STORYMIRROR

Siddhartha Sankar Tripathy

Abstract Romance Tragedy

5  

Siddhartha Sankar Tripathy

Abstract Romance Tragedy

ପ୍ରେମରେ ଦୂରତା

ପ୍ରେମରେ ଦୂରତା

5 mins
501


ପ୍ରେମ, ପ୍ରେମିକ, ପ୍ରେମିକା । ସୁନ୍ଦର ସମାହାର। ଏକବିଂଶ ଶତାବ୍ଦୀର ମୁଖ୍ୟ ଆକର୍ଷଣ। ବିଭିନ୍ନ ପ୍ରେମ ଗଳ୍ପର ଅବତାରଣା କରିସାରିଛି। ଏହି ଗଳ୍ପର ନାୟକ ପ୍ରବୀଣ ନାୟିକା ତନ୍ଦ୍ରାର ପ୍ରେମରେ ଫାଟ କାହିଁକି ?


ଚଳଚ୍ଚିତ୍ରରେ, କଳିଙ୍ଗ ଗଣନାଟ୍ୟରେ ଖଳନାୟକକୁ ଗାଳିଦେଲେ ହିଁ ଚଳଚ୍ଚିତ୍ର/ ଯାତ୍ରାର ଖଳନାୟକ ସଫଳ। ଠିକ୍ ସେମିତି ବହୁତ ଘଟଣା ଘଟିଯାଏ। ଏହା କେବଳ ଏକବିଂଶ ଶତାବ୍ଦୀରେ ଘଟୁନାହିଁ , ଆବାହମାନ କାଳରୁ ଘଟିଚାଲିଛି। 

କିନ୍ତୁ.......ଇଣ୍ଟରନେଟ, ସୋସିଆଲ ମିଡିଆ, ଆଧୁନିକତାର ଛାପରେ ଆଜିକାଲି ଅପରାଧର ମାତ୍ରା ବଢିଯାଇଛି। ପୁର୍ବରୁ ସମ୍ୱାଦସରବରାହ ସଂସ୍ଥା ସେତେଟା ସକ୍ରିୟ ନଥିଲା ତେଣୁ ବେବିନା, ଛବିରାଣୀ, ପରି ଘଟଣା ଲୋକଲୋଚନକୁ ଆସିପାରୁନଥିଲା। ସେତେବେଳେ ବି ଏମିତି ଘଟଣା ବି ଘଟୁଥିଲା, କିନ୍ତୁ ଆଜିକାଲି ତାର ମାତ୍ରା ଟିକେ ବଢିଯାଇଛି।


କାରଣ ତ ବହୁତ୍......ଆଜିକାଲି ପୁଅଝିଅଙ୍କୁ ଲାଗେ ପ୍ରେମ ବିନା ସବୁ ଅଧୁରା। କଥାରେ ଅଛି, ପ୍ରେମ କରାଯାଏ ନାହିଁ, ହୋଇଯାଏ। ପ୍ରେମରେ ବାଧକ କିଛି ବି ନାହିଁ। କିନ୍ତୁ ଆଜିକାଲିର ଯୁବକ, ଯୁବତୀ.....ପ୍ରେମ ପୁର୍ବରୁ ଖୋଜନ୍ତି ବୟସ, ଶିକ୍ଷା, ସମ୍ପତ୍ତି। ଦୁଇଦିନ ଅନଲାଇନ କଥାବାର୍ତ୍ତା ପରେ କୁହନ୍ତି, ପ୍ରେମ ହୋଇଗଲା। କିନ୍ତୁ ସେଥିରେ ସୀମିତ ନରହି ଆରମ୍ଭ ହୁଏ କାମ। ପ୍ରେମୀଯୁଗଳ ଖୋଜି ବୁଲନ୍ତି ନିଭୃତ ସ୍ଥାନ। 


କିନ୍ତୁ ପ୍ରବୀଣ ଓ ତନ୍ଦ୍ରା କ୍ଷେତ୍ରରେ ସେମିତି କିଛି ଘଟି ନଥିଲା। ପ୍ରବୀଣ ପଞ୍ଚଚାଳିଶବର୍ଷିୟ ସ୍ତ୍ରୀ ପରିତ୍ୟକ୍ତା ଓ ତନ୍ଦ୍ରା ପଚିଶ ବର୍ଷୀୟା ଗ୍ରାମୀଣ ଯୁବତୀ।


