STORYMIRROR

TASNEEM SULTANA LADLEE

Children Stories Inspirational Children

4  

TASNEEM SULTANA LADLEE

Children Stories Inspirational Children

ଡାର୍କ ଅକ୍ସିଜେନ

ଡାର୍କ ଅକ୍ସିଜେନ

2 mins
6


ସେଦିନ ଶନିବାର ପିଲାଙ୍କ ସକାଳୁଆ କ୍ଲାସ ଥିଲା । ବିଜ୍ଞାନ ସାର ରାକେଶକୁ ପ୍ରଶ୍ନଛଳରେ ପଚାରିଥିଲେ - କେଉଁ ମାଧ୍ୟମରେ ଆମକୁ ଅମ୍ଳଜାନ ମିଳେ ? ଉତ୍ତରରେ ରାକେଶ କହିଥିଲା- ଉଦ୍ଭିଦଙ୍କ ଦ୍ଵାରା ଫଟୋସିନ୍ଥେସିସ ରୁ ଆମକୁ ଅମ୍ଳଜାନ ମିଳିଥାଏ । ସାରଙ୍କ ପରବର୍ତ୍ତୀ ପ୍ରଶ୍ନ ସମସ୍ତ ପିଲାଙ୍କ ପାଇଁ ଥିଲା - କ'ଣ ବିନା ଫଟୋସିନ୍ଥେସିସ ପ୍ରକ୍ରିୟାରେ ଅମ୍ଳଜାନ ମିଳି ପାରିବ !ଉତ୍ତରରେ ସବୁ ପିଲା ସମସ୍ଵରରେ କହିଥିଲେ- ଏହା ଅସମ୍ଭବ ସାର୍ ।କିନ୍ତୁ ସାରଙ୍କ ଉତ୍ତର ଥିଲା ଭିନ୍ନ । ବିନା ସୂର୍ଯ୍ୟାଲୋକରେ ଅର୍ଥାତ ବିନା ଫଟୋସିନ୍ଥସିସରେ ଆମକୁ ଅମ୍ଳଜାନ ମିଳିପାରିବ । ସାର୍ ଙ୍କ ଉତ୍ତରରେ ପିଲାମାନେ ଆଶ୍ଚର୍ଯ୍ୟ ହୋଇ  ପରସ୍ପରକୁ ଚାହୁଁ ଥିଲେ ।ସାର୍ କହିଥିଲେ- ଉତ୍ତର ପ୍ରଶାନ୍ତ ମହାସାଗରର କ୍ଲାରିଅନ-କ୍ଲିପର୍ଟନ ଜୋନ୍‌ ର ବିଶାଳ କ୍ଷେତ୍ରରେ ବିସ୍ତୃତ ଅମ୍ଳଜାନ ଉତ୍ପାଦନକାରୀ ଛୋଟ ଛୋଟ ଧାତବ ପିଣ୍ଡ (ନୁଡୁଲ୍ସ)ଠାବ କରା ଯାଇଛି । ସମ୍ପୁର୍ଣ୍ଣ ଅନ୍ଧାରରେ ସମୁଦ୍ର ତଳେ ପ୍ରଚୁର ମାତ୍ରାରେ ଅମ୍ଳଜାନ ଉତ୍ପନ୍ନ ହେଉଛି ,ଯାହା ସମୁଦ୍ର ଜଳ ଏଚ୨ଓ( H²O )କୁ ଉଦଯାନ ଓ ଅମ୍ଳଜାନରେ ବିଭାଜିତ କରୁଛି।


ମିନା କହିଥିଲା - ସାର୍ ,ମହାସାଗରର ପାଞ୍ଚ କି.ମି. ଗଭୀରକୁ ତ ସୂର୍ଯ୍ୟାଲୋକ ଯାଇ ପାରେନି ନା ! ସାର୍ କହିଥିଲେ - ସ୍କଟିସ୍ ଆସୋସିଏସନ ଫର୍ ମେରାଇନ୍‌ ସାଇନ୍ସ ର ପ୍ରଫେସର ଅଣ୍ଡ୍ୟୁ ସ୍ଵୀଟ ମ୍ୟାନ୍‌ କୁହନ୍ତି - " ମୁଁ ପ୍ରଥମେ ଏହି ପ୍ରକ୍ରିୟାକୁ ୨୦୧୩ ମସିହାରେ ଦେଖିଥିଲି । କିନ୍ତୁ ଏହାକୁ ଅଣଦେଖା କଲି । କାରଣ ମୁଁ ପଢ଼ିଥିଲି କେବଳ ଫଟୋସିନ୍ଥେସିସ ଜରିଆରେ ଅମ୍ଳଜାନ ମିଳିଥାଏ । ଶେଷରେ ମୁଁ ଜାଣି ପାରିଲି ଯେ ଦୀର୍ଘବର୍ଷ ପର୍ଯ୍ୟନ୍ତ ମୁଁ ଏହାକୁ ଅଣଦେଖା କରୁଥିଲି । ପିଲାଏ , ସ୍ଵୀଟମ୍ୟାନ୍ ଓ ତାଙ୍କର ବନ୍ଧୁମାନେ ହୱାଇ ଓ ମେକ୍ସିକୋ ମଧ୍ୟରେ ଗଭୀର ସମୁଦ୍ର ଅଂଚଳରେ ଏହି ଅଧ୍ଯୟନ କରିଥିଲେ ।


