Anasuya Rout

Inspirational

3  

Anasuya Rout

Inspirational

ମର୍ଣ୍ଣିଂଓ୍ଵାକ

ମର୍ଣ୍ଣିଂଓ୍ଵାକ

2 mins
179


ଆଜିର ଦୁନିଆରେ ହାଉସ ୱାଇଫମାନଙ୍କର ମର୍ଯାଦା ଟିକେ ନିମ୍ନ ମାନର ବୋଲି ପୋଡି ଅନୁଭବ କରେ।ଯେଉଁଟା ସତ ସତ ଏକଥା ସମସ୍ତଙ୍କ ଆଖିକୁ ଦେଖାଯାଏ।ଏଥିରେ ଲୁଚେଇବାରେ କ'ଣ ଅଛି..?ମନଭିତର କଥା କିଏ ବୁଝୁଛି...?ମିନା ନାନୀ ସିଧା ସିଧା ଆଜି ପୋଡି କି କହିଲେ।ତୋର ତ କିଛି କାମ ନାହିଁ କାମ ବାଲି ଯଦି ନ ଆସୁଛି ନ ଆସୁ।ବେକାର କାହିଁ ଟଙ୍କା ଖର୍ଚ୍ଚ କରାହେବ ।ତୁ କୋଉ ଅଫିସ ଯାଉଛୁ ଯେ ତୋତେ ସମୟ ହେବନି।ଘରର କାମ କଲେ ଦେହ ଭଲ ରହିବ।


ପୋଡି ବଡ ଯାଆଙ୍କୁ କିଛି କହିପାରିଲେନି ଏଥିରେ।ସତକଥା ତ କହିଲେ ମୋ ପାଖରେ ସମୟ ଅଛି।କିନ୍ତୁ ସେ ଯେଉଁ କହିଲେ ମୋର କିଛି କାମ ନାହିଁ ଯଦି ..?ଘର ଲୋକ ସବୁ ଖାଉଛନ୍ତି କେମିତି...?


ମୋତେ ଛାଡି ଆଉ ସମସ୍ତେ ବାହାରକୁ ଚାଲିଯାଆନ୍ତି ଦିନ ନଅଟାରୁ।ଆସନ୍ତି କିଏ ରାତିରେ ତ ଆଉ କିଏ ସନ୍ଧ୍ଯାରେ।ପିଲାମାନେ ତାଙ୍କ ସମୟରେ ଆସିଯାଆନ୍ତି।ଶାଶୁ ଆରପାରିରେ ସିଏ ଥିଲେ ହୁଏତ ବୁଝିପାରିଥାନ୍ତେ ଘରେ କେତେ କାମ?


ସକାଳୁ ରାତି ଏଗାର ଯାଏ ଫୁରସତ ମିଳେନି ମୋତେ।ସେଥିରେ ପୁଣି ଯଦି ମିନା ନାନୀ ଏକା ନୁହେଁ ଘରେ ମୋ ପତିଙ୍କ ଠାରୁ ପିଲା ଯାଏ ସମସ୍ତେ ମୋତେ ଏଇ ପଦକ କହିବେ କେମିତି ଲାଗିବ...? ସମସ୍ତଙ୍କ ପାଇଁ ମୋ ପାଖରେ ସମୟ ହିଁ ସମୟ।ହେଲେ ମୋ ପାଇଁ ମୋ ପାଖରେ ସମୟ ହିଁ ନାହିଁ ନିଜ କଥା ଟିକିଏ ଭାବିବାକୁ।


ମୁଁ ଠିକ କରିନେଇଛି ସକାଳ ହେଉ କି ସଞ୍ଜରେ ମୋ ଶରୀରକୁ ସୁସ୍ଥ ରଖିବାକୁ ,ମାନସିକ ଶାନ୍ତି ପାଇଁ ଅତିବେଶୀରେ କୋଡିଏ ମିନଟ ଦେବି ।ପାଦଚଲା ରାସ୍ତାରେ ବାହାର ଦୁନିଆକୁ ଦିନରେ ଥରୁଟିଏ ବୁଲି ଦେଖିଆସିବି।ଘର ଭିତରେ ମୁଁ ବନ୍ଦୀ ହୋଇ ଯଦି ବାହାଘର ଦିନରୁ ଦଶବର୍ଷ ଯାଏ ରହିଛି।ଆଗକୁ ବି ଏମିତି ହିଁ ମୋ ଜୀବନ କଟିଯିବ।


