Saswati Samal

Tragedy Inspirational

5.0  

Saswati Samal

Tragedy Inspirational

ଅର୍ନ୍ତଦ୍ବନ୍ଦ

ଅର୍ନ୍ତଦ୍ବନ୍ଦ

8 mins
813


ମଣିଷ ମନର ସ୍ବପ୍ନ ପରି ଶ୍ରାବଣ ଅକାଶର ଅସରନ୍ତି ବର୍ଷା ଯେତେ ବର୍ଷୁ ଥିଲେ ବି ବର୍ଷା ସରେ ନାହିଁ । ସହରୀ ଜୀବନ ର ବ୍ୟସ୍ତତା ଭିତରେ ଶ୍ରାବଣର ଆଗମନ କୁ କିଏ ବା ସ୍ବାଗତ କରିପାରୁଛି । ରୋମଂଚିତ ହୋଇଯିବା ପାଇଁ ବର୍ଷା ବିନ୍ଦୁ ଗୁଡିକ ପିଟି ହୋଇ ପଡୁଥିଲେ ମାଟି ଉପରେ କୋଠା ଘର ଛାତରୁ ଟୋପା ଟୋପା ବର୍ଷା ବିନ୍ଦୁ ଝରି ପଡୁ ଥିଲେବି କାହା ପାଖରେ ତ ସମୟ ନାହିଁ ପ୍ରକୃତିର ଏଇ ସୁନ୍ଦରତାକୁ ଉପଭୋଗ କରିବାକୁ ।


ହଠାତ୍ ଡୋର ବେଲ୍ ର ଘଣ୍ଟି ମୋ ଭାବନା ରାଜ୍ୟରେ ପୁର୍ଣ୍ଣଛେଦ ପକାଇଲା କାନ୍ଥଘଣ୍ଟାକୁ ଚାହିଁ ଦେଖେତ ଦିନ ଦସଟା ବାଜିବା ଉପରେ ବୋଧେ ସୁମନା ଆସିଛି ସବୁଦିନ ସକାଳ ନଅଟା ସୁଧା ଆସିଯାଏ ଆଜି ହୁଏତ ବର୍ଷା ପାଇଁ ବିଳମ୍ବ ହୋଇଛି ତାର। ଦିଦି ଜଣିଛ କାଲି ସୋସାଇଟିକୁ ପୋଲିସ ଆସିଥିଲା କହି କହି ଘର ଭିତରକୁ ପଶିଅସିଲା ସୁମନା । ସୁମନା ଗତ ଚାରି ବର୍ଷ ଧରି ମୋ ଘର କାମ କରି ଆସୁଛି ଭାରି ଗପିବାକୁ ଭଲ ପାଏ ସେ କାମରେ ଯେମିତି ବିଚକ୍ଷଣ ଗପିବାରେ ବି ସେମିତି ପୁରା ସୋସାଇଟିର ଖବର ତା ପାଖରେ ହଁ ଖାଲି ଏତିକି ଯେ ଅଧଘଣ୍ଟାର କାମକୁ ଘଣ୍ଟାଏ ନେବ ।ପୁଅ ସ୍କୁଲ ଓ ସ୍ବାମୀ ଅଫିସ୍ ଯିବା ପରେ ସେମିତି କିଛି ବିଶେଷ କାମ ନ ଥାଏ ମୋ ପାଖରେ ସେଥିପାଇଁ ତା ଗପ ଶୁଣିବାରେବି କିଛି ଅସୁବିଧା ନ ଥାଏ ମୋର କୌତୁହଳବଃସତ ପଚାରିଲି କଣ ପାଇଁ ପୋଲିସ ଆସିଥିଲେ କାଲି କଣ କାହା ଘରେ ଚୋରି ହୋଇଥିଲା

କାଲି ପୁଅକୁ ସ୍କୁଲ ରୁ ଆଣିବାକୁ ଗଲାବେଳେ ଗେଟ୍ ପାଖରେ କେତେ ଜଣ ପୋଲିସ କର୍ମୀ ଛିଡା ହୋଇଥିବାର ଦେଖିଥିଲି କିନ୍ତୁ ବିଳମ୍ବ ହେଉ ଥିବାରୁ ବ୍ୟସ୍ତତାବଃସତ ସେ ଆଡକୁ ଧ୍ୟାନ ଦେଇ ନଥିଲି ଏବେ ଶୁଣିଲାରୁ ମନେ ପଡୁଛି ।


