Krushnapriya Mohapatra

Action Classics Fantasy

4.5  

Krushnapriya Mohapatra

Action Classics Fantasy

ଉତ୍ତରଣ

ଉତ୍ତରଣ

5 mins
7


                 

           ପୌରସଦନରେ ଆଜି ଜବରଦସ୍ତ ଭିଡ଼, ଅନେକ ସ୍ବନାମଧନ୍ୟ ବୁଦ୍ଧିଜୀବୀଙ୍କ ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯିବ l ଚଳ ଚଞ୍ଚଳ ହୋଇଉଠିଛି ସଭାମଞ୍ଚ l ସମ୍ମାନନୀୟ ଅତିଥିଗଣ ଉପସ୍ଥିତିରେ ମଞ୍ଚରେ ଘୋଷଣା କରାଗଲା...... " ପ୍ରିୟା ମହାନ୍ତି,Best fashion designer of the year., " କରତାଳିରେ ସଭାଗୃହ ପ୍ରକମ୍ପିତ ହୋଇ ଉଠିଲା l ଅନିଚ୍ଛା ସତ୍ୱେ ପ୍ରିୟା ଉଠିଲା ନିଜ ସିଟରୁ ଏବଂ ଧୀରେ ଧୀରେ ମଞ୍ଚ ଉପରକୁ ଯାଇ ଅତିଥିଙ୍କ ଠାରୁ ମାନପତ୍ର ଏବଂ ଟ୍ରଫି ଗ୍ରହଣ କଲା,          

   ହେଲେ ଇଏ କଣ!!! ମିସ ମହାନ୍ତିଙ୍କ ସମ୍ପୂର୍ଣ୍ଣ ଅବୟବ ଯେ ବସ୍ତ୍ରରେ ଆବୃତ l ସମସ୍ତଙ୍କ ମନରେ ପ୍ରିୟା ମହାନ୍ତିଙ୍କୁ ଦେଖିବାକୁ ଅନେକ ଉତ୍କଣ୍ଠା, ଏତେ ବଡ଼ ସମ୍ମାନ ପାଉଥିବା ମହିଳା ଜଣଙ୍କ ନିଜର ଚେହେରା ଆବୃତ କରିଛନ୍ତି କାହିଁକି??? ଏହା ପଛରେ ଥିବା କାରଣ ଯେ କଣ ହୋଇପାରେ,କେହି ବୁଝି ପାରୁ ନ ଥାଆନ୍ତି l

  ମଞ୍ଚ ଉପରୁ ଓହ୍ଲାଇବାକୁ ଉଦ୍ୟତ ହେବା ବେଳେ ମଞ୍ଚ ତଳେ ଥିବା ସାମ୍ବାଦିକ ଘେରିଗଲେ ""ମିସ୍ ମହାନ୍ତି, ଆପଣଙ୍କ ଜୀବନର ଏଇ ଖୁସିର ମୁହୂର୍ତ୍ତରେ କିଛି କୁହନ୍ତୁ??"

- ପ୍ରିୟା ନିଜକୁ ଗଣମାଧ୍ୟମ,ସାମ୍ବାଦିକ ମାନଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରେ କେବଳ ପ୍ରଣତୀର ଅନୁରୋଧରେ ସେ ମଞ୍ଚ ଉପରକୁ ଯିବାକୁ ରାଜି ହୋଇଥିଲା l

ତେଣୁ ସେଠାରୁ ଖସିବାକୁ ଆପ୍ରାଣ ଉଦ୍ୟମ କରୁଥାଏ l ମନରେ ବିରକ୍ତି ଆଉ ଉଦବିଗ୍ନତା l

କିନ୍ତୁ ସାମ୍ବାଦିକମାନେ ପ୍ରିୟାକୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥାଆନ୍ତି .......

