Anasuyamimi Rout

Tragedy

4.7  

Anasuyamimi Rout

Tragedy

ଘଇତା ଛାଡି

ଘଇତା ଛାଡି

8 mins
1.0K



ଝିଣ୍ଟିକା!! କେତେ ଖରାପ ନାଁଟା ସତରେ!!ବାପା ବୋଉ କେମିତି ମୋ ନାଁ ରଖିଥିଲେ?ମୋତେ ବୋଧେ ସେମାନେ ଭଲ ପାଉ ନଥିଲେ।ନହେଲେ ଏମିତି କିଛି ନାଁ ନମିଳିଲା ପରି!!!ମଣିଷ ହେଇ ମତେ କୀଟଟିର ନାଁ ଦେଇ ଛାଡିଦେଲେ।ମୁଁ ଯେମିତି ଝିଣ୍ଟିକାର ନାଁ ସାର୍ଥକ କରିବା ପାଇଁ ଜନ୍ମ ନେଇଛି।ମୋର ପରିଚୟ ଝିଣ୍ଟିକା ନାୟକ! ବିବାହିତ, ମୋର ଘରସଂସାର ଅଛି କିନ୍ତୁ ସେମାନଙ୍କ ସହ ମିଳନ ପାଇଁ ମୋ ଜାତକରେ ଲେଖା ହେଇନି! ବିନା ଛାଡପତ୍ରରେ ମୁଁ ମୋ ବାପଘରେ ଛେଳି ଜଗାଳି!


ଭାଇ ଭଉଣୀ ତିନିଜଣ ବାପା ବୋଉ ଭଲ ଟାଣ ଅଛନ୍ତି।ଗୋଟିଏ ବୋଲି ଭାଇ ସୁକାନ୍ତ ତା'ର ବାହାଘର ସରିଛି ।ବଡଭଉଣୀ ବିଳାଶୀର ବାହାଘର ଆଠ ବର୍ଷ ହବ ହେଲାଣି ପୁଅଟିଏ ତା'ର । ସମସ୍ତେ ସମସ୍ତଙ୍କ ଜୀବନରେ ବେସ ହସ ଖୁସିରେ ଅଛନ୍ତି।ବାକି ରହିଲି ମୁଁ !ଭଲ ଅଛି ଆନନ୍ଦରେ ଅଛି ପେଟକୁ ଦି ମୁଠା ମିଳୁଛି ବାପଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଟିଏ ଅଛି।ଦିନବେଳା ଛେଳି ଛାଡିଦେଇ ଏଇ ଅଶ୍ୱତ୍ଥ ଗଛ ମୂଳେ ବିଶ୍ରାମ ନିଏ।ସଞ୍ଜ ବୁଡ଼ିଲେ ଛେଳି ଅଡେଇ ଘରକୁ ଯାଏ।ସକାଳ ହେଲେ ପୁଣି ଏଇ ଗଛ ପାଖରେ ପହଞ୍ଚେ।ଅଶ୍ୱତ୍ଥ ଗଛମୂଳେ କାହାସହ କଥା ହଉଥିଲା ଝିଣ୍ଟିକା।ଛେଳି ଧାନକିଆରିରେ ପସିଲେ ଝିଣ୍ଟିକା ନେ ନେ।ନଇଲେ ସେ ଡଙ୍କୁଣୀ ଜୀବ ଯୋଉ ଗଛରେ ମୁଁହ ମାରିବେ ସେ ଆଉ କଅଁଳିବନି!!!!!ଝିଣ୍ଟିକା ଦୌଡି ଯାଇଁ ଅଡେଇ ଆଣିଲା।


ସରିତା ପଳାଶୁଣୀ ଗାଁର ବୋହୂ ଆଗ ପରେ ଯାଇଁ ସେ ସ୍କୁଲ ମାଷ୍ଟରାଣୀ! ବର୍ଷେ ହବ ତା'ର ବାହାଘର ସ୍ବାମୀ ସୁଧାଂଶୁ ପାଖ କଲେଜର ଅଧ୍ୟାପକ।

ଘରେ ଶାଶୁ ଶଶୁର ସାନ ନଣନ୍ଦ।ନଣନ୍ଦ ସୀମାର ଏବର୍ଷ ଫିଲୋସଫିରେ ପି.ଜି ସରିଲା।NET ପାଇଁ ପ୍ରିପେୟାର ହଉଛି ଦେଖା ଯାଉ କ'ଣ ହଉଛି।

ସଞ୍ଜ ବେଳେ ସରିତା ଶଶୁରଙ୍କୁ ଚା ଦବାକୁ ଗଲା ବେଳେ ଶାଶୁ ଦାଣ୍ଡ ବାରଣ୍ତାରେ ବସି ଥାନ୍ତି।ତାଙ୍କୁ ସେଇଠି ଚା ଦେଇ ଆସେ।ତାଙ୍କ ପାଖରେ ସବୁବେଳେ ସଂନ୍ଧ୍ଯା ରେ ସେ ସ୍ତ୍ରୀ ଲୋକ ଜଣକୁ ଦେଖେ।ବୋଉ ତାଙ୍କୁ ପଚାରନ୍ତି ମା' ଚା।ସେ ମୁଣ୍ଡ ହଲାଇ ଦିଏ।ତା'ପାଟି କେବେ ଘରକୁ ଶୁଭାଯାଏନି।ସେ କିଏ ଜାଣିବା ପାଇଁ ସରିତା ବି କେବେ ଚାହିଁନି।