 “ନାଁ ମ ଦିଦି କାଲି ଫ୍ଲାଟ୍ ନମ୍ବର୍ ୩୨୬ ରେ ଯେଉଁ ଦିଦି ରହୁଥିଲେନା ସେ ଆତ୍ମହତ୍ୟା କରିଛନ୍ତି ଆତ୍ମହତ୍ୟା ଶବ୍ଦ ଟି ଶୁଣି ଚମକି ପଡି ପଚାରିଲି କେଉଁ ଦିଦି କାହା ବିଷୟରେ କହୁଛୁ ତୁ ସୁମନା ବୋଧେ ଜାଣିପାରିଲା ସେ ଯାହା ବିଷୟ ରେ କହୁଛି ମୁଁ ତାକ୍ନୁ ଚିହିଁ ପାରୁନି । ଜାଣିବି ବା କେମିତି ଏତେ ବଡ ସୋସାଇଟି ସେଥିରେ କେତେ ଲୋକ ରହୁଛନ୍ତି ସମସ୍ତଙ୍କୁ ଚିହ୍ନିବା ମୋ ପକ୍ଷେ କଷ୍ଟକର ତେଣୁ ମୋତେ ବୁଝାଇବାକୁ ଯାଇ କହିଲା ଦିଦି ତାଙ୍କ ପୁଅ ନା ଲକି  ବହୁତ୍ ଦୁଷ୍ଟ ପିଲାଟେ ତମେ ତାକୁ ନିଶ୍ଚୟ ଜାଣିଥିବ । ଲକି ନାଁ ଶୁଣି ମୋ ମାନସପଟଳ ରେ ତା ମୁହଁ ଭାସି ଉଠିଲା ପିଲାଟି ମୋ ପୁଅଠୁ ବର୍ଷେ କି ଦୁଇ ବର୍ଷ ବଡ ହେବ ସନ୍ଧ୍ୟା ବେଳେ ସୋସାଇଟି ର ଅନ୍ୟ ଛୁଆଙ୍କ ସହିତ ଖେଳୁଥାଏ କିମ୍ବା ସାଇକେଲ୍ ଚଲାଉଥାଏ ସତରେ ଭାରି ଦୁଷ୍ଟ ଚାଲିବା ଶଗଡରେ ହାତ ଦେବା ପିଲା ପ୍ରତିଦିନ ତା ନାମ ରେ କିଛି ନା କିଛି ଅଭିଯୋଗ ଆସେ ହୁଏତ ସେଇଥିପାଇଁ ଲକି ମା ହିସାବରେ ସେ ଭଦ୍ରମହିଳାଙ୍କୁ ସମସ୍ତେ ଜାଣନ୍ତିମାତ୍ର ମୋ ସହିତ ତାଙ୍କ ପରିଚୟ ଟି ସେତେ ଅନ୍ତରଂଗ ନଥିଲା କେବଳ କୌଣସି ବିବାହଘର କିମ୍ବା ଜନ୍ମଦିନ ଉସ୍ଚବରେ ଦେଖାହେଲେ ଔପଚାରିକତା ଦୃଷ୍ଟିରୁ ହାଏ ହାଲୋ କରିବା ପର୍ଯ୍ୟନ୍ତ ସୀମିତ ଥିଲା ତଥାପି ତାଙ୍କ ସୁନ୍ଦର ମୁଖମଣ୍ଡଳ ଆକର୍ଷଣୀୟ ଶରୀର ବେଶପୋଷାକରୁ ସେ ଯେ ଉଚ ଅଧୁନିକତା ଏ କଥା ସ୍ପଷ୍ଟ ବାରି ହୁଏ । ବାହାରକୁ ବେଶ୍ ହସ ଖୁସୀର ପରିବାର ପ୍ରାୟ ଲାଗନ୍ତି ପୁଣି କଣ ଏମିତି ହେଲା ଯେ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଗଲା । ପଚାରିଲି କଣ ପାଇଁ ସେ ଦିଦି ଆତ୍ମହତ୍ୟା କରିଛନ୍ତି ଜାଣିଛୁ ପୋଲିସ୍ କଣ କହୁଛନ୍ତି। “ନା ମ ଦିଦି ବେଶି କିଛି ଜାଣିନି ସେଠି ସମସ୍ତେ କୁହାକୁହି ହେଉ ଥିଲେ ତାଙ୍କ ସ୍ବାମୀଙ୍କର କୁଆଡେ ଅନ୍ୟ ଜଣେ ସ୍ତ୍ରୀ ଲୋକ ସହିତ ସମ୍ବନ୍ଧ ଅଛି ଏ କଥାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ଥର ମତାନ୍ତର ହୋଇଛି କାଲିସକାଳେ ବି ହୋଇଥିଲା ତାପରେ ଦ୍ବିପହରରେ ଲକି ସ୍କୁଲ ରୁ ଫେରି ଦେଖେତ କବାଟ ବନ୍ଦ ଯେତେ ଡାକିଲେବି ମମି ତାର କବାଟ ଖୋଲୁନାହାନ୍ତି ପାଖପଡୋଶି ପାଟି ଶୁଣି ଜମା ହୋଇଗଲେ କେହି ଜଣେ ବାଲକୋନି ଉପରେ ଚଢି ଦେଖନ୍ତି ତ ଶୋଇବା ଘରେ ସେ ଦିଦି ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁମନା ଏକ ନିଃଶ୍ବାସ ରେ କହିଗଲା।