 "-ମାମ୍ ଆପଣଙ୍କ ଏଇ ସମ୍ମାନ ପାଇବା ପଛରେ କାହାର ପ୍ରେରଣା ଥିଲା, ନା ଆପଣ ନିଜ ମନର ସୌକ ପାଇଁ ଏ ସବୁ କରୁଥିଲେ?? ପ୍ଲିଜ଼ କିଛି କୁହନ୍ତୁ?? " ପ୍ଲିଜ଼ ମାମ୍ one bite only please

  ପ୍ରିୟା ଦ୍ୱନ୍ଦ୍ୱ ରେ ପଡିଗଲା, କେମିତି କହିବ, କଣ ବା କହିବ ଯେଉଁ ପରିସ୍ଥିତି ତାକୁ ଦିନେ ବାଧ୍ୟ କରିଥିଲା ଦୁନିଆଁ ଆଗରେ ନିଜର ଚେହେରା ଲୁଚେଇବା ପାଇଁ l ଆଜି ସେ କଥା କେମିତି କହିବ l ପାଦ ତାର ଅଟକି ଥିଲା ମଞ୍ଚ ଉପରେ କିନ୍ତୁ କହିବ କଣ ??? ଆଉ ଥରେ ଉପହାସର ପାତ୍ରୀ ହେବାକୁ ଚାହେଁନାହିଁ ସେ l

   ହଠାତ୍ କେହି ଜଣେ ଦର୍ଶକ ଭିତରୁ କହିବାର ଶୁଭିଲା, ମୁଁ କହିବି

ତା ଜୀବନର ଏଇ ଉତ୍ତରଣ ପଛର କାହାଣୀ l

ସମସ୍ତଙ୍କ ନଜର ଦର୍ଶକ ମାନଙ୍କ ଆଡକୁ ଚାଲିଗଲା କିଏ????

 ମୁଁ ପ୍ରଣତି , ପ୍ରିୟାର ଅନ୍ତରଙ୍ଗ ବାନ୍ଧବୀ!!! ମୁଁ କହିବି ତା ଜୀବନର ଅକୁହା କାହାଣୀ, ଯାହାକୁ ପ୍ରିୟାଠାରୁ ମୁଁ ବେଶି ଜାଣିଛି ଆଉ ବୁଝିଛି l ଜୀବନର ଝଡ଼ ଝଞ୍ଜାକୁ ଅତିକ୍ରମ କରି ଯିଏ ଆଜି ତା ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛି,ସମାଜର କଟୁ ପରିହାସକୁ ଯିଏ ବିଷ ପରି ପିଇଛି,ଆଉ ସ୍ବପ୍ନକୁ ସାକାର କରିବା ପାଇଁ ଦୁନିଆଁ ସହିତ ଲଢ଼ିଛି,ତାରି କଥା ମୁଁ ଆଜି କହୁଛି....…l

 ପ୍ରଣତି ମଞ୍ଚରେ ଠିଆ ହୋଇଥିବା ପ୍ରିୟାର ମୁହଁକୁ ଅନାବୃତ କରିଦେଲା ଅଚାନକ l ପ୍ରଣତୀର ଏପରି କରିବା ପରେ ପ୍ରିୟା କିଛି କ୍ଷଣ ପାଇଁ କ୍ରୋଧିତ ହୋଇ ଯାଇଥିଲା,ଆଉ ତା ଆଖିରୁ ବୋହୁଥିଲା ଅନର୍ଗଳ ଲୁହ ପ୍ରଣତି ମଧ୍ୟ ନିଜ ଲୁହକୁ ଅଟକାଇ ପାରି ନ ଥିଲା l

ଦର୍ଶକ, ଗଣମାଧ୍ୟମ ଏବଂ ମଞ୍ଚାସୀନ ଅତିଥି ସ୍ତବ୍ଧ ହୋଇଯାଇଥିଲେ ସବୁଠାରେ ଯେମିତି ନୀରବତା ଛାଇଗଲା l ପ୍ରିୟାର ମୁହଁରେ ଥିଲା ଅସଂଖ୍ୟ ଭାତୁଲୀ ଯାହା ତାର ମୁହଁକୁ କରିଦେଇଥିଲା କଦାକାର, କୁତ୍ସିତ

ବିଭତ୍ସ l ଓଃ.... ଘୃଣାରେ ସମସ୍ତେ ମୁହଁ ବୁଲେଇ ନେଇଥିଲେ l

 ପ୍ରଣତୀ କହିଲା " ପ୍ରିୟା କଣ ପାଇଁ ଏ ଦୁନିଆଁକୁ ସାମ୍ମା କରୁ ନ ଥିଲା ଦେଖିଲେ ତ??? ଏବେ ଶୁଣନ୍ତୁ ତା'ଜୀବନର ସଂଘର୍ଷ ମୟ କାହାଣୀ ......