ଜାଣିଛି ଏଇ ଗାଁର ହେଲେ ସମୟ ପାଇନି ତାକୁ ନିରେଖି ଦେଖିବାକୁ କି ତା' ବିଷୟରେ ଭଲମନ୍ଦ ଜାଣିବାକୁ।ଘର ସଂସାର ସ୍କୁଲ ପୂଜାପାଠ ଏତିକିରେ ସେ ଧନ୍ଦି ହୋଇଯାଏ।କାହାକଥା ଶୁଣିବା ଜାଣିବାକୁ ତା ପାଖରେ ସମୟ କମ।ସବୁଦିନ ସେ ସ୍ତ୍ରୀ ଲୋକଟାକୁ ଶାଶୁ ପାଖରେ  ବିନା ଓଢଣୀରେ ଦେଖିଲା ପରେ ବୁଝିଯାଇଥିଲା ସେ ଏ ଗାଁର ଝିଅ ହେଇଥିବ।ନ ହେଲେ ବିନା ଓଢଣୀରେ......।

ସ୍କୁଲରୁ ଫେରିଲା ବେଳେ ସେ ସ୍ତ୍ରୀ ଲୋକଟି ବେଳେ ବେଳେ ବାଟରେ ଦେଖା ହୋଇଯାଏ।ମୁହଁକୁ ମୁହଁ ସାମ୍ନା ସାମ୍ନି ହେଇଗଲେ ଧାରେ ହସ ତା' ଓଠରୁ ବାହାରି ସିଝିଲା ସିଝିଲା ଗାଲରେ ଭଉଁରି ପରି ଖେଳିଯାଏ। ସରିତା ପ୍ରତି ତା ମନରେ ଆନ୍ତରିକତା ଭରି ରହିଛି ଯେମିତି!!!ସରିତା ଆଶ୍ଚର୍ଯ୍ଯ ହୁଏ ମନେ ମନେ ଭାବେ ବୋଧହୁଏ ଶାଶୁ ମୋର କିଛି ଗୁଣଗାନ କରିଛନ୍ତି ଏ ସ୍ତ୍ରୀ ଲୋକଟି ଆଗରେ।ଯେଉଁଥି ପାଇଁ ସେ ମୋ ପ୍ରତି ଆକୃଷ୍ଟ ହେଇଛି। ନହେଲେ ସରିତା ତା'ନାଁ ବି ଜାଣିନି।


ଧିରେ ଧିରେ ସେ ସ୍ତ୍ରୀ ଲୋକଟିର ମୁଁହ ସରିତାର ଅଭ୍ଯାସରେ ପଡିଯାଇଥାଏ।ଆଜିକାଲି ବାଟରେ ଦେଖାହେଲେ ସେ ହସିଦେଲେ ସରିତା ପ୍ରତି ଉତ୍ତରରେ ସ୍କୁଟି ଟିକେ ଧିର କରି ହସି ଦେଇ ମୁଣ୍ଡ ହଲେଇ ଦିଏ।

କିଛିଦିନ ହେବ ସେ ଆଉ ସରିତାଙ୍କ ଘରକୁ ଆସୁନି କି ବାଟରେ ସେ କେଇଦିନ ହେବ ଦେଖିନି ତାକୁ।ଦିନେ ବୋଉଙ୍କୁ ଚା ଦଉ ଦଉ ପଚାରିଦେଲା।ସବୁବେଳେ ଯେଉଁ ସ୍ତ୍ରୀ ଲୋକଟି ଆପଣଙ୍କ ପାଖରେ ବସନ୍ତି!ସେ ତ କାହିଁ ଆଉ ଆସୁନାହାନ୍ତି? ଶାଶୁ ଘର ଭିତରକୁ ଉଠିଗଲେ

ଧିର କରି।ସରିତା ଆଶଙ୍କାରେ ପଡିଲା ନିଶ୍ଚିନ୍ତ କିଛି ଅଘଟଣ।ନ ହେଲେ ବୋଉ ମୋତେ ସେଇଠିତ କହି ପାରିଥାନ୍ତେ।ଘର ଭିତରକୁ କାହିଁ ଚାଲିଗଲେ?ଆଉ ସମ୍ଭାଳି ନପାରି ଶାଶୁଙ୍କ ପଛେ ପଛେ ତାଙ୍କ ରୁମ ଭିତରକୁ ଗଲା।