ସାର୍ କହିଥିଲେ - ପିଲାଏ , ଏହା ଗଭୀର ସମୁଦ୍ର ତଳର ଏକ ବିଶାଳ ଅଂଶ , ଯାହା  ଧତଵ ପିଣ୍ଡ (ନୁଡୁଲ୍ସ ) ଦ୍ଵାରା ଆବୃତ୍ତ । ମୀରା କହିଥିଲା - ସାର୍ ,ଏହି ଧାତବ ପିଣ୍ଡ କିପରି ସୃଷ୍ଟି ହୁଏ ? ଉତ୍ତରରେ ସାର କହିଥିଲେ - ସମୁଦ୍ର ଜଳରେ ମିଶ୍ରିତ ଧାତୁ ଯେତେବେଳେ ଶାମୁକା ଖୋଳ କିମ୍ବା ଅନ୍ୟ ଅବଶେଷ ଉପରେ ଜମା ହୁଏ , ସେତେବେଳେ ଏହି ଧାତବ ପିଣ୍ଡ ସୃଷ୍ଟି ହୁଏ । ସୀମା ପଚାରିଲା - ସାର ,ଏଥିପାଇଁ କେତେ ବର୍ଷ ଲାଗି ଥାଏ ? ସାର୍ କହିଲେ- ଏହି ପ୍ରକ୍ରିୟା ଲାଗି ଅନେକ କୋଟି ବର୍ଷ ଲାଗିଥାଏ । ଏହି ଧାତବ ପିଣ୍ଡ ଗୁଡ଼ିକରେ ଲିଥିୟମ୍ , କୋବାଲ୍ଟ ଓ କପର୍ ଭଳି ଧାତୁ ନିହିତ ଥାଏ । ପିଲାଏ , ଆମେ ଜାଣିଛେ ,ଏସବୁ ବ୍ୟାଟେରି ପ୍ରସ୍ତୁତି ପାଇଁ ଆବଶ୍ୟକ ।


ଏହି ଛୋଟ ଛୋଟ ଧାତବ ପିଣ୍ଡ ବ୍ୟାଟେରି ଭଳି କାମ କରୁଥିବାରୁ ଏଗୁଡ଼ିକ ଅମ୍ଳଜାନ ଉତ୍ପନ ପାଇଁ ସକ୍ଷମ ବୋଲି ସ୍ଵୀଟ ମ୍ୟାନ କହିଛନ୍ତି । ଗବେଷକମାନେ ଆଳୁ ଆକୃତିର ପିଣ୍ଡ ଗୁଡ଼ିକୁ ସମୁଦ୍ର ତଳୁ ସଂଗ୍ରହ କରି ଲ୍ୟାବ୍ ରେ ପରୀକ୍ଷା କରି ଜାଣି ପାରିଛନ୍ତି , ସମୁଦ୍ର ଶଯ୍ୟାରେ ଥିବା ଏହି ନୁଡୁଲ୍ସ ସବୁ ସମୁଦ୍ର ଜଳକୁ ଉଦଯାନ ଓ ଅମ୍ଳଜାନରେ ବିଭାଜିତ କରିବା ପାଇଁ ବିପୁଳ ମାତ୍ରାରେ ବୈଦ୍ୟୁତିକ ପ୍ରବାହ ଉତ୍ପନ୍ନ କରୁଛି ।


ପିଲାଏ ଏବେ କିଛି ଖଣି କମ୍ପାନୀ ଏହି ନୁଡୁଲ୍ସ ଗୁଡିକୁ ସଂଗ୍ରହ କରିବା ପାଇଁ ଯୋଜନା କରୁଛନ୍ତି। ପିଲାଏ , ଏପରି ହେଲେ ଆବିଷ୍କୃତ ଅମ୍ଳଜାନ ଉତ୍ପନ୍ନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । ଯାହାଫଳରେ ସାମୁଦ୍ରିକ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି । ସମୁଦ୍ର ଶଯ୍ୟା ଖନନ ସାମୁଦ୍ରିକ ବାସସ୍ଥଳୀ ଓ ଜୀବଜଗତକୁ ଧ୍ଵଂସ କରିଦେବ ବୋଲି ୟୂଏସ୍‌ ନ୍ୟାସନାଲ ଓସେନିକ ଆଣ୍ଡ ଆଟମସପିୟରିକ୍ ଆଡମିନିଷଟ୍ରେସନ ଚେତାଇଛି।


ପିଲାଏ , ବିଶ୍ଵର ୪୪ଟି ଦେଶର ୮୦୦ରୁ ଅଧିକ ସାମୁଦ୍ରିକ ବୈଜ୍ଞାନିକ ଏହି ବଡ଼ ବିପଦ ସମ୍ପର୍କତ ଏକ ପିଟିସନ୍ ରେ ଦସ୍ତଖତ କରିଛନ୍ତି , ଯାହା ସମୁଦ୍ର ଶଯ୍ୟାରେ ଖନନ କାର୍ଯ୍ୟକୁ ରୋକିବାର ସାହାଯ୍ୟ କରିବ ।    ବିଜ୍ଞାନ ସାର୍ ଙ୍କ ଠାରୁ ମହାସାଗର ଗହନ କଥା ଶୁଣି ପିଲାମାନେ ବିଶେଷ ଜ୍ଞାନ ଆହରଣ କରିଥିଲେ ।





Rate this content
Log in