ପ୍ରବୀଣ ଲେଖକ। ଫେସ୍ ବୁକ୍ ରେ ପରିଚୟ ତନ୍ଦ୍ରା ସହ।

ତନ୍ଦ୍ରା ପ୍ରେମର ଧାର ଧରୁନଥିଲା। ପ୍ରବୀଣକୁ ଭାଇନା ସମ୍ବୋଧନ କରୁଥିଲା। ପ୍ରବୀଣ ଲେଖକ ସୁଲଭ ଶୈଳୀରେ ଫୋନରେ କହୁଥିଲା, ଜାଣିଛ ତନ୍ଦ୍ରା !


ବନିଶିକଣ୍ଟାରେ ଗୋଟିଏ ମାଛକୁ ଧରି ନେଉଥିଲା ଗାଆଁ କେଉଟ ନଟିଆ। ଆର ମାଛଟି ଛଟପଟ ହୋଇ ପାଣି ଭିତରକୁ ଜୀବନ ବଞ୍ଚେଇବାକୁ ପଶିଯାଉଥିଲା, ପୁଣି ଆଖିଆଗରେ ସାଥିଟିର ନିଶ୍ଚିତ ମୃତ୍ୟୁକୁ ଛଟପଟ ହୋଇ ଅନୋଉଥିଲା। କାନ୍ଦୁଥିଲା କି ନାହିଁ ଜଣାପଡୁନଥିଲା, କାରଣ ମାଛଗୁଡ଼ିକ ପାଣିରେ ରହିବାକୁ ଏଇଥିପାଇଁ ଭଲପାଆନ୍ତି ଯେ ତାଙ୍କପରି ସ୍ୱଳ୍ପାୟୁ ଗୁଡାକର କାନ୍ଦ ପାଣିରେ ଲୁଚିଯାଏ।

କିନ୍ତୁ ଆମେ ସୁନ୍ଦର ସଂସାର କରିବା। ଆମାୟିକ ତନ୍ଦ୍ରା କହୁଥିଲା, ହଁ ଭାଇନା ! ମୋ ପାପା ଯେଉଁଠି ସ୍ଥିର କରିବେ ମୁଁ ସେଇଠି ସୁନ୍ଦର ସଂସାର କରିବି। ଖୁବ୍ ଭଲ ପଢ଼ୁଥିଲା ତନ୍ଦ୍ରା।


ରାୟଗଡ଼ା ସହରରେ ଚାକିରି କରୁଥିଲା ପ୍ରବୀଣ ଓ କଟକ ନିକଟସ୍ଥ ପଲ୍ଲୀର ଲଳନା ଥିଲା ତନ୍ଦ୍ରା। ସରଳ ତନ୍ଦ୍ରା ହୃଦୟରେ ପ୍ରେମର ବୀଜ ବାପନ କରିବାରେ ବିଫଳ ଥିଲା ପ୍ରବୀଣ। ପ୍ରବୀଣ ଲେଖାର ଦୃଢ଼ ପ୍ରଶଂସକ ଥିଲା ତନ୍ଦ୍ରା।


ତନ୍ଦ୍ରା କୁହେ, ଜୀବନଟା ଗୋଟେ ରେଳଷ୍ଟେସନ ପରି। ଏଠି ଭିଡ ତ ପ୍ରବଳ କିନ୍ତୁ ନିଜର କେହି ନାହିଁ। ତେଣୁ ଭାଇନା, ଏ ପ୍ରେମ ଫ୍ରେମ ଠାରୁ ମୁଁ ଦୂରରେ।


ପ୍ରବୀଣ ବୁଝାଏ, ପ୍ରେମ ତ ସୁନ୍ଦରୀ ନଈ। ତାର ଚଳଚଞ୍ଚଳ ଅଣ୍ଟାଭଙ୍ଗା ଚାଲି ଲକ୍ଷ ଲକ୍ଷ ପ୍ରେମୀଯୁଗଳଙ୍କ ହୃଦୟକୁ ହାଣିଦିଏ। ପ୍ରେମ ବିଶ୍ବାସର କଳ୍ପବଟ। ଆଦର୍ଶର ଗରୁଡସ୍ତମ୍ଭ। 