ଶାଶୁ ଆଖିରୁ ଦୁଇଟୋପା ଲୁହ ଦୁଇ ହାତରେ ପୋଛି ପକେଇ କହିଲେ।ବିଚାରି ଟା!କେଡେ ହତଭାଗିନୀ ସବୁ ସୁଖ ଥାଇବି କିଛି ନାହିଁ।ବାପା ବୋଉ ଦିଜଣ ଅଛନ୍ତି ଝିଅର ଭଲ ମନ୍ଦ ଟିକେ ବୁଝିଥିଲେ ହେଇନଥାନ୍ତା।ସମସ୍ତେ ତା'ଠାରୁ ଲାଭ ଆଶା କଲେ କ'ଣ ଦିଟା ଖାଇବାକୁ ଦେଇ।ବିଚାରିଟା ମୋ ପାଖରୁ ଟିକେ ସାନ୍ତ୍ବନାର ଆଶାରେ ସବୁବେଳେ ଆସେ।ଏତିକି କହି ଚୁପ ରହିଲେ।ସରିତା ତା' ବିଷୟରେ ସବୁକିଛି ଜାଣିବାକୁ ଚାହିଁଲା।ବୋଉ ସେ ଏବେ କେଉଁଠି? ସେ ଭଲ ଅଛନ୍ତି ତ !କାହା ପାଖରେ ଅଛନ୍ତି?


ଶାଶୁ ଆରମ୍ଭ କଲେ…..…........

ଝିଣ୍ଟିକାର ବାହାଘର ହେଇଥିଲା ଅସିହା ଗାଁ ର ଶଙ୍କର ସ୍ବାଇଁଙ୍କ ସାନ ପୁଅ ସାଙ୍ଗରେ।ଯାହି କିଛି ଚଳନ୍ତି ଜାଗାବାଡି ଘରଦ୍ଵାର ଅଛି।ଖଟିଲେ ଭଲରେ ଖୁସିରେ ଚଳି ପାରିବ।ଅଷ୍ଟମଙ୍ଗଳାରେ ସ୍ବାମୀ ସହ ବୁଲିବାକୁ ଥରୁଟିଏ ଗାଁ କୁ ଆସିଥିଲା।ଦୁହିଁଙ୍କର ଯୋଡି ଠିକ ଶିବ ପାର୍ବତୀଙ୍କ ଯୋଡି ପରି ଦେଖା ଯାଉଥାଏ।ଅଜୟ ସ୍ବାଇଁ ସହ ଝିଣ୍ଟିକା ନାୟକ ଖାଲି ନାଁଟା ଯେମିତି ଅଡୁଆ ଶୁଭୁଥିଲା।ଆଉ ସବୁକିଛି ଠିକ ଠାକ ।ଶାଶୁ ଘରେ ଦୁଇ ମାସ ରହି ଓସା ବାର କରିବାକୁ ବାପଘରକୁ ଆସିଲା।ହେଲେ ଦୁଇ ମାସର ନବବିବାହିତା ବୋହୂ ଓଢଣୀର ଚମକରେ ଫିକାପଣ ଢାଙ୍କି ରଖିଥାଏ।ମୁହଁଟା କହୂଳେଇକି ରଖିଥାଏ ଝିଣ୍ଟିକା।ସବୁ ପୂନେଇଁ ତୀଥିରେ ଶଶୁର ଆସନ୍ତି ଶାଶୁ ଘର ଲୋକ ମାନଙ୍କ ବିଷୟରେ ଏତେ କିଛି ଜଣା ପଡୁନଥିଲା ସେତେବେଳେ।ହେଲେ ଝିଣ୍ଟିକାକୁ ଦେଖି ଯେ କେହି କହିଦେବ ବାହାଘରରେ ସେ ଖୁସି ନୁହଁ।


କୁଆଁରୀ ବୟସରେ ଝିଅ ମାନେ ହସିଖେଳି ଓଷା ବ୍ରତ କରନ୍ତି।ସାଙ୍ଗ ମେଳ ହେଇ ଫୁଲ ତୋଳନ୍ତି ଗୀତ ଗାଆନ୍ତି,ଫୁଲ ଗୁନ୍ଥନ୍ତି,ଚିତା ଆଙ୍କନ୍ତି।ଗୃହସ୍ଥ ଜୀବନର ଶିକ୍ଷା ଝିଅ ମାନେ ସାଙ୍ଗ ମେଳରେ ହିଁ ଶିଖିନ୍ତି ଓଷା ବ୍ରତ ମାଧ୍ଯମରେ ହସି ଖେଳି।ତା'ର ଶ୍ରଧା ରଖି ଶାଶୁ ଘର ଲୋକ ବାହାଘର ବର୍ଷ ଝିଅ ବାପ ଘରକୁ ଲୁଗା ମିଠା ଭାର ଆଣି ଓଷା କରି ଆସନ୍ତି।ଝିଣ୍ଟିକା ଖାଲି ନାମକୁ ମାତ୍ର ଶେଷ ବର୍ଷ ଓଷା କରିଥାଏ।କିନ୍ତୁ ତା'ର ମନ ଓଷାରେ ନଥାଏ।କିଛି କଥା ଯେମିତି ଭିତରେ ଭିତରେ କଣ୍ଟା ଭଳି ଚୁମି ଯାଉଥାଏ ତାକୁ।ତା 'ବୋଉ ତାକୁ ଧ୍ଯାନ ଦେଇଛି ,ପଚାରିଛି କିନ୍ତୁ ଝିଣ୍ଟିକା ସେମିତି କିଛି ନାହିଁ କହିଛି।


