Satyabati Swain

Romance Action

4.1  

Satyabati Swain

Romance Action

ସୋନା ଲବସ୍ ସଞ୍ଜୟ

ସୋନା ଲବସ୍ ସଞ୍ଜୟ

7 mins
482



ସୋନା ହାତରେ କଳସୀ।କଳସୀ ଭିତରେ ମୁଠେ ପାଉଁଶ।ପାଉଁଶ ଭିତରେ ସଞ୍ଜୟ ! ଏତେ ଛୋଟ ପାତ୍ରରେ ସଂଜୟ ତୁମେ କେମିତି ଶୋଇଛ । ସଂଜୟ ଶୁଣୁଛ ତୁମ ଛଅ ଫୁଟ୍ ଶରୀର ଏ କଳସୀ ଭିତରେ କେମିତି ଜାକି ଜୁକି ହୋଇ ରହିଛି। ଅଣ ନିଃଶ୍ଵାସୀ ଲାଗୁନି ତୁମକୁ ? ସଞ୍ଜୟ ପ୍ଲିଜ଼ କିଛି ତ କୁହ? ତୁମ ବକ୍ ବକ୍ ଚିଡିଚିଡି ସବୁ ମୁଁ ମିସ୍ କରୁଛି।ଏମିତି କିଏ ରାଗେ ! ବେଲଣା କାଠି ଫିଙ୍ଗି ଦେଖ ଏ ମୁଣ୍ଡର ଦାଗ ଏଯାଏ ପୁରିନି। ଗଭୀର ବ୍ରାଉନ କଲର୍ ରଙ୍ଗ ଦାଉ ଦାଉ ହୋଇ ତୁମ ଅତ୍ୟାଚାର କଥା କହୁଛନ୍ତି। ଆଉ ସେଦିନ ସିଡିରୁ ପେଲିଦେଲ।ଦେଖ୍ ଭଲ ହୋଇଥିଲେ ବି ଗୋଡ଼ଟି କେମିତି ବଙ୍କା ହୋଇ ଯାଇଛି।


ସଂଜୟ ଏସବୁ ଅତ୍ୟାଚାରକୁ ଆସ୍ତେ ଆସ୍ତେ ତୁମ ସହ ଭଲ ପାଇ ଯାଇଥିଲି।ମୋତେ ମୋ ଭଲ ପାଇବା ଦରକାର।ଫିଙ୍ଗା ଫିଙ୍ଗି ହର ଦମ୍ ଝିକ୍ ଝିକ୍ ,ଝଗଡା ମୋର ଦରକାର ସଂଜୟ।ସତ କହୁଛି ଓଲଟା ଜବାବ ଦେବିନି।ଯାହା କୁହ ଯେତେ ପିଟ ମାର ସବୁ ସହିବି।ତୁମେ କଳସୀ ଭିତରୁ ବାହାରି ଆସ ସଂଜୟ।


ମନେ ଅଛି ସଂଜୟ ! ମୋ ସହ ତୁମ ପ୍ରଥମ ସାକ୍ଷାତ।ସୋମା ଦି ନଣନ୍ଦ ରିମି ନାନୀ ବାହାଘର ଦିନ ତୁମେ ବର ଯାତ୍ରୀ ଗହଣରେ ପେଟେ ପିଇ ଦେଇ ଭକ୍ ଭକ୍ ବାନ୍ତି କରି ବେହୋସ୍ ହୋଇ ଲମ୍ବ ଜାଲି ପଡି ଥିଲ ବାଡ଼ି ପଟେ। କୁମ ,ଦୀପା ଓ ମୁଁ ଖନ୍ଦା ଶାଳରୁ ଖାଦ୍ୟ ନେଇ ଗାଁ ରେ ସାଇ ପଡ଼ୋଶୀଙ୍କ ଘରେ ଘରେ ବାଣ୍ଟୁ ଥିଲୁ।ଖାଦ୍ୟ ବାଲ୍ଟି ଭର୍ତ୍ତୀ କରି ନେଲା ବେଳେ ହଠାତ କୁମ ଇଲୋ ମା ଲୋ କହି ଦୀପା କୁ କୁଣ୍ଢେଇ ପକାଇଲା। ଆରେ କଣ ହେଲା? ଏମିତି ଡରିଲୁ?


