କାଞ୍ଚି ଅଭିଯାନ
କାଞ୍ଚି ଅଭିଯାନ
ଜଗନ୍ନାଥ ମହାପ୍ରଭୂ ପ୍ରତ୍ଯକ ଓଡିଆଙ୍କ ପ୍ରାଣରେ ବସନ୍ତି।ଭକ୍ତଭାବେ ଭଗବାନ ମୋର।ଓଡିଆ ପରମ୍ପରା ଆଉ ଚାଲିଚଳନି ସଂସ୍କୃତି ଅନୁସାରେ ଭଗବାନ ପୂଜା ପାଆନ୍ତି।ଭକ୍ତ ତା' ମନର ଆବେଗକୁ ନିର୍ଦ୍ଵନ୍ଦରେ ଭଗବାନଙ୍କ ସମୀପରେ ଖୋଲିବସେ।ସେ ଯାହା ଖାଏ ଆଗ ଭଗବାନଙ୍କୁ ସମର୍ପଣ କରେ ତା'ପରେ ନିଜେଖାଏ।ଓଡିଆଙ୍କ ପ୍ରିୟ ଶାଗଭଜା ପଖାଳ। ଭଗବାନ ଯିଏ କୋଟି ବ୍ରହ୍ମାଣ୍ଡର ଠାକୁର ,ଜଗତରନ୍ନାଥ ଜଗନ୍ନାଥ ତାଙ୍କୁ ସେ ଶାଗ ପଖାଳ ଦିଏ ଖାଇବାକୁ ଡଙ୍କତୋରାଣୀ ପିଇବାକୁ।ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ବଡ ନିବିଡ।ମୁହଁ ଖୋଲି ଭଗବାନ ଭକ୍ତ ସାମ୍ନାରେ କଥା ନହେଲେ ବି ଭକ୍ତର ମନକଥା ବୁଝନ୍ତି ।ସବୁବେଳେ ସାହା ହେଉଥାନ୍ତି।ଭକ୍ତ ପାଇଁ ଭଗବାନ ନିଜେ ରଣକ୍ଷତ୍ରକୁ ବି ଓହ୍ଲେଇ ଆସନ୍ତି।କଳିଙ୍ଗର ରାଜା ପୁରୁଷୋତ୍ତମଦେବ ଜଗନ୍ନାଥ ଭଗବାନଙ୍କର ବଡ ଭକ୍ତ ଥିଲେ।ଦିନେ ସେ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା ସମୟରେ କାବେରୀ ନଦୀକୂଳରେ ଅପୂର୍ବସୁନ୍ଦରୀକୁ ଦେଖି ତାଙ୍କ ପ୍ରେମରେ ପଡିଯାଇଥିଲେ ।ପରେ ଜାଣିବାକୁ ପାଇଲେ କି ସେ ସୁନ୍ଦରୀ କାଞ୍ଚିରାଜାଙ୍କ ରାଜକୁମାରୀ ପଦ୍ମାବତୀ।ପଦ୍ମାବତୀଙ୍କୁ ବିବାହ କରିବା ପାଇଁ କାଞ୍ଚିରାଜାଙ୍କୁ ସନ୍ଦେଶ ପଠାଇଲେ।କାଞ୍ଚିରାଜା ଗୁପ୍ତରେ ମନ୍ତ୍ରୀଙ୍କୁ କଳିଙ୍ଗ ପଠେଇଥିଲେ ରାଜା ପୁରୁଷୋତ୍ତମ ବିଷୟରେ ଜାଣିବା ପାଇଁ।ସେତେବେଳେ ରଥଯାତ୍ରାର ସମୟ।ଗଜପତି ରାଜା ପୁରୁଷୋତ୍ତମଙ୍କର ରଥରେ ଛେରାପହଁରା ନୀତି ସମ୍ପର୍ଣ୍ଣ ହେଉଥାଏ।ଜଗନ୍ନାଥଙ୍କ ପାଖରେ ସବୁ ଭକ୍ତ ସମାନ।ସେ ରାଜା ହୁଅନ୍ତୁ କି ପ୍ରଜା,ଧନୀ ହୁଅନ୍ତୁ କି ଗରିବ।