Amit Bal

Drama Classics Inspirational

3.6  

Amit Bal

Drama Classics Inspirational

ସ୍ବପ୍ନ ପୁରା ହେବ

ସ୍ବପ୍ନ ପୁରା ହେବ

2 mins
415


ଭଗିଆ କାମକୁ ନଯାଇ ଆଜି ଘରକୁ ଫେରି ଆସୁଥିଲା। ନଈକୁ ପାଣି ଆଣିବା ପାଇଁ ଯାଇଥିବା ସୁମତୀ ସାଥିରେ ବାଟରେ ତା'ର ଦେଖା ହେଲା । ସୁମତୀ ଅବେଳରେ ଭଗିଆକୁ ଦେଖି , ପଚାରିଲା, କିରେ ଦେହ ଭଲ ନାହିଁ ନା କିଶ । ଆଜି କାମକୁ ନ ଯାଇ ଘରକୁ ଫେରି ଆସିଲୁ ।ଭଗିଆ କିଛି ନ କହି ଆଗେ ଆଗେ ଚାଲିଲା। ଘରେ ପହଞ୍ଚି ପିଣ୍ଡା ଉପରେ ବସି ପଡିଲା । ସୁମତୀ ବି ତାପାଖେ ଯାଇ ଛିଡା ହେଲା । କଳସୀରୁ ଗିଲାସେ ପାଣି ନିଗାଡି ଭଗିଆ କୁ ଦେଲା। ଟିକେ ଦୂରରେ ତାଙ୍କର ସାତ ବର୍ଷର ଝିଅ ଶାରୀ ବାଲିରେ ଖେଳୁଥିଲା । ତାକୁ ଏକ ଲୟରେ ଚାହିଁ ରହିଥିବା ଦେଖି ସୁମତୀ; କି ହେଲା ବୋଲି ଭଗିଆ କୁ ପଚାରିଲି । ଭଗିଆ ଦୀର୍ଘ ନିଶ୍ଵାସ ନେଇ କହିଲା, ଆଜି କାମକୁ ଗଲା ବେଳେ, ଗାଁ ମୁଣ୍ଡ ସ୍କୁଲର ମାଷ୍ଟର ଦେଖା ହୋଇଗଲା । ଶାରୀ କୁ କିଶ ଲାଗି ସ୍କୁଲ ନାଇଁ ପଠଉଛେ ବୋଲି ପଚାରିଲା । ମୁଇଁ କହିଲ ଆମେ ଗରୀବ ଆଦିବାସୀ ନୁକ ଆଜ୍ଞା । ପାଠ ପଢି ଝିଅ ପିଲାଟା କି କରବ ! ଘରେ କାମ କାଜ ଶିଖିଲେ ଲାଭ ଅଛି । ବାହା ଦେଲାବେଳେ କାମରେ ଲାଗବ । ସେଇଠୁ ମାଷ୍ଟର ବୁଝେଇଲେ । ଦେଖ୍ ବାବୁ ଆଜ କାଲ୍ ଝିଅ ପୁଅ କିଛି ନାହିଁ । ସଭିଏଁ ସମାନ । ସମସ୍ତଙ୍କର ପଢିବାର ସମାନ ଅଧିକାର ଅଛି । ଆଉ ସରକାର ତୁମର ଆଦିବାସୀ ମାନଙ୍କୁ ପଢ଼ିବା ଲାଗି ଆଗକୁ ବଢିବା ପାଇଁ ସବୁ ସୁବିଧା ସୁଯୋଗ ଦେଉଛନ୍ । ସବୁ ଖର୍ଚ୍ଚ ବହନ କରୁଛନ୍ । ବହିପତ୍ର ଯୋଗଉଛନ୍ । ଖାଇବାକୁ ବି ଦେଉଛନ୍ । ତେଣୁ ତୁଇ ତୋର ଝିଅକୁ ଆଉ ଥରେ ସ୍କୁଲ୍ କେ ପଠା । ପାଠ ପଢେଇ ତାକେ ମଣିଷ କର । ତାପରେ ତା'ର ବିହା କରିବୁ । ଆହୁରି କହିଲେ, ଦେଖିଲୁ ତୁମର ଆଦିବାସୀ ସ୍ତ୍ରୀ ଲୁକଟା ଦେଶର ରାଷ୍ଟ୍ରପତି ବନଲା। ମା ବାପ୍ ଗାଁ ମାଟିର ନାଁ ରଖିଲା ।  ଆଉ ତୁଇ କହୁଛୁ ତୋର ଝିଅଟାକେ ପାଠ ନାଇଁ ପଢେଇବୁ ? ପାଠ ପଢିବି କେ କି ଲାଭ ହବ ?

ମୋର କଥା ମାନି ଆଜ୍ ହିଁ ଛୁଆଟାକେ ସ୍କୁଲ ରେ ଆଣି ଛାଡ଼ି । ତା'ର ଜୀବନ ନଷ୍ଟ ନାଇଁ କର । ଏବେ ତୁଇ ହିଁ କହ ମୁଇଁ କି କରତି ? କାମ କେ ନାଇଁ ଯାଇ ଘରକେ ଫେରି ଆସଲି । ଭଗିଆର କଥା ଶୁଣି ସୁମତୀ କହିଲା ଠିକ୍ କହୁଛି ମାଷ୍ଟର । ଆମର ଶରୀର ଭଲ ପାଇଁ ।

ତୁଇ ଆଜି ହିଁ ସ୍କୁଲରେ ତା'ର ନାମ ଆଉ ଥରେ ନେଖେଇଦେ । ତା'ର ବି ତ ସ୍କୁଲ ଯାଇତେ , ପାଠ ପଢତେ ଭାରି ମନ ଆମେ ତ ମୁର୍ଖ ନୁକ ଆମର କିଛି ସପନ ନାଇ ଭଗବାନ କରିଲେ ତା'ର ସପନ ପୁରା ହେବ ।


Rate this content
Log in

Similar oriya story from Drama