ଭାଲେଣ୍ଟାଇନ ଦିବସ
ଭାଲେଣ୍ଟାଇନ ଦିବସ
ଆମୁଖ: ଓଡିଆ ଭାଷା, ସଂସ୍କୃତିର ପ୍ରଚାର, ପ୍ରସାର ପାଇଁ ସମସ୍ତେ ତତ୍ପର। କିନ୍ତୁ, ମୁଁ ଯଦି କାହାଣୀର ଶୀର୍ଷକ ଓଡିଆରେ " ପ୍ରେମ ଦିବସ " ଲେଖିବି କୌଣସି ପାଠକ/ ପାଠିକା କାହାଣୀ ପଢିବାକୁ ଇଚ୍ଛୁକ ହେବେ ନାହିଁ। ତେଣୁ ମୋ ଇଚ୍ଛାର ଘରକୁ ମାଟିରେ ମିଶାଇ ପାଠକଙ୍କ ଇଚ୍ଛାର ମହଲ ସୃଷ୍ଟି ଉଦ୍ଦେଶ୍ଯରେ କାହାଣୀର ଶୀର୍ଷକ ଇଂରାଜୀରେ ଲେଖିଲି। ତାଛଡା ଏହା ଏକ ଇଂରାଜୀମାନଙ୍କ ସୃଷ୍ଟ ଅପସଂସ୍କୃତିର ହନୁକରଣ।
ଫେବୃଆରୀ ୧୩ ତାରିଖ।ବିୟୁଟି ପାର୍ଲର ଖଚାଖଚ ଭିଡ଼।କିଏ ବ୍ଳିଚିଙ୍ଗ୍ କରୁଛି,ତ କିଏ ଆଇବ୍ରୋ ସେଫ୍ ,ତ କେଉଁ ଯୁବକ ସ୍ପାଇକ କଟିଙ୍ଗ୍ ।କାରଣ ୧୪ ତାରିଖ ପରା ଭାଲେଣ୍ଟାଇନ ଡେ। ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତି ର ଛାପ ଆମ ଦେଶରେ। ପ୍ରେମର ପରିଭାଷା ବୁଝୁନଥିବା ଉସ୍ଛୃଙ୍ଖଳ ଯୁବକ, ଯୁବତୀ ପାର୍କରେ, ନିରୋଳା ସ୍ଥାନରେ ଆସର ଜମାନ୍ତି।ସବୁଠି ଅସଭ୍ୟତା, ଉସ୍ଛୃଙ୍ଖଳତା।
ରାତିସାରା ଅନିଦ୍ରାରହି ସଜେଇ ହେଉଛନ୍ତି ଅସଂଖ୍ୟ ଅନିତା,ବନିତା,ରିତା, କେଶବ, ରମେଶ, ସୁରେଶ। କାଲି ପରା ମିଳନର ଦିନ।ସ୍ୱଳ୍ପ ସମୟ ହେଉ ପଛେ ଆନନ୍ଦର ଦିନ।କିଏ ବା ହାତଛଡ଼ା କରିବ?
ଆଜିକାଲି ଭାଲେଣ୍ଟାଇନ ସପ୍ତାହ ପାଳିତ ହୁଏ। ଫେବୃଆରୀ ୭ ରୋଜ ଦିବସରୁ, କିସ୍ ଦିବସ ଇତ୍ୟାଦି ପରେ ଗ୍ରାଣ୍ଡ ଫିନାଲେ ହେଉଛି " ଭାଲେଣ୍ଟାଇନ ଦିବସ । "
କାହାଣୀକୁ ଯିବା ।
ଓଃ ,ଇ... ମା କହି ଗୁରିଆର ଆଙ୍ଗୁଠିକୁ ପାଟିରେ ଭରିଥିଲା ରୁପେଇ। ଭାଲେଣ୍ଟାଇନ ଦିବସ ପାଇଁ ଗୋଲାପ ସଂଗ୍ରହ କରୁକରୁ ସନ୍ୟାସୀର ହାତରେ କଣ୍ଟା ଫୋଡିହୋଇ ରକ୍ତାକ୍ତ ଆଙ୍ଗୁଠିକୁ ପାଟିରେ ଧରିଥିଲା ସ୍ତ୍ରୀ ରୁବିନା।
ସବୁ ଶେଷର ଆରମ୍ଭ ଥାଏ,ହେଲେ ସବୁ ଆରମ୍ଭର ଶେଷ ନଥାଏ।ଜନ୍ମ ଜୀବନର ଆରମ୍ଭ ହୋଇପାରେ କିନ୍ତୁ ମ୍ରୁତ୍ୟୁ...!! ନା ନା ମ୍ରୁତ୍ୟୁ ଜୀବନର ଶେଷ ନୁହେଁ। ଆତ୍ମା ଅଜର,ଅମର,ଅବିନଶ୍ୱର।ଜୀବନ ଥିଲେ ଯନ୍ତ୍ରଣା ଅନିବାର୍ଯ୍ୟ।ଯନ୍ତ୍ରଣା ଥିଲେ ହିଁ ଜୀବନ ଥିଲାଭଳି ଅନୁଭବ କରିହୁଏ।ଜୀବନ ହିଁ ଯେମିତି ଯନ୍ତ୍ରଣା।ପ୍ରୁଥିବୀର କୋଣେ ଅନୁକୋଣେ ଅଜସ୍ର ଯନ୍ତ୍ରଣାର ସ୍ୱର ଅହରହ ବାଜୁଥାଏ।ଅଥଚ ତାକୁ କେହି କାନଡେରି ଶୁଣେ ନାହିଁ।
