Siddhartha Sankar Tripathy

Abstract Romance Inspirational

3  

Siddhartha Sankar Tripathy

Abstract Romance Inspirational

*ପରିଣତ ବୟସର ପ୍ରେମ

*ପରିଣତ ବୟସର ପ୍ରେମ

5 mins
19



    

ପ୍ରାରମ୍ଭ :

ଆମେ ଏକବିଂଶ ଶତାବ୍ଦୀରେ ! ସୁଧିଜନେ ସତ ନା।

ଆମେ ଚନ୍ଦ୍ରପୃଷ୍ଠରେ !

ମହାଭାଗ ସତ ନା।

ଆମେ ପ୍ରେମନାମରେ ଶରୀର ଲୋଭରେ !

ଭଦ୍ରବ୍ୟକ୍ତିଗଣ, ସତ ନା।

ହଁ ସତ !

କିନ୍ତୁ ......

ଆଜି ଏମିତି ଏକ ସତ୍ୟ ପ୍ରେମ କାହାଣୀର ଅବତାରଣା କରୁଛି।

ଯୁଗ ବଦଳିବା ସହ ରୁଚି ବଦଳିଛି।

ପ୍ରେମର ପରିଭାଷା ବଦଳିଛି।

ଗାଆଁର ଅର୍ଥର ପରିବର୍ତ୍ତନ ଘଟିଛି।

ପୁର୍ବରୁ ଗାଆଁର ଲଳନା ପାଉଁଜି ଛମ୍ ଛମ୍ କରି ଅଣ୍ଟାରେ ଗରା ରଖି ପୋଖରୀ ଆଡକୁ ଗତି କରିବା ସମୟରେ ଖଜୁରୀବୁଦା ଆଢୁଆଳରେ ପ୍ରେମିକ ଟିକେ ପ୍ରେମିକାର ମୁଖମଣ୍ଡଳ ଅବଲୋକନ ମାତ୍ରେ ଅଫୁରନ୍ତ ଆନନ୍ଦ ପାଉଥିଲା।

ଆଜିକାଲି....

ଲୁଗା ବଦଳିଲା ପରି ବଦଳନ୍ତି ପ୍ରେମିକ/ ପ୍ରେମିକା।

କାରଣ......

ଆମେ ଆଧୁନିକ !

ଆମେ ପରା ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ। ଏସବୁ ଭାବ, ବୋଧରୁ କ'ଣ ମିଳିବ ।

ତେଣୁ ତ....

ଆଜିକାଲି ସମ୍ପର୍କର ରଜ୍ଜୁ କଳଙ୍କିଲଗା ଲୁହାପରି କ୍ଷୀଣ। ଖୁଁ ଖୁଁ କାଶୁଥିବା ଯକ୍ଷ୍ମାରୋଗୀ ପରି ଗତିଶୀଳ। ଭାଇ ଅଛି ଭ୍ରାତୃତ୍ବ ନାହିଁ। ବନ୍ଧୁ ଅଛି ବନ୍ଧୁତ୍ୱ ନାହିଁ। ମନୁଷ୍ଯ ଅଛି, ମାନବିକତା ନାହିଁ। ସବୁ ଅଛି କିଛି ନାହିଁ।

ପ୍ରେମ !

ପ୍ରେମିକ ପ୍ରେମିକାର,

ସ୍ଵାମୀ ସ୍ତ୍ରୀର,

ବାପ ଝିଅର,

ବନ୍ଧୁତ୍ୱର ।

ପ୍ରେମ ନୁହେଁ କାମର ଯୁଇରେ ଜଳୁଥିବା ଦରପୋଡ଼ା କାଠ।

ପ୍ରେମ ଶାଶ୍ୱତ, ଚିରନ୍ତନ, ଅବିନଶ୍ଵର କୌଣସି ରୂପରେ ବି ପରିସ୍ଫୁଟ।

ପ୍ରେମ ଅଜାଗା ଘା ପରି । ଦେଖି ହୁଏ ନାହିଁ କି ଦେଖେଇହୁଏ ନାହିଁ। ପ୍ରେମ ଏକ ଉଛୁଳା ନଈ। ମାନେନା ବନ୍ଧ ବାଡ।

କିନ୍ତୁ ପରିଣତ ବୟସରେ ବି ପ୍ରେମ ହୁଏ ? ହଁ ହୁଏ, ହୁଏତ ସଂଖ୍ୟା କମ୍।

ସେମିତି ଏକ ପରିଣତ ବୟସର ପ୍ରେମର ଅବତାରଣା କରୁଛି।

ହ୍ୟାଲୋ , ସାଗରିକା !