ତାଙ୍କ ପାଖରେ କୌଣସି କାମ ଛୋଟ ନୁହେଁ କି କୌଣସି ଭକ୍ତ ସାନ ବଡ ନୁହଁନ୍ତି ସମସ୍ତେ ସମାନ ଭଗବାନଙ୍କ ପାଖରେ।ଯେମିତି ମାତା ପିତାଙ୍କ ଆଖିରେ ସବୁପିଲା ସମାନ ସେ ସ୍ନେହ ମମତାରେ ଅନ୍ତର ପାନ୍ତର କରନ୍ତିନି।କାଞ୍ଚିର ମନ୍ତ୍ରୀ ରାଜା ରଥରେ ଖଡୀକା ଧରି ଝାଡୁ କରୁଥିବାର ଦେଖି ସେ ଆଶ୍ଚର୍ଯ୍ଯ ହେଲେ ।ଜଣେ ରାଜା ହୋଇ କେମିତି ଚାଣ୍ଡାଳ କାର୍ଯ୍ୟ କରୁଛନ୍ତି ସେ ବିଶ୍ବାସ କରିପାରୁନଥିଲେ।ଏକଥା ସେ କାଞ୍ଚିରାଜାଙ୍କୁ ଜଣେଇଲେ ।କାଞ୍ଚିରାଜା ପୁରୁଷୋତ୍ତମଦେବଙ୍କ ଛେରାପହଁରା କାର୍ଯ୍ୟକୁ ଧିକାର କରି କହିଲେ ମୁଁ ମୋ ଝିଅ ପଦ୍ମାବତୀଙ୍କୁ ଗୋଟେ ଚାଣ୍ଡାଳ ହାତରେ କେବେବି ଦେବିନି ।ରାଜା ପୁରୁଷୋତ୍ତମଙ୍କ ପାଖରେ ସେ ସନ୍ଦେଶ ଆସି ପହଞ୍ଚିଲା।ସେ କାଞ୍ଚିରାଜାଙ୍କ ଏମିତି କଥାରେ ରାଗି ଯାଇଥିଲେ ।ତାଙ୍କୁ ବେଶୀ କଷ୍ଟ ହୋଇଥିଲା ସେ ଜଗନ୍ନାଥ ସଂସ୍କୃତିର ଅବମାନନା କରିଥିବାରୁ।ଜଗନ୍ନାଥ ପରମ୍ପରାର ନିନ୍ଦା କରିଥିବାରୁ ତାଙ୍କୁ ଲାଗିଲା କି ସେ ତାଙ୍କର ଅପମାନ କରିନାହାଁନ୍ତି।ସିଧାସଳଖ ଭାବରେ ତାଙ୍କ ପ୍ରିୟ ଭଗବାନଙ୍କର ଅପାମାନ କରିଛନ୍ତି ।କୋଟି ଓଡିଆଙ୍କର ଅପମାନ କରିଛନ୍ତି।ଓଡିଆ ପରମ୍ପରାର ଅପମାନ କରିଛନ୍ତି।ସେ ଯୁଦ୍ଧ କରିବାକୁ ସନ୍ଦେଶ ଦେଲେ ।କଳିଙ୍ଗ ଆଉ କାଞ୍ଚି ରାଜାଙ୍କ ଭିତରେ ଯୁଦ୍ଧ ହେଲା।କାଞ୍ଚିର ରାଜା କଳିଙ୍ଗ ଉପରେ ଆକ୍ରମଣ କରି ବିଜୟ ଲାଭ କଲେ।ଖଣ୍ଡଗିରି ,ଉଦୟ ଗିରି ଆଦିକୁ ନିଜ ଅଧିନକୁ ନେଇ ଯାଇଥିଲେ ।ରାଜା ପୁରୁଷୋତ୍ତମ ଯୁଦ୍ଧରେ ହାରିଯିବା ପରେ ଭଗବାନଙ୍କର ଶରଣ ପସିଲେ।ଭଗବାନ ରାତ୍ରିରେ ରାଜାଙ୍କୁ ସ୍ବପ୍ନାଦେଶ ଦେଲେ ଦ୍ବିତୀୟ ଥର କାଞ୍ଚି ଉପରେ ଆକ୍ରମଣ କରିବାକୁ।ମୁଁ ତୁମ ସାଥିରେ ଅଛି ଏଥର ବିଜୟ ସୁନିଶ୍ଚିନ୍ତ।ରାଜା ଦ୍ବିତୀୟ ଥର ଶୈନ୍ଯସାମନ୍ତ ଧରି ଯୁଦ୍ଧ କ୍ଷତ୍ରକୁ ବାହାରିଲେ।