ଭୂତ ସୋନା ,ଆଙ୍ଗୁଠି ଦେଖାଇ ସେ କହିଲା।ଦେଖ୍ କେମିତି ପଡିଛି ସେଠି।


ଭୂତ !! ବାହାଘର, ଘୋ ଘୋ,ଚାରିଆଡ଼ ଲାଇଟି ବାଜା ରୋଷଣୀରେ ଫାଟି ପଡୁଛି, ଏଠି ପୁଣି ଭୂତ!


ଦେଖୁନ ସେଇ ଖତ ଗଦା ପାଖରେ କିଏ?


ଓଃ ହଁ ତ କିଏ ସେଠି ଶୋଇଛି?ଚାଲ ଚାଲ ଦେଖିବା।


ନାଇଁ ଲୋ ମା ମୁଁ ଯିବିନି।


ହେ ଛେରୁଆ ଟା।ଟିକେ ଖଡ଼ କି ହେଲେ ଡରିଲୁ?ଗୋଟା ସୁଦ୍ଧା ମଣିଷଟା ଦେଖା ଯାଉଛି ୟାକୁ ଭୂତ ଲାଗୁଛି।


ଦୀପା କହିଲା ହଁ ସୋନା ଠିକ୍ କହୁଛି ସେ ଲୋକଟାଏ, ଭୂତ ନୁହଁ।ହେଲେ ଏପରି ଅପରିଷ୍କାର ଜାଗାରେ ଶୋଇଛି କାହିଁକି?


ଚାଇଲ ଚାଇଲ ଦେଖିବା। ତିନିହେଁ ଧରା ଧରି ହୋଇ ସେ ଲୋକ ପାଖକୁ ଗଲୁ।ଗାଁ ଭିତରକୁ ଯିବା ପାଇଁ ହାତରେ ଟର୍ଚ୍ଚ ଥିଲା।ଖତ ଗଦା ପାଖେ ଝାପ୍ସା ଆଲୁଅରେ ଅଳ୍ପ ଧାଢ଼ି ଥିବା ଯୁବକ ଜଣେ ଶୋଇଛି।ଟର୍ଚ୍ଚ ମାରି ଦେଖିଲୁ ବାନ୍ତି ଦେହ, ମୁହଁ ସାରା ଲାଗିଛି।ସାର୍ଟ ପ୍ୟାଣ୍ଟ ବି ବାନ୍ତିରେ ବୁଡିଛି।ତା ପାଖରୁ ବାହାରୁଛି ଉତ୍କଟ ମଦ ଗନ୍ଧ।ଆଉ ବୁଝିବାକୁ ବାକି ରହିଲା ନାହିଁ ଆମର ଘଟଣା।ପିଇ ଦେଇ କି ଉଦଣ୍ଡ ଡ୍ୟାନ୍ସ କରୁଥିଲେ ନିଶାରେ ଚୁର୍ ହୋଇ! ଏ ମହାଶୟ ପୁରା ଗଙ୍ଗା ସ୍ନାନ କରି ଦେଇଛନ୍ତି ମଦ ଟାଙ୍କିରେ ଡୁବ ପକେଇ।


କେଜାଣି ହୋଇଛି କଣ ଏ ପିଢ଼ିର ମଣିଷଙ୍କୁ।କି ମରଣମୁଖୀ ମାନସିକତା ! ମଦରେ ଗାଧୋଇବାରେ ଭାରି ସଉକ। ଆଜିକାଲିକା ଫେସନ କୁଆଡେ ଏ।ଟିକେ ଟିକେ କଥାରେ ବୋତଲ ବରାଦ।ମଜୁରିଆ ବୋତଲ ନ ପାଇଲେ କାମକୁ ଆସୁନି।ନନା ବୋତଲ ନ ନେଲେ ଯଜ୍ଞ କରୁନି। ବୋତଲ ନହେଲେ ଶବକୁ କାନ୍ଧ ଦେବାକୁ ବି ଅମଙ୍ଗ ସଭିଏଁ।ସୁଖ ଦୁଃଖ,ବିବାହ ବ୍ରତ,ପାର୍ଟି ପିକ୍ ନିକ୍ ,ଜନ୍ମ ଦିନ,ନାମ୍ ସଂକୀର୍ତ୍ତନ ଏପରି କି ଛୋଟ ବଡ଼ ଯେ କୌଣସି ଫଙ୍କସନ୍ ହେଲେ ଏବେ ଆଗ ଲୋଡ଼ା ବୋତଲ ମହାରାଜ ଜୀ।ନଚେତ ସବୁ କାମ ଅଚଳ।