କାନ ବନ୍ଦକଲେ କିଛି ଶୁଣାଯାଏ ନାହିଁ। କିନ୍ତୁ ଶବ୍ଦତରଙ୍ଗର ଗତି.....!! ନା ନା ସେ ତ ବନ୍ଦ ହୁଏନାହିଁ।ନାଟକର ଲଜ୍ଜାକର ଦ୍ରୁଶ୍ୟ ନଦେଖିବା ପାଇଁ ଆଖି ବନ୍ଦ କରିଦେଲେ କିଛି ଦିଶେ ନାହିଁ। କିନ୍ତୁ ନାଟକ ତ ଚାଲିଥାଏ,ଦ୍ରୁଶ୍ୟ ପରେ ଦ୍ରୃଶ୍ୟ ଯବନିକା ପତନ ପର୍ଯ୍ୟନ୍ତ, ଠିକ୍ ଯେମିତି ଘଟି ଚାଲିଛି ରୁବିନା ଓ ସନ୍ୟାସୀ ଜୀବନାକାଶରେ।
ସାହିତ୍ୟ ରସରସିକ ଗୁଣମୁଗ୍ଧ ପାଠକ/ ପାଠିକା । ରାଜକାପୁରଙ୍କ ଚଳଚ୍ଚିତ୍ର ମେରା ନାମ ଜୋକରର ଦୁଇଧାଡି " ସୋ ତିନ ଘଣ୍ଟେ କା। ପହେଲା ଘଣ୍ଟା ବଚପନ, ଦୁସରା ଜବାନୀ, ତିସରା ବୁଢାପା।
ଉସକେବାଦ୍......
ଖାଲିଖାଲି ତମ୍ୱୁ ହୈ, ବିନା ଚିଡିଆକା ବସେରା । "
କେତେ ଗୁଢ ଅନ୍ତର୍ନିହିତ ଭାବପୂର୍ଣ୍ଣ ସଙ୍ଗୀତ ।
କିନ୍ତୁ.......
ଦର୍ଶକାଦୃତି ରହିତ।
ଅପରପକ୍ଷେ " ଚିପକାଇଲୋ ସୟାଁ ଫେବିକଲ ସେ " ଅର୍ଥଶୂନ୍ୟ, ଭାବଶୂନ୍ୟ କିନ୍ତୁ ସର୍ବଜନାଦୃତ।
କାରଣ.......
ଆମେ ପରା ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ। ଏସବୁ ଭାବ, ବୋଧରୁ କ'ଣ ମିଳିବ ।
ତେଣୁ ତ....
ଆଜିକାଲି ସମ୍ପର୍କର ରଜ୍ଜୁ କଳଙ୍କିଲଗା ଲୁହାପରି କ୍ଷୀଣ। ଖୁଁ ଖୁଁ କାଶୁଥିବା ଯକ୍ଷ୍ମାରୋଗୀ ପରି ଗତିଶୀଳ। ଭାଇ ଅଛି ଭ୍ରାତୃତ୍ବ ନାହିଁ। ବନ୍ଧୁ ଅଛି ବନ୍ଧୁତ୍ୱ ନାହିଁ। ମନୁଷ୍ଯ ଅଛି, ମାନବିକତା ନାହିଁ। ସବୁ ଅଛି କିଛି ନାହିଁ।
ଦୁଃଖ କାହାଣୀ ପକ୍ଷାଘାତ ରୋଗୀପରି ପାଠକଙ୍କୁ ଅନେଇ ରହିଛି।
କିନ୍ତୁ......
ଅର୍ଥବିହୀନ ପ୍ରେମଗଳ୍ପ ପାହାଳ ରସଗୋଲାପରି ପାଠକଙ୍କ ଆଦୃତିପ୍ରାପ୍ତ।
XXXXXXXXXXXXXXXXXX
ଅସୁସ୍ଥ ସନ୍ୟାସୀ କହୁଛି ,ମନେ ପଡୁଛି ରୁବେନା, ସେଇ ପ୍ଳାଟଫର୍ମ ନମ୍ବର ୪, ଆମ ମିଳନ। ମନେ ପକାଉଥିଲା
ରୁବେନା ......!