ସେ ବୁଝିପାରୁ ନଥିଲେ ଭଗବାନ କେମିତି ମୋତେ ଯୁଦ୍ଧରେ ସହାୟକ ହେବେ।ରାଜାଙ୍କ ଆଗରୁ ଜଗନ୍ନାଥ ଏବଂ ବଡଭାଇ ବଳଭଦ୍ର କଳାଘୋଡା ,ଧଳାଘୋଡାରେ ବସି ସୈନ୍ଯ ବେଶରେ ବାହାରି ଯାଇଥିଲେ ।ବାଟରେ ଦୁଇଭାଇଙ୍କୁ ଶୋଷ କରିଛି।ଦୁହେଁ ପାଣି ପିଇବାକୁ ଖୋଜିଛନ୍ତି ।ମାଣିକ ଗଉଡୁଣୀ ସେହି ବାଟଦେଇ ସବୁବେଳେ ଦହିବିକ୍ରି କରିବାକୁ ଯାଏ।ଜଗନ୍ନାଥ ,ବଳଭଦ୍ର ମାଣିକକୁ ଦେଖି ଦହିପିଇବାକୁ ଅଟକିଛନ୍ତି।ମାଣିକ ପ୍ରଥମେ ଜଗନ୍ନାଥଙ୍କୁ ଦହି ପିଇବାକୁ ଦେଇଛନ୍ତି।ଭଗବାନ ମାଣିକ ହାତରୁ ଗଲା ଦହି ପିଇଚାଲିଛନ୍ତି।ବଳଭଦ୍ର ଦେଖିଲେ ଜଗନ୍ନାଥଙ୍କର ଦହିପିଇବା ସରୁନି।ସେ କହିଛନ୍ତି ତୁ ତ କାଳିଆ ସବୁଦହି ପିଇ ଦେବୁ ମୁଁ କ'ଣ ପିଇବି?ମାଣିକ ଦୁଇଜଣଙ୍କ ନାଁ ପଚାରିଛି ।ତୁମେ ଦୁଇଜଣ କିଏ....?ଜଗନ୍ନାଥ କହିଛନ୍ତି ମୁଁ ହେଉଛି କାଳିଆ ଆଉ ଏ ମୋ ବଡଭାଇ ବଳିଆ।ମାଣିକ ବଳଭଦ୍ରଙ୍କୁ ଦହିପିଇବାକୁ ଦେଇଛି ।ଦୁଇଭାଇ ଦହିପିଇ ଶୋଷ ମେଣ୍ଟେଇସାରିବା ପରେ ଯିବାକୁ ବାହାରିଛନ୍ତି।
ମାଣିକ ଦୁଇଜଣଙ୍କ ବାଟ ଓଗାଳିଛି।ଆରେ...ଏତ ତ ଭଲ କଥା...!ଶୋଷ ଲାଗୁଥିଲା ଦହି ପିଇଲ ହେଲେ ମୋ ପାଉଣା କାହିଁ..?ମୋ ପାଉଣା ଦେବାକୁ ଭୂଲି ଗଲ।ଏ ମାଣିକ ଗଉଡୁଣି ସେମିତି ଖାଲି ହାତରେ ଦହିପିଆଇବ ବୋଲି କେମିତି ଭାବିଲ।ମୋ ପାଉଣା ଦେଇ ଯାଅ।ଜଗନ୍ନାଥ ନିଜ ଆଙ୍ଗୁଠିରୁ ରତ୍ନମୁଦି ବାହାର କରି ମାଣିକ ହାତକୁ ଦେଇଛନ୍ତି ।ଆଉ କହିଛନ୍ତି ପଛରେ ପୁରୁଷୋତ୍ତମ ଦେବ ଆସୁଛନ୍ତି ତାଙ୍କୁ ଏ ମୁଦି ଦେଖେଇ କହିବ କାଳିଆ ବଳିଆ ଦୁଇଭାଇ ଦହିପିଇ ଯାଇଛନ୍ତି।ଆମେ ତାଙ୍କର ସୈନ୍ଯ ସେ ତୁମ ପାଉଣା ଦେଇଦେବେ।ମାଣିକ ଆଶ୍ଚର୍ଯ୍ଯ ହୋଇଛି ଏମାନେ ଦହିପିଇଲେ ରାଜା କାହିଁ ଧନ ଦେବେ ।ଜଗନ୍ନାଥ, ବଳଭଦ୍ର ଚାଲିଯାଇଛନ୍ତି।