ମୁଁ ଦଉଡ଼ି ଯାଇ ମୋ ଭିଣୋଇ ରାହୁଳ ଭାଇଙ୍କୁ ଡାକି ଆଣିଲି।ଲୋକଟିର ହୋସ୍ ନଥିଲା।ପାଣି ଛାଟିଲେ ବି ହୋସ୍ ଆସିଲା ନାହିଁ।ଏ ପିଲା ଆମ ଗାଁ କି ଚିହ୍ନା ଜଣା କେହି ନଥିଲା।ଏଣୁ ଏ ପିଲା ନିଶ୍ଚୟ ବର ପକ୍ଷର।ପିଇ ଦେଇଛି ଅତ୍ୟଧିକ ବୋଧେ।ସମ୍ଭାଳି ପାରି ନାହିଁ।ରାହୁଳ ଭାଇ ବରର ବଡ଼ ଭାଇ ପରେଶ ବାବୁଙ୍କୁ ଏ କଥା ଜଣେଇଲେ।


ସେ ଆସି ଚିହ୍ନଟ କଲେ ଓ ଆଶ୍ଚର୍ଯ୍ୟ ହୋଇ କହିଲେ ଏ ତ ସଂଜୟ।ଖୁବ୍ ସୁଧାର ପିଲାଟା।ଏବେ ଏବେ ବ୍ୟାଙ୍କରେ ଜବ୍ କରିଛି।ପିଆ ପିଇ ତ କରେନି! ବଦ୍ ମାସ ସାଙ୍ଗ ଗୁଡା ଜୋର ଜବରଦସ୍ତ ପିଆଇ ଦେଇଛନ୍ତି ବୋଧେ।କି ଅବସ୍ଥା କରିଛନ୍ତି ! 


ସେତେବେଳେ ଆମେ ଜାଣିଲୁ ଶବ ପରି ଅଧା ମଲା ପଡିଥିବା ଯୁବକ ନାଁ ସଂଜୟ।ତାକୁ ଟେକି ଟେକି ନେଇ ଗଲେ ଖଳା ବାଡ଼ି ଷ୍ଟୋର ଘରକୁ। ସେ ପର୍ଯ୍ୟନ୍ତ ବି ପିଲାଟାର ହୋସ୍ ଆସୁ ନଥାଏ। ବାଧ୍ୟ ହୋଇ ଦୁଇ ଜଣ ତାକୁ ପାଖ ହସ୍ପିଟାଲ କୁ ନେଇ ଗଲେ।


ରାହୁଲ ଭାଇ କହୁଥିଲେ ପିଲାଟା କୁଆଡେ ଦୁଇ ଦିନ ହସ୍ପିଟାଲରେ ରହିଲା।ଭାରି ସିରିଅସ୍ ହୋଇ ଯାଇଥିଲା।ତୁରନ୍ତ ଚିକିତ୍ସା କରି ନଥିଲେ ହୁଏତ ମରି ଯାଇଥାନ୍ତା। ନିଶ୍ଚିନ୍ତ ପିଲାଟିର ପିଆ ପେଇ ଅଭ୍ୟାସ ନାଥିଲା।ସାଙ୍ଗ ମାନେ ପ୍ରଥମ ଥର ଅତି ମାତ୍ରାରେ ପିଆଇ ଦେବାରୁ ତାର ଏପରି ଅବସ୍ଥା ହେଲା।


ସେଇ ପେଟେ ପିଇ ଖତଗଦା ପାଖେ ପଡିଥିବା ତୁମେ ସଂଜୟ। ଯାହାକୁ ଆମେ ତିନି ବାନ୍ଧବୀ ବଞ୍ଚାଇ ଥିଲୁ।ବାହା ଘର ପନ୍ଦର ଦିନ ପରେ ସୋମା ନାନୀ ଘର ଆଗରେ ଗୋଟେ ତାଭେରା ଗାଡି ଅଟକିଲା।କଲେଜ ଛୁଟି,ସମର ଭ୍ୟାକସନ୍।ଏଣୁ ମୁଁ ବାହାଘର ସରିଥିଲେ ବି ନାନୀ ପାଖେ ଥିଲି।ନାନୀର ଛଅ ମାସର ପୁଅ ବୁଟୁ।ବୁଟୁର ଦେଖା ଶୁଣା କରିବାକୁ ନାନୀ ମୋତେ କଲେଜ ଖୋଲିବା ଯାଏ ରହିବାକୁ କହିଲାରୁ ରହି ଯାଇଥାଏ।ପ୍ରକୃତ କଥା ନାନୀକୁ ମୁଁ ମୋ ମାମାଠାରୁ ବି ଖୁବ୍ ଭଲ ପାଏ।ତା ପାଖେ ସବୁବେଳେ ରହିବାକୁ ଭାରି ଇଚ୍ଛା ମୋର।ସୁଯୋଗ ମିଳିଲେ ଜମାରୁ ହାତ ଛଡା କରେନି।


