Amit Bal

Abstract Tragedy Inspirational

5.0  

Amit Bal

Abstract Tragedy Inspirational

(୨)* ସଲୀଳ ସରାରତି ସିନ୍ ଚାନ୍ *

(୨)* ସଲୀଳ ସରାରତି ସିନ୍ ଚାନ୍ *

3 mins
427


    ଛପିଛପିକା ଜହ୍ନ ଆଲୁଅରେ , ନୀରବ ରାତ୍ରିରେ ,କି ଗାଁ କି ସହରରେ , କେବେ ସତରେ କେବେ ମିଛରେ ,ମଣିଷ ମନର କଳ୍ପନାରେ , ଆଈମା ଜେଜେମା କାହାଣୀରେ , ଲୋକ କଥାରେ , ବହିରେ , ପତ୍ରପତ୍ରିକାରେ ସିନେମାରେ ,ଗପରେ ଗୀତରେ ବେଳେ ବେଳେ ଜୀବନ୍ତ ହୋଇ ଉଠେ କାଳ୍ପନିକ ଚରିତ୍ରଟେ ଅତି ସରସ ସୁନ୍ଦର ବର୍ଣ୍ଣନାରେ । ଘରେ ଘରେ ହୁଏ ପରିଚିତ । ଲାଗେ ଖୁବ୍ ନିଜର ,ସହର୍ଷେ ହୋଇ ଥାଏ ଆତ ଜାତ । ବାନ୍ଧି ହୁଏ ସେ ପ୍ରେମରେ ଆବେଗରେ।ଲବଙ୍ଗ ଦ୍ବୀପର ପ୍ରୀତି ମାୟାରେ । 

         ନିଜ ସୃଜନଶୀଳତାରେ ହୋଇପାରେ ସେ କୈାଣସି କାର୍ଟୁନ୍ ଚରିତ୍ର।ଆବାଳ ବୃଦ୍ଧ ବନିତା ଶିଶୁଯୁବାର ଅନ୍ତରଙ୍ଗ ମିତ୍ର । ଖୁବ୍ ନିଆରା । ସମସ୍ତଙ୍କ ପ୍ଯାରା । ସତେକି ପ୍ରସିଦ୍ଧି ତା'ର ଦୁନିଆ ସାରା । ଏଇ ଯେମିତି ନଟଖଟି , ଦୁଷ୍ଟ କୈାଉତକି ,ସରାରତି ସିନ୍ ଚାନ୍ ।

        କାର୍ଟୁନ୍ ଦୁନିଆର ଚିର ପରିଚିତ ସିନ୍ ଚାନ୍ । କୁହାଯାଏ ଏହା ଏକ ଜାପାନ ଦେଶର କାହାଣୀ । ପାଞ୍ଚ ବର୍ଷ ବୟସର ପିଲା, ତା' ସାଥେ ଡାଡ୍ ହ୍ଯାରି ମମ୍ ମିତସୀ ହିମାଓ୍ବାରି ନାଁ ରେ ତା ସାନ ଭଉଣୀ । କୁକୁର ସିରୁ ସାଥୀ ,ଘଟଣା ତାକୁ ନେଇ ଅସରନ୍ତି । ଖୁବ୍ କଥା କହେ , ସବୁରି ମନ ମୋହେ ।ସାନ ଭଉଣୀ ତା'ର ଜୀବନ ,ପ୍ରତି କଥାରେ ତା'ର ଜ୍ଞାନ । ପାଖ ପଡିଶା ସ୍କୁଲ ଦୋକାନ, ସବୁଠି ସେ ଜଣାଶୁଣା ମାନ । କଥାରେ କିଏ ତାକୁ ଟପି ଯାଇ ପାରେ, ସମ୍ଭବ ନୁହେଁ ସତରେ । ବେଳେ ବେଳେ ମମ୍ ଡାଡ୍ ଏପରିକି ସ୍କୁଲ ଶିକ୍ଷକଙ୍କ ଠାରୁ , ଗାଳି ଶୁଣେ ସଭିଙ୍କ ପାଖରୁ।ତଥାପି ତାକୁ ନେଇ ସବୁରି ଦୁନିଆ, ସେ ନଥିଲେ ପାଶେ ଯେମିତି କିଛି ଲାଗେନା ନୂଆ । ସେଇଥିପାଇଁ ତ ସଭିଏଁ ହୁଅନ୍ତି ତା'କୁ ଝୁରି, କାହିଁକି ନା କେହି ନୁହେଁ ତା'ର ପରି ।

