Anasuya Rout

Abstract

4  

Anasuya Rout

Abstract

ଧୂଳିଆ ବାବା

ଧୂଳିଆ ବାବା

4 mins
257


ମନ୍ଦିର ପ୍ରାଙ୍ଗଣରେ ଧୂଳିଆ ବାବା ବସିଛନ୍ତି।ବାବା କ'ଣ କରନ୍ତି ନକରନ୍ତି।ସେ ସତ କୁହନ୍ତି କି ମିଛ କୁହନ୍ତି କାହାକୁ ଜଣା ନାହିଁ।ଆଖିବୁଝି ଆଜିର ଏ ବିଜ୍ଞାନ ଯୁଗରେ ବି ଲୋକମାନେ ତାଙ୍କ କଥାକୁ ଅନ୍ଧଭାବରେ ବିଶ୍ବାସ କରନ୍ତି ଜାଣିଲେ ତାଜୁବ ଲାଗେ ।ବାବାଙ୍କର ଭବିଷ୍ଯବାଣୀ ପାଇଁ ସେ ଆଖ ପାଖ ପାଞ୍ଚଖଣ୍ଡ ମଉଜାରେ ପ୍ରସିଦ୍ଧ।

ମନ୍ଦିର ପାଖକୁ ଲାଗି ଗୋଟେ ଛୋଟ କୁଡିଆ ।ସେଥିରେ ବାବା ଆଉ ତାଙ୍କ ଚେଲା ସୁବୁଦ୍ଧି ଦୁହିଁଙ୍କର ରହିବାର ବ୍ଯବସ୍ଥା ଭକ୍ତମାନଙ୍କ ଦ୍ବାରା କରାଯାଇଛି।ସୁବୁଦ୍ଧି ବାବାଙ୍କର ନୂଆ ଚେଲା ।ଆଗରୁ ରାଜୁ ଚେଲା ଥିଲା ।ପାଖ ଗାଁରେ ଗୋଟେ ଝିଅ ବାବାଙ୍କ ପାଖକୁ ହାତ ଦେଖାଇବାକୁ

ଆସୁଥିଲା ।ସେଇଠୁ ତା' ମନ ବଦଳିଗଲା ।ସଂସାର ଲୋଭରେ ସେ ସଂସାରୀ ହୋଇଗଲା।ବାବା ତା'ପରେ ବହୁଦିନ ଏକୁଟିଆ ରହିଲେ ।

ହାତ ଦେଖା, ଭବିଷ୍ଯବାଣୀରୁ ବାବାଙ୍କର କିଛି ରୋଜଗାର ହୁଏ।ଲୋକମାନେ ତାଙ୍କ ଖୁସିରେ ଯାହା ଦିଅନ୍ତି ବାବା ଗ୍ରହଣ କରନ୍ତି।ବାବାଙ୍କର ମୁଖ୍ଯକାମ ହେଲା ଭଗବାନ ଶିବଙ୍କୁ ଆରାଧନା କରିବା।ସେ ତାଙ୍କରି ଧ୍ଯାନରେ ରହି ସଂସାରକୁ ଭୂଲି ଯିବାକୁ ଚାହାଁନ୍ତି।ମଣିଷ ମନ... ବେଳେ ବେଳେ ଆସକ୍ତିରେ ପଡି ଯାଆନ୍ତି ।ଲୋଭ ଗ୍ରାସ କରେ ଧନ ରୋଜଗାର ପାଇଁ।

ଯେତେଦିନ ଯାଏ ଜୀବନ ଅଛି ଖାଦ୍ଯ, ପାନୀୟ ତ ଲୋଡା ।ଶରୀର ଅଛି ମାନେ ରୋଗ ବି ଅଛି।ଭବିଷ୍ଯତପାଇଁ କିଛି ସଂଚୟ କରିବାର ଲୋଭ ଗ୍ରାସେ ।କିନ୍ତୁ ସବୁଦୃଷ୍ଟିରୁ ହିସାବ କଲେ ଧୂଳିଆ ବାବା ଭଣ୍ଡ ନୁହଁନ୍ତି।