" ପ୍ରିୟାର ଚେହେରାରେ ଜନ୍ମରୁ ଏମିତି କିଛି ସମସ୍ୟା ନ ଥିଲା, ତାକୁ ଅଠର ଉଣେଇଶ ବର୍ଷ ବୟସ ହୋଇଥାଏ ଜର ହେଲା, ଜର ପାଇଁ ଔଷଧ ଖାଇବା ପରେ ଜର କମିଗଲା କିନ୍ତୁ ତା ପରେ ମୁହଁ ଆଉ ଦେହର ଅନେକ ସ୍ଥାନରେ ରିବି ରିବି ଘିମିରି ପରି କିଛି ଦେଖାଗଲା l ଅନେକ ପ୍ରକାର ଚିକିତ୍ସା ସତ୍ୱେ ସେ ଗୁଡିକ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା l

    ଚିକିତ୍ସାର ସମସ୍ତ ଉପାୟ କରିସାରିବା ପରେ ହାରିଯାଇଥିଲେ ପରିବାର ଲୋକ l

    ତାର ଏଇ ରୋଗ ଅନ୍ୟମାନଙ୍କୁ ସଂକ୍ରମଣ କରିବ ନାହଁ ତ ?

ତାକୁ ଭାବିବାକୁ ବାଧ୍ୟ କଲା ଯେତେବେଳେ ସମସ୍ତେ ତା ଠାରୁ ଦୂରେଇ ରହିଲେ l ପରିଚିତ ଲୋକମାନେ ଆହା ଚୁ ଚୂ କଲେ l ସମ୍ଭାଳି ପାରିଲାନି ପ୍ରିୟା ଏ ସବୁ ଘର ଛାଡିବାକୁ ନିଷ୍ପତ୍ତି ନେଲା l

   ଷ୍ଟେସନର ଗୋଟିଏ କଣରେ ଥିବା ସିମେଣ୍ଟ ବେଞ୍ଚ ଉପରେ ଅନ୍ୟମନଷ୍କ ହୋଇ ବସିଥାଏ ପ୍ରିୟା l ଗୋଟିଏ ବ୍ୟାଗରେ ସାମାନ୍ୟ କିଛି ଲୁଗାପଟା ଏବଂ ଜୀବନର ପୁଞ୍ଜି କିଛି ସାର୍ଟିଫିକେଟ l ମନରେ ସମାଜ ପ୍ରତି ବିଦ୍ରୋହ ଓ ନିଜ ଶରୀରରେ ହୋଇଥିବା ରୋଗ ପାଇଁ ଭଗବାନଙ୍କ ଠାରେ ଅଭିମାନ, ଜୀବନର ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଏକ କଠୋର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା l ସବୁ କଷ୍ଟକୁ ହଜମ କରିଦେଉଥିଲା ହେଲେ ଯେଉଁଦିନ ବିକ୍ରମ ତାକୁ ଘୃଣା କରିବା ଆରମ୍ଭ କଲା ସେତେବେଳେ ଭାଙ୍ଗି ପଡିଲା ସେ ଭିତରୁ l ବିକ୍ରମ ଥିଲା ତା ଜୀବନର ସବୁଠାରୁ ବଡ଼ ଦୁର୍ବଳତା l ତା ସହିତ ଦେଖିଥିଲା ଜୀବନର ଅନେକ ସୁନେଲି ସ୍ବପ୍ନ........ହେଲେ ତାକୁ ନୁହେଁ ବିକ୍ରମ ତା ଚେହେରାକୁ ଭଲ ପାଉଥିଲା l

ଦୁଇ ଦୁଇ ଥର ଚେଷ୍ଟା କରିଛି ସେ ଜୀବନ ହାରିବାକୁ, ହେଲେ ସଫଳ ହେଲାନି l ଏଇଠି ସେ ମନସ୍ତ କଲା ନା ମୋତେ ବଞ୍ଚିବାକୁ ହେବ ଏହାକୁ ନେଇ l ଏହାହିଁ ବୋଧେ ଲେଖା ଅଛି ମୋ ଭାଗ୍ୟରେ l

