କୃଷ୍ଣ ପ୍ରିୟା ମହାପାତ୍ର

Abstract Tragedy Others

4.4  

କୃଷ୍ଣ ପ୍ରିୟା ମହାପାତ୍ର

Abstract Tragedy Others

ଅଲିଭା ଦାଗ

ଅଲିଭା ଦାଗ

5 mins
976


 ବୋଉ ର ଏ ପରିସ୍ଥିତି ପାଇଁ ମୁଁ ପରୋକ୍ଷରେ ଦାୟୀ, ଏଇ କଥା ମୋତେ ବାରମ୍ବାର ଚେତେଇ ଦିଏ ନାନୀ।

ପ୍ରତି ଦିନ କିଛି ଗୋଟେ ବାହାନା କରି କଳିର ମଞ୍ଜି ପୋତି ଦିଏ ସିଏ,ଆଉ ତା ପରେ ଆରମ୍ଭ ହୋଇଯାଏ ମହାଭାରତ।

 ଦୁଇଜଣଙ୍କ ରାଶି ନକ୍ଷତ୍ରକୁ ଗଣନା କରିବା ଦରକାର ପଡିବ ନାହିଁ, କାରଣ ଆମ ଦୁଇ ଜଣଙ୍କର ଅହି ନକୁଳ

ସମ୍ପର୍କ ।ବିନା ଜାତକରେ ଯେ କେହି କହି ଦେବେ ଆମର କେବେ ପଡିବନି।

 

- ସତରେ କଣ ମୋ ଯୋଗୁଁ ବୋଉ ମାନସିକ ଭାରସାମ୍ୟ

ହରାଇ ଥିଲା!!! ହଁ ନୁହେଁ ଆଉ କଣ, ମୁଁ ମୋ ଜୀବନରେ କେତେବଡ଼ ଭୁଲ କଲି ...........

ତାର ପରିଣାମ ମୋ ସହିତ ସମସ୍ତେ ଭୋଗି ଥିଲେ, ଏମିତି ଗୋଟେ ସମୟ ଥିଲା, ଯେ ମୁଁ କାହାକଥା ଶୁଣିବା

ଅବସ୍ଥାରେ ନ ଥିଲି।ମୋ ଦୁନିଆଁରେ ମୁଁ ମସଗୁଲ ଥିଲି।

ନୂଆ ନୂଆ ଯୌବନରେ ପାଦ ଦଉଥିବାଝିଅଟିଏ ଜୀବନ କୁ ନେଇ କେତେ ସ୍ବପ୍ନ ଦେଖିଥାଏ।ତାକୁ ଲାଗେ ଆକାଶ ମାତ୍ର ଦି ଆଙ୍ଗୁଳେ ,ତାକୁ ଅନାୟାସରେ ଛୁଇଁ ପାରିବ ସେ।ତା ଦେହରେ ଲାଗି ଯାଇଥିବ ଦୁଇଟି ପଙ୍ଖ

ସିଏ ଉଡିଯିବ ଦିଗ ବିଦିଗକୁ ,ଖୋଜି ଆଣିବ ତା ମନର

ରାଜ କୁମାରକୁ ଯିଏ ପକ୍ଷୀରାଜ ଘୋଡାରେ ଚଢି ଆସିବ

ଆଉ ତାକୁ ତାର ବଧୂ କରି ନେଇଯିବ ଦୂରଦେଶରେ ଥିବା ତାର ରାଜଉଆସକୁ।ଏମିତି ଅନେକ ସ୍ବପ୍ନ ଦେଖିଲା ବେଳକୁ ମୋର ଦେଖା ହେଲା ଉତ୍ତମଙ୍କ ସହିତ।

        ଇଞ୍ଜିନିୟର ଉତ୍ତମ ଦାସ, କମ୍ପାନୀ ଜବ୍ କରନ୍ତି।

ଏମିତି କହି ପରିଚୟ ଦେଇ ଥିଲେ ମୋତେ।ପ୍ରତିଦିନ ସକାଳେ ମୁଁ ଚାକିରି କରିଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଖରେ ଦେଖା ହୁଏ ତାଙ୍କ ସହିତ, ମର୍ଣିଗ୍ ୱ୍ୱକ୍ ରେ ଯାଆନ୍ତି ବୋଲି କହନ୍ତି ।ତାଙ୍କ ଘରଅନ୍ୟ ଏକ ସହରରେ ,ସିଏ ଏଠାରେ ଚାକିରି କରନ୍ତି।