ପୁରୁଷୋତ୍ତମ ଦେବ ସେହି ବାଟ ଦେଇ ଆସିବା ବେଳେ ମାଣିକ ଗଉଡୁଣୀ ତାଙ୍କ ବାଟ ରୋକିଛି।କହିଛି ଆଗରେ କାଳିଆ ,ବଳିଆ ଦହିପିଇ ଯାଇଛନ୍ତି କହିଛନ୍ତି ତୁମକୁ ପାଉଣା ଦେବାକୁ ।ରାଜା ଆଶ୍ଚର୍ଯ୍ଯ ହୋଇଛନ୍ତି କାଳିଆ ,ବଳିଆ ଯଦି ଦହିପିଇଲେ ମୁଁ କାହିଁ ପାଉଣା ଦେବୀ !ମାଣିକ କାନିରେ ଗଣ୍ଠିଲି କରି ବାନ୍ଧିଥିବା ରତ୍ନମୁଦିକୁ ବାହାର କରି ରାଜାଙ୍କୁ ଦେଖେଇଛି ।କହିଛି କାଳିଆ ଏଇ ମୁଦି ମୋତେ ଦେଇ କହିଛି ରାଜାଙ୍କୁ ଦେଖେଇ ତୁମ ପାଉଣା ନେଇଯିବ ଆମେ ତାଙ୍କର ସୈନ୍ଯ।ରାଜା ଜଗନ୍ନାଥଙ୍କର ରତ୍ନ ମୁଦିକୁ ଦେଖି ଆଖିରୁ ଧାର ଧାର ଲୁହ ଗଡେଇଛନ୍ତି।ସତରେ ମହାପ୍ରଭୂ ଜଗନ୍ନାଥ ବଳଭଦ୍ର ତୁମ ହାତରୁ ଦହିପିଇଛନ୍ତି!
ତୁମ ଜୀବନ ଧନ୍ଯ ହୋଇଗଲା ମାଣିକ ତୁମେ ମଣିଷ ହୋଇ ଭଗବାନଙ୍କୁ ଦର୍ଶନ କଲ।ତୁମର କୋଟି ଜନ୍ମର ପାପ କ୍ଷୟ ହେଲା।ତୁମେ କେଉଁ ଜନ୍ମରେ କେତେ ତପ କରିଥିଲ ଏ ଜନ୍ମରେ ଭଗବାନ ତୁମକୁ ଦର୍ଶନ ଦେଲେ ।ସେହିଦିନ ଠାରୁ ସେ ଜାଗାର ନାମ ମାଣିକପାଟଣା ନାମରେ ପରିଚିତ ହେଲା ।ରାଜା ଯୁଦ୍ଧ କ୍ଷତ୍ରରେ ପାଦଦେବା ପୂର୍ବରୁ ଜଗନ୍ନାଥଙ୍କୁ ସୁମରଣା କରିଥିଲେ।ତାଙ୍କ ମନରେ ଥିଲା ସେ ନିଶ୍ଚୟ ବିଜୟ ଲାଭ କରିବେ।କାହିଁକି ନା ତାଙ୍କ ସହ ଭଗବାନ ନିଜେ ସୈନ୍ଯ ରୂପରେ ଯୁଦ୍ଧ କରୁଛନ୍ତି।ଶେଷରେ କଳିଙ୍ଗର ବିଜୟ ହେଲା ।ମାନବିକତା ଦୃଷ୍ଟିରୁ ରାଜା କାଞ୍ଚି ରାଜା ସାଲ୍ବନରସିଂହଦେବଙ୍କୁ ଜୀବତ ମୁକ୍ତ କଲେ ।ପଦ୍ମାବତୀଙ୍କୁ ସାଥିରେ ଧରି କଳିଙ୍ଗ ପ୍ରତ୍ଯାବର୍ତ୍ତନ କଲେ।ଖଣ୍ଡଗିରି,ଉଦୟଗିରି ଇତ୍ଯାଦି କଳିଙ୍ଗ ଅଧିନକୁ ଫେରିଆସିଲା। କଳିଙ୍ଗରେ ପଦ୍ମାବତୀଙ୍କୁ ବିବାହ କରିବା ସହ କାଞ୍ଚିରାଜାଙ୍କୁ ସ୍ବାଧୀନ ଭାବରେ ରାଜତ୍ବ କରିବାକୁ ରାଜାଙ୍କୁ ଛାଡିଦେଇଥିଲେ।ଭଗବାନ ଭକ୍ତ ପାଇଁ ନିଜେ ସୈନ୍ଯୂେଶରେ ଯୁଦ୍ଧ କଲେ।