ଝିଅଟା ମନେ ମନେ ଭାବିଥିଲା ସେ ସେଘରେ ନୂଆ ସମସ୍ତଙ୍କ ସାଙ୍ଗରେ ନିଜକୁ ଖାପଖୁଆଇ ପାରୁନି ସେଥିପାଇଁ କଷ୍ଟ ଲାଗୁଛି।ଧିରେ ଧିରେ ଅଭ୍ଯାସରେ ପଡିଗଲେ ସବୁ ଠିକ ହେଇଯିବ।ବାପା ବୋଉଙ୍କ ପାଖରେ ଶାଶୁ ଘର ବିରୁଦ୍ଧରେ ଗପିବ କାଲି ପୁଣି ସେଇଠି କି ତ ଯିବ।ଗପି କି ଲାଭ ପାଇବ ଥରେ ବାହାଘର ସରିଗଲେ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ସାରିଲେ ନା ବଦଳିବ ଶାଶୁଘର ନା ବର!!!!


ବରର ବା କ'ଣ ଦୋଷ ସେ ପୁରୁଷ ଲୋକ ମାଇପିଙ୍କ କଥା ମୁଣ୍ଡରେ ପୁରେଇଲେ ଲୋକ ମାଇଚିଆ କହିବେ।

ଝିଣ୍ଟିକା ନିଜକୁ ବୁଝେଇ ପୁଆଣୀ ହେଇ ଶାଶୁ ଘରୁକୁ ଗଲା।ବାପା ବାବାଜୀ ନାୟକ ଶଙ୍କର ସ୍ବାଇଁଙ୍କୁ ସେଥର ଫେରିଲା ବେଳେ ହାତ ଧରି କହି ଆସିଲେ।ସମୁଦି ମୋ ଝିଅ ତୁମକୁ ଲାଗିଲା......।ଏ କଥା ପଦକ ଶାଶୁଙ୍କୁ କହିବା ବଦଳରେ ଶଶୁରଙ୍କୁ କହିବା ବଡ ଅସଙ୍ଗତ ନୁହେଁକି...?

ହେଲେ ଯେଉଁ ଲୋକ ପାଇଁ ଯେମିତି ବ୍ଯବହାର ସେମିତି ହିଁ ବେଳେବେଳେ କରିବାକୁ ପଡେ। ଶଶୁର ଘର ଭିତର ଗୁମର କଥା ଜାଣନ୍ତି ହେଲେ ସବୁକିଛି ତାଙ୍କ ଆୟତ ବାହାରେ।


ବଡବୋହୂ ଶାଶୁ ଦୁହେଁ ମିଶି ଯାଇ ଝିଣ୍ଟିକାକୁ ବାରଣ କରିଦିଅନ୍ତି।ଦିନକର କଥା ଝିଣ୍ଟିକା ରୋଷେଇ କରୁଥାଏ ତରକାରୀରେ ଆଉ ଅଳ୍ପ ପାଣି ଅଛି ମରିବାକୁ।ମାଛ ତରକାରୀ ଜୁକୁଜୁକିଆ ପାଣି ରହିଲେ ସୁଆଦିଆ ଲାଗିବ।ଲିଭିଲା ଚୂଲିରେ ତରକାରୀ କଡେଇ ଛାଡି ଫୁଟଣ ଡବା ରଖିବାକୁ ଆସିଲା।ଏପଟେ ଶାଶୁ ଡାକ ଦେଲେ ଚାଲିଆସିଲା ମନରେ ଅଛି ଝଟ ଗଲେ ତରକାରୀ ଓହ୍ଲେଇବ।ଶାଶୁ କାମରେ ବାନ୍ଧି ରଖିଲେ

ତରତରରେ ଦୌଡି ଆସି ଦେଖିଲା ଚୂଲିରେ ଜାଳ ହୁତୁହୁତୁ ହେଇ ଜଳୁଛି ତରକାରୀ ଲାଗିଗଲାଣି।ପୋଡା ତରକାରୀ କେବଳ ପୋଡା ଗନ୍ଧ ଦେଇପାରିବ ସ୍ବାଦ ନୁହେଁ।ବୁଝିବାକୁ ବାକି ନଥିଲା ତା'ର ଏ ସବୁ ବଡ ଯାଆର କାମ।