    ପ୍ରତିଦିନ ଦେଖା ହେଉ ହେଉଦୁହେଁ ଦୁହିଁଙ୍କୁ ଭଲପାଇ ବସିଲୁ। ଦିନେ ନ ଦେଖିଲେ ମୋତେ ଲାଗେ କିଛି ବୋଧେ ହଜେଇ ଦେଇଛି।ଭାରି ଖୁସି ମିଜାଜ,ଆଉ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ଯୁବକ।ମୋତେ ସିଧା ବିବାହ ପ୍ରସ୍ତାବ ଦେଇ କହିଲେ ଆମ ଘରେ ସମସ୍ତେ ରାଜି କେବଳ ତୁମେ ଘରେ ପଚାରି ମୋତେ ନିଜର ସମ୍ମତି ଜଣାଇଲେ ବିବାହର ଆୟୋଜନ କରିବା।

 ପାଦ ମୋର ତଳେ ଲାଗୁ ନ ଥାଏ।ନନା ବୋଉ ଙ୍କୁ ଜଣେଇଦେଲି ଉତ୍ତମ ମୋତେ ବିବାହ କରିବାକୁ ଚାହୁଁଛନ୍ତି

ନନା ପଚାରିଲେ, ତାଙ୍କ ଘର ଲୋକଙ୍କ ବିଷୟରେ।

ମୁଁ ସେ କଥା କିଛି ଜାଣିନି କହିଲି।ନନା ପ୍ରବଳ ରାଗିଲେ

ତା ବିଷୟରେ କିଛି ନ ଜାଣି ଏତେ ବାଟ ଆଗେଇଲୁ କେମିତି??।

ଘର ଲୋକଙ୍କୁ ନେଇ ଆସିବାକୁ ନନାଙ୍କର କଡ଼ା ନିର୍ଦେଶ

ଥିଲା।ମୁଁ ଯେତେବେଳେ ଉତ୍ତମ ଙ୍କୁ ଏ କଥା କହିଲି ସେ

କିଛିଟା ବିଚଳିତ ହୋଇ ସେମାନେ ଏବେ ଆସି ପାରିବେନି ବୋଲି କହିଲେ।

କାରଣ ବୋଉ ତାଙ୍କର ଅସୁସ୍ଥ ଅଛନ୍ତି।ହେଲେ ସେମାନେ ଚାହୁଁଛନ୍ତି ଶୀଘ୍ର ବାହାଘର ହୋଇଯାଉ।

ଘରେ ସମସ୍ତେ ବିରୋଧ କରିଥିଲେ, ଉତ୍ତମଙ୍କୁ କଥାକୁ କେହି ବିଶ୍ୱାସ କରି ନ ଥିଲେ।ସବୁଠାରୁ ଅଧିକ ଅବିଶ୍ଵାସ କରୁଥିଲେ ନନା।ଏକା ଜିଦ୍ କଲେ ତାଙ୍କ ଘର ଲୋକଙ୍କ

ସହ ଆଲୋଚନା କରିବା ପରେ ଆମର ବିବାହ ହେବା ଉଚିତ।

ଏମିତି ଦ୍ଵନ୍ଦ ମଧ୍ୟରେ ଆମ ଦୁଇ ଜଣଙ୍କର ବିବାହ ହେବାର କୌଣସି ସମ୍ଭାବନା ଦେଖା ଯାଉନଥିଲା।

   ମୁଁ କିନ୍ତୁ ନନାଙ୍କୁ ବିରୋଧ କରୁଥିଲି ମୋର ଉତ୍ତମଙ୍କ

ଉପରେ ପ୍ରଗାଢ ବିଶ୍ୱାସ ଥିଲା। ସେଇ ବିଶ୍ୱାସରେ ତାଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କରିବାକୁ ସଂକଳ୍ପକରି ନେଲି।

