STORYMIRROR

Er. Suchismita Satpathy

Abstract Tragedy Inspirational

5.0  

Er. Suchismita Satpathy

Abstract Tragedy Inspirational

ପ୍ରିୟ ଚଳଚ୍ଚିତ୍ର ବ୍ୟକ୍ତତ୍ୱ (ସୁଶାନ୍ତ ସିଂ ରାଜପୁତ)

ପ୍ରିୟ ଚଳଚ୍ଚିତ୍ର ବ୍ୟକ୍ତତ୍ୱ (ସୁଶାନ୍ତ ସିଂ ରାଜପୁତ)

4 mins
509



ଆଜି ବନି ପାଇଁ ତାଙ୍କ ସାହିର ସବୁ ଦୋକାନ ବଜାର ବନ୍ଦ।ସମସ୍ତଙ୍କ ଆଖିରେ ଅଶ୍ରୁର ବନ୍ୟା।କାହାରି ପାଟିକୁ ଦାନାଟିକେ ବି ଯାଇନାହିଁ।

ଆଜିକୁ ତିନିଦିନ ହେବ କାହାଘରେ ଚୁଲି ଜଳୁନାହିଁ।

ରମା ଚାଲି ଯାଉଯାଉ ଦେଖିଲା ରାଧୁମଉସା ଗାମୁଛାରେ ତାଙ୍କ ଅସରନ୍ତି ଲୁହକୁ ପୋଛି ଚାଲିଛନ୍ତି।ରାଧୁମଉସା ସେମିତି କିଛି ଜଣେ ବିରାଟ ବ୍ୟକ୍ତତ୍ୱ ନୁହନ୍ତି।ବନି ଯେଉଁ ଦୋକାନକୁ କମ୍ପ୍ୟୁଟର କାମ କରିବାକୁ ଯାଏ ସେଠାରେ ସେ ସଫାସଫି କାମ କରନ୍ତି।ମାତ୍ର ତାଙ୍କ ମଣିଷପଣିଆରେ ସମସ୍ତେ ବାନ୍ଧି ହୋଇ ରହିଥାନ୍ତି। ପିଲାଠାରୁ ବଡ ସମସ୍ତେ ତାଙ୍କୁ ଭଲ ପାଆନ୍ତି।

ରମା ନ ଅଟକି ରହିପାରିଲା ନାହିଁ।ରାଧୁ ମଉସା ରମାକୁ ଦେଖି ଭୋ ଭୋ କାନ୍ଦି ଉଠିଲେ।ତାଙ୍କୁ ସ୍ଥିର କରାଇ ବନିର ଏପରି କାହିଁକି ହେଲା ପଚାରିଲା।କାହିଁକି ନା ବନି ତାର ସର୍ବାଧିକ ସମୟ ସେହି ଦୋକାନରେ ଅତିବାହିତ କରୁଥିଲା କିଛି ଦିନ ହେବ।

ରମା ଓ ବନି ଘନିଷ୍ଠ ବନ୍ଧୁ।ରମା ସହରକୁ ପାଠ ପଢିବାକୁ ଗଲା।ଅର୍ଥ ଅଭାବରୁ ବନି ବିଶେଷ ପାଠ ପଢି ପାରିଲା ନାହିଁ। ସାହିତ୍ୟ ରେ ସ୍ନାତକ ପରେ ଘରେ ରହି ଛୋଟ ଛୋଟ ପିଲାଙ୍କୁ ପାଠ ପଢଉଥିଲା। ବାକି ସମୟ ରେ ଘର କାମ କରେ। ଚଳଚ୍ଚିତ୍ର ଜଗତର ସୁଶାନ୍ତ ସିଂ ରାଜପୁତ ତାର ପ୍ରିୟ ନାୟକ।ସେହି କଳାକାରର ବ୍ୟକ୍ତତ୍ୱ ପରି ନିଜକୁ ଗଢିତୋଳିବାର ସ୍ୱପ୍ନ ସର୍ବଦା ଦେଖୁଥାଏ।ରୋଗିଣା ବାପା ମାଆ ଓ ସାନ ଭାଇ।ତାଙ୍କ ଦାୟିତ୍ୱ ମଧ୍ୟ ସେ ନେଉଥିଲା।ବପାଙ୍କ ଚାକିରି ଓ ତା ଟିଉସନରୁ ଯେଉଁ ଅର୍ଥ ଆସେ ସେମାନେ ଖୁସିରେ ଚଳନ୍ତି।