ସୁବୁଦ୍ଧି ଦିନେ ରାତିରୁ ଉଠି ଦେଖେ ବାବା ବିଛଣାରେ ନାହାନ୍ତି।ତାଙ୍କ ବିଛଣାରେ ଶିବଙ୍କର ଗଳାରେ ଥିବା ସର୍ପ ଶୋଇ ରହିଥାଏ ।ଠିକ ବାବା ଯେମିତି ଶୁଅନ୍ତି ସେମିତି ।ସେ ଭୟରେ ଘର ଭିତରୁ ବାହାରି ମନ୍ଦିର ଚାବି ଖୋଲେ ପରୀକ୍ଷା କରିବାକୁ ଶିବଙ୍କ ବେକରେ ରାତିରେ ଲଣ୍ଠନ ଲଗେଇ ନିଜ ଆଖିରେ ଦେଖିଛି ସର୍ପ ନଥାଏ।ଭୟରେ ସେ ଭଗବାନଙ୍କ ପାଦତଳେ ବସି ପାର୍ଥନା କରେ।ତା' ଭିତରେ କେତେବେଳେ ସକାଳ ହୋଇଯାଏ ସେ ଜାଣେନି ।

ସକାଳୁ ସକାଳୁ ଠାକୁରଙ୍କ ପାଦତଳେ ସୁବୁଦ୍ଧିକୁ ଶୋଇଥିବାର ଦେଖି ଲୋକମାନେ ଚିତ୍କାର କରନ୍ତି ।ସୁବୁଦ୍ଧି ଠାକୁରଙ୍କ ପାଖରୁ କିଛି ଚୋରି କରିବାକୁ ଆସି ମୁର୍ଛିତ ହୋଇପଡିଛି ।ଲୋକମାନେ ରୁଣ୍ଢ ହୋଇ କିଏ 'କ'ଶୁଣିଲେ 'ବ'ର ପ୍ରଚାର କରେ ।'ବ'କୁ 'ଲ'ବୋଲି ବୁଝି ମଧ୍ଯ କେହି କେହି ଡେଙ୍ଗୁରା ପିଟିବାରେ ରହିଲେ।

ଶେଷକୁ କ'ଣ ହେଲା...?ନା ...ସୁବୁଦ୍ଧି ବାବାଙ୍କୁ ମହାଦେବଙ୍କର ସର୍ପ ବୋଲି ପ୍ରଚାର କରି ମହିମା ଗାନ କଲା।ଖଞ୍ଜଣି ବାଜିଲା,ମୃଦଙ୍ଗ ବାଜିଲା, ଘଣ୍ଟ ,ଘଣ୍ଟା ,ଶଙ୍ଖ,ହୁଳହୁଳି,ହରିବୋଲ ଡାକରେ ଗଗନ ପବନ ଉଡିଲା।ମହିମାପୁର ଗାଁରେ ଧୂଳିଆ ବାବା ହେଉଛନ୍ତି ସ୍ବୟଂ "ମାନସ" ନାଗ।ଯିଏ ମହାଦେବଙ୍କ ଗଳାମାଳି।ଧୂଳିଆ ବାବାଙ୍କ ସହ ସୁବୁଦ୍ଧି ମଧ୍ୟ ପ୍ରସିଦ୍ଧ ହେବାରେ ଲାଗିଲା।ସୁବୁଦ୍ଧି ଧୂଳିଆ ବାବାଙ୍କର ପ୍ରମୁଖ ଚେଲା ହୋଇ ଥିବାରୁ ସେ ମାନସ ନାଗକୁ ଦେଖିବାର ସୁଯୋଗ ପାଇଲା।