୪ ନମ୍ୱର ପ୍ଳାଟଫର୍ମ,ଖଚାଖଚ ଭିଡ଼।ସନିଆ ପୋଲଟିକୁ ଆଉଜି ଚିଲ୍ଲୋଉଛି,
ବାବୁ!ଏ ବାବୁ! ତା'ର ପଟିବନ୍ଧା ଆଙ୍ଗୁଠି ଦେଖି ଭଦ୍ର, ଶିକ୍ଷିତ ସମାଜ ଦୁଇପାଦ ଦୁରେଇ ଯାଇ କ୍ଷିପ୍ର ଗତିରେ ଆଗକୁ ମାଡ଼ି ଯାଉଛନ୍ତି।ନିଜ ଭାଗ୍ୟକୁ ନିନ୍ଦୁଛି ସେ। ଆଜିକାଲି ଦୁଇଓଳି ଭଲରେ ଖାଇବାକୁ ଗଣ୍ଡେ ମିଳୁନାହିଁ। ଶିକ୍ଷିତ ବେକାର ସନିଆ। ବାପାମାଆ ଛେଉଣ୍ଡ।ଝାଟିମାଟିର ଘର ଖଣ୍ଡେ ଥିଲା ଗାଆଁରେ।ଏ ବ୍ୟାଧି ପରେ ଗାଆଁରେ ପଞ୍ଚାୟତ ବସି ନିଆଁ ପାଣି ବାଛନ୍ଦ କଲେ।
ସେହିଦିନଠାରୁ ୪ନମ୍ୱର ପ୍ଳାଟଫର୍ମ ତା'ର ଆଶ୍ରୟସ୍ଥଳୀ।ମିଳିଲେ ଖାଏ ନହେଲେ ପ୍ଳାଟଫର୍ମ ନଳରୁ ପେଟେ ପାଣି ପିଇ ଶୋଇଯାଏ।
ମନେ ପଡିଯାଉଛି ପୁର୍ବ କଥା।ମୁଲ ଲାଗି ପେଟ ପୋଷୁଥିଲା। ସରକାରଙ୍କ ଡିଣ୍ଡିମ ବେକାରୀ ଦୂର ହୋଇଯିବ ଇତ୍ୟାଦି ଇତ୍ୟାଦି। କିନ୍ତୁ ସବୁ କାଗଜ କଲମରେ ସିମୀତ। ଏ ନିଆଁ ଲଗା ବ୍ୟାଧି। ଜୀବନକୁ ଲୋଭ ଲାଗୁଛି ବୋଲି ତ ମରି ବି ପାରୁନି।ସାହିଭାଇ ମିଶି ପାଖ ଗାଆଁର ଗଉଡଘର ସାଙ୍ଗରେ ବିବାହ ସ୍ଥିର କରିଥିଲେ।ଝିଅ ଦେଖିବାକୁ ଗଲାବେଳେ ତା'ର ଏ ବ୍ୟାଧି ଆରମ୍ଭ ହେଲା।ଝିଅଟି ରୋକଠୋକ ମୁହଁ ଉପରେ ତା ବାପାଙ୍କୁ କହିଲା,ବାପା ତୁମକୁ ବର ଖୋଜିବାକୁ କଷ୍ଟ ହେଲେ କହୁନ ଆମ ଗାଆଁ ବୁଢ଼ା ବାରିକ ସାଙ୍ଗରେ ପଳେଇବି।ଏ ରୋଗିଣା ପାଖରେ ମରିବା ଅପେକ୍ଷା ସେ ତ ୧୦୦ଗୁଣରେ ଭଲ।ବାହା ହେବା, ସଂସାର କରିବା ସ୍ୱପ୍ନ ବି ମଉଳିଗଲା।
ହେ ସଭ୍ୟ, ଆଧୁନିକ,ଦରଦି ସମାଜ! ହେ ସମାଜର ରକ୍ଷକ ନେତା, ମନ୍ତ୍ରୀ! ହେ ସମାଜର ଅଗ୍ରଜ ଅଧିକାରୀ ଗଣ! ଗରୀବ ଲୋକଙ୍କର କ'ଣ ସ୍ବପ୍ନ ଦେଖିବା ବି ମନା? ?
