STORYMIRROR

TASNEEM SULTANA LADLEE

Children Stories

4  

TASNEEM SULTANA LADLEE

Children Stories

ପାନୀୟ ଜଳ

ପାନୀୟ ଜଳ

4 mins
7


ରିମା ଓ ସୀମା ଦୁଇ ଭଉଣୀ । ସମୁଦ୍ର କୁଳିଆ ସାଗରପୁର ଗାଁରେ ଏମାନଙ୍କ ଘର ।


ରିମାର ମାଟ୍ରିକ ପରୀକ୍ଷା ଶେଷ ହୋଇ ଥାଏ । କେବଳ ଯାହା ଫଳାଫଳକୁ ଅପେକ୍ଷା ଥାଏ । ତା ସାନ ଭଉଣୀ ସୀମା, ବାବା ଓ ମମ୍ମିଙ୍କୁ ବାରମ୍ଵାର ଜିଦ୍ କରୁଥାଏ ପାର୍ବତୀପୁର ଯିବାକୁ । ଏଇ ଗାଁରେ ମଝିଆ ଦାଦାଙ୍କ ନୂଆ ଘର ଓ ସାନ ଖୁଡିଙ୍କ ବାପା ଘରେ କୁନି ଝିଅ ରୁମାଏସାକୁ ଦେଖିବା ପାଇଁ।ପାର୍ବତୀପୁର ଏକ ପାହାଡ଼ ଓ ବଣ ଜଙ୍ଗଲ ଘେରା ଗାଁ । ପିଲାମାନଙ୍କ ଆଗ୍ରହ ଯୋଗୁଁ ସେମାନଙ୍କ ବାବା ଓ ମମ୍ମି ପାର୍ବ ପୁର ଯିବାକୁ ରାଜି ହେଲେ ।ବାପା ବାରମ୍ଵାର ତାଗିଦ କରୁଥାନ୍ତି। ଗୋଟିଏ ଦିନରେ ଯାଇ ଫେରିବାକୁ ହେବ । ଦି ଦିନ ପରେ ବାପାଙ୍କ ନିର୍ବାଚନ ଟ୍ରେନିଂ ଓ ତାପରେ ଇଲେକ୍ସନ ଡ୍ୟୁଟି ରହିଛି ପୁଣି । ଯିବା ଆସିବା ୨୪୦ କିଲୋମିଟର ବାଟ । ସାଥିରେ ପାଣି ବୋତଲ ନେଇଥିବ । ବାହାର ଖାଦ୍ୟ ଖିଆ ପିଆ କରିବ ନାହିଁ ।ଠିକ୍ ସମୟରେ କାର୍ ଆସି ପହଞ୍ଚିଗଲା । ରିମା ଓ ସୀମାଙ୍କ ଖୁସି କହିଲେ ନ ସରେ ।ରିମା ଓ ସିମା ତରବର ରେ ଘରର ପିଇବା ପାଣି କେବଳ ୨ଟି ବୋତଲ ନେଇ ଥିଲେ । ୫୫ କି.ମି ଯାତ୍ରା ପରେ ପାଣି ସବୁ ଶେଷ ହୋଇଗଲା । ରିମା , ତା ବାପାଙ୍କୁ କହିଲା - ବାବା, ଡ୍ରାଇଭରଙ୍କୁ କୁହ, ଆଗରେ କଉଠି ନଳକୂପ ଦେଖି ଗାଡ଼ି ରଖିବେ । ଆମର ପିଇବା ପାଣି ଶେଷ ହୋଇ ଯାଇଛି । ଡ୍ରାଇଭର ବାବାଙ୍କୁ କହୁଥିଲେ- ପାହାଡିଆ ଅଞ୍ଚଳ ଆରମ୍ଭ ହୋଇଗଲା ଆଜ୍ଞା, ଏଠି ବାହାରେ ନଳକୂପ ଦେଖିବାକୁ ମିଳିବ ନାହିଁ। ବାପା କହୁଥିଲେ - ଏଇ ଏକ କିଲୋମିଟର ପୂର୍ବରୁ ତ ନଳକୂପ ସବୁ ରାସ୍ତାକଡ଼ରେ ଦେଖା ଯାଉ ଥିଲା ? ହଁ ସେ ସବୁ ନଳକୂପରେ କ୍ଲୋରାଇଡ ମିଶା ଆଇରନ ପାଣି ରହିଛି। ଏ ସବୁ କଥା ଶୁଣି ସିମା କହିଲା - ଗାଡ଼ି ଟିକିଏ ପଛକୁ ନିଅନ୍ତୁ ।ସେଇ ପାଣି ଆମେ ପିଇବା । କିଛି ଅସୁବିଧା ହେବ ନାହିଁ।


