Anasuya Rout

Children

4  

Anasuya Rout

Children

ଜଳ ଭଉଁରୀ

ଜଳ ଭଉଁରୀ

3 mins
313


ଭୋଦୁଅ ମାସ ଦି ତିନି ଦିନ ହବ ଝୁପୁର ଝୁପୁର ମେଘ ଲାଗି ରହିଛି। ବାରିଘର ଖାଲି ସନ୍ତସନ୍ତିଆ ଘର ପାଇଟି ସରିଲେ କେମିତି ଚୂଲିହାଣ୍ଡି ହବ। ବେଳବୁଡକୁ ବିଲୁଆ ଅଇଲେ ବେଳାବେଳି ଖାଇବେ। ରୋଷେଇ ଗଣ୍ଡାସାରି ନିଶବ୍ଦରେ ଝାଡ଼ି ଝୁଡି ହେଇ ମଣିଷ ଟିକେ ବିଶ୍ରାମ ନେବ। 


ସେତେବେଳକୁ ବିଲରେ ଧାନ କେଣ୍ଡା ବାହାରିଲାଣି। କୋଉ ବିଲରେ ଥରେ କି ଦିଥର ଖାଲି ସାର ଦରକାର ହୁଏ ପକେଇବାକୁ। ଆଉ କୋଉ ବିଲରେ ପାଣି ଅଧିକା ହେଲେ ମହି ନେଇ ପାଣି ଉଝାଳିବାକୁ ପଡେ। ଆଜି ତିନିଦିନ ପରେ ଦିପହରୁ ଆଉ ମେଘ ନାହିଁ ଟିକେ ଖରା ହେଇଚି। ରବି କିରଣ ସତେ ଯେମିତି ସୁନେଲି ଚିକ ଚିକ କରୁଛି ବିଲ ବାରି ଖୋଜି ଖୋଜିକିଆ ହେଇ ଯାଇଛି। ମଣିଷ ଖୋଜେ ଖୋଜେ ଯାଇ ଆସି ପାରିବ ଗୋଡରେ କାଦୁଅ ଲାଗିବନି। ତିନିଦିନ ହବ ଲୁଗା ପଟା ଗୁଡାକ ଯେମିତି ସନ୍ତ ସନ୍ତିଆ ଖରା ଟିକେ ଅନେଇବାରୁ ଟିକେ ପବନ ବାଜି ସବୁ ଶାନ୍ତି ଲାଗୁଥାଏ। 


ଚାରିଟା କି ସାଢେ ଚାରିଟା ହବ ଜୁଲି ଖାଇ ପି ଶୋଇଥିଲା ପରଦା ଖୋଲି ଦେଖିଲା ବାହାରର ଦୃଶ୍ଯ ମନୋରମ।ଆଉ ସମ୍ଭାଳି ହବନି ବାହାରକୁ ବାହାରିଲା। ଜୁଲି ବୟସ ତାର ୧୨ ବର୍ଷ ହେବ ସପ୍ତମ ଶ୍ରେଣୀରେ ଗାଁ ସ୍କୁଲରେ ପଢେ। ଭାରି ସୁନ୍ଦର ପିଲାଟି କଥାପଦେ ହେଲେ ମନ ଭରିଯିବ। ରୋକ୍ ଠୋକ କଥାବାର୍ତ୍ତା ରଙ୍ଗ ଢଙ୍ଗ ସବୁ ପୁଅ ପିଲା ପରି। କାମ ଦାମ ବି ପୁଅ ମାନଙ୍କ ପରି ପୋଷାକ ପତ୍ର ବି ପୁ୍ଅ ମାନଙ୍କ ପରି ପିନ୍ଧେ। ଗାଁରୁ ଅଧେ ତାକୁ ଚଣ୍ଡୀ ଚଣ୍ଡୀ ଡାକନ୍ତି ସେଥିରେ ତାର ମନ ଦୁଃଖ ନାହିଁ ହସିଦେଇ ଚାଲିଆସେ। 


ତିନିଦିନ ହବ ସ୍କୁଲ ଟ୍ଯୁସନ୍ ହେଇ ହେଇ ଘରେ ରହିଚି ମେଘ ଯୋଗୁ ବାହାରକୁ ଟିକେ ବାହାରି ପାରିନି ବିରକ୍ତ ଲାଗିନାଣି। ଘରୁ ସାଇକେଲଟା ବାହାର କରୁକରୁ ଏରୁଣ୍ଡି ବନ୍ଧରେ ବାଡେଇ ହୋଇଗଲା। ଏତେ ବଡ ୨୨ ଇଞ୍ଚିଆ ସାଇକେଲକୁ କଷ୍ଟେ ମଷ୍ଟେ ନେଲେ କୋଉଠି ତ ପିଟି ହବ। ବୋଉ ଡାକିଲା ଜୁଲି ତୋର ଆଉ ଡେରି କାହିଁକି ଯେମିତି ଟିକେ ପାଗ ବଦଳିଲା ତୁ ସାଙ୍ଗେ ସାଙ୍ଗେ ବାହାରିଲୁ। ବୋଉ ଏତିକି ତାଗିଦ୍ କରୁ କରୁ

ଆଉ କି ଜୁଲି ଅଛି ଯେ ଶୁଣିବ। ସାଇଁ କିନା ପେଡାଲ ମାରି ଛୁ ଏଣେ ଗୋଡ ପଛେ ଭଲକି ପାଉ କି ନପାଉ।ବୋଉର ମନେ ନାହିଁ ବାପା ସାଇକେଲ ନେଇ ହାଟକୁ ଯିବେ ବୋଉ ରହ ରହ କହି ଦୌଡ଼ି ଆସିଲା ବେଳୁ ଦୁନିଆ ପାର। 


