Amit Bal

Tragedy Action Inspirational

4.0  

Amit Bal

Tragedy Action Inspirational

ଛଦ୍ମବେଶୀ

ଛଦ୍ମବେଶୀ

2 mins
291


   

ରାତି କ୍ରମଶଃ ଗଭୀର ହେଉଥିଲା । ସମଗ୍ର ସହରଟା ନିବିଡ ସୁସୁପ୍ତିରେ ଅବଶ ମନେ ହେଉଥିଲା । ପରି ସମାପ୍ତି ଘଟିଥିଲା ଗୋଟେ ଘଟଣା ବହୁଳ ଦିବସର । ଘର ବାଲକୋନୀରୁ ସହର ଆଡ଼କୁ ଅପଲକ ନୟନରେ ଚାହିଁ ରହିଥିଲେ ପ୍ରତିମା ଠାକୁର । ମନ କ୍ଷତବିକ୍ଷତ ହୋଇଛି ପୁଅକୁ ନେଇ ।

ପୁଅ ତାଙ୍କର ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ । ଦିଲ୍ଲୀ ଦଙ୍ଗାକୁ ନେଇ ତାକୁ କୈଫତ ମଗା ଯାଇଛି । ଦଙ୍ଗା ସମୟରେ ସେ କୁଆଡେ ଦୁଇ ଜଣ ଅପରାଧୀଙ୍କ ଏକାଉଣ୍ଟ୍ ର କରି ଦେଇ ଥିଲେ । ମାନବ କମିଶନର କାର୍ଯ୍ୟକର୍ତ୍ତା ତା'ରି ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ସତରେ ବଡ଼ ବିଚିତ୍ର ଏ ଦେଶର ନ୍ୟାୟ ବ୍ୟବସ୍ଥା । ସମସ୍ତଙ୍କୁ ନ୍ୟାୟ ଦେବାକୁ ଯାଇ ବେଳେ ବେଳେ ନିଜ ଗୋଡ଼ରେ କୁରାଢି ମାରେ । ନ୍ୟାୟ ବ୍ୟବସ୍ଥାର ଦ୍ୱାହି ଦେଇ ଅପରାଧୀକୁ ପାଳିପୋଷି ବଡ଼ କରେ ।

ଯେପରିକି ଭବିଷ୍ୟତରେ ସେମାନେ ଅଧିକରୁ ଅଧିକ ଅପରାଧ ସମାଜରେ ଘଟାଇ ପାରିବେ ।

ନ୍ୟାୟ ଅନ୍ୟାୟର କଥା ପଡ଼ିଲେ ଏବେବି ତାଙ୍କ ମନ ବିଦ୍ରୋହ କରିବସେ । ତାତ୍ସଲ୍ୟ କରିବାକୁ ଇଛା ହୁଏ ଏ ସମାଜକୁ ଓ ଏହାର ନ୍ୟାୟ ବ୍ୟବସ୍ଥାକୁ । କୁଆଡେ ଯାଇଥିଲା ଏ ସମାଜ ଓ ଏହାର ତଥା କଥିତ ବୁଦ୍ଧି ଜୀବିମାନେ । ଏ ମାନବ କମିଶନର ଛଦ୍ମବେଶୀ କାର୍ଯ୍ୟ କର୍ତ୍ତା ଗଣ , ଯେତେବେଳେ ନବେ ଦଶକରେ କାଶ୍ମୀରରେ ତାଙ୍କ ପରିବାର ଏବଂ ତାଙ୍କ ଭଳି ଲକ୍ଷ ଲକ୍ଷ ପଣ୍ତିତ ପରିବାରକୁ , ଧର୍ଷଣ ହତ୍ୟା ଗଣହତ୍ୟାର ଶିକାର ହେବାକୁ ପଡ଼ିଥିଲା । ରାତି ରାତି ବାପ ଅଜାର ଭିଟାମାଟି ଛାଡ଼ିବାକୁ ହୋଇଥିଲା । 

ସେଦିନର ସେ ଲୋମହର୍ଷଣକାରୀ ଦୃଶ୍ୟ ଆଜିବି ତାଙ୍କ ମାନସ ପଟରେ ତାଜା ଅଛି । କାହିଁ ଆଜି ଯାଏ ତାର ତ କେହି ବିଚାର କଲାନି । 