ଗାଡିଟି ଅଟକିବା ଦେଖି ଆମେ ଭାବିଲୁ ରିମାନୀ ଆସିଲା।କିନ୍ତୁ ଆଶ୍ଚର୍ଯ୍ୟ ଅଚିହ୍ନା ଜଣେ ଅଙ୍କଲ ଓ ଆଣ୍ଟି ଗାଡି ଭିତରୁ ବାହାରିଲେ। ସେମାନେ ତୁମ ପାପା ଓ ମାମା ଥିଲେ।ତୁମ ଜୀବନ ବଞ୍ଚାଇ ଥିବାରୁ ସେମାନେ କୃତଜ୍ଞତା ଜଣାଇଇଁ ବାକୁ ମୋ ନାନୀ ଘରକୁ ଆସିଥିଲେ।


ରାହୁଳ ଭାଇ କହିଲେ ଆମେ ନୁହଁନ୍ତି ଆମ ସୋନା ଯୋଗୁଁ ଆପଣଙ୍କ ପୁଅ ବଂଚିଲା ଜାଣ ସେ ଆମକୁ ବ୍ୟସ୍ତ ହୋଇ ଜଣାଇଁ ନଥିଲେ ଆମେ ଏ ବାହାଘର ରୋଳ ଗୋ ଗୋ ଭିତରେ ତାକୁ ଦେଖି ପାରିଥାନ୍ତୁ ନା କିଛି ଜାଣି ପାରି ଥାନ୍ତୁ ! ଭାଇ ମୋତେ ଡାକି କହିଲେ ଏଇ ଝିଅ ମୋ ମିସେସ୍ ଙ୍କ ସାନ ଭଉଣୀ ଆପଣଙ୍କ ପୁଅ ଜୀବନ ବଞ୍ଚେଇଛି। ଯେତେ ସବୁ ଧନ୍ୟବାଦ ଏଇ ଆମ ଗେହ୍ଲଇ ରାଣୀକୁ ଦିଅନ୍ତୁ।


ନାଁ କଣ ଗେହ୍ଲା ଝିଅ? ସେମାନେ ପଚାରିଲେ।


ସୋନା।


ଖୁବ୍ ସୁନ୍ଦର ନାମ।


ରାଉଳ ବାବୁ କିଛି କୁହନ୍ତୁ ଆପଣଙ୍କୁ।କିନ୍ତୁ ସାହାସ ହେଉନି।କାଳେ କିଛି ଭାବିବେ...।


କଣ କହିବେ, ନିଃସଙ୍କୋଚରେ କୁହନ୍ତୁ।


ସୋନାକୁ ବୋହୁ କରି ନେବାକୁ ଆମର ଇଚ୍ଛା।


ବୋହୁ!! ଛୁଆଟା।ପ୍ଲସ ଥ୍ରୀ ଶେଷ ବର୍ଷ।ବହୁତ ପଢି ବଡ଼ ଅଫିସର ହେବାକୁ ଇଚ୍ଛା ତାର।ଅନେକ ସ୍ବପ୍ନ ଓ ସମ୍ଭାବନା ତା ଭିତରେ।


ଠିକ୍ ତ କିଏ ମନା କଲା।ଆମ ପୁଅ ଏଇ ବର୍ଷ ଜବ୍ ପାଇଛି।ଗୋଟିଏ ପୁଅ ସେ ଆମର।ସୋନା ଓ ସଂଜୟ ଖୁବ୍ ସୁନ୍ଦର ଯୋଡି ହେବେ।ଉପର ବାଲା ଏ ଯୋଡି ବନେଇଛନ୍ତି।ନାହିଁ କରନି ପୁଅ।ସୋନା ଆମର ଖୁବ୍ ପସନ୍ଦ ହୋଇଛି।ସେ ମ୍ୟାରେଜ ପରେ ବି ପଢି ପାରିବି।ତା ସ୍ୱପ୍ନର ଉଡାଣ ଭରି ପାରିବ।


