Anasuya Rout

Classics Inspirational

4  

Anasuya Rout

Classics Inspirational

ଜୀବନ ଚିନ୍ତନ

ଜୀବନ ଚିନ୍ତନ

3 mins
335



ଶେଷ ଆଶ୍ବିନର ଆକାଶରେ ବୋଇତରେ ଧଳା ମେଘଖଣ୍ଡମାନ ବସି ଭାସି ଯାଉଥିଲା ସିନ୍ଦୁରା ଫାଟିବା ପୂର୍ବରୁ।ଆଶା ଥିଲା ମଙ୍ଗଳ ରାତି ବୁଧପାହାନ୍ତି କଳା ଶ୍ରୀମୁଖକୁ ଦର୍ଶନ ପାଇଁ।ଅଚାନକ ବାଳସୂର୍ଯ୍ୟଙ୍କୁ ଉହାଡ କରି ଢାଙ୍କି ଦେଲା କାଳାବାଦଲ ଖଣ୍ଡ ଖଣ୍ଡ।ଆ ଭିତରେ ମନ ଭିତରୁ ଆଶା ମରି ମରି ଯାଉଥିଲା।ସତରେ କ'ଣ ମୋତେ ଏଥର ଡାକରା ନାହିଁ ମୋ କଳାସାଅନ୍ତଙ୍କର।ଆଖିରୁ ଧାର ଧାର ଲୁହ ବୋହି ଆସି ମୋ ଛାତିରରେ ପିଟି ହୋଇଯାଉଥିଲେ।ମହୋଦଧିର ଉର୍ମିମାଳା ବାଲୁକାପଠାରେ ପିଟି ହୋଇ ବୁହାଇ ନେଉଥିଲେ ବାଲୁକା ରାଶି।ତାଙ୍କ ମନରେ କ'ଣ ଚାଲିଛି ସମସ୍ତଙ୍କୁ ଅଛପା।

ଭକ୍ତ ବସ୍ଚଳ ପରୀକ୍ଷା ନିଅନ୍ତି ଭକ୍ତର।କାଳିଆ କାହ୍ନୁ ସେ କଳା ଶାଅନ୍ତ ।ତାଙ୍କ ଡୋରି ନ ଲାଗିବା ଯାଏ କେହି ତାଙ୍କ ଦର୍ଶନ କରିନି ମୁଁ ବା କେମିତି ସେଥିରୁ ବାଦ ପଡିବି ସବୁବାର ,ସବୁତିଥି ,ସବୁ ଲଗ୍ନ ତାଙ୍କ ପାଇଁ ଶୁଭ।ସେ ଯେତେବେଳେ ଭକ୍ତକୁ ଡାକିବେ ସତେବେଳେ ନା କୌଣସି ଯାନର ଯୋଜନା ନା ସମୟର ଯୋଜନା ଆବଶ୍ଯକ ପଡେ।ବିନା ଯୋଜନାରେ ଶହ ଶହ ଯୋଜନ କୋଶ ସେ ଟାଣି ନେବେ ତାଙ୍କ ପାଖକୁ।ତାଙ୍କ ଅବଢା ,ଡାଲି ପାଇବାର ଯାହା ଭାଗ୍ଯରେ ଥିବ ।ସେ ନିଶ୍ଚୟ ପାଇବ।କୌଣସି ବୟସ ନିର୍ଦ୍ଦଷ୍ଟ ନାହିଁ କି କୌଣସି ସାଥିର ଆବଶ୍ଯକ ନାହିଁ।ନବେ ବୟସର ବୃଦ୍ଧା ପାଦରେ ଶକ୍ତି ଆସେ ତା' ବଡ ଦେଉଳର ବାଇଶି ପାହାଚ ,ଭକ୍ତ ଭିଡରେ କାଳିଆ ଶାଆନ୍ତଙ୍କ ଦର୍ଶନ ପାଇଁ।କଅଁଳ ଶିଶୁବି କିଛି ନ ବୁଝି ଖିଲି ଖିଲି ହସୁଥାଏ ପଦ୍ମ ଲୋଚନ,ରଙ୍ଗ ଅଧରକୁ ଦେଖି।ଭକ୍ତି ଥିଲେ ଭାବର ଠାକୁର କାଳିଆ ଠାକୁରଙ୍କର ଦର୍ଶନ ମିଳେ।