ଏକଥା ଶୁଣି ସିମା ବାବା କହିଲେ-ଉଚ୍ଚ ସ୍ତରର କ୍ଲୋରାଇଡ୍ କିମ୍ବା ଆଇରନ୍ ମିଶା ପାଣି ପିଇବା ଦ୍ୱାରା ଆମର ଅନେକ ସମସ୍ୟା ହୋଇପାରେ । ଜଳରେ ଅତ୍ୟଧିକ କ୍ଲୋରାଇଡ୍ ରହିଥିଲେ ପେଟ ସମସ୍ୟା ସହ ହଜମ ସମସ୍ୟା ଦେଖା ଦେଇ ଥାଏ । ଏହା ଦ୍ଵାରା କିଡନୀର ସମ୍ଭାବ୍ୟ କ୍ଷତି ଘଟିଥାଏ ।ଏଥିସହ ରକ୍ତଚାପ ଏବଂ ହୃଦ୍‌ରୋଗର ବିପଦ ଆଶଙ୍କା ବୃଦ୍ଧି ପାଇଥାଏ ।ପାକସ୍ଥଳୀ ସମ୍ବନ୍ଧୀୟ ସମସ୍ୟା, ଯେପରିକି ବାନ୍ତି, ପେଟ ଯନ୍ତ୍ରଣା ହୋଇଥାଏ । ତେଣୁ ଆମକୁ ନିରାପଦ ଏବଂ "ସୁସ୍ଥ ପାନୀୟ ଜଳ " ବ୍ୟବହାର କରିବାର ଅଛି । ସିମା କହିଲା - ଆମେ କେଉଁ ପ୍ରକାର ଜଳକୁ "ସୁସ୍ଥ ପାନୀୟ ଜଳ "କହିବା ? ସିମାର ପ୍ରଶ୍ନରେ ବାପା କହିଲେ-ଯେଉଁ ଜଳ ମାନବ ବ୍ୟବହାର ପାଇଁ ନିରାପଦ ,ପ୍ରଦୂଷଣରୁ ମୁକ୍ତ ,ଜୀବାଣୁ ଓ ବିଜାଣୁ ମୁକ୍ତ, ସଫା ଓ ସ୍ୱଚ୍ଛ ,ଦୁର୍ଗନ୍ଧହୀନ ଏବଂ ସ୍ୱାଦହୀନ ,ତାକୁ ଆମେ ପାନୀୟ ଜଳ କହି ପାରିବା ।


ପାନୀୟ ଜଳର ମୂଳ ଉଦ୍ଦେଶ୍ୟ ହେଉଛି ଶୋଷ ମେଣ୍ଟାଇବା, ଶରୀରରୁ ଜଳାଭାବ ଦୂର କରିବା ।ଆମକୁ ନିର୍ଭରଯୋଗ୍ୟ ପାନୀୟ ଜଳର ଆବଶ୍ୟକତା ରହିଛି । ରିମା କହିଲା - ପିଇବା ପାଣିର ବହୁତ ଉପକାର ରହିଛି ।ପିଇବା ଯୋଗ୍ୟ ପାଣି (drinking water)ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟକର ପାନୀୟ ଅଟେ । ଏହା ଉଭୟ ଶରୀର ଓ ମନ ପାଇଁ ଉପକାରୀ ଅଟେ । ଏହା ଶରୀରରେ ତରଳ ସନ୍ତୁଳନ ବଜାୟ ରଖେ। ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଏହା ଆମର ଶକ୍ତି ଓ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ । ଏହା କୋଷ୍ଠକାଠିନ୍ୟ କୁ ରୋକିଥାଏ । ଏହା ଦ୍ଵାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଓ ବର୍ଯ୍ୟବସ୍ତୁ ସହଜରେ ବାହାରି ଯାଇଥାଏ । ଏହା ସୁସ୍ଥ ରକ୍ତଚାପ ବଜାୟ କରିବାରେ ସାହାଯ୍ୟ କରିଥାଏ। କିଡନୀ ରେ ହେଉଥିବା ପଥର ବା ଷ୍ଟୋନ ବିପଦକୁ ହ୍ରାସ କରିଥାଏ । ଏହା ମୁଣ୍ଡବିନ୍ଧା ଓ ଥକ୍କାପଣକୁ କମାଇଥାଏ । ଏହା ରକ୍ତରେ ଶର୍କରା ସ୍ତର ପରିଚାଳନା କରିବାରେ ସାହାଯ୍ୟ କରିଥାଏ । ଆମେ ପ୍ରତିଦିନ ଅନ୍ତତଃ ଆଠ କପ୍ ବା ୬୪ ଆଉନ୍ସ ପାଣି ପଇବା ଉଚିତ ।