ପ୍ରେମ ଖେଳନା କଣ୍ଢେଇ ନୁହେଁ। ପ୍ରେମକୁ କଣ୍ଟକିତ, ନିନ୍ଦାର ପାତ୍ର କରି ଇତିହାସର ପୃଷ୍ଠା କର୍ଦ୍ଦମାକ୍ତ କରନ୍ତି କିଛି ଯୁବତୀ ଓ ପ୍ରେରଣା ଯୋଗାନ୍ତି ତା ପରିବାର। 

ପ୍ରେମ ନୁହେଁ ମିଶାଣ ଫେଡାଣ ସମ୍ୱଳିତ ଗଣିତ। ପ୍ରେମ ନୁହେଁ ଦାନ ପ୍ରତିଦାନର ସାହିତ୍ୟ , ପ୍ରେମ ନୁହେଁ ଆଶା ନିରାଶାର ସୀମା ନିର୍ଦ୍ଧାରିତ ଭୁଗୋଳ, ପ୍ରେମ ନୁହେଁ ବଦନାମଗଳିର ନାୟିକାର ଚିତ୍ରୋତ୍ତଳନ କରି "ଓଃ ଡାର୍ଲିଙ୍ଗ ୟେ ହୈ ଇଣ୍ଡିଆ " କହିବାର ଇଂରାଜୀ। 

ପ୍ରେମ ସମର୍ପଣର ମାର୍ଗ, ପ୍ରେମ ବିଶ୍ବାସର ପଥ। 


ତନ୍ଦ୍ରା କୁହେ ତମର ଏହି ଚିନ୍ତାଧାରାର ମୁଁ ଆଗ୍ରହ ସମର୍ଥକ ( FAN) ।


ପ୍ରେମ ଅନ୍ଧ, ପାଣି ଅନ୍ଧ। କଳିକାଳରେ ପ୍ରେମକୁ ନେଇ ସୁନ୍ଦର ଖେଳ ଖେଳିଚାଲନ୍ତି ପ୍ରେମିକ, ପ୍ରେମିକା। ପାପର ପରିଣତି ଦୁଃଖ। ପ୍ରେମର ଦ୍ୱାହିଦେଇ କରିଥିବା କୁକର୍ମକୁ ଘଣ୍ଟ ଘୋଡେଇବାକୁ ଯାଇ ଦୋଷ ଲଦିଦିଅନ୍ତି ଇତିହାସ ପୃଷ୍ଠାରେ କେବେଠାରୁ ଶ୍ବାସରୁଦ୍ଧ ଲୈଲା ମଜୁନୁର ପ୍ରେମକୁ। କହିଉଠନ୍ତି ଲୈଲାମଜନୁର ପ୍ରେମ ଅସଫଳ। ଆଉ ଆମେ.....!


ପ୍ରେମରେ ସଫଳତା ନାହିଁ, ପ୍ରେମ ଶୀତରାତିର ଓଦା ବିଛଣା। ଇତିହାସ ପୃଷ୍ଠା ବିଦୀର୍ଣ୍ଣ କରୁଥିବା ପ୍ରେମୀଯୁଗଳ ମିଳନର ସ୍ୱାଦଚାଖିବା ଆଗରୁ ଆଖିବୁଜିଲେ। ହେଲେ ଆମର ପରା ଏକବିଂଶ ଶତାବ୍ଦୀର ପ୍ରେମ। ଉପଭୋଗ, ଶରୀରର ଉତ୍ତାପ ମାପି ପ୍ରେମର ଗଭୀରତାକୁ ଉପଭୋଗ କରିସାରିବା ପରେ ତ ପୂର୍ଣତା। ପ୍ରେମ ପାଇଁ ମୃତ୍ୟୁ କ'ଣ ଅବସମ୍ଭାବୀ ? ନା ନା, ଆମେ ପରା ଆଧୁନିକ। ପ୍ରେମ ପ୍ରଣୟରେ ଲିପ୍ତରହି ସବୁକିଛିର ସ୍ୱାଦ ଚାଖିଲା ପରେ ନୂତନ ପ୍ରେମର ଅନ୍ୱେଷଣ। 