 ଘରେ ଚାଲିଥିବା ସବୁ ବାଦ ବିବାଦକୁ ଫୁ କରି ଦେଇ

ଉତ୍ତମ ଙ୍କ ସହିତ court marraige କରି ନେଲି।

ଫୋନ କରି ନାନୀ କୁ ଜଣେଇଲି ମୋ ପାଇଁ ଚିନ୍ତା କରିବା ଆବଶ୍ୟକ ନାହିଁ।ମୁଁ ଭଲରେ ଅଛି।

ନାନୀ ଏ କଥା ଶୁଣି ଭୀଷଣ ରାଗି ମୋତେ ଅନେକ ଗାଳି କଲା ଏବଂ ତୁ ଘରେ ନ ଜଣାଇ ଏମିତି କରିବା

ଠିକ୍ ହେଲାନି ବରଂ ଏବେବି ସମୟ ଅଛି ଫେରି ଆସିବା ପାଇଁ କହି ବୁଝାଇଲା ।

ମୁଁ କିନ୍ତୁ ମୋ ନିଷ୍ପତିରେ ଅଟଳ ଥିଲି।ନନା ଜୀବନରେ ମୋ ମୁହଁ ଆଉ ଚାହିଁବେନି ବୋଲି ପ୍ରତିଜ୍ଞା କରି ସାରିଥିଲେ।ବୋଉ କାନ୍ଦି କାନ୍ଦି ମୋତେ ଫୋନକରି ଫେରି ଆସିବାକୁ କହୁଥିଲା ।ନନାଙ୍କୁ ବୁଝାଇ ବିବାହ

କରେଇବା ପାଇଁ ସେ ଚେଷ୍ଟା କରିବା କଥା ମଧ୍ୟ କହିଥିଲା।ସବୁ ଶୁଣି ମଧ୍ୟ ମୁଁ ନ ଶୁଣିଲା ପରି ରହିଲି।

ମୋ ମନରେ ଉତ୍ତମ ଙ୍କ ପ୍ରେମ ସବାର ଥିଲା।

  ଜୀବନର ସବୁ କିଛି ପାଇ ଯିବାର ଚରମ ସୀମାରେ ପହଁଚି ଯାଇଥିଲି ବୋଲି ମୁଁ ଭାବୁଥିଲି।ପ୍ରଥମ ପ୍ରେମକୁ ହରାଇ ବାର ଆଶା ଆଶଙ୍କାର ପରି ସମାପ୍ତି ଘଟିଛି ଭାବି ନିଜକୁ ପ୍ରସ୍ତୁତ କରୁଥିଲି ଘର ଲୋକଙ୍କ ସହିତ ସାମ୍ନା କରିବା ଲାଗି।

ଧୀରେ ଧୀରେ ନନା ଙ୍କ ରାଗ କମି ଯିବ ଏବଂ ମୋତେ ସେ ନିଶ୍ଚୟ କ୍ଷମା କରିଦେବେ।

ନୁଆ ଜୀବନର ଅୟମାରମ୍ଭ କୁ ଖୁବ୍ ଉପଭୋଗ କରୁଥିଲି ମୁଁ।ଉତ୍ତମଙ୍କ ପ୍ରେମ ମୋତେ ନୂଆ ସ୍ବପ୍ନରେ ବିଭୋର କରିଦେଇଥିଲା।କେତେବେଳେ ପ୍ରେମପକ୍ଷୀସମ ଚଞ୍ଚୁରେ ଚଞ୍ଚୁ ଘସୁଥିଲୁ ତ କେତେବେଳେ ହାତ ଧରା ଧରି ହୋଇ ସମୁଦ୍ର ର ଲହରୀ ରେ ଖେଳୁ ଥିଲୁ,କେତେବେଳେ ଦୂର କେଉଁ ପାହାଡ଼ କୁ ଦେଖି ବିଭୋର ହୋଇ ଗୀତ ଗାଇ ଉଠୁ ଥିଲୁ।

   ପ୍ରାୟ ଗୋଟିଏ ବର୍ଷ ଅତିକ୍ରମ କରିବାକୁ ବସିଥାଏ।

ମୁଁ ତାଙ୍କୁ ଯେତେବେଳେ ଘର କୁ ଯିବାକୁ କହେ ସେ ଆସନ୍ତା ଛୁଟି ରେ ଯିବା କହି ମୋ କଥା କୁ ଏଡାଇ ଦିଅନ୍ତି।ବେଳେ ବେଳେ ମୋର ସନ୍ଦେହ ହୁଏ କାହିଁକି ସେ କେବେ ଘରକୁ ଯାଉ ନାହାଁନ୍ତି।କିନ୍ତୁ ଉତ୍ତମ ସବୁ ବେଳେ ତାଙ୍କୁ ଛୁଟି ମିଳୁନି ବୋଲି କହନ୍ତି।

ସେ ଠିକ୍ ସକାଳ ୯ ଟା ରେ ଅଫିସ ଯିବାପାଇଁ ବାହାରନ୍ତି ।ମୁଁ ମଧ୍ୟ ସ୍କୁଲ ଯାଏ। ମୁଁ ସ୍କୁଲ ରୁ ଫେରିବା ପରେ ସେ ଘରକୁ ଫେରନ୍ତି।