ତିଥି ବାର ମୋର କିଛି ଦରକାର ନଥିଲା।କି ଶୁଭଲଗ୍ନ ସୁଝି କାଳିଆକୁ ଦର୍ଶନ କରିବି ବୋଲି ଯେଉଁ ଆଶା ଥିଲା ସେ ସବୁ ମୋ ପାଇଁ ଅଲୋଡା ହେଲା।ଧଳା ମେଘଖଣ୍ଡେ ମୋତେ କାଳିଆର ଚକାଡୋଳା ଦିଶିଯାଉଥିଲା।ଛୁଇଁବାକୁ ବ୍ଯଗ୍ରଥିଲି ମୁଁ ତା' ଶରଧା ବାଲିରୁ ମୁଠାଏ।ସତେ ମୋତେ ସେ ନନ୍ଦମନ ଯଶୋଦା ରତନ ଦେଖାଦେବ।ଆଉ ମନ ଲାଗୁ ନଥିଲା କୋଉଠି।ଝିପି ଝିପି ବରଷାରେ ମହୋଦଧିକୂଳେ ଭିଜିବାର ଅନୁଭବ କରୁଥିଲି।

ଘର ସାରା ମୋତେ ଚନ୍ଦନ ,ତୂଳସୀର ମହମହ ବାସ୍ନା ମୋହିତ କରୁଥିଲା ।ଆଉ ନୁହେଁ ଆଉ ପାରିବିନି ତା' ଠାରେ ମନ ଲଗେଇ ମୁଁ ଆଗେଇ ଯିବି।ରାତି ପାହିଲାନି ତା' ମୁଖ ଦର୍ଶନ ଆଶାରେ।ନାହିଁ ,ସ୍ନାନ, ନୂତନ ବସ୍ତ୍ର ପରିଧାନ ,କି ଭୋଜନ କିଛି ଲୋଡା ନାହିଁ ମୋର କଳା ଜହ୍ନ ଏକା ମୋର ମନ ।ଆନ୍ନ ନାହିଁ ମୋର ମନ ତା' ଛଡା ଭିନ୍ନ।ସପନେ ହୁଏ ପୁଲ୍ଲକିତ କଳାଜହ୍ନ ଦେଖି।କେମିତି ପାହିବ ରାତ୍ରି ଆଉ ଏକ ନୂତନ ଦିନର ହେବ ଆରମ୍ଭ ।ସେହି ନୂତନତ୍ଵର ଆରମ୍ଭ ହେବ ସୂର୍ଯ୍ୟ ନେତ୍ର ଦରଶନେ।

ଦୟାମୟ ଦୟା ବାହିବେ ସତେ।ରଙ୍କରତନ ମୋ କଳାବଦନର ଶ୍ରୀମୁଖ ଚାହିଁ ହେବି ମୁଁ ପୂର୍ଣ୍ଣ୍ଯବନ୍ତ।ସିନ୍ଦୁରା ଫାଟିଲା ସିନା ନହେଲା ସୂର୍ଯ୍ୟଙ୍କ ଦରଶନ।ମନ ବିକଳେ କାନ୍ଦୁଥିଲା ।ମୋର ପରଦେଶ ସ୍ଥାନ ମୁଁ ଓଡିଆ ହେ ମୋ କୋଟିଓଡିଆର ମଉଡମଣୀ।ମୋ ପ୍ରତି ଦୟାବହ ହେ !କେତେବରଷରେ ତୋତେ ଦେଖିବାକୁ ଆସିଛି ଦଉଡି ମୋ ଜନ୍ମ ସ୍ଥାନ।ତୁହି ଯଦି ମୋତେ ନ ଦେବୁ ଦରଶନ ଗଲାବରଷକୁ ଅପେକ୍ଷା କରିବି ,ତୋ ବିରହ ଗଙ୍ଗାରେ ସ୍ନାହନ କରିବାକୁ ଦିଅ ହେ ଆଶିଷ ହେ କଳା ବିଗ୍ରହ। ପାଖରେ ନାହିଁ ମୋର ତୂଳସୀ ଦୟଣା କି ତୋର ମନ ଲାଖି ପଙ୍କଜ ମାଳ।କି ଦେଇ ପୂଜିବି ତୋତେ ହେ ପଦ୍ମ ଲୋଚନ !ହାତ ଯୋଡି ତୋତେ ମିନତୀ କରୁଛି ଏଇ ସନ ମୋତେ ଦିଅ ଦରଶନ ।ଘୋରଗରଜନ କରୁଥିଲା ମେଘ ଛାତିରେ ଛନକା ଭରି ।ଆଉ କି ସମ୍ଭବ ହେବ ପୁରୀ ବଡଦେଉଳରେ ଚକାଆଖି ଦରଶନ।ଡଙ୍କ ତୋରାଣୀରେ ଶୋଷମାରିବାର ଆଶା ସତେକି ସମ୍ଭବ।କିଛି ବୁଝିପାରୁ ନଥିଲି ତୋ ରାଗ ରୂଷା କି ଅଭିମାନ ମୋ ଉପରେ।ଜଣା ନାହିଁ ମୋତେ କିଛି ତୋ ଆନ।ତୋ ନାମ ଧରି ସଂସାର ନାଆରେ ମୁଁ ନାଉରୀଟିଏ।ଭଲ ମନ୍ଦ ମୁହିଁ କିଛି ନଜାଣଇ।ଯାହା କରୁଥାଇ ଠିକ ଭୂଲ ବୋଲି ମୁଁ କିଛି ଜାଣେ ନାହିଁ।ତୁମ ନାମ ଧରି ସବୁ କର୍ମ କରେ ତୋଠୁ ଅଧିକ ବିଶ୍ବାସୀ ମୋ ପାଇଁ ଏ ସଂସାରରେ କେହି ନାହିଁ।