ସେପଟୁ ଉତ୍ତର , ହଁ କୁହ।

ତମ ଖବର କୁହ। ପଚାରୁଥିଲେ ଅଲୌକିକ।

ସାଗରିକା କହିଲେ, ଚିରାଚରିତ। ମୁଁ ଓ ଝିଅ କଟକରେ ଆଉ ଆପଣ ତ ଜାଣନ୍ତି ଝିଅ ପଢ଼ା ପାଇଁ ମୁଁ ବଦଳି ହୋଇ ଆସିଲି, ସେ ମାନେ ମୋ ସ୍ଵାମୀ ଜୟନ୍ତ ବାଲେଶ୍ଵରରେ।

ଆପଣଙ୍କ ଖବର କ'ଣ ?

ଏପଟୁ ଅଲୌକିକ କହୁଥିଲେ, ମୁଁ ସରକାରୀ ଚାକିରିଆ ହେଲେ ବି ଲେଖାଲେଖିରେ ସମୟ ଦିଏ। ତମେ ତ ଜାଣିଛ, ବାହାଘରର କମଦିନରେ ମନେ କିଛି ବର୍ଷରେ ମୋ ସ୍ତ୍ରୀ ମୋତେ ଛାଡ଼ି ଚାଲିଗଲା ।

ସାଗାରିକା ଉତ୍ତର ଦେଲେ , " ହୁଁ । "

କଥା ଆଗକୁ ବଢେଇ ଅଲୌକିକ କହିଲେ

ନା ଆଉ ସଂସାର ମୋହ ନାହିଁ।

ହସିଦେଇ ସାଗରିକା ପଚାରିଲେ ତାହେଲେ ଏହି ଅନଲାଇନରେ ଘୁରିବୁଲି ଝିଅଙ୍କ ସହ ଗପନ୍ତି କାହିଁକି ? ସଂସାରମୋହ ରହିତ ବ୍ୟକ୍ତିତ୍ଵ ଏସବୁ ମାୟାଜାଲରେ କାହିଁକି ?

କ'ଣ ଉତ୍ତର ଦେବେ ବୁଝପାରୁନଥିଲେ ଅଲୌକିକ। ଆରେ ! ସାଗରିକା ତ ଠିକ୍ ହିଁ କହୁଛି। ଏମିତି ଅନଲାଇନ ଝିଅଙ୍କ ସହ ଗପି ସେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବା ସହ ବହୁତ୍ ଅର୍ଥଶ୍ରାଦ୍ଧ ବି ହୋଇସାରିଛି।

ତଥାପି ସେ ଖୋଜୁଛି କ'ଣ ? ଚାହୁଁଛି କ'ଣ ? ଛାଡ଼ , ଏ ଅନୁର କଥାବାର୍ତ୍ତା ତାକୁ ବହୁତ୍ ପ୍ରଭାବିତ କରୁଛି।

ସାଗରିକା ଚିଡିଉଠି ପୁଣି କଲେ, ଏତେ ସମୟ ଅପେକ୍ଷା କରି ଉତ୍ତର ନାହିଁ ?

ଚମକି ଉଠିଲେ ଅଲୌକିକ। କହିଲେ, ନା ନା ତମ ପ୍ରଶ୍ନର ଉତ୍ତର ଭାବୁଛି।

ଆଛା, ସାଗରିକା! ପ୍ରେମ ଉପରେ ତମ ମତାମତ କ'ଣ ? ମୁଁ ଯଦି ତମକୁ ପ୍ରେମ ନିବେଦନ କରେ ଗ୍ରହଣ କରିବ ?

ହସିଦେଲେ ସାଗରିକା। କହିଲେ ପରିଣତ ବୟସରେ କ'ଣ ଆଉ ସେସବୁ ଶୋଭା ପାଏ ?

ଅଲୌକିକ କହିଲେ, ମୁଁ ତ ମୋ ବିଷୟରେ ତମକୁ ସବୁ କହିଛି,ଆଉ ଅସୁବିଧା କ'ଣ ?