ମନେ ମନେ ଭାବୁଥାଏ ସନିଆ,ଏ ଦେଶର ଖାଲି ଛବିରାଣୀ,ବେବିନା,ନିର୍ଭୟା ବଳାତ୍କାରର ଶିକାର ହୁଅନ୍ତିନି,ଏ ଦେଶର ସନିଆ ପରି ଯୁବକମାନେ ବି ସମାଜର ହିନମନ୍ୟତା, କୁସଂସ୍କାର ରୁପି ବଳାତ୍କାରର ଶିକାର ହୁଅନ୍ତି।ହେ ପୂର୍ବଜ,ହେ ଗାନ୍ଧୀ! ଫେରିଆସି ଦେଖ ଥରେ ତୁମେ ଛାଡି ଯାଇଥିବା ଦେଶର ଅବସ୍ଥା।
ହେ ଗାନ୍ଧୀ! ଆଜିର ଅରାଜକତା ଦେଖିଲେ ତୁମ ଆଖିରୁ ବି ବୋହିଯିବ ଲୋତକଧାରା।ଆଖିକଣର ଲୁହକୁ ହାତର ବ୍ୟାଣ୍ଡେଜରେ ପୋଛୁଥିଲା।ତାହା ବି କଷ୍ଟ ଦେଉଥିଲା ଓ ରୁକ୍ଷ ଲାଗୁଥିଲା।
୩,୪ ଦିନ ହେଲା ଲକ୍ଷ କରୁଛି ସନିଆ ସଞ୍ଜ ନଇଁଲେ ଚିରାଫଟା ଶାଢୀ ପରିହିତା ଅର୍ଦ୍ଧଦଗ୍ଧ ଯୁବତୀ ଟିଏ ତାଠାରୁ ଅନତି ଦୂରରେ ବସି ତାକୁ ହିଁ ନିଘା କରୁଛି।ସନିଆ ଠାରୁ ବାଟଭାଙ୍ଗି ଚାଲିଯାଉଥିବା ଧୋବଧାଉଳିଆ ଭଦ୍ରଲୋକ ମାନେ ତା ହାତକୁ ପଇସା ବଢାଇ ଦେଉଛନ୍ତି ତା ହାତର ଟିକିଏ ସ୍ପର୍ଶ ପାଇଁ,ଆଉ ନିରେଖି ଦେଖିବାକୁ ଚେଷ୍ଟା କରୁଛନ୍ତି ତାର ଚିରାଫଟା ବସ୍ତ୍ର ପଟେ ତାର ଯୈ।ବନର ଚିତ୍ର।
ଛି ! ତୁମର ମାଆ,ଭଉଣୀ ନାହାନ୍ତି? ଝିଅଟି ଚୁପଚାପ୍ ବସି କାନ୍ଦୁଥାଏ ସବୁଦିନ।
ଆଜି ବି ସନ୍ଧ୍ୟାରେ ପହଞ୍ଚିଲା ଝିଅଟି।ବସିରହିଲା ତା ପୁର୍ବ ସ୍ଥାନରେ।ଅନେଇ ରହିଲା ସନିଆକୁ।ସାହସ ସଞ୍ଚୟ କରି ସନିଆ ଝିଅଟି ପାଖରେ ପହଞ୍ଚିଲା।ବସିରହିଲା ଟିକେ ଦୂରରେ।ସବୁଦିନ ୫,୧୦ ସେକେଣ୍ଡ ଝିଅଟିର ସୈ।ନ୍ଧର୍ଯ୍ୟ ଉପଭୋଗ କରି କିଛି ପଇସା ଦେଉଥିବା ଅର୍ଦ୍ଧ ବୟସ୍କ ବାବୁଜଣକ ଝିଅଟି ପାଖରେ ପହଞ୍ଚିଲେ।ସନିଆକୁ ଦେଖି ଚିହିଁକି ଉଠି କହିଲେ,
"ଆବେ ଶଳା! ତୁ ଏଇଠି କ'ଣ କରୁଛୁ? ସମସ୍ତଙ୍କୁ ରୋଗ ଡିଆଁ ଇବୁ ନା କ'ଣ? " । ମୁଣ୍ଡକୁ ପିତ୍ତ ଚଢ଼ିଗଲା ସନିଆର।କହିଲା,ବାବୁ! ଏମିତି କ'ଣ କହୁଛ?ଆମପରି ମଳିମୁଣ୍ଡିଆଙ୍କ ମୁଣ୍ଡରେ ପାଦରଖି ହିଁ ତୁମପରି ବାବୁମାନେ ଉପରକୁ ଉଠି ବଡଲୋକି ଦେଖାଇହୁଅ। ମୁହଁ ଛିଞ୍ଚାଡି ଛୋଟଲୋକ କେଉଁଠିକାର କହି ଚାଲିଗଲେ ସେ। ସାହସ ସଞ୍ଚୟ କରି ସନିଆ ଝିଅଟିକୁ ପଚାରିଲା,ତୁମ ନାମ କ'ଣ?