ବିଲରୁ ଆସି ଖରାବେଳ ଖାଇବାଟା ମରଦ ଲୋକଙ୍କର ଟାଣ।ଖରାରେ ବିଲରେ କାମ କରି ପେଟ ନିଆଁ ପରି ଝାକ ଝାକ ହଉଥିବ।ପୋଡା ତରକାରୀ ମହାଭାରତ ଯୁଦ୍ଧ କରେଇବାରେ ସହଜ ଅସ୍ତ୍ରଟିଏ ପାଲଟିଗଲା।ଦେଢଶୁର ବିଜୟ ଚୁପଚାପ ପାଣି ଗିଲାସେ ପିଇ ହାତଛିଞ୍ଚାରି ଖାଇବା ଛାଡି ଉଠିଗଲେ।ଅଜୟ ଶୁଙ୍ଖୁଡି ହାତରେ ଦୌଡିଗଲା ଝିଣ୍ଟିକା ପାଖକୁ ବେକ ନୁଆଁଇ ଦି ବିଧା ଦେଲା ।ଝିଣ୍ଟିକା ତଳେ ପଡିଗଲା ପୁଣି ରାଗରେ ତା କଙ୍କାଳରେ ଦି ଗୋଇଠା ଦେଇ ଦାଣ୍ଡକୁ ବାହାରି ଗଲା।ତା' ପରେ ଶାଶୁ ଯାଆଙ୍କର ପଦ୍ମ ତୋଳା ମନ୍ତ୍ର

ଆରମ୍ଭ ହୋଇଗଲା।ଝିଣ୍ଟିକାର ସେ ସବୁ ନିତି ଦିନିଆ ହେଇଯାଇଥିଲା।


ଦେହସୁଆ ହେଇଗଲା ପରେ କାଠ ପାଲଟି ଗଲା।

ସେ ସୁଖିଲା କାଠରୁ ଦିନେ ହସ ଟିଏ ଉଙ୍କି ମାରିଲା।ସୁଖିଲା କାଠଖଣ୍ଡେରେ ଡାଳ ପତ୍ର କଅଁଳିବା ଜାଣି ଝିଣ୍ଟିକା ଦମ୍ଭ ହେଇଗଲା।ତା'ର ଚେର ଏଣିକି ମାଟିରେ ଲାଗିଯିବ ଦମ୍ଭ ହେଇଯିବ ସେ ଏ ଘରେ।ତା' ସାଙ୍ଗରେ ଆଉଜଣେ ଠିଆ ହବ ସାହାସ ବାନ୍ଧି।ବୋଉ ସୁରଭି ଏଣିକି ଟିକିଏ ଚିନ୍ତା ଶୂନ୍ଯ ହେଇଆସିଲା।ମୋ ଝିଅକୁ ଆଉ କେହି ହଇରାଣ କରି ପାରିବେନି।ଝିଣ୍ଚିକା ଜୀବନରେ ଖୁସିର ସଂଚାର ହେଲା ସେତିକି ସମୟ ଯେତିକି ସମୟ ସେ ପିଲାକୁ ଗର୍ଭରେ ଧରିଥିଲା।ଝିଅ ଟିଏ ଜନ୍ମ ନେଲା ତା' ନାଁ 'ଆଶା' ରଖିଲା ।ଝିଣ୍ଟିକା ଜୀବନରେ ଖୁସିର ଆଶା ନେଇ ସେ ଆସିଲା।ସ୍ବାମୀ ଆଉ ଝିଣ୍ଟିକାକୁ ପର କଥାରେ ମାଡ ଗାଳି କରନ୍ତିନି।


ସେ ସୁଖ ବି ତା' ପାଇଁ ବେଶୀ ଦିନ ରହିଲାନି।ଏଣିକି ଝିଣ୍ଟିକାକୁ ପାଗେଳି ବୋଲି କହି ପ୍ରଚାର କଲେ ଶାଶୁ ବୋହୂ।ଆଲୁରୀ ପାଗେଳି କହି ସବୁ କାମରେ ବାରଣ କଲେ।ପୁଣି ସେଇ ପୂରୁଣା ବୈଶାଖ ଝାଞ୍ଜି

ଖଣ୍ଡିଆ ଭୂତହେଇ ତା' ଜୀବନକୁ ଆସିଲା।ରାତିଅଧରେ ମାଡ ମାରି ଝିଅକୁ ଛଡେଇ ନେଇ ଘରୁ ପାଗେଳି କହି ବାହାର କରିଦେଲେ।ଏତେ ରାତିରେ କୁଆଡେ ଯିବ ଯୁଆଡେ ଗଲେ ବ୍ଯଭିଚାରିଣୀ ନହେଲେ ପାଗେଳି ଉପାଧି ଅର୍ଜିବ। ବାଟ ନପାଇ ଗୁହାଳ ଘରେ ଆଶ୍ରୟ ନେଲା।ତିନି ଚାରିଦିନ ପରେ ପୂରା ପାଗେଳି ବୋଲି ପ୍ରମାଣ କରି ଗାଁରେ ନିଶାବ କରି ବାପ ଘରକୁ ବିଦା କରିଦେଲେ।