ଏଇ ସମୟରେ ରାସ୍ତାକଡ଼ରେ ଔଷଧ ଦୋକାନ ଦେଖି ବାପା ଡ୍ରାଇଭର କୁ ଗାଡି ଅଟକାଇବାକୁ କହିଲେ । ଦୋକାନୀ ଫାର୍ମାସିଷ୍ଟ ଭାଇ ସମସ୍ତଙ୍କୁ ପାଣି ବୋତଲରେ ଓଆରଏସ୍‌ ମିଶେଇ ପିଇବାକୁ ଦେଲେ । ରିମା କହୁଥିଲା - ଏବେ ମୁ ବୁଝିଗଲି ଆମ ବିଦ୍ୟାଳୟରେ କ'ଣ ପାଇଁ " ଜଳ ଘଣ୍ଟି" ବାଜିଥାଏ । ଏ ବିଷୟରେ ଅଧିକ ବୁଝେଇବାକୁ ଯାଇ ସିମା କହୁଥଲା -ଭାରତରେ ଜଳ ଘଣ୍ଟି ବ୍ୟବସ୍ଥା(water bell system)ହେଉଛି ବିଦ୍ୟାଳୟରେ ପିଲାମାନଙ୍କୁ ନିୟମିତ ପାଣି ପିଇବାକୁ ମନେ ପକାଇବା ପାଇଁ ଏକ କାର୍ଯ୍ୟକ୍ରମ | ଏହି ବ୍ୟବସ୍ଥାରେ ଦିନକୁ ଦୁଇଥର ଘଣ୍ଟି ବଜାଇବା, ସକାଳ ସାଢେ ଦଶଟା ଏବଂ ଅପରାହ୍ନ ସାଢେ ଦୁଇଟାରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପିଲାମାନଙ୍କୁ ପାଣି ପିଇବାକୁ ମନେ ପକାଇବା ଅନ୍ତର୍ଭୁକ୍ତ | ଏହି ବ୍ୟବସ୍ଥାରେ ପିଲାମାନଙ୍କ ମଧ୍ୟରେ ତାପମାତ୍ରାର ପ୍ରତିକୂଳ ପ୍ରଭାବକୁ ମୁକାବିଲା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି | ଏହି ପଦକ୍ଷେପ ପ୍ରଥମେ ୨୦୧୯ ରେ କେରଳରେ ଆରମ୍ଭ କରାଯାଇଥିଲା ଏବଂ ପରେ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଓ ଓଡ଼ିଶା ପରି ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି ।


ଜଳ ବିଷୟରେ ଏତେ ସବୁ କଥା ଶୁଣି ସିମା ମା' କହୁଥିଲେ- ପିଲାମାନେ , ଆମର ସୌରଜଗତରେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯାହାକୁ "ଜଳଜ ଗ୍ରହ " କୁହାଯାଇଥାଏ । ଜଳ ଯୋଗୁଁ ଜୀବ ଜଗତ ତିଷ୍ଠି ରହିଛି । ତେଣୁ ଯଥାର୍ଥରେ କୁହା ଯାଇଛି "ଜଳ ହିଁ ଜୀବନ”। ପୃଥିବୀରେ ଜୀବନକୁ ବଞ୍ଚାଇବାରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।ଜଳ ପାଇଁ ଜୀବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


ଏମିତି କଥାବାର୍ତ୍ତା ହେଉ ହେଉ ପିଲାମାନେ ପାହାଡ଼ର ପାଦ ଦେଶରେ ଥିବା ପାର୍ବତୀପୁର ଗାଁରେ ପହଞ୍ଚି ଯାଇଥିଲେ । ସେଠାରେ ଖିଆପିଆ ପରେ ପାହାଡ ଚଢି ତା'ର ସୌନ୍ଦର୍ଯ୍ୟ ଖୁବ ଉପଭୋଗ କରିଥିଲେ । ମଝିଆ ଦାଦାଙ୍କ ନୂଆ ଘର ବୁଲା ,ତାଙ୍କ ଗେହ୍ଲି ଝିଅ ସାଦିୟା ଓ ସାନ ଖୁଡିଙ୍କ କୁନି ଝିଅ ରୁମାଏସା ସହ ସେଲଫି ନେଇ ଖୁବ ମଜା କରିଥିଲେ ।





Rate this content
Log in