ଝିଅଟି କ୍ଷିଣ କଣ୍ଠରେ କହିଲା"ରୁବିନା"। କ'ଣ ଏମିତି ପରିସ୍ଥିତି ହେଲା ଯେ ଭିକ୍ଷାବ୍ରୁତ୍ତି ଆପଣେଇନେଲ।ତମର କ'ଣ କେହି ନାହାନ୍ତି?ପଚାରି ବସିଲା ସନିଆ।ଝିଅଟି ଉତ୍ତର ଦେଲା,ନା ମୁଁ ବାପମାଆ ଛେଉଣ୍ଡ। ମାମୁଁ ଗୋଟିଏ ପ୍ରୈ।ଢ ବ୍ୟକ୍ତିକୁ ମୋତେ ବିକ୍ରି କରିଦେଲେ।ସେ ଜଣେ ଦେହ ଦଲାଲ୍।ଦେହ ବ୍ୟବସାୟରେ ମୋତେ ନିୟୋଜିତ କଲା।ଏହି ଧୋବଧାଉଳିଆ ଭଦ୍ରମୁଖା ମନୁଷ୍ୟ ମାନେ ରାତ୍ରିର ଅନ୍ଧକାରରେ ପୁଳାପୁଳା ଟଙ୍କା ବିନିମୟରେ ପଶୁପରି ମୋ ଦେହଟାକୁ ଝୁଣି ଖାଇଲେ। ପରଦିନ ପାଇଁ ଅଗ୍ରୀମ ବି ଦେଇ ଚାଲିଯାଆନ୍ତି।ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲି ମୁଁ। ଦିନେ କୈ।ଶଳକ୍ରମେ ଖସି ଆସି ଥାନାରେ ପହଞ୍ଚିଗଲି ମୁଁ। ଥାନାବାବୁ ଓ ଚାରିପାଞ୍ଚଜଣ କନେଷ୍ଟେବଲ ମୋ କାହାଣୀ ଶୁଣିଲାପରେ ଥାନା ପରି ପବିତ୍ର ସ୍ଥାନରେ ମୋତେ ବଳାତ୍କାର କଲେ।ରକ୍ଷକ ସାଜିଲେ ଭକ୍ଷକ।
ମୁଁ ବି.ଏ ପାସ କରିଛି। ତାପରେ ମୋତେ ସବୁଠୁ ନିରାପଦ ସ୍ଥାନ ଲାଗିଲା ପ୍ଳାଟଫର୍ମ ନମ୍ୱର୍-୪।ତୁମକୁ ସବୁଦିନ ଦେଖେ।ଭଲମଣିଷ ପରି ଲାଗୁଛ। ତୁମର କ'ଣ ହୋଇଛି?
ସନିଆ ଆରମ୍ଭ କଲା,ମୋ ନାଆଁ ସନ୍ୟାସୀ।ଗରୀବ ଘରର ଛୁଆ ତେଣୁ ସମସ୍ତେ ସନିଆ ଡାକନ୍ତି।ବାପମାଆ ଛେଉଣ୍ଡ। ଗାଆଁ ରେ ଘରଟିଏ ଥିଲା ଝାଟିମାଟିର। ଡିଗ୍ରୀ ସାରି ଚାକିରୀ ଅନ୍ବେଷଣ କଲି।ନିରାଶ ହେଲି। ପାଠଶାଠ ଭୁଲି ସଂଘର୍ଷ କରି ବଞ୍ଚିବାକୁ ଚେଷ୍ଟାକଲି। ବଞ୍ଚି ଯାଉଥିଲି ଯେନତେନ ପ୍ରକାରେଣ। ହଠାତ୍ ଏ ବ୍ୟାଧି ଆରମ୍ଭ ହେଲା। ଗାଆଁରୁ ବାଛନ୍ଦ ହେଲି।
ବାସ୍ ତାପରେ ପ୍ଳାଟଫର୍ମ ନମ୍ୱର୍-୪ ।
ସ୍ମିତହସି ରୁବିନା କହିଲା ତୁମେ ବାହା ହୋଇନାହ? ମୁଣ୍ଡ ହଲାଇ ମନାକଲା ସନିଆ। ମୋତେ କିଏ ବାହାହେବ? ରୁବିନା କହିଲା,ଆରେ ଏହା ଦୁରାରୋଗ୍ୟ ନୁହଁ।ଭଲ ହୋଇଯିବ।କାଲି ଡାକ୍ତରଖାନା ଯିବା। ଅନିଚ୍ଛା ସତ୍ତ୍ବେ ହଁ ଭରିଲା ସନିଆ।ରାତିସାରା ନିଦ ନାହିଁ। ଆଖି ଆଗରେ ନାଚି ଯାଉଛି ରୁବିନା ଓ ତାର କୋକିଳ କଣ୍ଠସ୍ୱର। କେତେ ଆତ୍ମିୟତା।