ବାପଘରେ କିଛିଦିନ ରହିବା ପରେ ଝିଅକୁ ଝୁରି ଝୁରି ପାଗେଳି ପରି ହେଲା। ବାପା ଶଶୁରଙ୍କ ହାତଗୋଡ ଧରି ନେହୁରା ହେଇ ପୁଣି ଛାଡି ଆସିଲେ ଶାଶୁଘରେ ଝିଣ୍ଟିକାକୁ।ଆଶା କୁ ପାଖ ମାଡିବାକୁ ଦିଅନ୍ତିନି ରୋଷେଇ ଘରେ ପୂରାନ୍ତିନି କି ଘରେ ପୂରାନ୍ତିନି ତାକୁ।ଗୁହାଳ ଗୋବର ଗାଈ ଗୋରୁ କାମ କରେ ବାରି ଘସି ଚାଳିଆରେ ରୁହେ ।ଅନ୍ତତ ଝିଅଟା ତା ଆଖି ଆଗରେ ଥିଲା ସେ ତାକୁ ଦେଖୁଥିଲା।ସେତକ ବି ଆଉ ଲେଖା ନଥିଲା ତା'ଭାଗ୍ଯରେ ।ଚୋରଣୀ କହି ସବୁଦିନ ପାଇଁ ତଡି ଦେଲେ ଘରୁ।


ସେଦିନୁ ସେ ବାପ ଘରେ!!! ଆହା କେଡେ ହତଭାଗିନୀ ଟିଏ ବୋଲି ଲୋକ ଦୁଇ ତିନି ଦିନ କହିଲେ ।ଭାଉଜ ପାଇଁ ସେ ଘରେ ଅଲୋଡା ମଣିଷ ଟିଏ।ଆମ ସମାଜରେ ବିବାହିତା ଝିଅ ବାପଘରେ ବେଶୀଦିନ ରହିଲେ ବୋଝ। ଯେଉଁ ଘର ତା'ର ନିଜର ଅତି ଆପଣାର ଥିଲା।ବାଲ୍ଯରୁ କିଶୋର ଯାଏ ଆମ ଘର ଆମ ଘର ବୋଲି କହୁଥିଲା ସେ ଘର ଆଜି ତା'ର ହୋଇ ନାହିଁ।ବାପା ବୋଉଙ୍କ ପାଇଁ ସେ କଣ୍ଟାଟିଏ।ସୁରଭି ମତରେ ଶାଶୁ ଘରେ ଗୁହାଳ ପୋଛି ପେଟ ପୋଷିଲେ ସନମତ!ବାପଘରେ ଖିରି ପୁରୀ ଖାଇଲେ ସେ ସମ୍ନାନ ନଥାଏ। ଶେଷରେ ସେ ବାପଘରେ ଆଉ ଗୋଟିଏ ନୂଆ ପରିଚୟ ନେଇ ବଞ୍ଚିଲା 'ଘଇତା ଛାଡି'!!!! ଟିକେ କଥାରେ ଘଇତା ଛାଡି କହିଦେଲେ ସେ ତଳକୁ ମୁଁହ ପୋତି ଦେଇ ଚୁପ ହେଇଯାଏ।କାହା ପାଖରେ ପଦୁଟିଏ ପାଟି ଖୋଲି କଥା କହିବାର ସ୍ବତନ୍ତ୍ରତା ସେ ବାପଘରେ ହଜେଇ ବସିଲା।


ସ୍ବାମୀକୁ ଛାଡ ପତ୍ର ଦେଲେ ଝିଅ ବାଣ୍ଟ ହେଇଯିବ।ସେ ନିଜ ଗର୍ଭଚିରି ଯାହାକୁ ଜନମ ଦେଇଛି ତାକୁ ସେ ଚିରି ଦିଫାଳ କରିବାକୁ ଚାହିଁଲାନି।କି ଯାନି ଯୌତୁକ ଫେରେଇ ଆଣିଲାନି।ସବୁବେଳେ ଶାଶୁଘରେ ତା'ର ଆଶା!!!!ତା' ଦିନ ଆସିବ ସେ ପୁଣି ତା' ଆଶା ପାଖକୁ ଲେଉଟିବ!!!

ସେଇ ଆଶାରେ ଜୀବନ ଜୀଉଥିଲା ଆଜିଯାଏ।


ସ୍ବାମୀ ତା'ର ଦୁଇ ବର୍ଷ ହେବ ଆଉ ଗୋଟିଏ ବାହା ହେଇ ସଉତୁଣି ଆଣିଛନ୍ତି ।ଝିଅ ସ୍କୁଲକୁ ପାଠ ପଢି ଗଲାଣି।ଏ ସବୁ ଖବର ସେ କେଉଁଠୁ ପାଇଛି।ନୂଆ ମା' ସାଙ୍ଗରେ ଝିଅ ତା'ର ଖୁବ ଖୁସିରେ ଅଛି।ସେତକ ଜାଣିବା ଦିନଠୁ ତା'ର ଆଉ ଆଶା ନାହିଁ ଶାଶୁ ଘରେ ।ଝିଅ କେବେ ମା'ର ସାନ୍ନିଧ୍ୟ ପାଇଲାନି ମା'ଠୁ ଦୂରରେ ରହିଲା ପାଗେଳି ତାକୁ ମାରିଦବ କହି ଘର ଲୋକ ଡରେଇ ରଖିଲେ।ସେ ଧିରେ ଧିରେ ମା' କୁ ଭୂଲିଗଲା।ସେ ବି ଛୋଟ ପିଲା ଏତେ ସବୁ ବୁଝିବାକୁ ତା'ର ମୁଣ୍ଡ କାହିଁ।