ଚମକି ଉଠିଲେ ପ୍ରବୀଣ। କହିଲା, ତନ୍ଦ୍ରା ! ମୁଁ କେବଳ ଅନାବିଳ, ଅନାସକ୍ତ ପ୍ରେମ ଚାହେଁ। ବିଶ୍ବାସ ରଖ ତମ ଶରୀରକୁ କେବେ ସ୍ପର୍ଶ କରିବି ନାହିଁ। ମୋତେ କେବଳ ପ୍ରେମରେ ଶାନ୍ତି ଦରକାର, କାମ ନୁହଁ। ନଚେତ ବିବାହ ବିଛେଦ ପରେ କେତେ ଯୁବତୀଙ୍କୁ ମୋ ଶଯ୍ୟା ସଙ୍ଗିନୀ କରିସାରିଥାଆନ୍ତି। ସେପରି ଘୃଣ୍ୟ ଭାବନା ମନକୁ ଆଣିନାହିଁ କି ଆଣିବି ନାହିଁ।


ଧିରେ ଧିରେ ପ୍ରେମର ଫଲଗୁ ବୋହିବାର ଲାଗିଲା ତନ୍ଦ୍ରା ଶରୀରରେ। କିନ୍ତୁ ସାକ୍ଷାତ ଅସମ୍ଭବ ଥିଲା। କପୋତ କପୋତୀ ପରି ଦୁହେଁ ଛଟପଟ ହେଉଥିଲେ। ହଠାତ କଟକରେ ପାଠ ପଢ଼ିବା ପାଇଁ ସ୍ଥିର କଲା ତନ୍ଦ୍ରା ଘରଲୋକଙ୍କ ସହମତିରେ । ଛାତ୍ରାବାସରେ ପହଞ୍ଚିଗଲା ତନ୍ଦ୍ରା। କିନ୍ତୁ ସର୍ତ୍ତ ଥିଲା ସବୁ ଛୁଟିରେ ଘରକୁ ଯିବ । ଏପଟେ ସରକାରୀ ଚାକିରୀରେ ପ୍ରବୀଣ ଛୁଟି ଦିନରେ ହିଁ ସୁବିଧା ପାଉଥିଲା।


ଯେନତେନ ପ୍ରକାରେଣ ଦୁଇଦିନ ଛୁଟି ନେଇ କଟକ ପହଞ୍ଚିଲା ପ୍ରବୀଣ। ହୋଟେଲରେ କୋଠରୀ ବି ନେଲା। ଅନଭିଜ୍ଞ ପ୍ରେମୀଯୁଗଳ ମିଳନର ସ୍ଥାନ ସ୍ଥିର କରିପାରୁନଥିଲେ। ପ୍ରବୀଣ କହିଲା ହୋଟେଲରେ ଚେଷ୍ଟା କରିବା। ପହଁଚିଗଲା ତନ୍ଦ୍ରା। ବାହାରେ ଅପେକ୍ଷା କରିଥିଲା ପ୍ରବୀଣ। ପ୍ରଥମ ସାକ୍ଷାତକାର ଦୁହିଁଙ୍କର।

ସାହସ କରି ତନ୍ଦ୍ରାକୁ ଭିତରକୁ ନେଇଗଲେ ପ୍ରବୀଣ। କିଛି ସମୟ ପରେ ଗୋଟିଏ ବିଛଣାରେ ଦୁହେଁ।

ତନ୍ଦ୍ରାର ଉପର ଓ ତଳ ଜାମା ଖୋଲିଦେଇଥିଲା ପ୍ରବୀଣ। ଆପତ୍ତି କରି ନଥିଲା ତନ୍ଦ୍ରା। ବୋଧେ ସେ ଆନନ୍ଦ ପାଉଥିଲା।


 ହେ ଭଗବାନ୍! ଏହା କ'ଣ ତମର ସ୍ରୁଷ୍ଟି , ଏହା କ'ଣ ସଂସାରର ସାରାଂଶ ? 


  ଲଙ୍ଗଳା ଫୁଙ୍ଗୁଳା ଦୁଇଟି ଦେହ,

କିଛି ହାଡ ମାଂସ ଆଉ ତା ମୋହ।

ମ୍ରୁତ୍ୟୁ ଓ ଜୀବନର ସଂଘର୍ଷ,

କିଛି ଇଚ୍ଛା ଓ ଅଭିଳାଷ,

କିଛି ଚାହିଦା ଓ ଦାବୀ ।

କିଛି ପୁରଣୀୟ, କିଛି ଅପୁରଣୀୟ ।


  ବଳକା....

