STORYMIRROR

TASNEEM SULTANA LADLEE

Children Stories Inspirational

5.0  

TASNEEM SULTANA LADLEE

Children Stories Inspirational

ଆଶିର୍ବାଦ

ଆଶିର୍ବାଦ

2 mins
498


ରିମା ଓ ସୀମା ଦୁଇ ଜଣ ପିଲାଦିନ ବାନ୍ଧବୀ ଥିଲେ । ଗାଁ ପାଖ ସ୍କୁଲରେ ଦୁହେଁ ପଢୁଥିଲେ । ରିମା ବାପା ସାଧାରଣ ଚାଷୀ ଥିଲେ । ସୀମା ବୋଉ ବ୍ଲକ ଅଫିସରେ ଜଣେ ଅଧିକାରୀ ଥିଲେ । ଉଭୟ ପରସ୍ପରର ସାଙ୍ଗ ହୋଇଥିଲେ ମଧ୍ୟ ଉଭୟଙ୍କ ପ୍ରକୃତି ଅଲଗା ଥିଲା । ବିଦ୍ୟାଳୟରେ ବିଭିନ୍ନ ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ରିମା ସ୍ବେଚ୍ଛାସେବୀ ଭାବେ କାମ କରୁଥିବା ବେଳେ ସୀମା ଏଥିରୁ ବିରତ ରହୁଥିଲା । ସେହିପରି ଗାଁରେ ମଧ୍ୟ ରିମାକୁ ତା'ର ସାହାଯ୍ୟ ମନୋବୃତି ପାଇଁ ସମସ୍ତଙ୍କ ଠାରୁ ଆଶିର୍ବାଦ ମିଳୁଥିଲା । ବୟସ ବଢିବା ସହ ରିମା ଗାଁରେ ସମସ୍ତଙ୍କ ପ୍ରିୟପାତ୍ରୀ ପାଲଟି ଯାଇଥିଲା । ତାକୁ ସମସ୍ତେ ସୁନା ଝିଅ ବୋଲି ଡାକୁଥିଲେ । ଦୁହେଁ ପାଠପଢାରେ ବେଶ ପାରଙ୍ଗମ ଥିଲେ । ଥରେ ବ୍ଳକ୍ ସ୍ତରୀୟ ରଚନା ପ୍ରତିଯୋଗିତାରେ ଉଭୟ ଯୁଗ୍ମଭାବେ ଜିତି ଜିଲ୍ଲାସ୍ତରରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଜଣେ ଗୁରୁମାଙ୍କ ସହ ସୁଦୂର କଟକକୁ ବସଯାତ୍ରା ଆରମ୍ଭ କଲେ । ଭିଡ ଯୋଗୁଁ ବସ ଭିତରେ ଜଣେ ବୟସ୍କ ଲୋକ ଠିଆହୋଇ ବହୁତ କଷ୍ଟରେ ଯାତ୍ରା କରୁଥିଲେ । ରିମା ତାଙ୍କ ଏପରି ଅବସ୍ଥା ଦେଖି ନିଜେ ଠିଆ ହୋଇ ତାଙ୍କୁ ତା ସିଟ୍ ରେ ବସେଇ ଦେଲା । ବସୁ ବସୁ