ନିଜକୁ ଆଉ ରୋକି ନପାରି ପଚାରିଲିସେତେବେଳେ ତାଙ୍କ ସ୍ବାମୀ କେଉଁଠାରେ ଥିଲେକେଉଁଠି ଥିବେ ଆଉ ଅଫିସ୍ ରେ ଥିଲେ ଖବର୍ ପାଇ ଆସିଲେ ସେ ତ ମନେମନେ ଖୁସି ହେଉଥିବେ ତାଙ୍କ ରାସ୍ତାର କଣ୍ଟକ ଟି ସଫା ହୋଇଗଲା। ସୁମନା କହିଲା । ଘର କାମରେ ବିଳମ୍ବ ହେଉ ଥିବାର ଦେଖି ମୁଁ ଆଉ ବେଶି ସେ ବିଷୟ ରେ ଅଲୋଚନା କରିବାକୁ ଇଛା କଲିନି କିନ୍ତୁ ସୁମନା କଣ ଚୁପ୍ ହେବା ଝିଅ ସବୁ ବିଷୟ ରେ କିଛି ନା କିଛି ମନ୍ତବ୍ୟ ଦେବ ତମେ ତାର ମତାମତ ନିଅ କି ନ ନିଅ ସେଥିରେ ତାର ଯାଏ ଆସେ ନାହିଁ ଏହି ପଦକ୍ଷେପ ନେବା ପୁର୍ବରୁ ସେ ଦିଦିଙ୍କର ଭାବିବାର ଥିଲା ଯଦି ନିଜ ସ୍ବାମୀ ସହିତ ନ ପଡିଲା ତାହେଲେ ପୁଅକୁ ସାଙ୍ଗରେ ନେଇ ସେଠାରୁ ଚାଲି ଗଲେନି କାହଁକି  ପିଲାଟିର ଏବେ କଣ ହେବକେଜାଣି ? 


 “କଣ ହେବ ଆଉ ସେ ତା ଜେଜେବାପା କିମ୍ବା ଅଜାଆଇ ଘରକୁ ଚାଲିଯିବ କହି ଦେଲି ସିନା ଭାବିଲି ସତରେ ତ କେତେ ବା ବୟସ ହେବ ପିଲାଟିକୁ ଏଇ ବାରହ କି ତେରହ ଏ ବୟସ ରେ ମାତୃହରା ହେଲା ଛୁଆଟା ଯିଏ ଯେତେ ସ୍ନେହ ଶ୍ରଦ୍ଧ! କଲେବି ମାର ସ୍ଥାନ କଣ କିଏ ନେଇପାରିବ ମାତ୍ର ଇଶ୍ବର କଂ ନିକଟରେ ପ୍ରାର୍ଥନା ଓ ସମବେଦନା ଜଣାଇବା ଛଡା ଆଉ କଣ ବା କରିହେବ ତା ପାଇଁ । ଅଚ୍ଛା କହିଲ ଦିଦି ଏ କଣ ଭଲ ହେଲାଏଥିରେ କାହାର କଣ କ୍ଷତି ହେଲା ସମସ୍ତେ ଏ ଘଟଣାଟି କିଛି ଦିନ ମନେ ରଖିବେ ତାପରେ ସବୁ ଭୁଲି ନିଜ ନିଜ ରାସ୍ତାରେ ଚାଲିଯିବେ ଜୀବ ମାତ୍ରେ ତ ଦୁଃଖ ତା ମାନେ କଣ ଆତ୍ମହତ୍ୟା କଲେ ଏହି ସମସ୍ୟାରୁ ମୁକ୍ତି ମିଳିଯିବ। ସୁମନା କହିଲା ଓ କିଛି ସମୟ ପରେ ସେ ତା କାମ ସାରି ଚାଲିଗଲା କିନ୍ତୁ ତା କଥା ପଦକ ମୋ ମନ ରେ ଏକ ଦ୍ବନ୍ଦ ର ରୁପରେଖା ସୃଷ୍ଟି କରିଦେଲା ଯାହା ଆଜିବି ମୋ ମନ କୁ ଆଦ୍ନୋଳିତ କରୁଛି ।


