Arundhati Jena

Abstract Others

3  

Arundhati Jena

Abstract Others

ଜୀବନର ସେଇ ଅଧ ଘଂଟା!!

ଜୀବନର ସେଇ ଅଧ ଘଂଟା!!

3 mins
263


ଜୀବନରେ ଅନେକ କିଛି ଘଟିଯାଏ।ହେଲେ କିଛି ଘଟଣା ଏମିତି ମନେ ରୁହେ ଯେ ବର୍ତ୍ତମାନର ପରିସ୍ଥିତିରେ ଭାବିଲେ ମଧ୍ୟ ରୁମ ମୂଳ ଟାଙ୍କୁରି ଉଠେ। ସତେ ଯେମିତି ଏବେ ସବୁ ଆମ ସହ ବାସ୍ତବରେ ଘଟୁଛି।ଦୀର୍ଘ ପନ୍ଦର ବର୍ଷ ତଳର ଘଟଣା ଇଏ।ସେତେବେଳକୁ ଅନିଶା ର ଯୁକ୍ତ ଦୁଇ ବିଜ୍ଞାନ ର ଦ୍ଵିତୀୟ ବର୍ଷ ଚାଲିଥାଏ।ରସୁଲଗଡ଼ ର ଭଗବତ୍ ସନ୍ଧାନ କଲୋନୀ ପାଖ ଜିଜିପି କଲୋନୀ ରେ ସେମାନେ ରହୁ ଥାଆନ୍ତି।ସେ ରହୁଥିବା ସେ କଲୋନୀ ରେ ଖାଲି ଅଧା ତିଆରି ଘର ଆଉ ନୂଆ କରି ଗଢି ଉଠିଥିବା କଲୋନୀ ରେ ସାମନା ସାମନି ଦୁଇଟା ଦୁଇ ମହଲା କୋଠା ଥାଏ।ଗୋଟେ କୋଠାରେ ଏଗାର ଜଣ ଝିଅ ଅନିଶା କୁ ମିଶେଇ ଆବାସିକ କଲେଜ୍ ର ହଷ୍ଟେଲ ଆଉ ତା ସାମ୍ନାରେ ଥିବା କୋଠାଘରେ ଗୋଟେ ପରିବାର ରହୁଥାନ୍ତି।ଅନିଶା ହଷ୍ଟେଲ ରେ ଜୁଲୋଜି ମାମ୍ ହାଉସ୍ ମାଷ୍ଟର ହେଇ ପିଲାଙ୍କୁ ଜଗି ରୁହନ୍ତି।