ଏତେ ସୁନ୍ଦର ଘର ବର, ଶାଶୁ ଶଶୁର ପାଇଁ କେଉଁ ଝିଅବାଲା ଅରାଜି ହେବାର ପ୍ରଶ୍ନ ଉଠାନ୍ତା କି! ଏଣୁ ପ୍ଲସ ଥ୍ରୀ ପରୀକ୍ଷା ସରୁ ସରୁ ତୁମ ସହ ମୋର ମ୍ୟାରେଜ ହୋଇଗଲା।ସତ କହିବି ସଂଜୟ ଯେବେ ଠାରୁ ତୁମ ସହ ମୋର ମ୍ୟାରେଜ ପ୍ରସ୍ତାବ ପଡିଲା ସେବେଠାରୁ ମୁଁ ତୁମ ପ୍ରେମରେ ପଡି ଯାଇଥିଲି।ତୁମକୁ ନେଇ ଅନେକ ସ୍ୱପ୍ନ ବି ଦେଖୁଥିଲି ।ତୁମ କଥା ଭାବି, ତୁମ ଚେହେରା ମନ ପକାଇ ମୋ ମନ କୁରୁଳି ଉଠୁଥିଲା।ସତରେ ମୋତେ ପ୍ରେମ ହୋଇ ଗଲା।ତୁମକୁ ଜୀବନ ସାଥୀ ରୂପେ ପାଇ ମୁଁ ବହୁତ ଖୁସି ହୋଇ ଯାଇଥିଲି।


କିନ୍ତୁ ଖୁସିର ଆୟୁଷ ସବୁବେଳେ ଖୁ କମ୍।ମ୍ୟାରେଜ ବାଇଶି ଦିନ ପରେ ତୁମେ ତୁମ କର୍ମ ସ୍ଥଳୀ କୁ ଚାଲିଗଲ।ଆଠ ଦିନ ଭିତରେ ପତି ସୁହାଗ କେତେ ବୁଝିଥିଲି ଯେ।ତୁମେ ଗଲ ଯେ କାମର ଆଳ ଦେଖାଇ ଆସିବା ନାଁ ଧରିଲନି। 


ମୋ ଶାଶୁ ଶଶୁର ମୋତେ ନେଇ ତୁମ ପାଖେ ଛାଡି ଆସିଲେ।ସେଠାରେ ତୁମେ କଲେଜରେ ମୋ ଆଡ୍ମିସନ୍ କରିଦେଲ।ମୋ ଆଖିରୁ ଲିଭି ଲିଭି ଆସୁଥିବା ସ୍ୱପ୍ନ ଭରି।କିନ୍ତୁ ତୁମେ ମୋ ପାଖରେ ଥାଇ ବି ଖୁ ଦୂର ଦୂର୍ଲ ଲାଗୁଥିଲ।ଡେରି ରାତିରେ ଫେରୁଥିଲ।ତୁମେ କୁଆଡେ ପିଅନି! କାଇଁ ସେମିତି ଲାଗୁ ନଥିଲା। ପ୍ରାୟତଃ ତୁମେ ପିଉଥିଲ। ଯଦି ମ୍ୟାରେଜ ପୂର୍ବରୁ ପିଉ ନଥିଲ, ମ୍ୟାରେଜ ପରେ ପିଇଲ କାହିଁକି? ଏମିତି କେତେ ପ୍ରଶ୍ନ ମୋତେ ଛନ୍ଦୁଥିଲେ।


ଏମ୍ ସି କ୍ଲାସରେ ମୋର କ୍ଲାସ ମେଣ୍ଟ ନିତିନ୍ ତୁମକୁ ମୋର ମିଷ୍ଟର୍ ଜାଣି ବିସ୍ମୟ ହୋଇ କହିଲେ, ସଂଜୟ ତ୍ରିପାଠୀ ; ପଞ୍ଜାବ ନେସନାଲ୍ ବ୍ୟାଙ୍କର ଆସିଷ୍ଟାଣ୍ଡ୍ ମ୍ୟାନେଜର୍ ତୁମ ମିଷ୍ଟର୍!


ହଁ କାଇଁ କଣ ହେଲା କି? ତୁମେ ଜାଣିଛ ତାଙ୍କୁ?