'ଯସସ୍ବୀ ହୁଅ' କହି ସେ ରିମାକୁ ଆଶିର୍ବାଦ କଲେ ।ମହିଳାଙ୍କ ଭଳି ବରିଷ୍ଠ ନାଗରିକଙ୍କ ପାଇଁ ବସରେ ସିଟ୍ ସଂରକ୍ଷିତ ରଖିବାକୁ ରିମା କଣ୍ଡକ୍ଟରଙ୍କୁ କହିଲା । କିଛି ବସ ଯାତ୍ରୀମାନେ ରିମାର ପ୍ରସ୍ତାବକୁ ପ୍ରସଂଶା କଲେ । ସେମାନେ ଠିକ ସମୟରେ ପ୍ରତିଯୋଗିତା ସ୍ଥଳରେ ପହଞ୍ଚିଲେ ଜାଣିଲେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା 'ବସଯାତ୍ରାର ଅନୁଭୁତି' । ଉଭୟ ସାଙ୍ଗ ଏହି ପ୍ରତିଯୋଗିତାରେ ଭାଗ ନେଇ ବେଶ ଖୁସି ଜଣା ପଡୁଥିଲେ । ଏହି ପ୍ରତିଯୋଗିତାରେ ଶହେରୁ ଉର୍ଦ୍ଧ୍ବ ପିଲା ଅଂଶଗ୍ରହଣ କରିଥିଲେ । ସେମାନେ ବିଚାରପତିମାନଙ୍କ ଫଳାଫଳକୁ ଉତ୍ସାହର ସହ ଅପେକ୍ଷା କଲେ । ଏଥର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ପ୍ରତିଯୋଗିତା ଫର୍ଦରେ ନିଜ ନାମ ଲେଖି ନଥିବାରୁ ଦ୍ବିତୀୟ ସ୍ଥାନରେ ଥିବା ପିଲା ବିଜୟ ମୁକୁଟ ପିନ୍ଧିବା ଉଚିତ ବୋଲି ଘୋଷଣା ହେଲା । ଏସବୁ ଶୁଣି ମୂଖ୍ୟ ଅତିଥି କହିଲେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାର ରଚନା ସର୍ବସମ୍ମୁଖରେ ପଠନ କରାଯାଉ । ରଚନା ପଠନ ଶୁଣି ରିମା ଜାଣି ପାରିଲା ସେ ତା ନିଜ ନାମ ଲେଖିବା ଭୁଲି ଯାଇଥିଲା । ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପିଲାଟି ଥିଲା ତା'ର ସାଙ୍ଗ ସୀମା ବୋଲି ତା ଗୁରୁମା ତାକୁ କହିଲେ । ଏଇ ସମୟରେ ମୁଖ୍ୟ ଅତିଥି ରଚନା ପଠନ ଶୁଣି ଭାବ ବିହ୍ବଳ ହୋଇ ପଡିଥିଲେ । କାରଣ ସେ ସେଇ ବସରେ ବସି ଯାତ୍ରା କରିଥିବା ସେଇ ବୟସ୍କ ଲୋକ ଥିଲେ । ତାଙ୍କ ପ୍ରସ୍ତାବ ଅନୁସାରେ ଅଂଶ ଗ୍ରହଣକାରୀଙ୍କ ପ୍ୟାରେଡ କରାଗଲା। ସେ ନିଜେ ରିମାକୁ ଚିହ୍ନଟ କରି ତାକୁ ପୁରସ୍କୃତ କଲେ । ରିମା ଆଖିରୁ ଆନନ୍ଦର ଅଶ୍ରୃ ବୋହୁଥିଲା ।ବିଚାରପତିଙ୍କ ଚୟନରେ ସୀମା ଖୁସିର ସହ ରିମାକୁ ଶୁଭେଚ୍ଛା ଜଣାଉଥିଲା । ଶିକ୍ଷୟିତ୍ରୀ କହୁଥିଲେ -ପାଠ ପଢି ଜଣେ ବିଜ୍ଞ ହୋଇ ପାରେ କିନ୍ତୁ ଆଶିର୍ବାଦପ୍ରାପ୍ତ ହୋଇ ସେ ଭାଗ୍ୟବାନ ହୋଇଥାଏ । ଗୁରୁମାଙ୍କ ବାଣୀ ସୀମା ମନକୁ ବେଶ ଛୁଇଁଲା । ସିଏ ବି କିଛି ଦିନ ପରେ ସ୍କୁଲରେ ସୁନାଝିଅର ଆଖ୍ୟା ପାଇଲା ।


Rate this content
Log in