......ମୁଁ ସେ ଦିନ ଫେରୁଥାଏ ନିଜ ଗାଁ ରୁ ସହର ଅଭିମୁଖେ l ପ୍ରିୟାକୁ ଏକୁଟିଆ ଷ୍ଟେସନରେ ଦେଖି କାରଣ ପଚାରି ଜାଣିଲି ତା ମନର ଯନ୍ତ୍ରଣା, ଯାହା ମୋତେ ବ୍ୟଥିତ କରିଥିଲା l କହିଲା ମୋର ଏଇ ଭାତୁଲୀ ସାରା ଶରୀରରେ ମାଡି ସାରିଲାଣି, ଡାକ୍ତର ଏହାକୁ ବଂଶଗତ ବୋଲି କହୁଛନ୍ତି, ଯାହା ଆଗକୁ କମିବନି ବରଂ ବଢ଼ି ପାରେ l ତେଣୁ ଏ ପରି ଗୋଟିଏ ରୋଗକୁ ମୋତେ ଜୀବନ ସାରା ଭୋଗିବାକୁ ପଡିବ l ମୋର ଏ ରୋଗ ହେବା ପରେ ଘରେ ଅନ୍ୟ ଭଉଣୀ ମାନଙ୍କର ବିବାହରେ ବାଧା ସୃଷ୍ଟି କରିପାରେ ବୋଲି ମା ବାପାଙ୍କ ଚିନ୍ତା ମୋ ପାଇଁ ଅସହ୍ୟ ଥିଲା ଶେଷରେ ନିଷ୍ପତ୍ତି ନେଲି ଘର ଛାଡି ଵହୁ ଦୂରକୁ ଚାଲିଯିବି ଆଉ ନିଜକୁ ଏ ସମାଜ ଠାରୁ ଦୂରେଇ ରଖିବି l ପରିବାରରେ ବୋଧେ ଏଇଆ ଚାହୁଁ ଥିଲେ ଅଥଚ କହି ପାରୁ ନ ଥିଲେ l

    "" ଆଉ ସବୁ ସ୍ବପ୍ନକୁ ଜଳାଞ୍ଜଳି ଦେଇଦେଲୁ??? ମୁଁ ପଚାରିଲି

ସେ କହିଲା କେଉଁ ସ୍ବପ୍ନ?? ମୁଁ ତାକୁ ଭୁଲି ଗଲିଣି, ଯେଉଁ ସ୍ବପ୍ନକୁ ପାଇବା ଅସମ୍ଭବ ତାକୁ ଭୁଲିଯିବା ହିଁ ଉଚିତ l

କିଏ କହିଲା.....ଦେଖିଥିବା ସ୍ବପ୍ନ ଭୁଲିବାକୁ ନୁହେଁ ବରଂ ସ୍ବପ୍ନ ଦେଖି ତାକୁ ପୂରଣ କରିବାକୁ ହୁଏ କାୟମନୋବାକ୍ୟରେ l

     ବହୁତ କିଛି ବୁଝାଇ ତାକୁ ନେଇ ଆସିଲି ମୋ ସହିତ l ଯେହେତୁ ସ୍କୁଲ ଠାରୁ କଲେଜ ଯାଏଁ ମୁଁ ପ୍ରିୟାର ଅନ୍ତରଙ୍ଗ ଥିଲି  ତା'ଭିତରେ ଥିବା କଳାତ୍ମକ ଦିଗଟିକୁ ଆବିଷ୍କାର କରିଥିଲି l ଶ୍ରେଣୀରେ ବସି ବସି ସେ ଆଙ୍କେ ଚିତ୍ର ସେଇ ଚିତ୍ରରେ ଥାଏ ବିଭିନ୍ନ ପୋଷାକର ରୂପରେଖ l ଅନେକ ଥର ସେ କହେ ମୁଁ ମୋ ଦ୍ୱାରା ପ୍ରସ୍ତୁତ ପୋଷାକ ପିନ୍ଧି ମଡେଲ ହେଇ ରାମ୍ପରେ କ୍ୟାଟୱାକ୍ କରିବି I ଏବେ ସମୟ ସେଇ ସ୍ୱପ୍ନକୁ ଭୁଲି ଯିବାକୁ ତାକୁ ବାଧ୍ୟ କରୁଛି l ଏଇ କଦାକାର ରୂପକୁ ନେଇ କେଉଁ କାମ କରିବ ସେ l କିଛି ନ କରି ପାରିଵାକୁ ନେଇ ଅନେକ ଅବସୋସ ତା ମନରେ l

   ମଞ୍ଚରେ ଦର୍ଶକ ସ୍ତବ୍ଧ ହୋଇ ଶୁଣୁ ଥାଆନ୍ତି, ପ୍ରଣତି କହି ଚାଲିଥାଏ.....

