STORYMIRROR

TASNEEM SULTANA LADLEE

Children Stories Inspirational

3  

TASNEEM SULTANA LADLEE

Children Stories Inspirational

ଚା କପ

ଚା କପ

3 mins
25


    ଆମ ଗାଁର ଫଗୁ ମଉସାଙ୍କ ହାତର ଚା' ର ସ୍ଵତନ୍ତ୍ର ମଜା ରହିଛି । ସବୁବେଳେ ସଂଧ୍ୟାରେ ଏଇଥି ପାଇଁ ତାଙ୍କ ଛୋଟ କ୍ୟାବିନରେ ଲୋକଙ୍କ ଭିଡ଼ ଜମିଥାଏ । ଚା କପ୍ ପାଇଁ ତାଙ୍କ ଦୋକାନରେ ଚା' ର ମୂଲ୍ୟ ଅଲଗା ଅଲଗା ରହିଥିଲା । ଛୋଟ ପ୍ଲାଷ୍ଟିକ କପ୍ ରେ ପାଞ୍ଚ ଟଙ୍କା, କାଗଜ କପ୍ ରେ ଛଅ ଟଙ୍କା, କାଚ଼ ଗ୍ଳାସ କପ୍ ରେ ଆଠ ଟଙ୍କା ଓ ମାଟି ପାତ୍ର କପ୍ ରେ ଦଶ ଟଙ୍କା ବୋଲି ଦୋକାନରେ ଟଙ୍ଗା ହୋଇଥିବା ବୋର୍ଡ଼ରେ ଲେଖା ହୋଇଥିଲା ।ଏଇ ସମୟରେ ଡାକ୍ତର  ନିଶା ମାଡାମଙ୍କ କାର୍ ଫଗୁ ମଉସାଙ୍କ କ୍ୟାବିନ ପାଖରେ ଅଟକିଥିଲା । କାର୍ ରେ ତାଙ୍କ ଝିଅ ଲିଲି ମଧ୍ୟ ମଉସାଙ୍କ ଚା'ର ମଜା ନେବାକୁ ଆସିଥିଲା । ଡାକ୍ତର ମାଡାମ ମଉସାଙ୍କୁ ଦେଖି ମୁରୁକି ହସୁଥିଲେ। ଏଇ ସମୟରେ ଟଙ୍ଗା ହୋଇଥିବା ବୋର୍ଡ଼କୁ ଦେଖି ଲିଲି ମଉସାଙ୍କୁ କାଗଜ କପ୍ ରେ ଦୁଇ କପ୍ ଚା ଦେବାକୁ କହୁଥିଲା । ମୋବାଇଲରେ କଥା ହେଉଥିବା ସମୟରେ ନିଶା ମାଡାମ ମଉସାଙ୍କୁ ମାଟି ପାତ୍ର କପ୍ ରେ ଚା ଦେବାକୁ ଇସାରା କଲେ । ଲିଲି କହିଲା - ମାଆ, ଆପଣଙ୍କ ମନେ ନାହିଁ କି ଥରେ ଆମେ ଅନ୍ୟ ଏକ ଚା ଦୋକାନରେ ମାଟିପାତ୍ର କପ୍ ରେ ଚା ପିଉଥିବା ବେଳେ ଏଥିରୁ ବୁଢିଆଣୀ ଜାଲ ବାହାରି ଥିଲା ? ନିଶା ମାଡାମ କହିଲେ- ଚା ଦୋକାନୀମାନେ ମାଟି ପାତ୍ର କପ୍ କୁ ଚା ଦେବା ପୂର୍ବରୁ ଧୋଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ଦରକାର ।