ତାପରଦିନ ଡ଼ାକ୍ତର ଦେଖାଇଲେ ଦୁହେଁ।ଡାକ୍ତର ଆଶ୍ୱାସନା ଦେଲେ।ଆଉ ଟିକେ ନିକଟବର୍ତ୍ତୀ ହେଲେ ଦୁହେଁ।ସନିଆ ସାହସ ସଞ୍ଚୟ କରି କହିପକାଇଲା,ରୁବିନା,ଆମେ ମିଶିକରି ରହିପାରିବାନି କି? ରୁବିନା କହିଲା ମୋପରି କୁଳଟା ତୁମକୁ କି ସୁଖ ଦେଇପାରିବ? ସନିଆ କହିଲା ମୋ ପରି ରୋଗୀକୁ ତୁମେ ଗ୍ରହଣ କଲେ ତାହା ମୋର ଭାଗ୍ୟ।ତୁମେ ନାରୀ ନୁହଁ ନାରାୟଣୀ।ମନ ମିଶିଗଲା ଦୁହିଙ୍କର।ରୁବିନା କହିଲା ସରକାରୀ ଯାଗାରେ ଝାଟିମାଟି ଘରଟେ କରିବା। ଛୁଆମାନଙ୍କୁ ଟିଉସନ କରି ବଞ୍ଚିଯିବା।ଜୀବନ ସରସ ସୁନ୍ଦର ହେବ।ସେୟା ହିଁ ହେଲା। ଦୁହିଁଙ୍କର ମିଳନ ହେବାସହ ଧିରେଧିରେ ସନିଆ ବି ସୁସ୍ଥ ହେଲା। ଦୁହିଁଙ୍କର ସ୍ଥାନ ପରିବର୍ତ୍ତନ ହେଲା ପ୍ଳାଟଫର୍ମ ନମ୍ୱର୍-୪ ରୁ ସହିଦନଗର ସରକାରୀ ବସ୍ତି।
ପରିସ୍ଥିତି ଦୁହିଁଙ୍କର ଆଜି ପରିବର୍ତ୍ତିତ।ସନିଆର ନାମ ପରିବର୍ତ୍ତିତ ହୋଇ ସନ୍ୟାସୀ ହୋଇ ସାରିଛି। ସନ୍ୟାସୀ ସମ୍ପୁର୍ଣ୍ଣ ସୁସ୍ଥ।ହସି ହସି କହୁଛି ବୁଝିଲ ରୁବିନା ଆଜି ପ୍ଳାଟଫର୍ମ ନମ୍ୱର୍-୪ କଥା କିଛି ବି ମନେ ପକେଇ ପାରୁନି ମୁଁ।ଜୋରରେ ହସିହସି ରୁବିନା କହୁଥାଏ,"ବେନିଜନେ ସମଦଶା" । ତୁମର ପ୍ରେମ, ସାନ୍ନିଧ୍ୟ ପାଇଲା ପରେ ମୁଁ ବି କିଛି ମନେ ପକେଇ ପାରୁନି ଓ ମନେ ପକାଇବାକୁ ଚାହୁଁନାହିଁ ମୋର ଅତୀତର କଳଙ୍କିତ ଅଧ୍ୟାୟ !!!
ମୁଣ୍ଡରେ ପାଣିପଟି ଦେଉଦେଉ ରୁବିନା କହୁଥିଲା , ଭଲ ସମୟ ଚାଲିଗଲା। ସୁଉଚ୍ଚ ଅଟ୍ଟାଳିକା ଓ ଅନଲାଇନ ଅନୁପ୍ରବେଶ ପରେ ଟିଉସନ ବନ୍ଦ ହେଲା।
ଆସନ୍ତାକାଲି ଭାଲେଣ୍ଟାଇନ ଦିବସ। ଯାଉଛି କିଛି ଗୋଲାପଫୁଲ ତମେ ଆଣିଛ, ମୁଁ ଆଉକିଛି ନେଇଆସି ଆସନ୍ତାକାଲି ବିକ୍ରୀକଲେ ତମ ଦେହ ଦେଖାଇବାକୁ ଡାକ୍ତରଖାନା ଯିବା।
ସନ୍ୟାସୀ ଆଖିରୁ ଦୁଇଧାର ଅଶୃ ଗଳିପଡୁଥିଲା। କହୁଥିଲା ,ମୁଁ ତୋ ଦୁଃଖ ଦେଖିପାରୁନାହିଁ ରୁବିନା। ମୋ ହାତଧରି ତୁ ପାଇଲୁ କ'ଣ ? ସନ୍ତାନସୁଖ ବି ଦେଇପାରିଲିନି। ମୋତେ ଦୂରାରୋଗ୍ଯ ବ୍ୟାଧିରୁ ଭଲ କଲୁ, ନିଜେ କଷ୍ଟ କରି ସଂସାର ଚଳେଇଲୁ।
ମୁଁ କରିଛି କ'ଣ ? ବରଂ ତୋ ଉପରେ ବୋଝ। ସେମିତି କୁହନି ତମେ କହି ସନ୍ୟାସୀ ଆଖିରୁ ଲୁହ ପୋଛୁପୋଛୁ ରୁବିନା କହୁଥିଲା, ଆମ ପ୍ରେମ ଚିରସ୍ମରଣୀୟ। କଥାରେ ଅଛି " ଚାହା ଓ ପ୍ରେମର ସମୟ ନଥାଏ । "
ମୁଁ ଆସନ୍ତାକାଲି ଗୋଲାପ ବିକ୍ରୀ କରି ଫେରିବା ସମୟରେ ଆମ ପ୍ରେମର ସାକ୍ଷୀ ପାଇଁ ଗୋଟିଏ ଗୋଲାପ ଆଣିବି।