ଏଇ ଖବର ମହାମାରୀ ପରି ଚାରିଦିଗକୁ ମାଡିଗଲା ।ଲୋକମାନେ ସ୍ବୟଂ ମହାଦେବଙ୍କୁ ଦର୍ଶନ କରିବା ବଦଳରେ ଧୂଳିଆ ବାବାଙ୍କୁ ପୂଜାଅର୍ଚ୍ଚନା କରିବାରେ ଲାଗି ପଡିଲେ।ସୁବୁଦ୍ଧି ଖୁସିରେ ପାଗଳ ହୋଇ ଯାଉଥିଲା ।ବାବା ବି ସୁବୁଦ୍ଧିର ବୁଦ୍ଧିକୁ ଧନ୍ଯ ଧନ୍ଯ କହୁଥିଲେ।

ଧୂଳିଆ ବାବାଙ୍କୁ ଭକ୍ତ ନୂଆ ଗେରୁଆ ବସ୍ତ୍ର ପ୍ରଦାନ କଲେ।କିଏ କହୁଥିଲା ସେ ବାବାଙ୍କ ପାଇଁ କୋଠାଘର ତିଆରି କରି ଦେବ ।ବାବାଙ୍କ ଖାଇବା ପିଇବା ବ୍ଯବସ୍ଥା ଆମ ଗାଁ ଲୋକଙ୍କର।ଯିଏ ଯାହା ମନକୁ ପାଇଲା ଦେଲା।ମାନସିକ ପୂରଣ ହେଲେ ଅମକ ଦେବ ,ସମକ ଦେବ କହି ରହିଲେ ମଧ୍ଯ କେହି କେହି।ବାବା ଯାହାକୁ ଯାହା କହୁଥିଲେ ସେଇ କଥା ଘଟୁଥିଲା।

ଆଫୁଆ ଛାଟି କିଛି ସତ୍ଯ ହେଲେ ଆଉ କିଛି ମିଛ ବି ହେଉଥିଲା ।ବାବାଙ୍କ କଥା ମିଛ ହେଲେ ସେ ଅପେକ୍ଷା କରିବାକୁ କହୁଥିଲେ।କାହାର ଚାକିରୀ ହେବ,କାହାର ବେପାରରେ ଲାଭ ହେବ ,କାହାର ବାହାଘର ହେବ,କାହାର ପିଲାହଉନି ପିଲା ହେବ।ସବୁ ଥିରେ ଲୋକ ମାନେ ଫଳ ମୂଳ ଧରି ବାବାଙ୍କ ପାଖକୁ ଦୌଡିଲେ ।ଓଁ ନମଃ ଶିବାୟ ।ଓଁ ନମଃ ଶିବାୟ ଓଁ ନମଃ ଶିବାୟ...!ଭଜନ କରୁଥିବା ଧୂଳିଆ ବାବା ଅଳ୍ପ ଦିନରେ ଧନୀ ହୋଇଗଲେ ।ନିଜର ପ୍ରକୃତ କର୍ମକୁ ଭୂଲିଗଲେ।

ରାତିରେ ନିଦବାଉଳାରେ ସୁବୁଦ୍ଧି କ'ଣ ମିଛ ସତ କହିଲା ଲୋକମାନେ ସେଇଥିରେ ମାଧିଆ ଭାଇନା ହୋଇ ହୋଇ କହି ଭାସିଗଲେ।ବାବା ସବୁ ଜାଣି ବି ଲୋଭରୁ ନିଜକୁ ନିବୃତ୍ତ କରିପାରିଲେନି ।