ନିଶା ମାଡାମ କହୁଥିଲେ- ଆଜିକାଲି ଅଧିକାଂଶ ଚା ଦୋକାନରେ କାଗଜ କପ୍ ର ବ୍ୟବହାର ବହୁଳ ଭାବରେ ହେଉଛି । ଥରଟିଏ ବ୍ୟବହାର କରି ଫିଙ୍ଗି ଦିଆ ଯାଉଥିବା ଏହି ସବୁ କପ୍ ରେ ଚା ବା କଫି ଭଳି ଗରମ ପାନୀୟ ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ । ଭବିଷ୍ୟତରେ ଏହା ଆମ ଶରୀରରେ କର୍କଟ ବା କ୍ୟାନସର ରୋଗ ସୃଷ୍ଟି କହିଥାଏ । ମାଡ଼ାମ୍ ଙ୍କ କଥା ତାଙ୍କ ଝିଅ ଲିଲି ସହ ଫଗୁ ମଉସା ଓ ଦୋକାନରେ ଚା ପିଉଥିବା ଲୋକମାନେ ବି ଶୁଣୁ ଥିଲେ ।ନିଶା ମାଡାମ୍ କହୁଥିଲେ- କାଗଜ କପ୍ ରେ ଦୈନିକ ତିନି ଥର ଚା ପିଉଥିବା ଲୋକର ଶରୀରରେ ପଞ୍ଚସ୍ତରୀ ହଜାର ଅଣୁ ପ୍ଲାଷ୍ଟିକ ଖଣ୍ଡ (ମାଇକ୍ରୋ ପ୍ଲାଷ୍ଟିକ)ପ୍ରବେଶ କରିଥାଏ । ଏ କଥା ଶୁଣି ସେଠାରେ କାଗଜ କପ୍ ରେ ଚା ପିଉଥିବା ଜଣେ ଭଦ୍ରଲୋକ ଚା ଫିଙ୍ଗି ଦେଇଥିଲେ । ସେ କହିଲେ - ମାଡାମ ,ମୁଁ ଶୁଣିଥିଲି ଏମିତି ଆସୁବିଧା ପ୍ଲାଷ୍ଟିକ କପ୍ ରେ ହୋଇଥାଏ । ମାଡାମ କହୁଥିଲେ- ପ୍ଲାଷ୍ଟିକ କପ୍ ତ ଆହୁରି କ୍ଷତି କାରକ । କାଗଜ କପ୍ ବିଷୟରେ ଅଧିକ ବୁଝାଇବାକୁ ଯାଇ ଡାକ୍ତର କହୁଥିଲେ- କାଗଜ କପ୍ ଭିତର ପଟେ ପାଣି ନ ଲାଗିବା ପାଇଁ ଏଥିରେ ପ୍ଲାଷ୍ଟିକ ବା ପଲିମର୍ ରୁ ତିଆରି ଏକ ପତଳା ରସାୟନ ଆବରଣ ଦିଆଯାଇଥାଏ । ଏହି ପରସ୍ତ ଯୋଗୁଁ କପ୍ ରେ ପାନୀୟ ଢଳା ଯିବା ପରେ କାଗଜ କପ୍ ଓଦା ହୁଏ ନାହିଁ । ଫଗୁ ମଉସା ଆଶ୍ଚର୍ଯ୍ୟର ସହ ମାଡାମଙ୍କ କଥା ଶୁଣୁଥାନ୍ତି । ସେ କହିଲେ- ମାଡାମ କୁହନ୍ତୁ , ତାପରେ କ'ଣ ହୁଏ ? ମାଡାମ କହୁଥିଲେ- ମଉସା, ପାନୀୟ ଢଳା ଯିବାର କିଛି ମିନିଟ ମଧ୍ୟରେ ପ୍ଲାଷ୍ଟିକର ଏହି ପରସ୍ତ ପ୍ରତିକ୍ରିୟାଶୀଳ ହୋଇ କ୍ଷୟ ପାଇଥାଏ । ଏହି କ୍ଷୟୀତ ଅଂଶ ଆମ ପାନୀୟକୁ ବିଷାକ୍ତ କରିଥାଏ । ଏହି ତଥ୍ୟକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ଡାକ୍ତର କହୁଥିଲେ- କାଗଜ କପ୍ ରେ ୮୫ ରୁ ୯୦ ସେଣ୍ଟିଗ୍ରେଡ ଉତ୍ତପ୍ତ ୧୦୦ ମିଲିମିଟର ପାନୀୟକୁ ୧୫ ମିନିଟ ପର୍ଯ୍ୟନ୍ତ ରଖାଗଲେ ସେଥିରେ ପ୍ରାୟ ପଚିଶ ହଜାର ଖଣ୍ଡ ମାଇକ୍ରୋନ ଆକାର ର କ୍ଷୁଦ୍ର ପ୍ଲାଷ୍ଟିକ ଖଣ୍ଡ ମିଶି ଥାଏ।