ବାହାରେ କେମିତି ଗଛର ପତ୍ରମାନେ ପବନରେ ଦୋଳି ଖେଳୁଛନ୍ତି।ସୂର୍ଯ୍ୟ ଉଦୟ ,ଅସ୍ତ ହେବାର ମନୋରମ ଦୃଶ୍ଯ ...!କୋଇଲି କେମିତି ଆମ୍ବ ଡାଳରେ ମନଫୁଲା ଗୀତ ଗାଇ ଖୁସି ହେଉଛି।ଆକାଶରେ ପକ୍ଷୀମାନେ ଡେଣା ଝାଡି ଦୂରକୁ ଦୂରକୁ ଉଡି ଯାଉଛନ୍ତି ।ସେସବୁକୁ ମୁଁ ଯେମିତି ଭୂଲିଗଲିଣି।ସେ ଖୁସିକୁ ଆଖିରେ ଭରିବାର ଆନନ୍ଦରେ ମୁଁ ବିଭୋର ହେଉଥିଲି।ଭୂଲି ଯାଉଥିଲି ବାଦଲ ଆଉ ସୂର୍ଯ୍ୟଙ୍କର ଲୁଚକାଳି ଭିତରେ ନିଜକୁ।ପ୍ରଜାପତି ଫୁଲରୁ ଫୁଲକୁ ଛୁଇଁ ଉଡିଗଲାବେଳେ ମୋ ପିଲାଦିନ ମନେପଡିଯାଉଥିଲା।


କଙ୍କିକି ଦେଖି ଟିକିଏ ହସି ଦେଲି କେତେ ଦୌଡିଛି ମୁଁ ଧରିବାକୁ ଅତୀତରେ।ବଡ କଷ୍ଟରେ ଆଣି କାଚ ଜାରରେ ସାଇତି ଥିଲି।ସକାଳ ହେଲାବେଳକୁ କଙ୍କି ଆଉ ଉଡୁ ନଥିଲା ।ନିସ୍ତେଜ ହୋଇଯାଇଥିଲା ରାତିସାରା ଜାର ଭିତରେ ଫଡଫଡ ହେଇ ହେଇ। ବୋଉ ପାଟି କରିବାରୁ ପୁଣି ଉଡେଇଦେଲି ବାରିପଟ ମନ୍ଦାର ଗଛ ପାଖରେ।ନିଜ ପାଇଁ ମୂହୁର୍ତ୍ତଏ ବଞ୍ଚୁଥିଲି ବହୁ ଦିନ ପରେ।ଏସବୁ ଖୁସିର ଫୁଲକୁ ସାଉଁଟି ଆଣି ପଣତରେ ବାନ୍ଧିଲି।ଘର ଜଞ୍ଜାଳ ଭିତରେ ପୁଣି ନିଜ ମନୋନିବେଶ କରିବାକୁ ପଛକୁ ଫେରିଲି।କାଲିକି ଆସିବାର ପ୍ରତିଶ୍ରୁତି ଦେଇ. .!


ଘରେ ମହାଭାରତ ଆରମ୍ଭ ହୋଇଯାଇଥିଲା ।ମର୍ଣ୍ଣିୱାକ ନାଁରେ ଗୋଟେ ନାଟ ଲଗେଇଛି।ସକାଳୁ ଜୋତା ,ପାଣି ବଟଲ ନେଇ ଏମିତି ବାହାରି ପଡିଲା ସତେ ଯେମିତି କୋଉ ଅଫିସ କାମରେ ବିଦେଶ ଯିବ।ଘରେ ଏତେ କାମ ସକାଳୁ ଚା' କପେ ବି ମଣିଷ ପିଇନି।ଏତେ କାମ ସବୁ କେତେବେଳେ ହେବ ମୁଁ ପୁଣି ଅଫିସ ଯିବି।ମିନା ନାନୀ ପୋଡି ର ସ୍ବାମୀକୁ କହି ଫୋନ ଲଗେଇଛନ୍ତି।


କୁଆଡେ ସକାଳୁ ଯାଇଛ କି ପୋଡି ସମୟ ତୁମକୁ ଜଣା ପଡୁନି କି।ଭାଉଜ ଏତେକାମ ସବୁ କେମିତି କରିପାରିବେ..?ଜଲ୍ଦି ଆସ ନ ହେଲେ ଆଜି ସମସ୍ତଙ୍କ ଅଖଚକ ବନ୍ଦ ହୋଇଯିବ।ପୋଡି ମନେ ମନେ ହସୁଥିଲା।ଘରେ କିଛି କାମ ନ ଥିଲା ପୁଣି ଏତେ କାମ କୋଉଠୁ ଆସିଲା....?



Rate this content
Log in

Similar oriya story from Inspirational