ରାଧୁ ମଉସା ତାଙ୍କ ରୋଧ କଣ୍ଠରେ ଆରମ୍ଭ କଲେ , କିଛି ମାସ ହେବ କୌଣସି ଜଣେ ଅଜଣା ବନ୍ଧୁଙ୍କ ଦ୍ୱାରା ପ୍ରେରିତ ହୋଇ ତାର ସାହିତ୍ୟରେ ଯେତିକି ଜ୍ଞାନ ଅଛି ତାକୁ ସବୁ ପ୍ରୟୋଗ କରି ବହୁତ ସୁନ୍ଦର ଶବ୍ଦର ସଂଯୋଜନା କରି ଅନେକ କ୍ଷୁଦ୍ର ଗଳ୍ପର ରଚନା କରୁଥିଲା।ବହୁତ ଖୁସି ହୋଇ ଏଠାକୁ ଆସେ। ପଚିରୀଲେ କୁହେ ମଉସା ମୁଁ ଅନଲାଇନରେ ଏକ ସାହିତ୍ୟ ଓ ଗଳ୍ପ ମଞ୍ଚରେ ଗଳ୍ପ ଲେଖୁଛି ଓ ମୋ ଗଳ୍ପ ବହୁତ ଆଦୃତ ହେଉଛି।ମୋର ଜଣେ ବନ୍ଧୁ ମତେ ବହୁତ ସାହାଯ୍ୟ ମଧ୍ୟ କରୁଛନ୍ତି।ସେ ବନ୍ଧୁ ଙ୍କ କଥା ପଚାରିଲେ କୁହେ ,ତାଙ୍କ ସହ କେବଳ ଫୋନ ମାଧ୍ୟମରେ ଯୋଗାଯୋଗ ହୋଇପାରେ।ଅନଲାଇନ ପାଇଁ କଣ ଫୋନରେ ପଇସା ପକେଇବାକୁ ହୁଏ ମାତ୍ର ଅର୍ଥ ଅଭାବରୁ ସେ ବହୁ ସମୟ ଏଠାକୁ ଆସି କେମିତି କେଜାଣି କୁହେ ମଉସା ମୋ ଫୋନ ନେଟ ଆସିଗଲା। ମୁଁ ତ ମାଆ ମୁର୍ଖ ଲୋକ। କଣ ବୁଝେ।ତା ଖୁସି ଦେଖି ଖୁସି ହୁଏ।ଏ ସାହି ର ସମସ୍ତେ ଖୁସି ଯେ ସେ ବହୁତ ଗଲ୍ପ ଲେଖି ସେହି ଅନଲାଇନରେ ବହୁତ ଆଦୃତ ହୋଇପାରିଛି।ବେଳେବେଳେ ଆଣି ଆମକୁ ଦେଖାଏ ଯେ ସେ ଏକ ନମ୍ବର,ଦୁଇ,ତିନି ନମ୍ବରରେ ଅଛି।ଖୁସିରେ ଆତ୍ମହରା ହୋଇ ମୋଠୁ ଚା ଛଡେଇ ନେଇ ଦୋକାନ ଓ ପାଖ ଦୋକାନରେ ନିଜେ ବାଣ୍ଟିଚାଲେ।ତା ଖୁସି ଦେଖି ସମସ୍ତେ ଖୁସିହୁଅନ୍ତି।ସୁବିଧା ଅସୁବିଧା ଭଲ ମନ୍ଦରେ ସମସ୍ତଙ୍କୁ ସାହାଯ୍ୟ କରେ। କିଛି ଦିନ ହେବ ତାର ଏକ ପୁସ୍ତକ ମଧ୍ୟ ବାହାରିବ ବୋଲି କହିକି ସେଦିନ ସମସ୍ତଙ୍କୁ ଲେମ୍ବୁ ସରବତ ବାଣ୍ଟିଥିଲା।ଫୋନରେ ସେ ବହିର ଫଟୋ ମଧ୍ୟ ସମସ୍ତଙ୍କୁ ଦେଖେଇ ବହୁ ଖୁସି ଥିଲା ସେ।ସମସ୍ତଙ୍କୁ ସେ ବହି କିଣିବା ପାଇଁ ମଧ୍ୟ କହିଥିଲା। ଇମ ସାହିର ସମସ୍ତ ଦୋକାନୀ ମାନେ କଣ ସେଇ ଅନଲାଇନରେ ବହି ପାଇଁ ପଇସା ଦେଇଛନ୍ତି।