ଫେବୃୟାରୀ ୧୪ । ଭାଲେଣ୍ଟାଇନ ଦିବସ। ରାସ୍ତାକଡରେ ବସିଛି ରୁବିନା ଗୋଲାପଫୁଲ ବିକ୍ରୀ ଉଦ୍ଦେଶ୍ଯରେ । ଅଦ୍ଭୁତ ଦିବସ। ପ୍ରେମିକା ପାଇଁ ପୁଷ୍ପ କ୍ରୟ କରିବାକୁ ଆସି ଯୁବଗୋଷ୍ଠୀଙ୍କ ନଜର ବି ରୁବିନା ଶରୀର ଉପରେ। ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ ପ୍ରେମ ନା ଶରୀର ଲୋଭ ଜାଣିବା ମୁସ୍କିଲ।
ରୁବିନାର କୌଣସିଠାରେ ନିଘା ନଥିଲା। ତା ' ଆରାଧ୍ଯଦେବତା ତା ' ସ୍ବାମୀକୁ ଗୋଲାପ ଦେଇ ଆଜି ଡାକ୍ତର ପାଖକୁ ନେବ। ଏମିତି ହିଁ ସୁନ୍ଦର ଦିବସରେ ଦୁହେଁ ସଂସାର କରିଥିଲେ।
ସେପଟେ ସନ୍ୟାସୀର ଜ୍ୱର ବଢୁଥିଲା, ତାଛଡା ରୁବିନା ଏକା ପୁଷ୍ପ ବିକ୍ରୟ ସମୟରେ ଅସାଧୁ ବ୍ଯକ୍ତିଙ୍କ ଲୋଲୁପ ଦୃଷ୍ଟି କଥା ଭାବି ତା ' ଶରୀର ଥରି ଉଠୁଥିଲା। ନିଜକୁ ଘୃଣାରେ ଧିକ୍କାରୁଥିଲା ସନ୍ୟାସୀ।
ନେଇଥିବା ସବୁ ଗୋଲାପ ବିକ୍ରୀ କରି କିଛି ଅର୍ଥ ପାଇସାରିଥିଲା ରୁବିନା। ହାତରେ ଥିଲା ବୃନ୍ତଯୁକ୍ତ ଗୋଟିଏ ଗୋଲାପ ଓ ତାହାଥିଲା ସନ୍ୟାସୀ ପାଇଁ। ଅନତିଦୂରରୁ ବ୍ୟକ୍ତିଜଣେ ବହୁତ ସମୟ ହେଲା ଲକ୍ଷ୍ୟ କରୁଥିଲା ରୁବିନାକୁ।
ରୁବିନା ତା'କୁ ଧ୍ୟାନ ନଦେଇ ଆଗକୁ ବଢୁଥିଲା। ପଛରେ ଶବ୍ଦ ଶୁଣି ଅନେଇଲା ରୁବେନା। ସେ ବ୍ଯକ୍ତିଜଣକ ତା' ପଛେ ପଛେ। ରୁବେନା ଅଟକିଯାଇ କହିଲା ,
ବାବୁ !
ପୁଷ୍ପ ସରିଯାଇଛି। ଏଇଟା ମୋ ସ୍ୱାମୀ ପାଇଁ। ବ୍ୟକ୍ତିଜଣକ କହିଲା , ଆରେ ନା। ତୋ ସ୍ୱାମୀ ଗରୀବ, ମଳିମୁଣ୍ଡିଆ ହୋଇଥିବ। ତୋ ଶରୀରରେ କାମଦେବତାଙ୍କ ଶର ବିନ୍ଧିବାର ଯୋଗ୍ୟତା ତା'ର ନଥିବ ଏହା ଅନୁମେୟ। ମୁଁ ସେଠ ମଦନଲାଲଙ୍କ ଏକମାତ୍ର ସନ୍ତାନ। ଆଜି ମୋ ପ୍ରେମିକା ସହ ଓୟୋ ଯିବାର ଥିଲା କିନ୍ତୁ ସେ ରାସ୍ତା ପରିବର୍ତ୍ତିତ କରି ଅନ୍ୟ ଯୁବକ ସହ ଚାଲିଗଲା। ଆଜିପରି ଦିନରେ ଅନ୍ୟ ସାଥି ମିଳିବା କଷ୍ଟ। ତେଣୁ ତମକୁ ନେଇ କାମ ଚଳେଇଦେବା। ସୁନ୍ଦରୀ ଅଛ, ତାସହ ଶିକ୍ଷିତା ଲାଗୁଛ।
ଚମକି ଉଠିଲା ରୁବିନା। ଆଗକୁ ବଢୁବଢୁ କହିଲା ,ବାବୁ ! ତମ ବଡଲୋକଙ୍କ ପ୍ରେମର ପରିଭାଷା କ'ଣ ଓୟୋର ରୁଦ୍ଧ କୋଠରୀରେ ଶରୀର ଉଷ୍ମତା ମାପିବା ? ପ୍ରେମର ମାପକାଠି କାମ ନୁହେଁ।
ଯୁବକଜଣକ କିଛି ନଶୁଣି ରୁବିନା ପଛରେ ଚାଲିବାରେ ଲାଗିଲା। ଅଣଓସାରିଆ ରାସ୍ତାକଡରେ ପାଗଳିଟିକୁ ଧର୍ଷଣ କରୁଥିଲା ଯୁବକଜଣେ। ସେଇ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବ୍ଯକ୍ତିଜଣକ କହିଲା ଓ ସତୀ ସାବିତ୍ରୀ ,ଏଇ ଦେଖ ଏମିତି ପାଳନ ହୁଏ ଭାଲେଣ୍ଟାଇନ ଦିବସ।