ସିଏ ବାହାଘର ପୁର୍ବରୁ ଯେଉଁ ଘରେ ରହୁଥିଲେ, ସେ ଘର ବାହାଘର ପରେ ଛାଡ଼ି ଆମେ ଗୋଟିଏ ନୂଆ ଘର ନେଇ ଥିଲୁ।କେତେ ଥର ମୁଁ ଲକ୍ଷ୍ୟ କରିଛି ତାଙ୍କ ID-card ମୋତେ ଦେଖାନ୍ତି ନାହିଁ।

 ଏମିତି କିଛି ଦିନ ପରେ ସେ ରହୁଥିବା ପୁରୁଣା ଘର ପାଖର ଜଣେ ବ୍ୟକ୍ତି ମୋ ସ୍କୁଲକୁ ଆସିଥିବା ବେଳେ ମୋ ସହ ପରିଚିତ ହେଇଥିଲେ। କେବେ ସେ ଆମକୁ ଏକାଠି ଦେଖିଥିଲେ।ତେଣୁ ଉତ୍ତମଙ୍କ କଥା ପଚାରୁ ପଚାରୁ ଜଣା ପଡ଼ିଲା ସେ କମ୍ପାନି ଚାକିରି ନୁହେଁ    TV ମେକାନିକ

ଥିଲେ। ମୁଁ ସେଇ ଭଦ୍ର ବ୍ୟକ୍ତିଙ୍କ କଥା ପ୍ରଥମେ ବିଶ୍ୱାସ କରି ନ ଥିଲି। ପରେ ଟିକେ ସନ୍ଦେହ ହେଲା, ତେଣୁ ଉତ୍ତମଙ୍କୁ ଟିକେ ପଚରା ଉଚରା କରିବା ଫଳରେ ସେ ମୋ ଉପରେ ରାଗିଗଲେ ଏବଂ ସେମିତି ହେଲେ ତୁମେ ମୋତେ ଛାଡ଼ି ଯାଇ ପାର ବୋଲି ଚରମ ବାଣୀ ଶୁଣାଇ ଦେଲେ।ମୁଁ ମଧ୍ୟ ରାଗରେ ତାଙ୍କୁ ଯାହା ଇଚ୍ଛା ତାହା କହି ଗଲି। ସେ ମଧ୍ୟ କ୍ରୋଧରେ ଘରୁ ବାହାରି ଗଲେ।ମୁଁ ତାଙ୍କୁ ଅଟକାଇଲି ନାହିଁ।ସିଏ ଗଲେ ଯେ ଗଲେ ରାତି ଯାଇ ସକାଳ ହେଲା ଆଉ ଫେରିଲେ ନାହିଁ।

ମୁଁ ପ୍ରକୃତ କଥା ବୁଝିବା ପାଇଁ ସେଇ ଭଦ୍ରବ୍ୟକ୍ତିଙ୍କ ସହିତ ସମ୍ପର୍କ କଲି।ସେ ଯାହା ସବୁ କହିଲେ ମୋ ପାଦ ତଳୁ ମାଟି ଖସିଗଲା ।

      ସେ ଜଣେ ମେକାନିକ ଗୋଟିଏ ଫାର୍ମ ରେ ଚାକିରି କରନ୍ତି।ପ୍ରକୃତରେ ତାଙ୍କ ନାଁ ଉତ୍ତମ ନ ଥିଲା

ସେ ମୋତେ ମିଛ କହୁଥିଲେ।ମୋ ଚାକିରି ଆଉ ରୂପ ଦେଖି ସେ ମୋତେ ବିବାହ କରିଥିଲେ।ପୁଣି ଗାଁ ରେ ତାଙ୍କର ଆଉ ଜଣେ ବିବାହିତ ସ୍ତ୍ରୀ ଅଛନ୍ତି।

 ଏତେ ସବୁ କଥା ଜାଣିବା ପରେ ମୁଁ ଆଉ କାହାକୁ ମୁହଁ ଦେଖାଇବା ଅବସ୍ଥା ରେ ନ ଥିଲି।ଭାବିଲି ଉତ୍ତମ ଆସିଲେ ତାଙ୍କୁ ଏ ସମ୍ପର୍କରେ ପଚାରିବି।କାହିଁକି ମୋତେ ସେ ମିଛ କହିଥିଲେ।

ହେଲେ ସେ ଆଉ ଫେରିଲେନି ......