ସାଗରିକା ଆରମ୍ଭ କଲେ , ଆପଣ ତ ଜାଣନ୍ତି ମୁଁ ବଦରାଗୀ, କମ୍ କଥା କୁହେ।

ଅଲୌକିକ କହିଲେ, ମୋର ତମଠାରୁ କିଛି ଅପେକ୍ଷା ନାହିଁ ସାଗରିକା, ତାଛଡ଼ା ତମକୁ କିଛି କହିବାକୁ ମୁଁ ଭୟ କରେ। ଆଉ ଗୋଟେ କଥା , ତମର ଦେହର ଅଲେଖା ଶିଳାଖଣ୍ଡରେ ମୋର ନିଜ ଶାରିରୀକ ଅନୁଭୂତିର ବର୍ଣ୍ଣମାଳା ଉତ୍କୀର୍ଣ୍ଣ କରିଦେବାର ଆଗ୍ରହ ନାହିଁ। ସେହି ଦେହର ଶିଳାଲେଖ କ୍ରମଶଃ କ୍ଷୟ କରିବାର ଅଭିପ୍ରାୟ ବି ନାହିଁ ।

ସାଗରିକା ! ତମେ ଅନୁରୋଧ କରିଥିଲ ମୋର ପଦୋନ୍ନତି ପରେ ଦୁହେଁ କୌଣସି ତାରକା ହୋଟେଲରେ ମନଭରି ଖାଇବା। ମୁଁ ସହମତି ବି ଦେଇଥିଲି। ହେଲେ ମୋ ମନକଥା ଜାଣିଛ ସାଗରିକା !

ସେଇଦିନ କିଛିକ୍ଷଣ ସେଇ ହୋଟେଲରେ କିଛିକ୍ଷଣ ଦୁହେଁ ଦୁହିଁଙ୍କ ସହ ବାର୍ତ୍ତାଳାପ କରିବା, ମୁଁ ତମକୁ ଆଲିଙ୍ଗନ କରି ତମ କୋଳରେ ଶୋଇବି ଶାନ୍ତିରେ, କାରଣ ମୁଁ କ୍ଳାନ୍ତ ସାଗରିକା।

ଖିଲି ଖିଲି ହସୁଥିଲେ ସାଗରିକା।

ସେଇ ହସ ସହମତିର ନା ତାତ୍ସଲ୍ୟର ବୁଝପାରୁନଥିଲେ ଅଲୌକିକ।

ଅଲୌକିକ କହିଲେ ;

ପୃଥିବୀର ସବୁ ରମଣୀ ସୁନ୍ଦରୀ ; କେହି ମିସ୍ ଇଣ୍ଡିଆ ତ କେହି ଗ୍ରାମ୍ଯ ସୁନ୍ଦରୀ। ଯେମିତି ଫୁଲର ସୌନ୍ଦର୍ଯ୍ୟ ତା ଗଠନରେ ନଥାଏ ବରଂ ଥାଏ ତାର ବାସ୍ନାରେ।

ସେମିତି ରମଣୀର ସୌନ୍ଦର୍ଯ୍ୟ ତା'ର ଦେହର ରଙ୍ଗ ବା ଶରୀର ଗଠନରେ ନଥାଏ। ; ଥାଏ ତା'ର ବ୍ୟକ୍ତିତ୍ବରେ। ଆଦର୍ଶବାଦ, ସଂସ୍କାର , ଆଉ ନିରଳସ ନିଷ୍ଠା ହିଁ ନାରୀର ବ୍ୟକ୍ତିତ୍ବ। ବ୍ୟକ୍ତିତ୍ବକୁ ବାଦ୍ ଦେଇ ନାରୀ ହାଡମାଂସଧାରୀ ଶରୀର ସୁନ୍ଦରୀ ହୋଇପାରେ ; କିନ୍ତୁ ସୌନ୍ଦର୍ଯ୍ୟମୟୀ ରମଣୀ ହୋଇନପାରେ।

ତମେ ସେହି ସୌନ୍ଦର୍ଯ୍ୟମୟୀ ରମଣୀ। ପୁରୁଷ ଜୀବନରେ ପ୍ରଥମ ନାରୀର ସ୍ମୃତି ; ନାରୀ ଜୀବନରେ ପ୍ରଥମ ପ୍ରେମର ସ୍ପର୍ଶ କୌଣସିଦିନ ବାସି ହୁଏନାହିଁ।


ସାଗରିକା କଥା ବଦଳେଇ ଚାକିରି ବିଷୟରେ ବାର୍ତ୍ତାଳାପ କରିବାରେ ଲାଗିଲେ।

ଅଲୌକିକ କହୁଥିଲେ, ସାଗରିକା ! ପ୍ରଥମତଃ ତମେ ସର୍ବଦା ଥଣ୍ଡା ଆଉ ମୁଣ୍ଡବ୍ୟଥାରେ ଆକ୍ରାନ୍ତ, ତାଛଡ଼ା ପାଖରେ ବଢିଲା ଝିଅ। ତେଣୁ ଟିକେ ସତର୍କରେ କଥା ହେଉଥିବ। ହଁ ଭରି ରହୁଛି କହିଲେ ସାଗରିକା ।

ଏକା ଏକା ଭାବୁଥିଲେ ଅଲୌକିକ , କିଛି ଜାଣିହେଉନି, ପ୍ରକୃତରେ ସାଗରିକା କ'ଣ ତାଙ୍କୁ ଭଲପାଉଛି ?