ଚମକି ଉଠି ଦୌଡିବାକୁ ଲାଗିଲା ରୁବେନା। ପଛେ ପଛେ ବ୍ଯକ୍ତିଜଣକ। ଘରେ ପହଞ୍ଚି ଦେଖିଲା ସନ୍ୟାସୀ ନିଶ୍ଚଳ। ଏ କ'ଣ ଘଟିଚାଲିଛି ତା ଜୀବନାକାଶରେ ? ହାତରୁ ଖସିଗଲା ସଂଗୃହିତ ଅର୍ଥ ଓ ଗୋଲାପ ଖଣ୍ଡିକ। ବ୍ଯକ୍ତିଜଣକ କହୁଥିଲା, ଯିବାଲୋକ ତ ଗଲା, ଚାଲ ଆଜିର ଦିନକୂ ରଙ୍ଗିନ କରିନେବା, ମୁଁ ପ୍ରଚୁର ଅର୍ଥ ଦେବି। ବ୍ଯକ୍ତିଜଣକ ପାଦତଳେ ଥିଲା ଗୋଲାପ। ରୁବିନା ଶରୀରକୁ ଜାବୁଡି ଧରିଥିଲା ବ୍ଯକ୍ତିଜଣକ। ରୁବିନା ହାତରେ ଲାଗିଲା ପନିକି ଖଣ୍ଡକ। ଧଡକରି ବ୍ଯକ୍ତିଜଣକର ବେକଟାକୁ କାଟିଦେଲା ରୁବିନା। ଦୌଡିଗଲା ସନ୍ୟାସୀ ପାଖକୁ। ଶରୀର ନିଶ୍ଚଳ ଥିଲା। ଛାତି ଉପରେ ବାଡେଇ ହୋଇ କାନ୍ଦିକାନ୍ଦି କହୁଥିଲା ରୁବିନା , ଏ ସନ୍ୟାସୀ ! ଆମେ ଗରିବ। ଆମର ଭାଲେଣ୍ଟାଇନ ଦିବସ ପାଳନର ଅଧିକାର ନାହିଁ। ହେଲେ.......!
ଦେଖୁଛୁ ତ ଏ ଭଦ୍ରସମାଜକୁ। ପ୍ରେମଦିବସ ନାମରେ ଅଶ୍ଳୀଳତା।
ଆବଶ୍ୟକ ନାହିଁ ଏମିତି ପର୍ବର। ଯେଉଁଠି କେବଳ ମେଞ୍ଚା ମେଞ୍ଚା ଅଶ୍ଳିଳତା । ଲାଗୁଥିଲା ତା ' ମୁଣ୍ଡ ଆଉଁଷି ସନ୍ୟାସୀ କହୁଛି ;;
ରୁବିନା !
ଏ ରୁବି !
ଈତିହାସ ପୃଷ୍ଠା ଓଲଟାଇ ଦେଖ, ଗୋଲାପ ତୋଳିଆଣିଲେ କଣ୍ଟାର ସାମ୍ନା କରିବା ନିଶ୍ଚିତ। ସମାଜ ସହ ଲଢିବାର ସାମର୍ଥ୍ଯ ତମର ନଥିଲା।
ବରଂ ତମେ ଅବଳାଦୁର୍ବଳା ଭାଙ୍ଗି ପଡିଥାଆନ୍ତ। ଦୋଷୀ ସାଜିଥାନ୍ତି ମୁଁ। ନିଜକୁ ନିଜେ ବି କ୍ଷମା ଦେଇପାରି ନଥାନ୍ତି।
ହଁ ପ୍ରତିଶୃତି ଦେଉଛି ଆରଜନ୍ମରେ ତମେ ହିଁ ମୋର ଅର୍ଦ୍ଧାଙ୍ଗିନୀ ହେବ।
ପ୍ରେମର ମଳୟ ନିଶ୍ଚୟ ବୋହିବ।
ଛିଣ୍ଡା କୁଡିଆରେ ଦୁଇଟି ଶରୀର ନିଶ୍ଚଳ ହୋଇ ପଡି ରହିଥିଲା। ଅନତି ଦୂରରେ ସେଇ ଅଭଦ୍ର କାମୁକ ବ୍ଯକ୍ତିଙ୍କ ରକ୍ତାକ୍ତ ଶରୀର ଲୋଟୁଥିଲା।
ଧନ୍ୟ ପାଶ୍ଚାତ୍ଯ ସଂସ୍କୃତି !
ଧନ୍ୟ ଭାଲେଣ୍ଟାଇନ ଦିବସ।
ପ୍ରକୃତ ପ୍ରେମ କଲେ ପ୍ରତ୍ୟେକ ଦିବସ ଭାଲେଣ୍ଟାଇନ ଦିବସ। ବାର, ତିଥି ଅନୁସାରେ ଆର୍ଯ୍ୟସଂସ୍କୃତିର ଅବମାନନା କରି ପ୍ରେମ ନାମର କାମର କଳାକଳଙ୍କ ବୋଳି ହୋଇ ଈତିହାସ ପୃଷ୍ଠାକୁ କଳଙ୍କିତ କରିବାର ଯଥାର୍ଥତା ନାହିଁ।

