Arati Sahoo

Abstract Tragedy Others

4.6  

Arati Sahoo

Abstract Tragedy Others

ଗେବୁଲ

ଗେବୁଲ

2 mins
636



 ମାଆର କର୍ମ ବେଳେ ଯାହା ଯାଇଥିଲି ଘରକୁ । ମାଆର ଅନୁପସ୍ଥିତିରେ ମାଆର ସଜଡ଼। ଦୁନିଆଟାକୁ ଯିବାକୁ ଇଚ୍ଛା ହେଲା ନାହିଁ ଅନେକ ଦିନ ପର୍ଯ୍ୟନ୍ତ । ବାପାଙ୍କ ଅନ୍ତେ ଅନେକ ଥର ମୁଁ ଘରମୁହାଁ ହେଉଥିଲି । ମାଆ ଥିଲା ତ । ଗେବୁଲ କାନ୍ଥ । ବାପା ବି ଆଉଜୁଥିଲେ ତାକୁ । 


  ଭାଇମାନେ ଡାକିଥିଲେ ମୋତେ । ଜମିଜମା ଭାଗବଣ୍ଟରା ହେଉଛି । ଚାଷବାସ ତ କରିବାର ଇଚ୍ଛା ନାହିଁ କାହାର । ଗାଁରେ ରହୁଥିବା ଭାଇଙ୍କର ଇଚ୍ଛା ଥିଲେ କଣ ହେବ , ଛୁଆଠାରୁ ଗୁହ ଭାରି । ଝିଅର ଭାଗକୁ ବର୍ତ୍ତମାନ କୋର୍ଟ ଅନୁମୋଦନ କରି ସାରିଛି । ତେଣୁ ଚାରିଭାଇ ଓ ମୋ ଭିତରେ ପାଞ୍ଚଭାଗ ହେଉଥିଲା ବାପାଙ୍କର ସେହି ସୁନାଥାଳିଆ ଜମି । ଅଗତ୍ୟା ମୋତେ ଯିବାକୁ ପଡ଼ିଲା ।


  ବିକ୍ରିବଟା , ଦର , ଭାଗ ସବୁ ଛିଡି଼ ସାରିଥିଲା । କେବଳ ମୋର ହସ୍ତାକ୍ଷର ଟା ବାକି ଥିଲା ।


  ସବୁ ଭାଇମାନେ ବୋଝେ ଲେଖାଏଁ ନୋଟ ନେଇ ଯେ ଯାହା କର୍ମକ୍ଷେତ୍ରକୁ , ଧର୍ମକ୍ଷେତ୍ରକୁ ବାହୁଡ଼ି ଗଲେ ମୋ ସହିତ ଫର୍ମାଲ କଥାବାର୍ତ୍ତା ହେଇ । ଗାଁରେ ରହୁଥିବା ଗରିବ ଭାଇ ଓ ଭାଉଜ ମୋତେ ଅଟକାଇଲେ ଦୁଇଦିନ ରହିବା ପାଇଁ । ଦରିଦ୍ରର ଘରେ ଜଣେ ପଶିଲେ ମାଣେ ଯାଏ । ତଥାପି ।


  ମୁଁ ଫେରିଲା ବେଳେ ଭାଉଜ , ବଡି଼ , ଆମ୍ବୁଲ , ଅରୁଆ ଚାଉଳ , ଚୁଡ଼। ଇତ୍ୟାଦି ବାନ୍ଧିସାରି , ବାକ୍ସରୁ ନିଜ ବାପଘରୁ ଆଣିଥିବା ସୂତା ଶାଢ଼ୀଟା ଧରେଇ ଦେଇ ବାଷ୍ପରୁଦ୍ଧ କଣ୍ଠରେ କହୁଥିଲେ ,


 - ମିମି , ମାଆ ନଥିଲେ କଣ ହେଲା , ମୁଁ ତ ଅଛି ନା । ଦୁଇବର୍ଷ ହେଲା ତୁମେ ଆସିନାହଁ । ଆମେ ତୁମର ଚର୍ଚ୍ଚା କରି ପାରିବୁ ନାହିଁ ବୋଲି ଭରସି ଡାକୁ ନଥିଲୁ । ତୁମ ମାଆ ଭଳିଆ ଭାରଥୋର ତ ଯୋଗାଡି଼ ପାରିବି ନାହିଁ । ହେଲେ ତୁମକୁ ହତାଦର ମଧ୍ୟ କରିବି ନାହିଁ । 


  କେଜାଣି କାହିଁକି , ଭାଉଜଙ୍କ ମୁହଁଟା ମୋତେ ମାଆ ମୁହଁ ପରି ଦିଶିଲା ।  

 

 ନୋଟବିଡ଼।ର ବୋଝ ମୋତେ ଅସହ୍ୟ ମନେ ହେଲା । ସାତବର୍ଷର ପୁତୁରା ହାତରେ ନୋଟ ବ୍ୟାଗଟା ଧରେଇଦେଇ , ମୁଁ ଭାଉଜଙ୍କୁ କହୁଥିଲି ,


 ଭାଉଜ , ଟୁଟୁର ପାଠପଢ଼ା ଦାୟିତ୍ୱ ମୋର । ଏଇ ପଇସାରେ ମୋ ବାପାଙ୍କ ହାତ ତିଆରି ଆଉ ମାଆର ସଜଡ଼। ଏଇ ଦଦରି ଯାଉଥିବା ଘରଟାକୁ ମରାମତି କରିଦିଅ । 


  ବାଟରେ ସେହି ସାଧାରଣ ନାଲି ସୂତାଶାଢ଼ୀଟାକୁ ଖୋଲି ମୁଁ ତାର ପ୍ରିଣ୍ଟ ଭିତରେ ହଜି ଯାଉଥିଲି । ସେଥିରେ ବି ଦିଶୁଥିଲା ମୋ ମାଆର ମୁହଁ ।


 

  


  


Rate this content
Log in

Similar oriya story from Abstract