ ନେଇ ଠିଆ କରେଇଥିଲା ତାକୁ । ସେ ଭାବୁଥିଲା ସେ ଅପରିଚିତା ଜଣଙ୍କ କ'ଣ ଭୁଲ ବଶତଃ ପାଗେଳି ଭଳି ଏସବୁ ଗପିଗଲେ ନାଁ ସିଏ ଯାହା କହୁଥିଲେ ସବୁ ସତ ଥିଲା????ଏତେ ସବୁ ଭାବି ଭାବି ତା ମୁଣ୍ଡ ଘୁରେଇ ଗଲା ଆଉ ଆଖି ଖୋଲିଲା ବେଳକୁ ମାଆ କୋଳରେ ନିଜକୁ ସିଏ ପାଇଲା ଆଉ ମାଆ ର ସେ ଦୁଇ ପଦ ମିଠା ବୋଳା କଥା ଆଉ ଆଖିର ସେ ଜମା ରୋକୁନଥିବା ଲୁହକୁ ଦେଖି ସେ ଅପରିଚିତା ଜଣଙ୍କ କଥାକୁ ଭୁଲିବା ପାଇଁ ପ୍ରଚେଷ୍ଟା କରୁଥିଲା ଅନିକା ।