ତୁମେ କି ଜାଣନା ସତେ ଭାବଗ୍ରାହୀ।ବୁଦ୍ଧିହୀନ ବୋଲି ସମସ୍ତେ କୁହନ୍ତି ମୋର ବୁଦ୍ଧି ତୁହି !ତୋତେ ଆଶ୍ରାକରି ବାଟ ମୁଁ ଚାଲଇ।ତୋ ଆନ ମୋ ଜୀବନ ଜଳ ବିନା ମିନ।ଖୋସାମତ ତୋସାମଦ ମୋତେ ନ ଆସଇ।ତୋ ପାଦ ସେବାକୁ ଶ୍ରେଷ୍ଠ ବୋଲି ମାନି ଚଳୁଥାଇ।ଯାହା ଆଜି ମୋର ପାଖେ ସବୁକିଛି ତୋର ଦୟା ହେ କୃପା ସାଗର ତୋ କୃପା ବାରି ମୋ ଉପରେ ବରସୁଥାଉ।ମୁଁ କାଳେ ଜିଦିଖୋର ବୟସ ହେଲାଣି ଝିଅ ମୋର କୁହେ ନାତି ,ନାତୁଣି ମୋ ସବୁବେଳେ କହୁଥାନ୍ତି।ହେଲେ ହେ ମହାବାହୁ ମୋର ଜିଦି ତ ଏତିକି ତୋର ଦରଶନ ,ତୋ ନାମ ଶ୍ରବଣ ,ଭଜନ ,କୀର୍ତ୍ତନ ଆଉ କିଛି ଲୋଡା ନାହିଁ। ସବୁଠୁ ଅଧିକ କଷ୍ଟ କିଏ ଦିଏ ଜାଣ ହେ ଜନାର୍ଦ୍ଦନ !ଏହି ମନ ନଥାଏ ଆୟତ୍ତେ ତୁମ ନାମ ନ ଧରିଲେ ହୁଏ ଅଣାୟତ୍ତ ।କେତେବେଳେ ରାଗ ,କେତେବେଳେ ଜିଦି ,କେବେ ଲୋଭ କରେ କେତେଜିନିଷକୁ ଦେଖି ହୁଏ ସେ ମୋହିତ।ହେ ପ୍ରଭୁ ଏ ଦୁନିଆ ମିଛ ତୁମେ ଏକା ସତ ପ୍ରଭୁ ଜଗନ୍ନାଥ ।ତୁମ ନାମ ସତ୍ଯ ଏ ସଂସାର ସାଗରୁ ପାର କରିଦିଅ ହେ ସତ୍ଯ ସନାତନ ନାରାୟଣ। ନୂତନ ଜୀବନ ନୂତନ ନିର୍ମାଣ ଲୋଡା ନାହିଁ ପ୍ରଭୂ !ତୁମେ ତ ନୂତନ ଯୁଗେ ଯୁଗେ ପ୍ରଭୂ ନିତ୍ଯଦେଖୁଥାଏ ମୁଁ ଏହି ସ୍ବପନ।ସ୍ବପନକୁ କର ସତ୍ଯ ହେ ଯୁଗଯୁଗ ଧରି ତୁମେ ଅନନ୍ତ ଶୟନ ସଚ୍ଚିଦାନନ୍ଦ ପରମବ୍ରହ୍ମ ବିଷ୍ଣୁ ମହାପ୍ରଭୂ !

ଆଗକୁ ।


Rate this content
Log in

Similar oriya story from Classics