ମୁଁ ତ ବୁଝିପାରେନି ,କେବଳ ଶୁଣେ।ମତେ କହିଥିଲା ବହି ଆସି

ଲେ ମତେ ଆଗ ଦେଖେଇବ।ତା ଫଟୋ ମଧ୍ୟ ସେଥିରେ ଅଛି।

ଏଇ ଗଲା ରବିବାର ଦିନ କହିଲା ବୁଝିଲ ମଉସା ମୋର ଏକ ଗଳ୍ପ ପୁରସ୍କୃତ ହେବ।ତାର ଏକ ରଙ୍ଗୀନ କାଗଜ ଏଇ ଦୋକାନରୁ କେମିତି କାଢି ସମସ୍ତ ଙ୍କୁ ଦେଖାଇଥିଲା।ଏଇ ଦୋକାନରେ ମଧ୍ୟ ତାର ଏକ ନକଲ କାନ୍ଥରେ ଲାଗିଛି ।ଦେଖେ ମାଆ ।।

ସତରେ କାନ୍ଥ ରେ ଏକ ମାନପତ୍ର ଲାଗିଛି ଓ ସେଥିରେ ତାର ସେହି ହସହସ ମୁହଁ ର ଫଟୋଟି ।ସତେ ଯେମିତି ମତେ କହୁଛି ,ଦେଖେ ମୁଁ ଗାଁ ରେ ରହି କେମିତି ପୁରସ୍କୃତ ହେଲି।ଦୁଇଧାର ଲୁହ ବହିଗଲା ରମା ଆଖିରୁ।

ପୁଣି ପ୍ରକୁତିସ୍ଥ ହୋଇ ପଚାରିଲା ମଉସା ତା ପରେ କଣ ହେଲା ।ସେ ତ ଏତେ ଖୁସି ଥିଲା ।ଏପରି କିପରି?????

ରାଧୁମଉସା ପୁଣି ଲୁହକୁ ପୋଛି କହିଲେ ,ମାତ୍ର କିଛି ଦିନ ହେବ ସେ ବହୁତ ମନ ଦୁଃଖରେ ଥିଲା ।ଯେମିତି ଲାଗୁଥିଲା ସେ ଭିତରେ ଛଟପଟ ହେଉଛି।ମୁଁ ପଚାରିଥିଲି,କହିଲା ,