କିଛିତ ମିଛ କହିନି ସେ ଚାରି ବର୍ଷ ତଳର କଥା ପ୍ରଥମେ ତା ମାମୁଁ ଝିଅ ମୋ ଘରେ କାମ କରୁଥିଲା ଦେହ ଖରାପ ହେବାରୁ ତା ବଦଳ ରେ ଏଇ ସୁମନା କାମ କରିବାକୁ ଅସିଥିଲା ସେତବେଳେ ନୁଆ କରି ଦିଲ୍ଲୀ ଆସିଥାଏ ସେ ଗାଁ ନା ତାର ସୁଜନପୁରସୁଦୁର ଭାରତ ବଂଗଲାଦେଶ ସୀମାନ୍ତ ରେ ଅବସ୍ଥିତ ଏକ ଛୋଟ ଗାଁକେତେ ସରଳ ଓ ଭୟାଳୁ ଝିଅ ଥିଲା ସେତବେଳେ ।ପିଲାଛୁଆ କେତୋଟି ପଚାରିବାରୁ ମୁହଁ ଶୁଖେଇ କହିଥିଲା ଗୋଟିଏ ଝିଅ ପଛରେ ଜାଣିବାକୁ ପାଇଥିଲି ସ୍ବାମୀ ତାର କିଛି କାମଧନ୍ଦା କରୁନଥିଲା କେବଳ ସୁମନା ରୋଜଗାରରେ ଘର ଚଳୁଥିଲାକେତେବା ପଇସା ପାଉଥିଲା ସେ ସେଥିରେ ଦିଲ୍ଲୀ ସହରରେ ଦୁଇପ୍ରାଣୀ ଚଳିବା କଷ୍ଟ ସେଥିପାଇଁ ଝିଅ କୁ ସାଙ୍ଗରେ ନ ଆଣି ମା ପାଖରେ ରେ ଛାଡି ଆସିଥିଲା ତା କଥା ଶୁଣି ମନେ ମନେ ଭାବିଥିଲି କେତେ ଦୁଃଖକଷ୍ଟରେ ଏମାନେ ଜୀବନ ନିର୍ବାହ କରୁଛନ୍ତି ଶେଷରେ ପେଟ ପୋଷିବା ପାଇଁ ମା କୁ ନିଜ କଂଅଳ ଛୁଆ କୁ ଛାଡି ଏତେ ଦୁର ସହର ଆସିବାକୁ ପଡିଛି । ତିନି ଚାରି ମାସ କାମ କଲା ପରେ କିଛି ଟା ଆତ୍ମିୟତା ଆସି ଯାଇଥିଲା ଆମ ଦୁଇ ଜଣଙ୍କ ମଧ୍ୟରେ ଦିନେ ନିଜ କଥା କହୁ କହୁ କାନ୍ଦି ପକାଇଥିଲା ସେ ମୋ ଠାରୁ ଆଶ୍ବସନା ଓ ସାହସ ପାଇଲାପରେ ତା କାହାଣୀ କହିଥିଲା ବିବାହ ଦିନ ଖୁସିରେ ସୁମନା ଗୋଡ ତଳେ ଲାଗୁନଥିଲା ମନରେ ଉଙ୍କି ମାରୁଥିଲା ଭବିଷ୍ୟତର ସୁନେଲି ସ୍ବପ୍ନ ସ୍ବାମୀ ତାର ସୁଦୁର ଦିଲ୍ଲୀ ସହରରେ କାରଖାନାରେ ଚାକିରି କରିଛି ଭଲ ବର ଭଲ ଘର ଅଉ କଣ ଦରକାର ତା ଭଳି ଅପାଠୁଆ ଗରିବ ଝିଅକୁ ମା ବାପା ବି ତାର ଆନନ୍ଦରେ ଆତ୍ମହରା ଥିଲେ। ମାତ୍ର ବିବାହ ପରେ ଦିଲ୍ଲୀ ଆସିବାରୁ ଆସ୍ତେ ଆସ୍ତେ ଜୀବନର କଠୋର ସତ୍ୟ ସହିତ ଅବଗତ ହେଲା । ବାହାଘର ସମୟରେ ଚାକିରି ବିଷୟରେ କୁହା ଯାଇଥିବା ସମସ୍ତ କଥା ମିଚ୍ଛ ଥିଲା ଖାଲି ଏତିକି ନୁହେଁ ସ୍ବାମୀର ଚାରିତ୍ର ରେ ବି ବହୁ ବିଶ୍ରୁଖଂଳା ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ବିଳମ୍ବିତ ରାତିରେ ମାତାଲ ଅବସ୍ଥା ରେ ଘରକୁ ଫେରୁଥିଲା ବାହାରେ କଣ କରୁଥିଲା କିଛି ଜଣା ନଥିଲା କଣ ବା କରିପାରିବ ସେ କହିଲେ ଉତ୍ କ୍ଷିପ୍ତ ହୋଇ ପାଟିତୁଣ୍ଡ କରୁଥିଲା ନିଜ ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ନିରବ ରହିବାକୁ ଉଚିତ୍ ମନେ କରିଥିଲା ସୁମନା।