     କୁହନ୍ତି ସିନ୍ ଚାନ୍ କାଳ୍ପନିକ ଚରିତ୍ର।ତାସ୍ବତ୍ତେ ସବୁରି ସେ ମିତ୍ର । ବୟସ ମାତ୍ର ପାଞ୍ଚ ବର୍ଷ । ତାକୁ ନେଇ କାହାଣୀ କିନ୍ତୁ ସହସ୍ର । ଦେଖିବାକୁ ସେ କୁଆଡେ ଗୁଲଗାଲିଆ ,କଳାକଳା ବାଳ, ଆଖିରେ ମୋଟା ଚୂଳ । ଉଚ୍ଚତା ସିନା ଅଳ୍ପ, କଥା କିନ୍ତୁ କହେ ନାହିଁ ସ୍ଵଳ୍ପ ।ଭାରି ମେଳାପି, କେବେ କେବେ ମମ୍ ଭୟରେ ଘରକୁ ଆସେ ଛପି ଛପି। ଦିନେ ଝଡି ବର୍ଷାରେ , ଡାଡ୍ ଥିଲେ ଵାହାର ସହରରେ । ମମ୍ ଆଉ ସାନ ଭଉଣୀ ସାଥିରେ, ଯାଇଥିଲା ସେ ମାର୍କେଟ ଖୁସିରେ । ହଠାତ୍ ସେଠି ଘଟିଗଲା ଦୂର୍ଘଟଣା , ସେଦିନ ତାର ହୋଇଗଲା ବୁଦ୍ଧି ବଣା ।ସାନ ଭଉଣୀକୁ ବଞ୍ଚାଇବାକୁ ଚେଷ୍ଟା କରି ,ଦେଲା ସେଠାରେ  ନିଜ ଜୀବନକୁ ହାରି ।

      ମନକହେ ସିନ୍ ଚାନ୍ କେବେ ମରି ପାରେନା । ତାକୁ ମରିବା ହଁ ମନା ।ଲୋକେ କହନ୍ତି ,ତା'ର ମୃତ୍ୟୁ ପରେ ସିନ୍ ଚାନ୍ ଚରିତ୍ର, ତା'ର ମମ୍ ର କଳ୍ପନା । ତା' ସ୍ମୃତି କୁ ଅମର କରିବାକୁ ଯାଇ , ଏ କାର୍ଟୁନ୍ ର ସୃଷ୍ଟି ତାକୁ ନେଇ । କାହାଣୀ ର ସତ୍ୟତା କେତେ ସଠିକ୍ ଜଣା ନାହିଁ । ଆଜି କିନ୍ତୁ ଏ ଚରିତ୍ର ଘରେ ଘରେ ଖୁବ୍ ପରିଚିତ ୟୁସିତା ୟୁସଇଙ୍କ ପାଇଁ ।

      ହୋଇପାରେ ସିନ୍ ଚାନ୍ ଗୋଟିଏ ଅବିଶ୍ବସିନୀୟ ଚରିତ୍ର । ତାସ୍ବତ୍ତେ ତା'ର କେବେ ସମାପ୍ତି ହୋଇପାରେନା। କାର୍ଟୁନ୍ ରାଇଜେ ସେ ଏକ ଚତ୍ମକାରୀ ଶିଶୁ , ଚାହିଁଲେ ବି ତାକୁ ବାଦ ଦେଇ ହୁଏନା । ଯେପରି ‌‌‌‌ସେ କଳ୍ପନା ନୁହେଁ ଚିର ବାସ୍ତବତା, ଜୀବନର ସତ୍ୟତା , ଶିଶୁ ସୁଲଭ ଆପଣାପଣ, ସରଳ ସହଜ କୈାତୁକିଆ ଗୋଟେ ଅବୋଧ ପ୍ରାଣ । ଯାହାର କଥାରେ ଶିଶୁ ହସି ଉଠେ, ଘରେ ଘରେ ହସର ଫୁଆର ଛୁଟେ । ଭାରାକ୍ରାନ୍ତ ମନ ହାଲକା ହୁଏ । ଅଦିନେ ଜୀବନେ ମଳୟ ବୋହେ।

       ଏମିତି ବି ଆଜି ର ଜୀବନ ହାସ୍ୟରସ ଠାରୁ ବହୁ ଦୂରରେ । ମଣିଷ ମାତିଛି ପ୍ରତିସ୍ପର୍ଦ୍ଧାରେ । ଯେଉଁଠି ସମୟ ନାହିଁ ନିଜ ପାଇଁ , ସେଠି ପରିବାର କାହିଁ, ପିଲା କାହିଁ । ତେଣୁ ନିଶ୍ଚିତରେ ସିନ୍ ଚାନ୍ ଚରିତ୍ରର ଏଠାରେ ରହିଛି ଆବଶ୍ୟକତା ।ପିଲାଙ୍କ ଜୀବନେ ଭରିବାକୁ ସରସତା।କାହାଣୀ ମାଧ୍ୟମରେ , କଳ୍ପନାରେ ପ୍ରତ୍ସାହିତ କରିବାକୁ ଶିକ୍ଷା ସଂସ୍କୃତି ପରମ୍ପରାକୁ ଏବଂ ପାରିବାରିକ ମୂଲ୍ୟବୋଧକୁ ନେଇ ଆଗାମୀ ପିଢ଼ି ପାଇଁ  ସୁସ୍ଥ ସମାଜ ଗଢିବାକୁ ।

                

      



Rate this content
Log in

Similar oriya story from Abstract