କହିଲା ମଉସା ମୁଁ ଯେଉଁ ଅନଲାଇନରେ ଗଳ୍ପ ଲେଖୁଛି ସେଠାରେ କେହିଜଣେ ତାର ସମସ୍ତ ଲେଖାକୁ ଉଦ୍ଦେଶ୍ୟ ମୂଳକଭାବେ କଣ କମ ରେଟ କରୁଛି।ତାକୁ ମାନସିକଭାବେ ନିର୍ଯ୍ୟାତନା ଦେବା ଉଦ୍ଧେଶ୍ୟରେ।ଏହା ଶୁଣି ମୁଁ ଓ ଆମ ସାହିର କିଛି ଦୋକାନୀ ମାନେ ତାକୁ କହିଥିଲୁ ,ତୁ ଆମ ସାହିର ଝିଅବୋଲି ତୋ ଗଳ୍ପ କୁ ଆମେ ସମସ୍ତେ ପସନ୍ଦ କରୁଛୁ ।ମାତ୍ର ତୁ ଯେଉଁ ଅନଲାଇନ କଥା କହୁଛୁ ଓ କହୁଛୁ ସେଠାରେ ଲକ୍ଷାଧିକ ଲେଖକ ଓ ପାଠକ ଅଛନ୍ତି ସମସ୍ତେ ତୋର ଲେଖାକୁ ପ୍ରୋତ୍ସାହିତ କରିବେ ସେଥିରେ କିଛି ସ୍ଥାୟିତ୍ୱ ନାହିଁ।ଠିକ ସେହି ସମୟରେ ଉକ୍ତ ଦୋକାନର ମାଲିକ ରାମଭାଇ ଆସି ପହଞ୍ଚି ଗଲେ।ସେ ମଧ୍ୟ ସେହି କଥା କହିଲେ।କେହି ଜଣେ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ତା ଲେଖାକୁ କମ ରେଟ କରୁଥିଲେ ଯଦ୍ୱାରା ସେ ବହୁତ ମାନସିକ ଅଶାନ୍ତି ଭିତରେ ଥିଲା।ଆମେ ତାକୁ ବହୁତ ବୁଝେଇଥିଲୁ ସେସବୁରେ ତୁ ଧ୍ୟାନ ନଦେଇ ତୋ ଲେଖନୀକୁ ଦୃଢ କର।ହଁ ମଧ୍ୟ କହିଥିଲା ଏବଂ ନିଜ ଲେଖାକୁ ଆହୁରି ଦୃଢିଭୂତ କରିବ ବୋଲି ନିଜର ମତକୁ ପରିବର୍ତ୍ତନ କରିଥିଲା।ଏମିତିକି ସେ ଆଉ ଲେଖିବନାହିଁ ବୋଲି ମଧ୍ୟ କହୁଥିଲା।ଏଇ ଦୁଇଦିନ ତଳେ ଆସି କହିଲା ମୋର ସବୁ ଗଳ୍ପ କୁ ଏକ ବହି ଭାବରେ ସଂକଳନ କରି ନିଜସ୍ୱ ଏକ ପୁସ୍ତକ ପ୍ରକାଶ କରିବି।ଆମେ ମଧ୍ୟ ତାକୁ ସମସ୍ତ ସହଯୋଗ କରିବୁ ବୋଲି କହିଥିଲୁ।

ମାତ୍ର ବିଧିର ବିଧାନ ବିଚିତ୍ର।

ସେ ଏପରି ଆତ୍ମହତ୍ୟା କରିବ ବୋଲି କିଏ ଜାଣିଥିଲା।

ଏହାଶୁଣି ରମା କାନ୍ଦିବା ସହ ସମାଜର ଏହି ଦୁସ୍ଥ ମାନସିକ ଧାରି ଲୋକଙ୍କ ଚିନ୍ତଧାରା ପାଇଁ ବହୁ ଦୁଃଖ ପ୍ରକାଶ କଲା। ତା ସହ ବେଶି ଦୁଃଖିତ ଥିଲା ବନି ତାର ପ୍ରିୟ କଳାକାରର ପନ୍ଥା ଅନୁସରଣ କରିଥିବାରୁ।

ଠିକ ସେହିସମୟରେ ଡାକବାଲା ଆସି ପହଞ୍ଚି ବନିର ନାଁ ପଚାରିଲା।ଏହାଶୁଣି ସମସ୍ତେ ତା ଆଡକୁ ବୁଲିପଡିଲେ।ରାଧୁ ମଉସା ପଚାରିବାରେ କହିଲାତାଙ୍କର ଏକ ପାର୍ସଲ ଆସିଛି।ରମା ତରତର ହୋଇ ତାକୁ ଖୋଲିବାରେ ଦେଖିଲା ସେହି ବହି ଯାହା କଥା।ସେ କହୁଥିଲା।ପୃଷ୍ଠାଗୁଡିକୁ ଓଲଟେଇ ଦେଖେତ ତାର ଲିଖିତ ଗଳ୍ପଟି।ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରୁ ଧାର ଧାର ଅଶ୍ରୁ ବହିବାରେ ଲାଗିଲା।ସେଦିନ ସଂଧ୍ୟାରେ ତାଙ୍କ ସାହିରେ ସେ ବହିର ଉନ୍ମୋଚନ କରି ବନିକୁ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ।

ରମା ମନରେ ଭାବୁଥାଏ ବନି ମଧ୍ୟ ତାର ପ୍ରିୟ କଳାକାର ପରି କାନ୍ଥରେ ଏକ ଫଟୋ ହୋଇ ସବୁଦିନ ରହିଗଲା।



Rate this content
Log in

Similar oriya story from Abstract