ଏହା ଭିତରେ ପ୍ରାୟ ଦୁଇ ବର୍ଷ ବିତିଯାଇଥିଲା ଝିଅ ବି ଜନ୍ମ ହୋଇସାରିଥିଲା ଭାବିଥିଲା ଏବେ ବୋଧେ ସ୍ବାମୀ ତାର ବଦଳିଯିବ କିନ୍ତୁ ବଦଳିବା ପରିବର୍ତ୍ତେ ସେ ଦିନକୁ ଦିନ ଆହୁରି ହିଂସ୍ର ହୋଇଯାଇଥିଲା କଥାକଥାକେ ସୁମନା ଉପରକୁ ହାତ ଉଠେଇବା ପାଟିତୁଣ୍ଡ କରିବା ତାର ନିତିଦିନର କଥା ଥିଲା ଏ ପରିସ୍ଥିତି କେତେ ଦିନ ବା ଏମିତି ଭୋକ ଉପାସରେ ମାଡଗାଳି ଖାଇ ପଡିରହିବ ନିଜ ଛୁଆର ଭବିଷ୍ୟତ ପାଇଁ ଓ ପରିବାରର ପେଟ ପୋଷିବା ସକାସେ ତାକୁ ଘରୁ ଗୋଡ କାଢିବାକୁ ପଡିଲା ଝିଅକୁ ଏକୁଟିଆ କାହା ପାଖରେ ଛାଡିବା ସମ୍ଭବ ନ ଥିବାରୁ ମା ପାଖକୁ ପଠେଇଦେଇଥିଲା ଏଠି ମୋ ପାଖରେ ରହି ଦୁଃଖ ପାଇବା ଅପେକ୍ଷା ମା ପାଖରେ ଶାନ୍ତି ରେ ତ ରହିବ କହି ଆଖି ରୁ ଲୁହ ପୋଛିଥିଲା ସୁମନା।


ତାକୁ ଅଶ୍ବସନା ଦେଇ କହିଥିଲି ଏତେ ଶିଘ୍ର ଭାଙ୍ଗି ପଡିଲେ ଚଳିବ ତୁ ତାକୁ ସୁଧାରିବାକୁ ଚେଷ୍ଟା କର ଆଉ ଯଦି ସେ ନ ବଦଳେ ଓ ପୁର୍ନବାର ତୋ ଉପରକୁ ହାତ ଉଠାଏ ତାହେଲେ ଥାନା ରେ ତା ବିରୁଦ୍ଧ ରେ ଲିଖିତ ଅଭିଯୋଗ ଦେବା ପୋଲିସ୍ ତାକୁ ଠିକ୍ କରିଦେବ । 

ନା ଦିଦି ଆମେ ଛୋଟ ଲୋକ ଥାନା କଚେରି ନାଁ ଶୁଣି ଡର ଲାଗୁଛି  ପୁଣି ଯିବୁ ଅଭିଯୋଗ କରିବାକୁ...