ନମ୍ବର ୱାନ୍ ଫ୍ରଡ୍।ମ୍ୟାରେଜ୍ କରିଛି ତୁମ ସହ,ରଖିଛି ଆଉ ଜଣେ।


ଦୃଢ଼ ବିଶ୍ୱାସ ଥିଲା ମୋର ତୁମ ଉପରେ।ଏଣୁ ନିତିନ ଗାଲରେ ଠୋ  କରି କଷି ଦେଲି ।କି ଆସ୍ଫର୍ଦ୍ଧା ତୋର! ମୋ ମିଷ୍ଟର୍ ନାମରେ ଏତେ କଦର୍ଯ୍ୟ ମନ୍ତବ୍ୟ ଦେବ !!


ସେ ତାଛଲ୍ୟ କରି ହସି ହସି କହିଲେ ସବୁ ସ୍ତ୍ରୀ ଙ୍କ ଏମିତି ବିଶ୍ବାସ ତାଙ୍କ ମିଷ୍ଟର୍ ଗୋଟା ସୁଦ୍ଧା ରାମ।ବିଚରା କଣ ଜାଣନ୍ତି ଏ ଯୁଗ ସଂଜୟ ମାନଙ୍କ ପରମାନେଟ୍ ଘରେ ମନୋରଞ୍ଜନ କରିବାକୁ ଏକ ଓ ବାହାରେ ଅନେକ ଥାଆନ୍ତି।ତୁମେ ତ ସରଳ ଝିଅଟା, କି ବୁଝନ୍ତ ସଞ୍ଜୟର କାରନାମା।


ଓ ୟୁ ସଟ୍ଅପ୍ ନିତିନ୍, ତୁମେ ମୋ କ୍ଳାସ ମେଣ୍ଟ୍ ନଚେତ ତୁମକୁ ପୋଲିସରେ ଦିଅନ୍ତି।ନିତିନ୍ କହିଲେ ବିଶ୍ବାସ ହେଉନି ? ଥରେ ପଚାରି ପରୀକ୍ଷା କର ତ ସଞ୍ଜୟ ବାବୁଙ୍କୁ।ଭିତରେ କିନ୍ତୁ ଖୁବ୍ ଡରି ଗଲି। ହେ ପ୍ରଭୁ ନିତିନ୍ କଥା ମିଛ ହେଉ।ଯଦି ସତ ହୋଇଥିବ !!


ଅବଶ୍ୟ ସତ ହେବା ପାଇଁ ଅନେକ କାରଣ ଅଛି ମୋ ପାଖରେ। କିନ୍ତୁ ମିଛ ହେବା ପାଇଁ ଗୋଟେ ବି କାରଣ ନାହିଁ।ତଥାପି ବୋକା ହୃଦୟ ଚାହୁଁଛି ନିତିନ୍ କଥା ମିଛ ହେଉ!!କାହିଁକି ଏ ହୃଦୟ ନିଜ ସହ ଏମିତି ଛକାପଞ୍ଝା ଖେଳେ!ସବୁ ଜାଣିବି ନ ଜାଣିବା ଅଭିନୟ କରେ! ବୋଧେ ଭାଙ୍ଗିଯିବା ଭୟ ସବୁବେଳେ ଗ୍ରାସି ଥାଏ।


ସଞ୍ଜୟଙ୍କ ଉଦାସୀନତା, ଅତ୍ୟଧିକ ପିଇବା ମୋତେ କୁହୁଳି ଜଳାଏ।ପାରେ ନାହିଁ ସହ୍ୟ କରି ସଞ୍ଜୟ ଙ୍କ ଅଣ ଦେଖା ମୋ ପାଇଁ।ଦିନେ ସହିବା ସୀମା ଡେଇଁଗଲା ମନ।ରାତି ଅଧରେ ଫେରିବା ବାଟ ଅବରୋଧ କରି ଦୃଢ଼ ହୋଇ ପଚାରିଲି ,କଣ ପାଇଁ ଏ ଦଣ୍ଡ ମୋତେ ଦେଉଛ, ସଞ୍ଜୟ।କଣ ମୋର ଦୋଷ? ପିଇ ପିଇ ତୁମେ କଣ୍ଟା ହୋଇଗଲଣି।ଭାବିଛ କେବେ ତୁମ ସୁସ୍ଥ ଓ ସ୍ୱାସ୍ଥ୍ୟ ଉପରେ ମୋର ଅଧିକାର ଅଛି।


ମୋତେ ପେଲି ଦେଇ ସଂଜୟ କହିଲେ ଖାସ୍ ତୁମ ପାଇଁ ମୋ ଜୀବନ ନଷ୍ଟ ହୋଇଗଲା।


ମୋ ପାଇଁ!!