ଗାଁରୁ ଉଠିଆସି ଏଇ ଦି ତିନି ବର୍ଷ ହେବ ତାଙ୍କର ରାସ୍ତା ପାଖ ଜାଗାରେ ଘର କରିଛନ୍ତି। ହେଲେ ଗାଁରେ ଦିନକୁ ଦି ତିନି ଥର ବୁଲି ନ ଆସିଲେ ଭାତ ହଜମ ହୁଏନି ତାର। ଜୁଲି ସିଧା ଠାକୁର ଦାଣ୍ତରୁ ସାଇକେଲ ଧରି ଲାଞ୍ଜି ପୋଲ ପୁଣିଥରେ ଲାଞ୍ଜି ପୋଲ ପାଖରୁ ଛୋଟ ନଈ ପୋଲ ଚକର କାଟୁଥାଏ ସାଙ୍ଗରେ ଆଉ ଦି ତିନି ଜଣକୁ ବାନ୍ଧିଛି। ଖାଲି ଗାଁ ଦାଣ୍ତ ଯେମିତି ଉଠଉ ଛନ୍ତି ପକଉଛନ୍ତି। 

ସେତେବେଳକୁ ରୁନି,ଡଲି, କଣ୍ଢେଇ ଠାକୁର ମୁଣ୍ଡ ପାର ହେଇ ନଥାଇ ଜୁଲି ଛୋଟ ନଈ ପୋଲ ପାଖରୁ ଫଟ କିନା ସାଇକେଲ ବୁଲେଇ ଆଣିବ କଣ ଆଉ ପଛକୁ ଚାହିଁନି? ହଠାତ୍ ତା ପଛରେ ଟ୍ରକ କେମିତି ସେ ସାଇକେଲକୁ ସାଇଡ୍ କରିଦେଲା ଯୋଗକୁ ହେଲେ ରାସ୍ତା କଡକୁ ଆଉ ଜାଗା ନାହିଁ। ପୋଲ ଦିୱାଲରେ ପିଟି ହେଇ ତଳକୁ ଗଡି ପଡିଲା ସାଇକେଲ ସହ ସିଧା ଯାଇଁ ପୋଲ ମୁଁହରେ । ସେଠି ଗୋଟେ ଭଉଁରି ଆଉ ବହୁତ ଜୋରରେ ସୁଅ ଚାଲିଛି ଗୋଳିଆ ମାଟି ସହ ସବୁ ଆବର୍ଜନା କୁ ଭଉଁରି ଲଭିତରକୁ ଟାଣି ନେଉଛି। ଜୁଲି ଗାଞ୍ଜ ଜାଲ ଭିତରେ ପଡିଗଲା ସେଠୁ ଫକ୍ କିନା ବେଙ୍ଗ ପରିକା ଡେଇଁଲା ଜାଲ ବାହାରକୁ ନଈ ଭିତରେ। ତା ପଛେ ପଛେ ସମସ୍ତେ ଦୌଡା ଦୌଡ଼ି ହେଇଗଲେ ଜୁଲି ,ସାଇକେଲ କୁ ଉଧାର କଲେ। ସମସ୍ତେ ଜୁଲିକୁ ବାଃ ବାଃ କହୁଥାନ୍ତି।ପୋଲ ମୁଁହରେ ଗାଞ୍ଜ ଜାଲ ତା ଭିତରେ ଗୋଟେ ୧୨ ବର୍ଷ ର ପିଲା ଭାବିଲା ବେଳକୁ ମୁଣ୍ଡ ବୁଲେଇ ପକେଇବ ଆଉ ଯିଏ ହେଲେ। ଗାଞ୍ଜ ଜାଲର ମୁହଁ ପୋଲ ପାଖରେ ହେଲେ ତା ମୁଣ୍ଡ ଦି ତିନି କି:ମି ଯାଏ ଲମ୍ବା ଥରେ ଜାଲରେ ଯାହା ପସିଲା ଯାଇଁ ମୁଣ୍ଡ ପାଖରେ ମିଳିବ ସେଯାଏ ନିଶ୍ବାସ ରଖିବା ବଡ କଷ୍ଟ। ସେପଟେ ଭଉଁରିରୁ ଜୀବନ ନେଇ ବାହାରିବ

କଥା ଭାବି ହବନି। ସେ ଯାହା ହେଉ ଜୁଲି ତା ସାହସ ପାଇଁ ଜୀବନ ପାଇଲା ସମସ୍ତେ କହୁଥାନ୍ତି। 


ଖବର ପାଇ ତା ବୋଉ ଧଇଁସଇଁ ହୋଇ ଆସିଲା ଆଖିରୁ ଲୁହ ଝରୁଥାଇ। ଆଗେ ଗୋଟେ ବାଡିରେ ଛଟ ଛଟ ଦି ବାଡ଼ି ବସିଗଲା ଜୁଲି ଉପରେ।ତା ପରେ କେତେ କ'ଣ ଗାଳି କରି ପକେଇଲା କାନିରେ ପୋଛି ପକେଇଲା

। ସମସ୍ତେ ମନା କରୁଥାନ୍ତି ତାକୁ ମାରନି ସେ ଆଜି ସାହାସ ଦେଖେଇଛି। ତା ବୋଉ କହି ହଉ ଥାଏ ମୋ ଝିଅର ଆଜି ବଡ ରିଷ୍ଟ ଖଣ୍ଡନ ହେଲା। ହେ ମା ଚାଚିଖାଇ ତୁମେ ଭରସା ହେଲ ତମକୁ ଅଶେଷ ଧନ୍ଯବାଦ। 



Rate this content
Log in

Similar oriya story from Children