କିଛି ଯୋଗ ଓ ବିୟୋଗ,

କିଛି ଗୁଣନ ଓ ହରଣ,

ଶେଷଫଳ....

ତ୍ୟାଗ ବନାମ ବିଫଳ,

ପ୍ରେମ ବନାମ ପ୍ରତାରଣା,

ଶୂନ୍ୟ ବନାମ ଜୀବନ !

ଶରୀର ବନାମ ମୃତ୍ୟୁ ,

ଇଚ୍ଛା ବନାମ ଅନିଚ୍ଛା !


ଭାବି ଭାବି ତନ୍ଦ୍ରା ଠାରୁ ଟିକେ ଦୂରେଇ ଗଲା ପ୍ରବୀଣ।


ମଣିଷର ଚରିତ୍ର ତୁଳିଧରି କାନଭାସରେ ଅଙ୍କା ଯାଇପାରେନା। ବୟସର ଉଦ୍ଦାମତାରେ ମୃତ୍ୟୁର ଭୟରେ ଥରୁଥିବା ମଣିଷଟାକୁ ବି କାମ କବଳିତ କରେ। ସେହି ସମୟରେ ମଣିଷ ଭୁଲିଯାଏ ସ୍ଥାନ, କାଳ, ପାତ୍ର। ମୃତ୍ୟୁକୁ ଅନୁଭବ କରୁକରୁ କ୍ଷଣିକ ସୁଖରେ ମଣିଷ ଭୁଲିଯାଏ ତାର ସଂସାର। ଆପଣେଇ ନିଏ ବର୍ତ୍ତମାନର କ୍ଷଣିକ ଖୁସିକୁ। ମରିଚିକା ବି ସତେ ଯେମିତି ଧରାଦିଏ ସେହି ମୁହୂର୍ତ୍ତରେ। ବୟସର ଜ୍ୱାଳା। ପଚିଶବର୍ଷର କଳାମଚମଚ ଯୁଆନଟା ଭାବିଚାଲେ, ସେ ବୟସ ଆଗକୁ ବଢିବ ନାହିଁ। ସେ ଜୀବନସାରା ଏମିତି ପଚିଶବର୍ଷର ଯୁଆନ ହିଁ ରହିଥିବ ଓ ସାଥିଟିକୁ ଏମିତି ହିଁ ଶରୀର ସୁଖ ଦେଇଚାଲିଥିବ। 

କିନ୍ତୁ.......


ନିୟତିର ନିୟମ ବଦଳେ ନାହିଁ। ଯୌବନ ଢଳେ !


କିଛି ସମୟ ପରେ ଆସନ୍ତାକାଲି ଦେଖା କରିବାର ପ୍ରତିଶ୍ରୁତି ଦେଇ ଚାଲିଗଲା ତନ୍ଦ୍ରା। ଖୁସି ଥିଲା ସେ। କାରଣ ନିଜ କଥା ରଖିଥିଲେ ପ୍ରବୀଣ। ତନ୍ଦ୍ରା ପ୍ରେମର ସ୍ଵାଦ ଚାଖି ଥିଲା ବିନା କାମରେ।


କିନ୍ତୁ ପ୍ରବୀଣ ଭାବୁଥିଲେ, ଆସନ୍ତାକାଲି ମିଳନରେ ଶାରୀରିକ ସୁଖର ଆବଶ୍ୟକତା ପଡ଼ିବ ଓ ସେଇଠି ପ୍ରେମ ଉଭେଇ ଯିବ। ସରିଯିବ ସମ୍ପର୍କ। ପରଦିନ ବାହାରେ ତନ୍ଦ୍ରାକୁ ସାକ୍ଷାତ କରି ପ୍ରବୀଣ କହିଲେ ଆଉ ରହିଲେ ଶାରୀରିକ ସମ୍ପର୍କ ଗଢିଉଠିବ ଓ ମୁଁ ନିଜକୁ କ୍ଷମା କରିପାରିବି ନାହିଁ। କଥାର ଗୁରୁତ୍ଵ ବୁଝପାରୁଥିଲା ତନ୍ଦ୍ରା ଓ ଅଶ୍ରୁଳ ନୟନରେ ବିଦାୟ ଦେବା ସହ ଦେବତାର ଆସନ ଦେଇ ସାରିଥିଲା ପ୍ରବୀଣକୁ ।