ସେ ନିଜେ ତ ଚାହାଁନ୍ତି ଅନାବିଳ, ଅନାସକ୍ତ ପ୍ରକୃତ ପ୍ରେମ। ହେଲେ ସାଗରିକା ତା ସଂସାରରେ ବ୍ୟସ୍ତ। ସେ କ'ଣ ଅଲୌକିକ ପରି ପ୍ରେମରେ ଗୁରୁତ୍ଵ ଦେଉଥିବ ?

ପ୍ରେମ ଅସଫଳ ହେଲେ କରାଏ ହୃଦୟରୁ ନିଃଶବ୍ଦ ରକ୍ତକ୍ଷରଣ। ସେଇ କ୍ଷରିତ ରକ୍ତର ରଙ୍ଗ ଲାଲ୍ ନୁହଁ, କଳା। ସେଇ ଥୋପଥୋପ କଳାରକ୍ତରେ ପାୱାର ଚଷମା ଭିଜି ଆଉ କିଛି ଦୃଶ୍ୟମାନ ହେବନାହିଁ। ସବୁକିଛି ଅନୁଜ୍ୱଳ, ଅସ୍ପଷ୍ଟ। ଆଗକୁ ଆଉ ପ୍ରେମ ଚିଠି ପଢିବାର ଅବକାଶ ରହିବ ନାହିଁ । ପ୍ରେମ କେମିତି ସାଉଁଟିବ ଓ ପ୍ରେମ କାହିଁକି କରିବର ଉତ୍ତର ରହିଯିବ ଅମିମାଂସିତ।

କିଛିମାସ ପରେ .......

ସାଗରିକା ସହ କଥାହୋଇ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ପହଞ୍ଚିଗଲେ ଅଲୌକିକ। କଥା ଥିଲା ଦୁହିଁଙ୍କ ସାକ୍ଷାତ ହେବ ସ୍ବସ୍ତିପ୍ଲାଜାରେ। କଟକରୁ ଆସି ପହଞ୍ଚିବେ ସାଗରିକା। ଅଲୌକିକ ମନରେ ଆଗ୍ରହ, ଉନ୍ମାଦନା, ଉଦ୍ଦିପନା।

ହଠାତ ସାଗରିକାର ବାର୍ତ୍ତା , ମୁଁ ଆଜି ଆସିପାରିବି ନାହିଁ। ଦପ୍ତରରେ କାମ ଅଛି, ଆସନ୍ତାକାଲି ଚେଷ୍ଟା କରିବି କିଛିସମୟ ପାଇଁ। ଧଡ୍ କରି ବିଛଣାରେ ଗଡିଗଲେ ଅଲୌକିକ। ମୁଣ୍ଡବିନ୍ଧା ଆରମ୍ଭ ହେଲା । ମନରେ ଅସୁମାରୀ ପ୍ରଶ୍ନର ଜୁଆର । ସାଗରିକା କ'ଣ ତାଙ୍କୁ ଭଲପାଏନି ? ଏହା କ'ଣ ତାହେଲେ ଏକତରଫା ପରିଣତ ବୟସର ପ୍ରେମ ? ଏସବୁ କ'ଣ ଅସମ୍ଭବ ? ତାଛଡ଼ା ସାଗରିକା କେବେ ବି ତାଙ୍କ ପ୍ରେମ ନିବେଦନର ଉତ୍ତର ନଦେଇ କେବଳ ହସିଦିଏ। ଦୁହେଁ ଦୁହିଁଙ୍କୁ ଭଲରେ ଜାଣନ୍ତି, ତଥାପି କେମିତି ବୁଝପାରୁନାହିଁ ଅଲୌକିକ ? ଏତେ ଦୂରରୁ ଦୌଡ଼ିଆସି କ'ଣ ସେ ଭୁଲ କରିଛି ? ସାଗରିକା ନାରୀ ନା ପଥର ?

