Anasuya Rout

Children

3  

Anasuya Rout

Children

ସ୍ମୃତି

ସ୍ମୃତି

2 mins
213


ବହୁତ ଦିନ ପରେ ସୀମା ଆଜି ଅତୀତକୁ ଫେରିଯାଉଥିଲା ।ବୋଧହୁଏ ଦୀର୍ଘ କୋଡିଏ ବର୍ଷ ତଳକୁ ।ସ୍ମୃତିର ମୁଠାଏ ମଉଳା ଫୁଲ ଯେମିତି ତାଜା ହୋଇ ପଡୁଥିଲେ ଚଟୁଆ ସ୍କୁଲର କୂଅ ପାଖରେ।ଫୁଲର ଦାମ କେହି କେବେ କରିପାରେନା ।ମହାଦେବଙ୍କ ପାଦତଳେ ଲାଗିଲେ ତା'ର ମୂଲ୍ଯ ଅମୂଲ୍ଯ।କୂଅ ପାଣିରେ ଅକାରଣରେ ଝଡି ପଡିଲେ ପାଣିରେ ମୂଲ୍ଯହୀନ ହୁଏ।

ଝରା ସେଫାଳି କାହାପାଇଁ ପ୍ରେମରେ ପ୍ରତୀକ୍ଷା କରି ଝରିପଡେ଼ ନା କାହାର ଅଭିଶାପ ପାଇ ଝରିପଡେ଼ କେହି ଜାଣେନା।ଚପଳମତୀ କିଶୋରୀ ମାନେ ସ୍କୁଲର କୂଅ ପାଖକୁ ପାଣି ପିଇବାକୁ ଆସି ତୋଳି ନିଅନ୍ତି ସେଫାଳିକୁ ଆଞ୍ଜୁଳା କରି ।ସୁନ୍ଦର ତାରାଫୁଲର ଡେମ୍ଫକୁ ନେଇ ବହିଭିତରେ ଥିବା ଚିତ୍ରଗୁଡିକୁ କମଳା ରଙ୍ଗରେ ସଜେଇ ଦିଅନ୍ତି।

ଖେଳ ଛୁଟିରେ କାଳକଣ୍ଟା ବଗିଚାରେ ଧାଡି ଧାଡି ଆମ୍ବଗଛର ଛାଇରେ ଦଳ ଦଳ ହୋଇ ପିଲା ଗପସପ ହେଉ ଥିବା ବେଳେ କିଛି ସେଥିରୁ ଲୁଚକାଳି ଖେଳୁଥାନ୍ତି।ସ୍କୁଲ ଘଣ୍ଟା ବାଜିବା ମାତ୍ରେ କ୍ଲାସ ରୁମରେ ପହଞ୍ଚି ପାଠ ପଢା ଆରମ୍ଭ ହୁଏ।କିନ୍ତୁ ସେହି ଭିତରେ ବି ରଫ ଖାତାରେ ପାଠ ଲେଖିବା ବାହାନାରେ କୃଷ୍ଣଙ୍କର ସୁନ୍ଦର ଚିତ୍ର ଆଙ୍କୁଥାଏ ଲୋପା।ଜୁଲି ପଢିବା ବେଳେ ବ୍ଲାକ ବୋର୍ଡକୁ ଚାହୁଁ ଚାହୁଁ ଢୁଳେଇ ପଡେ ।ଆଗ ଧାଡିର କେତେ ଜଣ ହୁସିଆର ପିଲାଙ୍କୁ ଛାଡିଲେ କେହି କିଛିନା କିଛି ଦୁଷ୍ଟାମୀ କରୁଥାନ୍ତି।ସରିତା ପାଖ ପିଲା ସହ ଛକି ଶୂନ ଖେଳିବା ବେଳେ ଆଉ କେହି ଆଙ୍ଗୁଠିରେ ଖଟା ଚାଟିବା ଆରମ୍ଭ କରୁଥାଏ।କା' ଭିତରେ ଚୋର ପୁଲିସ ଖେଳ ଚାଲିଥାଏ।

ଇତିହାସର ସେଇ ଶେଷ ପ୍ରିୟଡରେ ବୋଧହୁଏ କେହିନା କେହି ପାଠ ନ ପଢି ଦୁଷ୍ଟାମୀ କରୁଥାନ୍ତି।ରବି ସାର ସବୁକଥା ଜାଣନ୍ତି ।ପାଟି କରନ୍ତି

କିନ୍ତୁ କିଛି ଲାଭ ନଥାଏ।ତାଙ୍କ ବେତ ମାଡରେ ତାଜା ହୋଇ କିଛି ସମୟ ବାବାର ...ଇବ୍ରାହିମ ଲୋଦୀ....ମାମୁଦ....ହେଇ ...ହେଇ...କ୍ଲାସ ସରିଯାଏ।