ଉଚ୍ଚତର ଶିକ୍ଷା ପାଇଁ କୋରାପୁଟ ସ୍ଥାନାନ୍ତର ହେଲା ତନ୍ଦ୍ରା।

ପ୍ରେମ ଶାଶ୍ୱତ, ଅମର, ଚିରନ୍ତନ। ପ୍ରେମର ପ୍ରକାରଭେଦ ନଥାଏ । କିନ୍ତୁ ଆଜିକାଲିର ପ୍ରେମକୁ ଲକ୍ଷ୍ଯ କଲେ ମତେ ଲାଗେ ପ୍ରେମ ତିନିପ୍ରକାରର। 

ପ୍ରଥମଟି ପ୍ରେମିକ ପ୍ରେମିକାର ଦେଖାସାକ୍ଷାତରେ ସିମୀତ ।


ଦ୍ୱିତୀୟଟି ପ୍ରେମିକ ପ୍ରେମିକାଙ୍କ ବାର୍ତ୍ତାଳାପ। 


ତୃତୀୟଟି ପ୍ରେମିକ ପ୍ରେମିକାର ଶାରୀରିକ ମିଳନ।


ଦେଖାସାକ୍ଷାତ ସିମୀତ ଥିଲା ଦୁହିଁଙ୍କର କିନ୍ତୁ.......ଦୀର୍ଘ ଦୁଇବର୍ଷର ପ୍ରେମ ! ପ୍ରବୀଣର ନିଦ୍ଦେର୍ଶରେ ସବୁକିଛି କରିଚାଲିଥିଲା ତନ୍ଦ୍ରା। 


ପ୍ରବୀଣ ତନ୍ଦ୍ରାକୁ ନିଜ କର୍ମସ୍ଥଳୀକୁ ନେଇ ଆସୁଥିଲା ପରିବାର ଅଗୋଚରରେ। ଶାରୀରିକ ସମ୍ପର୍କ ବି ଗଢି ଉଠିଥିଲା କିନ୍ତୁ ସିମୀତ ଥିଲା। କେବଳ ଟିକେ ଆନନ୍ଦ।

ଧିରେ ଧିରେ ତନ୍ଦ୍ରା ସନ୍ଦେହ କରିବାରେ ଲାଗିଲା ପ୍ରବୀଣକୁ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ପ୍ରବୀଣ ବିଶେଷ କଥାବାର୍ତ୍ତା କରିପାରୁନଥିଲା ତନ୍ଦ୍ରା ସହ। ସରକାରୀ କାମରେ ବାହାରକୁ ଗଲେ ବି ସନ୍ଦେହ କରୁଥିଲା ତନ୍ଦ୍ରା।


ସମ୍ପର୍କରେ ଫାଟ ବଢୁଥିଲା। ଶେଷ ମିଳନ ପରେ ପ୍ରବୀଣ ବୁଝାଇ ଦେଇଥିଲେ ତନ୍ଦ୍ରାକୁ ।


ଏ ତନ୍ଦ୍ରା !

ଉଁ। 

ତମେ ପଢା ସମାପ୍ତ କରି ଘରକୁ ଚାଲିଯିବ। ଆମ ପ୍ରେମକୁ ସନ୍ଦେହ କରିବ ନାହିଁ। ମନୁଷ୍ୟ ଏମିତି ପରିସ୍ଥିତିରେ ବି ରହେ ଚାହିଁ ବି ସବୁ କହିପାରେନା। ତେଣୁ ମୋତେ ସନ୍ଦେହ କରିବ ନାହିଁ। କାରଣ ଘରକୁ ଗଲାପରେ ତମେ ବିଶେଷ କଥାବାର୍ତ୍ତାର ସୁଯୋଗ ପାଇବ ନାହିଁ।