 ଦିନେ ମୁଁ ବହୁତ ଅସୁସ୍ଥ ଅନୁଭବ କଲି, ପିରିୟଡ଼ ମିସ୍ ହେବା ପରେ ମନରେ ଭୟ ଆସିଲା।test ରୁ ଜଣା ପଡ଼ିଲା ମୁଁ ମା ହେବାକୁ ଯାଉଛି।

ଏବେ ମୁଁ ନିଜକୁ ଅତ୍ୟନ୍ତ ଅସହାୟ ମନେ କଲି।ବହୁତ ଚେଷ୍ଟା କଲି ଉତ୍ତମ ଙ୍କ ସହିତ ସମ୍ପର୍କ କରିବା ପାଇଁ।

ହେଲେ ସମ୍ପୂର୍ଣ ବିଫଳ ହେଲି, ସେ ମୋତେ ବହୁତ କଥା ଲୁଚାଇ ରଖିଥିଲେ।ଏବେ ମୁଁ କଣ୍ କରିବି ଉପାୟ କିଛି

ଦିଶୁ ନ ଥାଏ।

 ଦିନେ ସ୍କୁଲ ଗଲେ ଦିନେ ଯାଏନା, ଦେହ ଖରାପ ଲାଗୁଥାଏ।କାହାକୁ ଦାୟୀ କରିବି, ନିଜ ହାତରେ ଅର୍ଜନ

କରିଛି।

ସେତେ ବେଳେ ମନେ ପଡ଼ିଲା ନନା ଙ୍କ କଥା।ବୋଉ ର ମୁହଁ ଆଉ ନାନୀର ସ୍ନେହ।କାନ୍ଦି କାନ୍ଦି ଲୁହ ସୁଖି ଗଲାଣି ଏବେ ଭୟ ଲାଗିଲାଣି ଆଗକୁ କଣ ହେବ।ପିଲା ଟିଏ ଆସିଲେ ଏ ସମାଜ ରେ ତା ସ୍ଥିତି କେଉଁଠି ରହିବ।

 ଅନେକ ଚିନ୍ତା କରି ଘରକୁ ଫେରିବାକୁ ନିଷ୍ପତ୍ତି ନେଲି।

ନନାଙ୍କ ଭୟ ଠାରୁ ସମାଜ ର ଅପନିନ୍ଦା ବେଶି ଘାରୁ ଥିଲା ମୋତେ।ଘରକୁ ଫେରିବା ପରେ ନନା ଙ୍କ ରାଗ ଠାରୁ ବୋଉ ର ନିରବତା ବେଶି ଅସହ୍ୟ ଥିଲା।

ଏ ଭିତରେ ନନା ସବୁ ଆଗରୁ ଜାଣି ସାରିଥିଲେ ବୋଲି ନାନୀ ମୋତେ କହିଲା।

ସେ ପୁଅ ତୋତେ ଦିନେ ଠକି ଦେଇ ଯିବ ଏବଂ ତୁ କଳଙ୍କର ଅଲିଭା ଦାଗ ନେଇ ଫେରିବୁ ବୋଲି ବାରମ୍ବାର କହୁଥିଲେ।ଏବେ ସେଇ କଥା ଘଟିଲା।

ବୋଉ ଦୁଃଖରେ ଲଜ୍ଜ୍ୟାରେ ତୁ ଗଲା ଦିନ ଠାରୁ ନିରଵି

ଯାଇଛି।ବେଳେ ବେଳେ ମନକୁ ମନ କିଛି ଗପୁଛି।

 ନାନୀ ର ବାହାଘର ପ୍ରସ୍ତାବ ଆସୁଥିଲେ ମଧ୍ୟ କେଉଁ ଠାରେ ହୋଇ ପାରୁ ନ ଥିଲା। ଦୁଇ ଦୁଇ ଟା ଭଉଣୀ ଥାଇ ଭାଇ ବାହା ହେବାକୁ ରାଜି ହେଉ ନ ଥିଲା।

ବୋଉ ବେଳକୁ ବେଳ ମାନସିକ ଭାରସାମ୍ୟ ହରାଉ

ଥିଲା, ନନା ସବୁ ଦେଖି ଚୁପ୍ ରହୁଥିଲେ।ନାନୀ ପ୍ରତି ଦିନ ମୋତେ ଦୋଷ ଦେଇ ଚାଲିଥିଲା ।ଆଉ ମୁଁ କଳଙ୍କ ର ଅଲିଭା ଦାଗକୁ ଲିଭାଇ ପାରୁ ନଥିଲି।


Rate this content
Log in

Similar oriya story from Abstract