     ହଠାତ୍ ଦିନେ ଅନିଶା ର ଦାନ୍ତ ପ୍ରବଳ ବିନ୍ଧା ହେଲା।ଆଉ ଦୁଇ କିମି ଚାଲିକି ଗଲେ ଗୋଟେ ଡେଣ୍ଟାଲ କ୍ଲିନିକ୍ ପଡ଼ିବ।ମାମ ସବୁବେଳେ ସେମାନଙ୍କ ସହ ଯାଆନ୍ତି।ହେଲେ ସେଦିନ ତାଙ୍କର କଲେଜ୍ ରେ କାମ ଥିଲା।ଆଉ ସିକ୍ୟୁରିଟି ଗାର୍ଡ ଫୋନ୍ କରିବାରୁ ମାମ କହିଲେ ତିନି ଚାରି ଜଣ ସାଙ୍ଗ ହେଇ ଚାଲି ଯିବା ପାଇଁ ଡେଣ୍ଟିଷ୍ଟ ପାଖକୁ।ଅନିଶା, ଅନୁ,ରାନୀ ଆଉ ରୋଜି ମିଶିକି ଡେଣ୍ଟିଷ୍ଟ ପାଖକୁ ଗଲେ।ହଷ୍ଟେଲ ପାଖରୁ ଅଳ୍ପ ବାଟ ଗଲେ ସାଇଡ୍ ରେ ବଡ କେନାଲ ଗୋଟେ ପଡ଼ିବ। ତା ପାଖ ରୋଡ୍ ସବୁ, ଦିନରେ ବି ନିଛାଟିଆ ଲାଗେ,ଏତେ ମାତ୍ରାରେ ଜନ ଗହଳି ନଥାଏ।ଚାରିଆଡ଼େ ଖାଲି ଗଛଲତା ଆଉ ବିଲ ବଣ।ସେମାନେ ଚାରି ସାଙ୍ଗ ହାତ ଧରା ଧରି ହେଇ ଚାଲି ଥାଆନ୍ତି।କିଛି ଦୂରରୁ ଗୋଟେ ବୋଲେରୋ ରେ କିଛି ପିଲା ମଦ ପିଇ ନିଜ ସର୍ଟ ଉତାରି ଗୀତ ବଜେଇ ମଜା ମସ୍ତି କରି ଆସୁଥିଲେ।ରୋଜି ସେମାନଙ୍କୁ ଦେଖି ହସିଦେଲା।ଆଉ ତା'ର ଏଇ ଛୋଟ ଭୁଲ୍ ଏତେ ଭାରି ପଡ଼ିବ କିଏ କ'ଣ ଜାଣିଥିଲା?? ତା ପରେ ସେ ପିଲାମାନେ ତାଙ୍କ ପିଛା କରିବାକୁ ଲାଗିଲେ।ଏମାନେ ଖାଲି ପାଦରେ ଆଉ ସେ ବଦମାସ ଛୁଆ ମାନେ ଗାଡ଼ିରେ ତାଙ୍କ ପଛରେ ପିଛା କଲେ। ଶୁନଶାନ୍ ରାସ୍ତା,ଚାରି ଆଡେ଼ କାଉ କି କୋଇଲି ବି ଦେଖିବା ପାଇଁ ମିଳୁ ନଥିଲେ।ପୁଣି ସମୟ ଟା ସେଇ ଦିନ ୩ ରୁ ୩.୩୦ ଭିତରେ ହେବ।ବିକଳରେ ଅନିଶା ଆଉ ତା ସାଙ୍ଗ ଖାଲି ଦଉଡୁଥାଆନ୍ତି।କିଛି ଦୂରରେ ସେ ଗୋଟେ ଠେଲା ବାଲା କୁ ଦେଖିଲେ। ଠେଲା ବାଲା ଗୁପୁଚୁପ୍ ବିକୁଥିଲା।ତାକୁ ଅନୁରୋଧ କରି କହିଲେ ସେମାନଙ୍କୁ ନେଇ ହଷ୍ଟେଲ ରେ ଛାଡ଼ିବା ପାଇଁ।ସିଏ କହିଲା ସେ କିଛି ସାହାଯ୍ୟ କରି ପାରିବ ନାହିଁ।କାରଣ ଯୋଉମାନେ ଗୋଡାଉଛନ୍ତି ସେମାନେ ସବୁ ଗୁଣ୍ଡା,ଆଉ ତା ଠାରୁ ବି ଦାଦାବଟି ଆଦାୟ କରନ୍ତି ସେମାନେ।