ସମୟର ଲୁଚକାଳୀ ଖେଳ ଭିତରେ ସବୁକିଛି ଶେଷ ହୋଇଯାଏ।ସେଇ ଦୁଷ୍ଟାମୀ ବି ବେଳେ ବେଳେ ମନେ ପଡେ।ସ୍ମୃତି ଅପାସୋରା ନଈ ପଠାର ଦାଲୁକାଏ ଥଣ୍ଡା ପବନ।ବେଳେ ବେଳେ ଦେହରେ ଲାଗି ଆଖି ମୁଦି ହୋଇଯାଏ।ମନ ଉଡିଯାଏ ସମୟର ସେଇ ଫର୍ଦ୍ଦକୁ।ଖୁସି ହୁଏ ପିଲାଦିନର ସେଇ ପୃଷ୍ଠାକୁ ଛୁଇଁ ପୁଲକିତ ହେଉଥାଏ ମନ ।ଯିଏ ଚାଲିଗଲା ସେ ଆଖିରେ ନଦୀ ହୋଇ ବହିଯାଏ।ସେଇ ଯାଗାକୁ ଆଉଥରେ ପାଦ ପକେଇଲେ ବି ସେ ସମୟ ଆଉ ନଥାଏ।ବଦଳି ଯାଆନ୍ତି ସବୁଚରିତ୍ର...ବିଦ୍ଯାଳୟର ପରିବେଶ ,ଶିକ୍ଷକ ,ଶିକ୍ଷାର୍ଥୀ।

ଏଇ ଡିଜିଟାଲ ଯୁଗରେ ନୂଆ ପୁରୁଣା ସମସ୍ତେ ଏକାଠି ହୁଅନ୍ତି ସମୟ ସୁଅରେ ।ବୟସର ଦାଗ ଲାଗିଯାଇଛି କେଶରେ ମଥାରେ ,ଚର୍ମରେ ।ସମସ୍ତେ ଏକାଠି ହୁଅନ୍ତି ହ୍ୱାଟସଆପରେ କିଛି ସମୟ ପାଇଁ ଚଳଚଞ୍ଚଳ ହୋଇଉଠଇ ଚଟୁଆ ସ୍କୁଲର ସେ ପରିବେଶ। ଦେଶର ବିଭିନ୍ନ ସ୍ଥାନରେ ଥାଇ ମଧ୍ୟ ଯେମିତି ସମସ୍ତେ ସେଇ ସ୍କୁଲରେ ,କୂଅ ମୂଳରେ ,ଆମ୍ବ ଗଛମୂଳରେ ,ଅଧାକାନ୍ଥିନି ଉଠିଥିବା ସ୍କୁଲ ଘର ବାଲିରେ ଖେଳୁଛନ୍ତି।ଆଖିରେ ସେଇ ଚମକ ,ମୁହଁରେ ସେଇକଥା ସବୁ ଫୁଟି ଉଠେ।ସମୟ ବଦଳି ଯାଇଛି ସତ କିନ୍ତୁ ଅପାସୋରା ପିଲାଦିନର ସ୍ମୃତି ସମସ୍ତଙ୍କ ଛାତିରେ ତା' ଜାଗା ନିଶ୍ଚୟ ଆବୋରି ବସିଛି।

ଅଗଷ୍ଟ ପନ୍ଦର ,ଜାନୁଆରୀ ଛବିର ସେ ଛବି ସବୁ ତାଜା ହୋଇଯାଏ।"ଜନଗଣ ମନ ଅଧି ନାୟକ ଜୟ ହେ...ଭାରତ ଭାଗ୍ଯ ବିଧାତା...।"ଏଇ ଗୀତ କାନରେ ଗୁଞ୍ଜରିତ ହୁଏ।ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି ଆହେ ନୀଳଶଇଳ

ଏଇ ପାର୍ଥନା କ୍ଲାସର ଚିତ୍ର ଆଖି ସାମ୍ନାରେ ଜୀଇଁ ଉଠେ। ଏବେର ବୟସ୍କ ପାଲଟି ଯାଇଥିବା ଶିକ୍ଷକଙ୍କ ମୁହଁ ଜଳ ଜଳ ହୋଇ ଦେଖାଯାଏ।ସେଇମାନଙ୍କର ଅବାଦାନ ଆମେ ସେମାନଙ୍କର ଅନୁଶାସନର ଫଳ ଆଜି ଆମେ।ରଘୁ ଦାଦାଙ୍କ ମୁହଁ ,ଭାବଗ୍ରାହୀ ଜେଜେଙ୍କ ମୁହଁ ଜଳ ଜଳ ହୋଇ ଦିଶିଯାଏ ।ଖବର ନାହିଁ ଏବେ କାହାର କାହା ପାଖରେ ହେଲେ ବିଦ୍ଯାଳୟର ସୁଖ ଏବେ ବି ସେଇଠି ଯେମିତି ଥିଲା ସେମିତି ଅଛି ଯେଉଁଠି ଆମେ ଛାଡି ଆସିଥିଲୁ।



Rate this content
Log in

Similar oriya story from Children