ହଁ ତୁମ ପାଇଁ,ଅବଶ୍ୟ ମୋ ବାପା ମାଙ୍କ ପାଇଁ ତୁମେ ମୋ ଜୀବନକୁ ଆସିଲ।


ମନା କରିପାରିଥାନ୍ତ ତୁମ ବାପାମାଙ୍କୁ ମୋତେ ମ୍ୟାରେଜ୍ କରିବାକୁ। ସୁନା ପୁଅ ହୋଇ ମୋ ପରି ଗୋଟେ ଝିଅ ଜୀବନ ସହ ଖେଳିଲେ କାହିଁକି?


ସେତିକି ପାରିଲି ନାହିଁ ବୋଲି ତ ଏ ବାଟ ଆଦରି ନେଇଛି। ମୋ ପ୍ରେମ ଓ ପ୍ରେମିକା ଏବେ ବି ମୋ ବାଟ ଚାହିଁ ବସିଛନ୍ତି।କିନ୍ତୁ ମୁଁ ଅସହାୟ।ତୁମ ପ୍ରତି ମୋ କର୍ତ୍ତବ୍ୟ ,ଦାୟିତ୍ୱ ମୋତେ ବାଧା ଦେଉଛନ୍ତି।ସୋନା !ମୁଁ ସତରେ ତୁମକୁ ହୃଦୟ ସହ ଗ୍ରହଣ କରି ପାରୁନାହିଁ।ଜୁରୀ ମୋ ପ୍ରେମ।ମୁଁ ତାକୁ ଖୁବ୍ ଭଲ ପାଏ।ଏବେ ବି ତା ସହ ମୋର ସମ୍ପର୍କ ଅଛି।


ନିଶାରେ ଚୁର୍ ଥାଇ ସଞ୍ଜୟ ତାଙ୍କ ମନ କଥା କହିଦେଲେ। ଏହା ପରଠାରୁ ସଂଜୟ ମୋ ମିଷ୍ଟର୍ ଭାବିବାକୁ ଖୁବ୍ କଷ୍ଟ ଲାଗିଲା। ଗୋଟିଏ ରୁମ୍ ଗୋଟିଏ ବେଡ୍ କିନ୍ତୁ ଦୁଇଟି ଅତୁପ୍ତ ଶରୀର ମନ।ମୋର ଘୃଣା ଓ ସଞ୍ଜୟଙ୍କ ରୁକ୍ଷ ବ୍ୟବହାର, ଫିଙ୍ଗା ଫିଙ୍ଗି, କେବେ ସିଡିରୁ ତ କେବେ ଟେରିସ ଉପରୁ ପେଲିଦେବାର ଚେଷ୍ଟା। ଏମିତି ଯନ୍ତ୍ରଣା ନର୍କରୁ ମୁଁ ମୁକ୍ତି ପାଇବାକୁ ଛଟ୍ ପଟ୍ ହେଲି। ମୁଣ୍ଡ ଉପରେ ଏକଜାମ୍ ର ବାହାନା କରି ହଷ୍ଟେଲରେ ରହିବାକୁ ଚାହିଁଲି। ବିନା ଦ୍ଵିଧାରେ ସଞ୍ଜୟ ମୋତେ ହଷ୍ଟେଲରେ ଆଡ଼ମିଟ୍ କରିଦେଲେ।


ଜୁରୀ ସଞ୍ଜୟ ଙ୍କ କ୍ୱାଟରକୁ ପ୍ରାୟତଃ ଯିବା ଆସିବା ଖବର ବି ମୋ କାନରେ ପଡିଲା। ଜୀବନରେ ପ୍ରଥମ ଓ ବଡ଼ ନିଷ୍ପତ୍ତି ଟିଏ ନେଲି। ସଞ୍ଜୟଙ୍କୁ ଡିଭୋର୍ସ ଦେଇ ଦେବି।ଜୀଅଁନ୍ତୁ ସେ ତାଙ୍କ ଖୁସିର ଜୀବନ।ସବୁବେଳେ ରଗାରଗି ,ଫିଙ୍ଗାଫିଙ୍ଗି, କିମ୍ବା ଗୋଟେ ଅଶାନ୍ତି ଜୀବନରୁ କଣ ମିଳିବ!