ସୁରଭିର ବ୍ଲଡପ୍ରେସର ମେଡିସିନ ପାଇଁ ଝିଣ୍ଟିକା ସବୁବେଳେ ମେଡିସିନଷ୍ଟୋରକୁ ଯାଏ।ସେଠି ତା'ର କାହା ସାଙ୍ଗରେ ଚିହ୍ନା ପିରଚ।ସେ ମାତେ ଦୁଇ ମାସ ତଳେ କହୁଥିଲା।ଏଇ ପନ୍ଦର ଦିନ ତଳେ ସେ ଲୋକ ସାଙ୍ଗରେ ଝିଣ୍ଟିକା ଘର ଛାଡି ପଳେଇଛି।ସୁରଭିକି ମୁଁହ ଖୋଲି କହିଥିଲା ବୋଉ ମୁଁ ନୂଆ କରି ସଂସାର କରିବି।ମା' ଟା ମନ କଥା ବୁଝିଲାନି ଭାରି ଟାଣ ଟାଣ କଥା କହିଲା ଦରବୁଢୀ କି କିଏ ବାହାହେବ????ଏ ବୟସରେ ନାଁ ଗାଁ ପକେଇବାକୁ ଭାରି ଉଛନ୍ନ ହଉଛୁ ଘଇତା ଛାଡି!!!!ନିଜ କଥା ବୁଝିବାକୁ ସମସ୍ତେ ତତପର ଝିଣ୍ଟିକା କଥା ବୁଝୁଛି କିଏ?ନିସଙ୍ଗତା ମଣିଷକୁ କ୍ଷୀଣ କରିପକାଏ।ଯୌବନକୁ କେତେଦିନ ସେ ବାନ୍ଧି ରଖିପାରିବ।ଶେଷରେ ଝିଣ୍ଟିକା ସେ ଲୋକ ସହ ଘରଛାଡି ଯିବାକୁ ବାଧ୍ୟ ହେଲା।


ସେ ଲୋକର ନାଁ ରବିନ୍ଦ୍ର ସେନାପତି

ଜାତିରେ ଗଉଡ।ମେଡିସିନି ଦୋକାନରେ ମେଡିସିନ୍ ସଜାଡି ରଖିବା ତା କାମ। ମାଣିକପଡା ପଞ୍ଚାୟତରେ ଘର .....ଘରେ ବୃଢା ମା' ବାପା ସେ ଲୋକର ଦୁଇ ବର୍ଷର କୁନି ଝିଅ।ସ୍ତ୍ରୀ ଲିପି ଆଉ କାହା ସାଙ୍ଗରେ ପଳେଇଛି।ସେ ଏବେ ଝିଣ୍ଟିକାକୁ ନେଇ ଘର ସଂସାର କରିବାକୁ ଚାହୁଁଛି।ବାବାଜୀ ସୁରଭି ସବୁଜାଣି ଝିଣ୍ଟିକାକୁ ଚାପି ରଖିଲେ।ଛେଳି ଜଗିଆକୁ ଗଲାବେଳେ ରବିନ୍ଦ୍ର ଝିଣ୍ଟିକାକୁ ଦେଖା କରିବାକୁ ଆଗରୁ କେଇଥର ଆସିଛି ।ଏ କଥା ଝିଣ୍ଟିକା ମୋତେ ନିଜେ କହିଛି।ଝିଅଟା ତା' ସାଙ୍ଗରେ ଗଲା କି ଆଉ କୁଆଡେ ଗଲା କେହି ଟିକେ ପଛରେ ଖୋଜି ଗଲେନି।ସେମାନଙ୍କର ମୁଣ୍ଡ ତଳକୁ କରି ଚାଲି ଯାଇଛି!!!ସେ କାହିଁ ଖୋଜିବେ ମଲେ କି ହଜିଲେ ତାଙ୍କର ତ ବାଟରୁ କଣ୍ଟା ଯିବ।


ଯିବା ପୂର୍ବରୁ ସେ ମୋତେ ପଚାରିଥିଲା।ମୁଁ ତା କଥାରେ ସହମତି ଜଣେଇ ଦେଲି।ଅଜୟ ଯଦି ଆଉ ଗୋଟିଏ ବାହା ହେଇ ପାରିଲା ସେ କାହିଁ ବାହା ହେଇ ପାରିବନି!!!!!!!ଏ ଦୁନିଆଁରେ ନିଜ ନିଜ ଅଧିକାର ପାଇଁ ନିଜେ ଲଢି ଶିଖିବା ଜରୁରୀ।ଛୁଆଟିଏ ନ କାନ୍ଦିଲେ ତା'ମା' ତାକୁ ଖିର ଦିଏନି।ସେମିତି ନ ମାଗିଲେ କିଛି ମିଳିବନି ଏଠି।ସମସ୍ତେ ସମାନ ଅଧିକାର ପାଇବା ପାଇଁ ହକଦାର।ସେ କାହିଁକି ସେଥିରୁ ବାଦ ପଡିବ।ଦୁଃଖ କ'ଣ ତା' ଭାଗ୍ଯରେ ଖାଲି ଲେଖା ଅଛି।ସେ ସବୁଦିନ ପାଇଁ ସୁଖରୁ ବଞ୍ଚିତ ହୋଇ ରହିବ।