     ମୋ କଥାରେ ଅନୁପ୍ରାଣିତ ହୋଇ ସେ ଫ୍ୟାସନ ଡିଜାଇନିଂ ପାଠ୍ୟକ୍ରମରେ ଭର୍ତ୍ତି ହୋଇଗଲା l ସେଠାରେ ମଧ୍ୟ ସେଇ ସମାନ ପରିସ୍ଥିତିକୁ l ଏପରି ଏକ ରୋଗକୁ ନେଇ ନାନା ଟୀକା ଟିପ୍ପଣୀ, ମନ ମରିଯାଏ ତା'ର, ମୋ ପାଖରେ ଦୁଃଖକୁ କହେ, ମୁଁ ତାକୁ ହାରି ଯିବାକୁ ଦିଏନି l ଆସ୍ତେ ଆସ୍ତେ ଦେହସୁହା ହୋଇଯାଏ ସବୁକିଛି l ନିଜ ଚେହେରାକୁ ଆବୃତ କରିବା ସହ ଖୁବ ପରିଶ୍ରମ ନିଷ୍ଠା ସହ ଅନେକ ଅଧ୍ୟବସାୟ ବଳରେ ସବୁ ବାଧା ବିଘ୍ନକୁ ଦୂରେଇ ଆଜି ସେ ଏଇ ସ୍ଥାନରେ ପହଞ୍ଚି ପାରିଛି l ତା ସ୍ବପ୍ନ ଆଜି ସାର୍ଥକ ହୋଇଛି l ସେତେବେଳକୁ ପ୍ରିୟା ଟିକେ ପ୍ରକୃତିସ୍ଥ ହୋଇ ସାରିଥାଏ l ପ୍ରଣତି ହାତରୁ ମାଇକ୍ରୋଫୋନ ନେଇ ତା ଜୀବନର ସଫଳ କାହାଣୀ ଲେଖିଥିବା ତା ସାଙ୍ଗକୁ ଧନ୍ୟବାଦ ଜଣାଏ l ମଞ୍ଚାସୀନ ଦର୍ଶକ ମାନଙ୍କୁ ଅଭିବାଦନ କରେ l

    ପ୍ରିୟା କହିଲା " କେବେ କୌଣସି ମଣିଷର ବାହ୍ୟ ରୂପକୁ ଶାରୀରିକ ଅକ୍ଷମତାକୁ ସମ୍ପୂର୍ଣ୍ଣ ଜୀବନର ମାନଦଣ୍ଡ ବୋଲି ମାନି ନ ନେଇ ବରଂ ଏମିତି ପରିସ୍ଥିତିରେ ଘର ଓ ପରିବାର ସେଇ ବ୍ୟକ୍ତିର ହାତ ନ ଛାଡି ତାକୁ ପ୍ରେରଣା ଦେବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରେ l

ସଭାକକ୍ଷ ପୁଣିଥରେ କରତାଳିରେ ଗୁଞ୍ଜରିତ ହୋଇଉଠିଲା , ଦର୍ଶକ ମାନେ ନିଜ ନିଜ ସ୍ଥାନରେ ଠିଆ ହୋଇପଡି ଅଭିବାଦନ ଜଣାଉଥିଲେ ତାକୁ l ପ୍ରିୟା ସେ ଦିନ ଘୋଷଣା କଲା ଆଜି ଠାରୁ ମୁଁ ନିଜ ଚେହେରାକୁ ଆବୃତ କରି ରଖିବିନାହିଁ l ଯାହା ଦ୍ୱାରା ପରବର୍ତ୍ତୀ ପୀଢ଼ି ମୋର ଏଇ ନିଷ୍ପତ୍ତିରେ ଅନୁପ୍ରେରିତ ହେବେ l

               

                             

   


Rate this content
Log in

Similar oriya story from Action