ସଞ୍ଜୟ ନିଶ୍ଚୟ ଜଣେ ଭଲ ମଣିଷ।ମୁହଁ ଖୋଲି କେବେ କହି ନାହାନ୍ତି ସେ ଜୁରୀକୁ ଭଲ ପାଆନ୍ତି ବୋଲି ।ବାପାମାଙ୍କ ମନରେ ଦୁଃଖ ହେବ ବୋଲି ନିଜ ପ୍ରେମକୁ ସ୍ୱୀକାର କରି ନାହାନ୍ତି ।ଭଲ ମଣିଷଟି ଅଶାନ୍ତି ଜୀବନରୁ ମୁକ୍ତି ପାଇବା ପାଇଁ ନିଶାଡି।ଆଉ ମୁଁ।ମୁଁ ତ ଖତ ଗଦାରେ ବେହୋସ୍ ପଡ଼ିଥିବା ସଂଜୟକୁ ଭଲ ପାଇ ଯାଇଥିଲି ତାଙ୍କ ସହ ବିବାହ ପ୍ରସ୍ତାବ ପଡିବା ଦିନୁ।


ପ୍ରେମ କୁହନ୍ତି ତ୍ୟାଗରେ ଅଛି।ସେଇ ତ୍ୟାଗ ମୁଁ କରିଦେବି।ସଞ୍ଜୟ ତାଙ୍କ ଜୁରୀକୁ ପାଆନ୍ତୁ।ସବୁ ଚିନ୍ତା ଚେତନାରୁ ମୁକ୍ତ ହୋଇ ଗୋଟେ ଗଠନାତ୍ମ ପଦକ୍ଷେପ ନେଲା ବେଳକୁ ସବୁ ଶେଷ।


ମୁଁ ଯେ ଜାଣି ଜାଣି ତାଙ୍କଠାରୁ ଦୁରେଇ ରହୁଛି।ଜୁରୀର ଝୀଂଘାସ ସବୁ ମିଶି ସଞ୍ଜୟକୁ ପାଗଳା କରିଦେଉଥିଲା।ପେଟ୍ରୋଲ ଟାଙ୍କିରେ ତେଳ ପକାଉଥିବା ବେଳେ ନିଆଁ ଲାଗିଗଲା ଓ ସଞ୍ଜୟଙ୍କ ଶରୀର ଏଣେ ତେଣେ କୁଆଡେ କୁଆଡେ ଛିିଟିକି ପଡିଲା।ମୋ ହାତ ମୁଠାରେ କଳସୀ ଭିତର ମୁଠିଏ ପାଉଁଶ ସଂଜୟ।


ସଂଜୟ ମାଇଁ ସୁଇଟି ହାର୍ଟ ଆଇ ଲବ୍ ୟୁ ଭେରୀ ଭେରୀ ମଚ୍ ଡିଅର୍।"ସୋନା ଲଭସ୍ ସଞ୍ଜୟ"।ତୁମେ ସଶରୀରରେ ନାହଁ ସତ, ତୁମକୁ ଛୁଇଁ ପାରିବିନି ଏ ବି ଠିକ୍।ତୁମକୁ ମୁଁ ମୋ ହୃଦୟରେ ଅନୁଭବ କରୁଥିବି ସଞ୍ଜୟ, ମାଇଁ ଲବ୍।ଯେତେ ଦିନ ମୋ ଦେହରେ ନିଃଶ୍ବାସ ଥିବ ସେତେ ଦିନ ସଞ୍ଜୟ ସୋନାର ନିଶ୍ଚୟ ରହିବେ।ଦୁନିଆଁର କେଉଁ ତାକତ ତୁମକୁ ମୋ ଠାରୁ ଦୂରେଇ ନେବନି।ଏପରିକି ଜୁରୀ ବା ତୁମ ମୃତ୍ୟୁ ବି।


କଳସୀକୁ କିସ୍ କରି ସମୁଦ୍ରରେ ଭସାଇ ଦେଇ ବେଳାଭୂମିରେ ନଥ୍ କରି ବସି ପଡ଼ିଲା ସୋନା।



Rate this content
Log in

Similar oriya story from Romance