ସରିତା କିନ୍ତୁ......... କହି ଚୁପ ରହିଲା। ଏମିତି କୋଉ ବିଶ୍ବାସରେ ଝିଣ୍ଟିକା ରବିନ୍ଦ୍ର ସହ ଚାଲିଗଲା।ସେ ଯେ କାଲି ସକାଳେ ଆଉ ଗୋଟିଏ ଅଜୟ ହୋଇ ନ ବାହାରିବ।ସେଥିରେ କୋଉ ଗ୍ଯାରେଣ୍ଟି!!!!ଝିଣ୍ଟିକାକୁ ଉପଭୋଗ କରି ସେ ଯଦି କାଲି ସକାଳେ ଗାଁରେ ଛାଡିଦେଇ ଯିବ ଝିଣ୍ଟିକା ପରି ଝିଅ ପାଇଁ ଆତ୍ମହତ୍ଯା କେବଳ ସାର ହୋଇଯିବ।


ପରଦିନ ସକାଳୁ ଝିଣ୍ଚିକାର ବାପା

ସୁଧାଂଶୁଙ୍କୁ ସବୁକଥା ଜଣେଇଥିଲେ।ସୁଧାଂଶୁ ନିଜର ଜଣେ ଆଡଭୋକେଟ ସାଙ୍ଗ ଅନିଲ ସହ ଏ ବିଷୟରେ କଥାବାର୍ତ୍ତା କରିଆସିଲେ। ସୁଧାଂଶୁ ,ଝିଣ୍ଟିକାର ବାପା ବାବାଜୀ ,ଭାଇ ସୁକାନ୍ତ,ଆଉ ଓକିଲଙ୍କୁ ସାଙ୍ଗରେ ନେଇ ମାଣିକପଡା ପଞ୍ଚାୟତର ରୂପାପୁରରେ ରବିନ୍ଦ୍ର ଘରେ ପହଞ୍ଚିଲେ।


ନୂଆ ଶାଢୀ ଗହଣାରେ ଭରପୁର ନବବିବାହିତା ସ୍ତ୍ରୀ ଲୋକଟି କାଖରେ ଝିଅଟିକୁ ଧରି କବାଟ ଖୋଲିଲା।ଭିତରୁ କିଏ ଜଣେ କହୁଥିଲେ ରୁହ ମୁଁ ଯାଇଁ କବାଟ ଖୋଲୁଛି।ଝିଣ୍ଟିକାର ବିବାହପରେ ଏମିତି ଦେବୀ ପ୍ରତିମା ରୂପ ତା'ବାପା କେବେବି ଦେଖିନଥିଲେ।ଖୁସିରେ ଆଖିରୁ ଅମାନିଆ ଲୁହ ଗୁଡାକ ବନ୍ଧବାଡ ଡେଇଁ ବୋହି ଚାଲିଥିଲା।ପାଦଧୂଳି ନେଇ କ୍ଷମା ମାଗୁଥିଲା ଝିଣ୍ଟିକା।ଶଶୁରଙ୍କ ପାଦଧୂଳି ନେଇ କ୍ଷମା ମାଗୁଥିଲେ ରବିନ୍ଦ୍ର।

ଝିଣ୍ଟିକାର ଶଶୁର ପରିଚୟ ଦେଇ କହିଲେ ଆମ ଫଟା କାନ୍ଥର ସଂସାରରେ ଝିଣ୍ଟିକା କାଦୁଅ ନେସିଛି ସମୁଦି!!!!!ସୁଧାଂଶୁ ସେମାନଙ୍କ ବିବାହର ପ୍ରମାଣ ମାଗିଲେ। ରବିନ୍ଦ୍ର ମ୍ଯାରେଜ ସାର୍ଟିଫିକେଟ ଆଣି ସୁଧାଂଶୁ ଙ୍କୁ ଦେଖେଇଲେ। ସୁଧାଂଶୁ ଆଶ୍ବସ୍ତିର ନିଶ୍ବାସଟିଏ ମାରି ଫେରିଆସିଲେ ଘରକୁ ।ବୋଉକୁ କହୁଥିଲେ ଏ ସଂସାରରେ ସବୁ ଲୋକ ଖରାପ ନୁହଁନ୍ତି ଏବେବି ମଣିଷ ପଣିଆ ବଞ୍ଚିଛି!!!!!



Rate this content
Log in

Similar oriya story from Tragedy