କେମିତି କେମିତି ଦିନଟି ଅତିବାହିତ ହେଲା।

ପରଦିନ

ସାଗରିକା ଫୋନ କଲେ, ମୁଁ ଆସୁଛି।

ପ୍ରସ୍ତୁତ ହୋଇ ହୋଟେଲ୍ ରେ ଅପେକ୍ଷା କଲେ ଅଲୌକିକ। ଭାବୁଥିଲେ, ସାଗରିକା ସହ ଔପଚାରିକ କଥାବାର୍ତ୍ତା କରି ମଧ୍ୟାହ୍ନଭୋଜନ ସମାପ୍ତ କରି ସେ ଫେରିଯିବେ। କୌଣସି ଅନୁରୋଧ କରିବେ ନାହିଁ। କାରଣ ସାଗରିକା ବହୁତ୍ ରାଗୀ। ନିଜ ମନରେ ଆବିଳତା ନଥିଲେ ବି କାଳେ ଯଦି ସେ କ'ଣ ଭାବିବ, ନିଜ ଇଜ୍ଜତ ଯିବା ସହ ସମ୍ପର୍କ ସବୁଦିନ ପାଇଁ କଟିଯିବ, ସେ ସମ୍ପର୍କର ନାମକରଣ ଯାହା ବି ହେଉନା କାହିଁକି ।

ଚୁପଚାପ୍ ମଧ୍ୟାହ୍ନଭୋଜନ ସମାପନ କଲେ ଦୁହେଁ। ଚୁପ୍ ଥିଲେ ଅଲୌକିକ। ଅନେଇ ରହିଥିଲେ ସାଗରିକାକୁ। ଆଖି ସହ ଆଖି ମିଶିଗଲେ ମୁଣ୍ଡ ତଳକୁ କରନ୍ତି ଅଲୌକିକ।

ହଠାତ ଅଲୌକିକର ହାତଧରି ସାଗରିକା କହିଲେ, ଚାଲ କୋଠରୀକୁ ଯିବା। ଖୁସିରେ ଉଠିଗଲେ ଅଲୌକିକ। କୋଠରୀ ଭିତରେ ସୋଫାରେ ବସିଗଲେ ସାଗରିକା ଆଉ ବିଛଣାରେ ଅଲୌକିକ।

କିଛିସମୟ ନିରବତା ପରେ ଆରମ୍ଭ ହେଲା ବାର୍ତ୍ତାଳାପ। ସାହସ ସଞ୍ଚୟ କରି ଧିରେ ଧିରେ ସାଗରିକା ପାଖରେ ବସିଗଲେ ଅଲୌକିକ। ଦୁହିଁଙ୍କ ଜୀବନଚର୍ଯ୍ୟା ବିଷୟରେ ବାର୍ତ୍ତାଳାପ କରୁ କରୁ ଦୁହିଁଙ୍କ ଆଖିରେ ଲୋତକର ବନ୍ୟା। ଧିରେ ଧିରେ ସାଗରିକାର ହସ୍ତସଞ୍ଚାଳନ କରୁଥିଲେ ଅଲୌକିକ। କିଛିସମୟ ପରେ ବିଛଣାରେ ଦୃଢ଼ ଆଲିଙ୍ଗନରେ ଥିଲେ ଦୁହେଁ। କିନ୍ତୁ ନଥିଲା ଆବିଳତା , ନଥିଲା କାମର ପ୍ରାବଲ୍ୟ। ଥିଲା ଆଗଢ଼ ପ୍ରେମ, ଭରଷା ଓ ବିଶ୍ବାସ।

ଅଲୌକିକ କହୁଥିଲେ, ମୁଁ କେମିତି ତମ ମନକୁ ପଢ଼ିବାରେ ଅସଫଳ ସାଗରିକା ?

ସାଗରିକା କହୁଥିଲେ, ଆପଣ ବୁଦ୍ଦୁ ଟା।

ହସୁଥିଲେ ପରିଣତ ବୟସର ପ୍ରେମୀଯୁଗଳ। ତାରିଖ ଥିଲା ଫେବୃଆରି ୧୪ , ଭାଲେଣ୍ଟାଇନ ଦିବସ। ଦୁହିଁଙ୍କ ସ୍ମରଣୀୟ ଦିନ।


ସାଗରିକା କହୁଥିଲେ,

ଜାଣିଛନ୍ତି ଅଲୌକିକ ଵାବୁ !

ମୁଁ ଆଜି ସବୁ ସମ୍ମାନ, ଧନସମ୍ପଦର ଅଧିକାରୀଣୀ କିନ୍ତୁ ପ୍ରେମରହିତ। ବୈବାହିକ ପ୍ରେମ କେବଳ ବୁଝାମଣାରେ ଚାଲେ, ସେଠି ପ୍ରେମର ମାତ୍ରା ପ୍ରାୟତଃ ନଥାଏ ଓ ମୁଁ ତାର ଜ୍ୱଳନ୍ତ ଉଦାହରଣ।



Rate this content
Log in

Similar oriya story from Abstract