ହଁ ଭରି ଘରକୁ ବିଦାୟ ନେଲା ତନ୍ଦ୍ରା।


ବଢ଼ିଗଲା ଦୂରତା। କମିଗଲା ପ୍ରେମ। ସନ୍ଦେହର ଚକ୍ରବ୍ୟୁହରେ ଫସିଗଲା ପ୍ରେମ। ସନ୍ଦେହର ଘନବାଦଲରେ କ୍ଷତାକ୍ତ ହେବାକୁ ଲାଗିଲା ପ୍ରେମ। କୌଣସି ପରିସ୍ଥିତିରେ ପ୍ରବୀଣକୁ ବିଶ୍ବାସ କରିପାରୁ ନଥିଲା ତନ୍ଦ୍ରା।


ପ୍ରବୀଣ ଛଟପଟ ହେଇ ଭାବୁଥିଲା, କେମିତି ବୁଝେଇବ ଅବୁଝା ପ୍ରେମିକାକୁ। କୌଣସି କଥା ଶୁଣିବାକୁ ରାଜି ନଥିଲା ତନ୍ଦ୍ରା। ତନ୍ଦ୍ରାକୁ ଲାଗୁଥିଲା ପ୍ରବୀଣର ବହୁତ୍ ଝିଅସହ ଅନୈତିକ ସମ୍ପର୍କ।


ବୁଝାଇବାରେ ଅସମର୍ଥ ଥିଲା ପ୍ରବୀଣ। କ'ଣ ବା ବୁଝେଇବ, କେମିତି ବୁଝେଇବ। ଚାକିରି ଜଞ୍ଜାଳ ଭିତରେ ପେଶି ହୋଇ କିଛି ବୁଝେଇ ପାରୁନଥିଲେ ପ୍ରବୀଣ।

ତନ୍ଦ୍ରା ସବୁ ସମ୍ପର୍କ ଛିନ୍ନ କରିଥିଲା। ଏତେ ଦୂରରେ ଆଉ ତାକୁ ବୁଝେଇବା ରାସ୍ତା ବି ନଥିଲା। ବାରମ୍ବାର ତନ୍ଦ୍ରା କହୁଥିଲା , ଏ ଲମ୍ପଟ ମୋ ଜୀବନର ତିନିବର୍ଷ ନଷ୍ଟ କରିଦେଲୁ ଓ ଉଚିତ ଶିକ୍ଷା ଦେଲୁ।


ପ୍ରବୀଣ ଭାବୁଥିଲେ ବୋଧେ ଏତେ ବୟସର ତାରତମ୍ୟରେ ପ୍ରେମ ଅସଫଳ। ଦୁରତ୍ଵ ବି ଅସଫଳର ଅନ୍ୟ ଏକ କାରଣ।

ଜୀବନଜଂଜାଳରେ କେତେବେଳେ ପଚାଶଟି ଫଗୁଣ ପାରହୋଇଗଲା ଜାଣିପାରିଲିନାହିଁ। ପଞ୍ଚତାରକାରେ ରହିଛି, ଫୁଟପାଥରେ ବି ରାତ୍ରିଯାପନ କରିଛି। ହେଲିକେପ୍ଟରରେ ଉଡିଛି, ଶଗଡଗାଡି ବି ଚଢିଛି। ଚିକେନପକୋଡା ଖାଇଛି, କାକୁଡି ଖାଇ ବି ଶୋଇଛି। ବୈବାହିକ ଜୀବନ ଜିଇଁଛି, ବୈରାଗ୍ୟର ସ୍ୱାଦ ବି ଚାଖିଛି।

ପରିସ୍ଥିତିକୁ ସାମ୍ନା କରିଛି, ଲେଖାକୁ ସାଙ୍ଗ କରିଛି। 

ଆଗକୁ ବଢିଛି, ଇନଷ୍ଟା ଶିଖିଛି। 

ଏନସିଏଣ୍ଟ ଇଣ୍ଡିଆ ଆଖ୍ୟା ପାଇଛି, 


କିନ୍ତୁ.............ବୋଧେ ଏଥର ସମୟ ସମାପ୍ତର ଘୋଷଣା। ମୋବାଇଲରୁ ସମସ୍ତ ତଥ୍ୟ ବାହାର କରି ପଙ୍ଖାରେ ଝୁଲିଗଲେ ପ୍ରବୀଣ। ସରିଗଲା ଦୁରତ୍ଵ ପ୍ରେମ !


Rate this content
Log in

Similar oriya story from Abstract