 “ତାହେଲେ କଣ କରିବୁ ସବୁଦିନ ଏ ଅତ୍ୟାଚାର ସହୁଥିବୁ...

ସବୁ ମୋ ଭାଗ୍ୟ ଦିଦି ତାକୁ ଆଦରି ପଡି ରହିଥିବି ଯେଉଁଦିନ ସମ୍ଭାଳି ନ ପାରିବି ଗାଁ କୁ ଚାଲିଯିବି 

ମନେମନେ ଭାବିଥିଲି ସୁମନା ପରି ଅଶିକ୍ଷିତା ନାରୀ ମାନେ କେତେ ଅସହାୟା କେତେ ନିରୁପାୟ ସ୍ବାମୀର ସବୁ ନିର୍ଯାତାନାକୁ ମୁଣ୍ଡପାତି ସହି ନେଉଛନ୍ତି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିରୋଧ କରିବାକୁ ଏମାନଙ୍କ ମନ ରେ ସାହସ ଭି ନାହିଁ କିନ୍ତୁ ଆମ ମାନଙ୍କ କଥା ଅଲଗା ଆମେ କାହାର ଅତ୍ୟାଚାରକୁ ନିରବରେ ସହ୍ୟ କରିପାରିବୁନି ଜୀବନରେ ଆସୁଥିବା ସମସ୍ତ ପ୍ରତିରୋଧକୁ ସାହସର ସହିତ ସାମନା କରିପାରିବୁ ।ଆମ ଜୀବନର ସମସ୍ତ ମହତ୍ତ୍ଵପୁର୍ଣ୍ଣ ନିଷ୍ପତି ନବା ପାଇ ଆମେ ସକ୍ଷମ କାରଣ ଶିକ୍ଷା ଆମକୁ ଆତ୍ମନିର୍ଭରଶିଳ କରିଛି ସେଦିନ କାହିଁକି କେଜାଣି ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମନ ଭିତରେ ଟିକେ ଅହଂକାର ବି ଜାତ ହୋଇଥିଲା ।

ଘଟଣାର କିଛି ମାସ ପରେ ଦିନେ ସୁମନା କାମକୁ ଅସିଲାନି ତା ସହଯୋଗିନି ହାତ ରେ ଖବର ପଠାଇଲା ସେ ଦସ ଦିନ ପାଇଁ ଗାଁ କୁ ଯାଉଛି ଫେରିଲେ କାମକୁ ଆସିବ ପ୍ରାୟ ଦୁଇ ସପ୍ତାହ ପରେ କାମକୁ ଆସିଲା ସାଙ୍ଗ ରେ ଛୋଟ ଝିଅ ଟିଏ  ମୁଁ ପଚାରିଲିଏ କଣ ତୋ ଝିଅ ସୁମନା

ହଁ ଦିଦି...