କେତେ ଥର ସ୍ବର ଉତ୍ତୋଳନ କରିଛନ୍ତି ମାନବ କମିଶନର ଜଣାଶୁଣା କର୍ମ କର୍ତ୍ତା ମାନେ ! ନାଁ କେହି କରିବେନି । ତାଙ୍କୁ ତ ରାଜନୀତି କରିବାକୁ ଅଛି । ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷ ରେ । କଥା କେବଳ ସେତିକିରେ ସରି ଯାଇଛି, ତା'ର ନୁହେଁ । ଆଜି ମଧ୍ୟ ଏପରି ଅନେକ ଘଟଣା ଘଟୁଛି ,ଏ ସମାଜରେ ଏ ଦେଶରେ । ହତ୍ୟା ଗଣହତ୍ୟା ବଳାତ୍କାର ଅପହରଣର ହଜାର ହଜାର ଘଟଣା ।

କେତୋଟି ଘଟଣାରେ ଅପରାଧୀକୁ ଦଣ୍ଡ ମିଳୁଛି । କେତୋଟି ଅପରାଧରେ ମାନବ କମିଶନ ସ୍ଵତଃସ୍ପୃତ ନ୍ୟାୟ ପାଇଁ ଲଢେଇ କରୁଛି !

ସମସ୍ତଙ୍କୁ ଜଣା ଅଛି ଏହାର ଉତ୍ତର !

ଏସବୁ ଘଟଣାକୁ ନେଇ ସ୍ବର ଉତ୍ତୋଳନ କରିବାକୁ କ'ଣ ମାନବିକତା ମରି ଯାଇଛି ? ହଁ କେବଳ ଅପରାଧୀ ମାନଙ୍କୁ ବଞ୍ଚାଇବା ସମୟରେ ହିଁ ତଥା କଥିତ ବୁଦ୍ଧିଜୀବି ମାନଙ୍କ ସହ ନ୍ୟାୟାଳୟ ମଧ୍ୟ ତତ୍ପର ହୋଇ ଉଠେ ଏବଂ ରାତି ଅଧରେ ନ୍ୟାୟପାଳିକା ଖୋଲିଯାଏ ।

ଆଗକୁ ଆଉ ବେଶୀ ଭାବିବା ପାଇଁ ଚାହୁଁ ନଥିଲେ ପ୍ରତିମା ଠାକୁର । ଚାହୁଁ ଥିଲେ ସବୁ କିଛି ସମୟ ଉପରେ ଛାଡି ଦେବାକୁ ।

ଏମିତି ବି ସେ ଜାଣିଛନ୍ତି ତାଙ୍କ ପୁଅ କିଛି ଭୁଲ କରି ନଥିବ । ସମାଜରୁ ଅପରାଧୀକୁ ଦୂର କରିବାକୁ ଯାଇ , ପରିସ୍ଥିତି ଅନୁଯାୟୀ ହୁଏତ ତା'ର ଏ ପଦକ୍ଷେପ ।

ତାଙ୍କର ଦୃଢ ବିଶ୍ବାସ ପୁଅକୁ ନ୍ୟାୟ ମିଳିବ । ସମାଜ ଏବେ ଧୀରେ ଧୀରେ ବଦଳିବାକୁ ଆରମ୍ଭ କଲାଣି । ତେଣୁ ଯାହା ହେବ ନିଶ୍ଚୟ ଭଲ ହିଁ ହେବ । ଇଶ୍ବର ଅନ୍ୟାୟ କରିବେ ନାହିଁ ।

ସକାଳ ପାହି ବାକୁ ଅଳ୍ପ କ୍ଷଣ ବାକିଥିଲା । ବାଲକୋନି ର ଦରଜାକୁ ଆଉଜେଇ ଦେଇ ପ୍ରତିମା ଠାକୁର ପଶି ଯାଉଥିଲେ ନିଜ ବେଡ଼ରୁମକୁ ଏକ ନୂତନ ସକାଳର ଅପେକ୍ଷା ରେ । ଦୃଢ଼ ଆତ୍ମ ବିଶ୍ବାସ ଜଗାଇ ନିଜେ ନିଜ ମନ ଭିତରେ ।



Rate this content
Log in

Similar oriya story from Tragedy