ଏକଦା ଗାଁର ଜଣେ ପାଠ ସାଠ ପଢିଥିବା ଦମ୍ପତ୍ତି ଧୂଳିଆ ବାବାଙ୍କ ଦର୍ଶନ କରିବାକୁ ଆସିଲେ।ବହୁ ପୂଜା କରି ,ବହୁତ ଡାକ୍ତରଙ୍କ ଚିକିସ୍ଚା ସତ୍ତ୍ବେ ଦମ୍ପତ୍ତି ସନ୍ତାନ ସୁଖ ପାଇପାରୁ ନଥିଲେ।ଧୂଳିଆ ବାବାଙ୍କ ସାମ୍ନାରେ ନିଜର ଦୁଃଖ ପ୍ରକାଶ କଲେ ।ଆଉ ଭବିଷ୍ଯତରେ ସେ ସନ୍ତାନ ସୁଖ ପାଇପାରିବେ କି ନାହିଁ ପ୍ରଶ୍ନ କଲେ।ସୁବୁଦ୍ଧି ଆଗ ସେମାନଙ୍କ ପୋଷାକ ପତ୍ର ଦେଖି କହିଲା।ଆଗ ଦୁଇସହ ରଖ ପରେ ବାବା ଉତ୍ତର ଦେବେ।ସ୍ତ୍ରୀ ଲୋକଟି ମୁଣ୍ଡ ଟୁଙ୍ଗାରିବା ମାତ୍ରେ ପୁରୁଷଟି ଦିଇଶହ ଏକ ଟଙ୍କା ରଖିଲା।ବାବା ଆଖି ବନ୍ଦ କରି ବସି ଥିଲେ ।ତାଙ୍କ ମନକୁ କ'ଣ ଆସିଲା କେଜାଣି ମୁଣ୍ଡ ହଲେଇ ମନା କରି ଦେଲେ ।

ସ୍ତ୍ରୀ ଲୋକଟି ନିଜ ମନକୁ ବୁଝେଇ ପାରୁ ନଥିଲା।ମୁହଁ କୁହୁଳେଇ ବସିବା ପରେ ପୁରୁଷ ଲୋକଟି ଆଉଥରେ କାକୁତି ମିନତୀ ହୋଇ ପଚାରିଲା...।ବାବା...ଆମ ଘରକୁ ନୂଆଅତିଥିଟିଏ କେବେ ଆସିବ....?ବାବା ମୁଣ୍ଡ ହଲେଇ ପୁଣି ମନାକଲେ।

ଦୁଃଖରେ ସେମାନେ ଘରକୁ ଫେରିଆସିଲେ। "ସେମାନେ ଚାଲିଯିବା ପରେ ବାବାଙ୍କୁ ସୁବୁଦ୍ଧି ପଚାରିଲା...। ବାବା...ସେମାନଙ୍କ ପ୍ରଶ୍ନ ମୁଁ ବୁଝି ପାରିଲିନି? କ'ଣ କହୁଥିଲେ....?ତାଙ୍କ ଘରକୁ ନୂଆ ଅତିଥିଟିଏ କେବେ ଆସିବ....?ତା' ମାନେ ସେମାନେ ସନ୍ତାନ ଚାହୁଁ ନାହାଁନ୍ତି।କୁନି ଅତିଥିଟିଏ ଚାହିଁଛନ୍ତି ।ମୁଁ ଯେତିକି ମୋ ଛୋଟିଆ ମୁଣ୍ଡରେ ବୁଝିଛି ଅତିଥି ମାନେ ଘରେ ସବୁଦିନ ରୁହନ୍ତିନି କିଛିଦିନ ରହି ଚାଲି ଯାଆନ୍ତି ।ସେଇଥି ପାଇଁ କୁହନ୍ତି ଅତିଥିଙ୍କର ଭଲକରି ଚର୍ଚ୍ଚା କରିବା ଦରକାର।ସେମାନେ ଖୁସି ହେଲେ ମଙ୍ଗଳ ହୁଏ।"

"ବାବା ସୁବୁଦ୍ଧିକୁ ବୁଝେଇଲେ ତୁ ଯାହାବୁଝିଛୁ ଠିକ ବୁଝିଛୁ।ଆଉ ସେ ବି ଯାହା କହିଲେ ଠିକ କହିଲେ।ଏ ପୃଥିବୀ ହେଉଛି ଗୋଟିଏ ଘର ସଦୃଶ ।ଆଉ ଆମେ ମାନେ ହେଲୁ ସମସ୍ତେ ଅତିଥି।ଏଠି କିଛିଦିନ ରହିବା ପରେ ଦିନେନା ଦିନେ ଆମ ସମସ୍ତଙ୍କୁ ଯିବାକୁ ହେବ।ତେଣୁ ନୂଆ ପିଲାଟିଏ ଜନ୍ମ ହେଲେ ଆମେ କହିଥାଉ ନୂଆ ଅତିଥି।ପ୍ରରୋକ୍ଷରେ ଆମେ ସତ ହିଁ ତ କହିଥାଉ।"