ଡାକ୍ତରଙ୍କ କଥା ଶୁଣି ଭଦ୍ର ବ୍ୟକ୍ତି କହୁଥିଲେ- ତାହେଲେ ମାଡାମ୍ ,କାଗଜ କପ୍ ରେ ଦୈନିକ ତିନି କପ୍ ଚା ବା କଫି ପିଉଥିବା ଲୋକର ଶରୀରରେ ପଞ୍ଚସ୍ତରୀ ହଜାର ଖଣ୍ଡ ଅଣୁ ପ୍ଲାଷ୍ଟିକ ପ୍ରବେଶ କରିଥାଏ ! ଡାକ୍ତର କହୁଥିଲେ- ଆଜ୍ଞା ,ଆପଣ ବିଲକୁଲ ଠିକ ହିସାବ କରିଛନ୍ତି । ଏହି ଅଣୁ ପ୍ଲାଷ୍ଟିକ ସବୁ ଆମକୁ ଖାଲି ଆଖିରେ ଦେଖା ଯାଆନ୍ତି ନାହିଁ। ଏଗୁଡ଼ିକ ଆୟନ୍‌ ,ପାରୋଡିୟମ୍, କ୍ରୋମିୟମ ପରି ବିଷାକ୍ତ ଜୈବିକ ପଦାର୍ଥ ଗୁଡ଼ିକର ବାହକ ହୋଇ ପାରନ୍ତି । ଏଗୁଡିକ ଆମ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରନ୍ତି ।


ଡାକ୍ତରଙ୍କ ଏତେ ସବୁ କଥା ଶୁଣି ଫଗୁ ମଉସା, ମାଡାମ୍ ଙ୍କୁ କହୁଥିଲେ- ତାହେଲେ ଆମେ କେଉଁ ପ୍ରକାର ର କପ୍ ରେ ଚା ପିଇବା ଉଚିତ ? ମାଡାମ୍ କହିଲେ- ପ୍ଲାଷ୍ଟିକ ଓ କାଗଜ କପ୍ ର ବିକଳ୍ପ ବାଛିବା ବେଳେ ଆମକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ନ ହେଲେ ଆଗାମୀ ଦିନରେ କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ନିଶ୍ଚିତ ଆଶଙ୍କାକୁ ଏଡାଇ ଦେଇ ହେବନି ।

  ଫଗୁ ମଉସା କହୁଥିଲେ- କାଚ଼ ଗ୍ଳାସ୍‌ କୁ ବାରମ୍ଵାର ଧୋଇବାର ଆବଶ୍ୟକତାରୁ ମୁକ୍ତି ପାଇବା ପାଇଁ ମୁଁ ପ୍ଲାଷ୍ଟିକ ଓ କାଗଜ କପ୍ କୁ ଭଲ ଭାବି ଲୋକମାନଙ୍କୁ ଚା ଦେଉଥିଲି । ମୁଁ ମାଟି ପାତ୍ର ଓ କାଚ଼ ଗ୍ଲାସ୍‌ ରେ ଚା ପରଷିବି । ପ୍ଲାଷ୍ଟିକ ଓ କାଗଜ କପ୍ ଏଥର ମୋ ଦୋକାନରେ ପ୍ରବେଶ ନିଷିଦ୍ଧ ।


Rate this content
Log in