 “କଣ ଏମିତି ହଠାତ୍ ଗାଁ କୁ ଚାଲିଗଲୁ ଝିଅକୁ ସହର ବୁଲେଇବା ପାଇ ଆଣିଛୁ।

 ନା ଦିଦି ସେ ଏବେ ସବୁଦିନ ପାଇଁ ମୋ ପାଖରେ ରହିବ ମୁଁ ସ୍ବାମୀ ଠୁ ଅଲଗା ହୋଇ ଅନ୍ୟ ଏକ ଘର ଭଡା ନେଇ ରହୁଛି। କେତେ ଦିନ ବା ଏମିତି ସହି ଥାଆନ୍ତି ବରଦାସ୍ତ କରିବାର ଗୋଟିଏ ସୀମା ଥାଏ ପ୍ରଥମେ ରୋଜଗାର କରୁନଥିଲା ଠିକ୍ ଥିଲା ଯେବେଠାରୁ ଦୁଇ ପଇସା ହାତକୁ ଆସିଲା ସାଂଗ ସାଥୀକୁ ଧରି ଘରକୁ ଆସି ପିଆପିଇର ଆସର ଜମେଇଲା ଖାଲି ମଦୁଆ ମାତାଲ୍ ହେଲେବି ମୁଁ ରହି ପାରିଥାନ୍ତି ମାତ୍ର ମୋ ର୍ଧର୍ଯ୍ୟ ର ବନ୍ଧ ଭାଙ୍ଗି ପଡିଥିଲା ଯେଉଁ ଦିନ ଜାଣିବାକୁ ପାଇଥିଲି ସେ ଅନ୍ୟ ଏକ ସ୍ତ୍ରୀ ରଖିଛନ୍ତି ତାର ଏହି ବିଶ୍ବାସଘାତକୁ ସାହି ପାରିଲିନି ତାକୁ ପରିବର୍ତ୍ତନ କରାଇବାର ଆତ୍ମବିଶ୍ବାସ ମନରୁ ପୋଛି ହୋଇଗଲା ତାପରଦିନ ଗାଁ କୁ ଯାଇ ମା ଓ ଝିଅ କୁ ସାଙ୍ଗରେ ନେଇଆସିଲି ସେମାନେ ଏବେ ମୋ ପାଖରେ ରହିବେ । ଦୀର୍ଘଶ୍ବାସ ଛାଡି କହିଲା ସୁମନା କିନ୍ତୁ ତା ମୁହଁ ରୁ ଭବିଷ୍ୟତକୁ ନେଇ ଭୟ ଓ ଚିନ୍ତା ସ୍ପଷ୍ଟ ବାରି ହେଉଥାଏ।


ପ୍ରାୟ ତିନି ବର୍ଷ ବିତିଗଲାଣି ଏହା ଭିତରେ ବହୁତ୍ କିଛି ବଦଳି ଯାଇଛି ସୁମନା ମଧ୍ୟସେ ଅଉ ସରଳ ନିରିହ ଝିଅ ହୋଇରହିନି ଶାରୀରିକ ଓ ମାନଶିକ ଉଭୟ ସ୍ତରରେ ସେ ଆଗ ଅପେକ୍ଷା ବେଶ୍ ସୁଦୁଢ଼ ହୋଇଯାଇଛି।ଘର କାମ ସହ ଏବେ କେତେ ଜଣଙ୍କ ଘରେ ରୋଷେଇ କାମ ବି କରୁଛି ନିଜ ରୋଜଗାରରେ ଏବେ ନିଜ ଘର ଚଳେଇବା ସହିତ ବାପ ଘରର ସମସ୍ତ ଦାଇତ୍ବ ମଧ୍ୟ ନେଉଛି ସବୁଠାରୁ ବଡକଥା ନିଜେ ପାଠ ପଢିନଥିଲେ ବି ପଢା ପ୍ରତି ତାର ବହୁତ୍ ଆଗ୍ରାହ । ଝିଅର ଭଲ ସ୍କୁଲରେ ନାମ ଲେଖା ଲେଖାଇଛି ସେ କେମିତି ଭଲ ପଢିବ ସେଥିନେଇ କେତେ ଯତ୍ନବାନ ସେ ଛୁଟିଦିନ ଝିଅକୁ ସଂଗରେ ନେଇଆସେ ସେଇ ଗୋଟିଏ ଅନୁରୋଧଦିଦି ମୋ ଝିଅ କୁ ଟିକେ ପଢ଼େଇଦିଅ । ତା ର ଏ ରୁପ ଦେଖି ମୋତେ ଖୁଶି ତ ଲାଗେ କିନ୍ତୁ ତା ଛଡା ମନରେ ଏକ ପ୍ରଶ୍ନ ଉଠେ ଏତେ ଦିନ ଧରି ମୋ ମନ ରେ ସୁମନା ପରି ଅଶିକ୍ଷିତା ନାରୀ ମାନଙ୍କୁ ନେଇ ଯେଉଁ ଧାରଣାଟି ଥିଲା ତା ଭୁଲ୍ ତ ନୁହଁ। ଯଦି ଆମେ ତରାଜୂର ଏକ ପାର୍ଶ୍ବରେ ଲକି ମା ଓ ଅନ୍ୟ ପାର୍ଶ୍ବ ରେ ସୁମନାକୁ ବସାଇବା ତାହେଲେ କିଏ ଅଧିକା ଭାରି ହେବ ? 