ଶିବ...ଶିବ...ପିଲାଟିଏ ଜନ୍ମ ହେଉ ହେଉ ତାକୁ ଯିବାକଥା କୁହାଯାଏ...!ଏ ହିଁ ସଂସାରର ସତ୍ଯ..!ସମସ୍ତଙ୍କୁ ଜନ୍ମରୁ ବୁଝିବାକୁ ହେବ।

ଆଉ ତୁ ଯେଉଁ ଏଠି ଏତେ ଖୁସି ହେଉଛି।କେତେବେଳେ ତୋର କ'ଣ ...ମୋର ଖୁସି ଆତ୍ମସାତ ହେବ ସେକଥା କେହି କହିପାରିବେନି।ଆମେ ବି ଏ ଯାଗାରେ ଆଉ ଅଳ୍ପଦିନର ଅତିଥି।ସୁବୁଦ୍ଧି ବାବାଙ୍କ କଥା ଶୁଣି ଟିକେ ସଙ୍କୁଚିତ ହୋଇଗଲା।

କିଛିଦିନ ପରେ ସେ ନବ ଦମ୍ପତ୍ତିଙ୍କ କୋଳରେ ପୁତ୍ରିଟିଏ ଜନ୍ମ ନେଲା।ଯେଉଁ ମାନେ ବାବାଙ୍କୁ ପୂଜାକରୁଥିଲେ ତାଙ୍କ ମନରେ ସନ୍ଦେହ ଉପୁଜିଲା।ଏ କେମିତି ସମ୍ଭବ ହେଲା ...?ବାବାଙ୍କର ଭବିଷ୍ଯବାଣୀ ମିଛ ହେଲା।ବାବାଙ୍କୁ ପରୀକ୍ଷା କରିବାକୁ କିଛି ଲୋକ ଏକଜୁଟ ହେଲେ।ରାତିରେ ଯଦି ବାବା ସତରେ ସାପ ହେଉଛନ୍ତି ।ଆଜି ରାତିରେ

ଧରା ପଡିବେ ।

ବାବା ସବୁଦିନ ପରି ରାତିହେବାରୁ ମନ୍ଦିର ପାଖ କୂଅକୁ ଲାଗିଥିବା କିଆ ଗଛ ଆଉ ନଡିଆ ଗଛକୁ ଲାଗି ବିଛଣାକୁ ସିଡି ଲଗେଇ ଉଠିଲେ।ସେଇଠି ସେ ତାଙ୍କର ଦୋଳି ପରି ବିଛଣା କରିଥିଲେ।ଯାହା ଲୋକମାନଙ୍କର ଦୃଷ୍ଟି ବାହାରେ ଥିଲା।ବାବା ଯାଇ ସାରିବା ପରେ ସେମାନେ କବାଟ ବାଡେଇଲେ।ସୁବୁଦ୍ଧି ନିଦ ବାଉଳାରେ କବାଟ ଖୋଲିଲା।ବାବାଙ୍କ ବିଛଣାକୁ ଖୋଜିଗଲାରୁ ଲୁଗାଟିକୁ ସର୍ପ ପରି ବୋଳି ଶୁଆଇ ଦେଇଥିଲେ।ଏକଥା ବିଜୁଳି ପରି ଚାରିଦିଗକୁ ବ୍ଯାପିଗଲା।ସକାଳ ହେବାମାତ୍ରେ ଜନ୍ଦା ,ପିମ୍ପୁଡି ପରି ଲୋକମାନେ ରୁଣ୍ଢ ହୋଇ ସୁବୁଦ୍ଧି ଏବଂ ଧୂଳିଆ ବାବାଙ୍କୁ ଶବ୍ଦରେ ଖାଇ ଯାଇଥିଲେ ।ଶେଷରେ ସେମାନେ ଗାଁରୁ ବିଦାହୋଇଗଲେ।



Rate this content
Log in

Similar oriya story from Abstract