ସେ ଯଦି ଜାଣିବ ଯେ ସେ, ସେମାନଙ୍କୁ ସାହାଯ୍ୟ କରିଛି ସିଏ ତା ଠେଲା କୁ ନାଳକୁ ଫୋଫାଡ଼ି ଦେବେ। ତା' ପରିବାର ଚଳିବ କେମିତି???ରୋଜି କହିଲା ଆମେ ତୁମ ଗୁପୁଚୁପ ର ସବୁ ପଇସା ଏକା ସହ ଦେଇଦେବୁ।ସେ ହସିଲା ଆଉ କହିଲା ଗୋଟିଏ ଦିନ ସିନା ଦେଇଦେବ ହେଲେ ଆଉ ବାକି ଦିନ ମୁଁ କ'ଣ କରିବି???ସେ କହିଲା ଗୋଟିଏ ଛୋଟ ସାହାଯ୍ୟ କରି ପାରିବି,ତମେମାନେ ଗୋଟେ କାମ କର ଏଇ ଆଗକୁ ଗଲେ ଗୋଟେ କଲୋନୀ ପଡ଼ିବ। ତା ପାଖରେ ଗୋଟେ ରାସ୍ତା ଅଛି ଆଉ ତା ପାଖରେ ଦୁଇ ଚାରି ଖଣ୍ଡ ବିଲ ଡେଇଁଲେ ତୁମ ହଷ୍ଟେଲ ର ଶେଷ ମୁଣ୍ଡ ଆଉ ସେଇ ବାଟେ ପଶିଯିବ।ତାଙ୍କ ଗାଡ଼ି ସେ ଭିତରେ ଯାଇପାରିବ ନାହିଁ।ହେଲେ ଏଠୁ ଶୀଘ୍ର ଚାଲିଯାଅ।ନହେଲେ ମୋ ସହ ଦେଖିନେଲେ ପୁଣି ଖୁବ୍ ଅସୁବିଧା ହେଇଯିବ।ଅନିଶା ଆଉ ସାଙ୍ଗ ମାନେ ପଛକୁ ଆଉ ଜମା ନ ଚାହିଁ ଅଣ ନିଃଶ୍ୱାସୀ ହେଇ ଧାଇଁଲେ।ତଥାପି ସେ ଗୁଣ୍ଡା ମାନେ ତାଙ୍କ ଗାଡ଼ି ସେ ରାସ୍ତାରେ ନ ପଶିବାରୁ ପଛରେ ଗୋଡ଼େଇ ଥିଲେ।ହେଲେ ପୁରା ଅଧା ଘଣ୍ଟାରୁ ଅଧିକ ସମୟ ପରେ ସେ ଛକା ପଞ୍ଝା ର ଖେଳ ଶେଷ ହେଇଥିଲା।ଆଉ ଅନିଶା ଆଉ ତା ସାଙ୍ଗ ମାନେ ନିଜ ହଷ୍ଟେଲ ଭିତରେ ପଶି ଯାଇ ନିଜ ନିଜକୁ ସୁରକ୍ଷା ଦେଇଥିଲେ।ସେଠି ପହଞ୍ଚି ସେମାନେ ଗୋଟାପଣ ଥରୁଥିଲେ।ଆଉ ସେ ଗୁଣ୍ଡା ମାନଙ୍କ ପାଖରୁ ନିଜକୁ ବଞ୍ଚେଇ ପାରିଥିବା କଥାକୁ ସେ ନିଜେ ସୁଦ୍ଧା ସତ ବୋଲି ଭାବି ପାରୁନଥିଲେ।

  ହେଲେ ଆଜି ବି ପନ୍ଦର ବର୍ଷ ତଳର ସେଇ ଅଧ ଘଣ୍ଟା କୁ ସେ ଭୁଲି ପାରିନି।ଆଉ ଏସବୁ ଏବେ ବି ଭାବିଲେ ତା ଦେହ ଶୀତେଇ ଯାଏ ଆଉ ସେ ଠେଲା ବାଲା ଭାଇ ର ସେ ଛୋଟ ଉପକାର ମନେ ପଡ଼େ।କାରଣ ସେ ଯଦି ସେଦିନ ସେ ସର୍ଟ କଟ୍ ରାସ୍ତା କଥା କହି ନଥାନ୍ତେ ତାହେଲେ କ'ଣ ଯେ ହେଇଥାନ୍ତା ତା' କେବଳ ସେ ପ୍ରଭୁଙ୍କୁ ଜଣା।



Rate this content
Log in

Similar oriya story from Abstract