ଏ ସଂସାର ରେ ଏମିତି କୌଣସି ଜୀବନ ନାହିଁ ଯାହାର କିଛି ସମସ୍ୟା ନାହିଁ କିନ୍ତୁ ସମସ୍ତେ ଏକା ପରି ଏହାର ସମ୍ମୁଖୀନ ହୋଇନଥାନ୍ତି କାହା ମନ ରେ ବିପଦ ରୁ ଶିକ୍ଷା ପାଇ ଭବିଷ୍ୟତ ଗଢିବା ଲାଗି ପ୍ରେରଣା ଜାତ ହେଲାବେଳେ ଅନ୍ୟ କେହି ଅନାହୁତ ବିପଦ ରେ ମର୍ମାହତ ହୋଇ ଆତ୍ମହତ୍ୟା ପରି କୁସ୍ଚିତ କର୍ମ କୁ ଆପଣେଇ ନେଉଛନ୍ତି। ହୁଏତ ଯୁଗ ବଦଳି ଯାଇଛି ଅତୀତ ର ସମାଜ ଓ ବର୍ତ୍ତମାନ ର ସମାଜ ମଧ୍ୟରେ ଅକାଶପାତାଳ ତଫାତ୍ । ଆଜି ର ସମାଜ ବଡ ଜଟିଳ। ଏଠି ଜୀବନତରୀ ବାହିବା ବଡ କଷ୍ଟକର ଏଠାରେ ବଂଚିବାକୁ ହେଲେ ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ର ଶିକ୍ଷା ପ୍ରମାଣପତ୍ର କିଛି କାମ କରେନି କାମ ଦିଏ ମନୁଷ୍ୟର ଅସୀମଧର୍ଯ୍ୟ ଓ ନିଜପ୍ରତି ଥିବା ଆତ୍ମବିଶ୍ବାସ ଓ ଦୃଢ ଇଛାଶକ୍ତି ।


ଏବେ ନାରୀସଶକ୍ତିକରଣ ବିଷୟରେ ବହୁତ୍ କଥା ଶୁଣିବାକୁ ମିଳୁଛି ସରକାର ଏ ନେଇ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି ନାରୀ ସ୍ବାଧିନତା ନାରୀ ସମାଜ ପ୍ରତି ଅନ୍ୟାୟ ବନ୍ଦ ପାଇଁ ସଭାସମିତିର ଆୟୋଜନ ହେଉଛି ।କିନ୍ତୁ ଏ ସବୁର ସଫଳତା ନିର୍ଭର କରେ ସମଗ୍ରନାରୀ ଜାତି ଉପରେ  ଆମେ ମାନେ କେବଳ ପୁସ୍ତକ ପ୍ରଦତ୍ତ ଶିକ୍ଷା ଅର୍ଜନ କଲେ ଚଳିବନି ତା ସହିତ ନିଜ ଭିତରେ ଥିବା ଆତ୍ମବଳ ରୁପକ ଶରୀରକୁ ବି ଆମକୁ ଦୃଢ କରିବାକୁ ହେବ ନିଜ ଜ୍ଞାନ ଓ ବିବେକ ଦ୍ବାରା ଜୀବନରେ ଆସୁଥିବା ସବୁ ଘାତପ୍ରତିଘାତ କୁ ସାମନା କରିବାକୁ ପଡିବ ଜୀବ ମାତ୍ରେ ନିୟତି ଦ୍ବାରା ପରିଚାଳିତ ମନୁଷ୍ୟ ଯେତେ ଚେଷ୍ଟା କଲେବି ନିଜ ଭାଗ୍ୟକୁ ପୁରା ବଦଳେଇ ପାରିବନି  କିନ୍ତୁ ଆମେ ନିଜ ଆତ୍ମଶକ୍ତି ବଞ୍ଚିବାର ସ୍ପୃହା ଦ୍ବାରା ଏ ନିରାଶ ରୁପକ ଆତ୍ମଘାତି ଉପାଦାନକୁ ନଷ୍ଟ କରି ପ୍ରତିକୁଳ ପରିସ୍ଥିତି ଆଗରେ ହାର୍ ନମାନି ନୁତନ ଭାବରେ ନିଜ ଜୀବନ କୁ ଗଢି ତୋଳିବାକୁ ହେବ ତା ହେଲେ ହୁଏତ ଏ ନାରୀଜାତିର ପ୍ରକୃତ ସଶକ୍ତିକରଣ ହୋଇପାରିବ।


Rate this content
Log in

Similar oriya story from Tragedy