ଭାଲେଣ୍ଟାଇନ ଡେ ବନାମ ସହୀଦ ଦିବସ
ଭାଲେଣ୍ଟାଇନ ଡେ ବନାମ ସହୀଦ ଦିବସ
ଫେବୃଆରୀ ୧୩ ତାରିଖ।ବିୟୁଟି ପାର୍ଲର ଖଚାଖଚ ଭିଡ଼।କିଏ ବ୍ଳିଚିଙ୍ଗ୍ କରୁଛି,ତ କିଏ ଆଇବ୍ରୋ ସେଫ୍ ,ତ କେଉଁ ଯୁବକ ସ୍ପାଇକ କଟିଙ୍ଗ୍ ।କାରଣ ୧୪ ତାରିଖ ପରା ଭାଲେଣ୍ଟାଇନ ଡେ। ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତି ର ଛାପ ଆମ ଦେଶରେ।
ପ୍ରେମର ପରିଭାଷା ବୁଝୁନଥିବା ଉସ୍ଛୃଙ୍ଖଳ ଯୁବକ, ଯୁବତୀ ପାର୍କରେ, ନିରୋଳା ସ୍ଥାନରେ ଆସର ଜମାନ୍ତି।ସବୁଠି ଅସଭ୍ୟତା, ଉସ୍ଛୃଙ୍ଖଳତା।
ରାତିସାରା ଅନିଦ୍ରାରହି ସଜେଇ ହେଉଛନ୍ତି ଅସଂଖ୍ୟ ଅନିତା,ବନିତା,ରିତା, କେଶବ, ରମେଶ, ସୁରେଶ। କାଲି ପରା ମିଳନର ଦିନ।ସ୍ୱଳ୍ପ ସମୟ ହେଉ ପଛେ ଆନନ୍ଦର ଦିନ।କିଏ ବା ହାତଛଡ଼ା କରିବ? ୧୪ ତାରିଖ ସକାଳ।ସେହି ଅପେକ୍ଷା ର ଅନ୍ତ ଘଟାଇ,ବିନିଦ୍ର ରଜନୀର କଷ୍ଟ ସରାଇ ମାହେନ୍ଦ୍ରବେଳା ଉପନୀତ।ପାର୍କରେ ପ୍ରବଳ ଭିଡ଼।ପାଦ ପକାଇବାକୁ ଯାଗା ନାହିଁ।ସବୁଠି ପ୍ରେମୀ ଯୁଗଳଙ୍କ ଆସ୍ଥାନ।ସବୁଜ ଘାସ ଗାଲିଚା ଭିତରେ ସାଧବବୋହୁଟି ଲୁଚିଛପି ତା'ର ଜୀବନ ବଞ୍ଚାଇବାର ଆପ୍ରାଣ ଚେଷ୍ଟା କଲାବେଳେ ପ୍ରେମିକାର ହାତଧରି ପ୍ରେମିକପ୍ରବରଙ୍କ ଉନ୍ମତ୍ତ ନୃତ୍ୟ ରେ ତା'ର ଜୀବନର ଅନ୍ତ ଘଟୁଛି।
ହଠାତ୍ ପାର୍କ ଭିତରେ ଆବିର୍ଭାବ ହେଲା ଛିଣ୍ଡା ବସ୍ତ୍ର ପରିହିତା ପାଗଳି ଯୁବତୀ ଟିଏ।ହାତରେ ଲମ୍ବା ବାଡି ଖଣ୍ଡେ। ଉନ୍ମୁକ୍ତ କେଶ, ମଥାରେ ବିରାଟ ସିନ୍ଦୂର ଟୋପା ଦରଲିଭା। ଲାଗୁଛି ସଂଭ୍ରାନ୍ତ ଘରର ଝିଅ କିନ୍ତୁ ରଣଚଣ୍ଡୀ ବେଶ। ଗୋଟିଏ ପଟରୁ ଅନବରତ ପ୍ରହାର କରିଚାଲିଛି ପ୍ରେମିଯୁଗଳଙ୍କୁ।
ଇତସ୍ତତଃ ଦୈାଡା ଦୈ।ଡିରେ ବ୍ୟସ୍ତ ସମସ୍ତେ। ପାଖରେ ଥିବା ପାଣିବୋତଲ ଖୋଲି ଫୋପାଡ଼ି ଦେଉଛି ସମସ୍ତଙ୍କ ଉପରକୁ। ପ୍ରେମିକାର ମୁହଁରୁ ମେକଆପର ପ୍ରଲେପ ଉତୁରି ଯିବା ସଙ୍ଗେ ସଙ୍ଗେ ପ୍ରେମିକର ପ୍ରେମ ବତୁରି ଯାଉଛି।
ସମସ୍ତେ ଉତ୍ତ୍ୟକ୍ତ ଓ ପ୍ରସ୍ତୁତ ହୋଇଗଲେ ପାଗଳୀକୁ କାବୁ କରିବାକୁ।
ଏହି ସମୟରେ ଜଣେ ଅର୍ଦ୍ଧବୟସ୍କ ବ୍ୟକ୍ତି ପହଞ୍ଚି ବାରଣ କଲେ ସମସ୍ତଙ୍କୁ। ସାଙ୍ଗରେ ଅାଉ ଜଣେ ନାରୀ। ବୋଧେ ପାଗଳୀର ମାଆ। ସମସ୍ତେ ଉତ୍କଣ୍ଠା ର ସହ ପଚାରିଲେ, ବାବୁ!ଏ କ'ଣ ତୁମ ଝିଅ? ହଁ ଭରିଲେ ଭଦ୍ରବ୍ୟକ୍ତି ଜଣକ। ସମସ୍ତଙ୍କୁ ହାତଯୋଡି କ୍ଷମା ମାଗିବା ସହ ନଥ କରି ବସିଗଲେ ତଳେ।ପାର୍କରେ ଉପସ୍ଥିତ ସମସ୍ତ ଯୁବକ ଯୁବତୀ ବି ବସିଗଲେ ଚୁପ୍ ଚାପ୍।
ବ୍ୟକ୍ତି ଜଣକ ଆରମ୍ଭ କଲେ, ମୋ ଝିଅ ଭଲ ପାଉଥିଲା ବସନ୍ତକୁ। ଦୁହିଁଙ୍କ ଭିତରେ ଅନାବିଳ ପ୍ରେମ।ବୁଦ୍ଧି ଜାଣିଲା ଦିନରୁ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି। ଦୁହେଁ ଦୁହିଁଙ୍କ ପାଇଁ ପାଗଳ। ପୁଅଟି ଭଲ,ତେଣୁ ଆମର ଆପତ୍ତି ନଥାଏ।ଝିଅ ଉଚ୍ଚଶିକ୍ଷିତା, ତେଣୁ ତା ଉପରେ ବି ଆମର ଅଗାଧ ବିଶ୍ୱାସ। ସବୁବେଳେ ଦୁହେଁ ଏହି ପାର୍କ ରେ ସମୟ ବିତାନ୍ତି।ବସନ୍ତ ଆର୍ମିରେ ଚାକିରୀ ପାଇଲା।ନିର୍ବନ୍ଧ ବି ସରିଗଲା। ବର୍ଷେ ପରେ ବାହାଘର ବି ସ୍ଥିର ହୋଇଗଲା। ଗୋଟିଏ ଯୋଡି ଉତ୍କଣ୍ଠା ରେ ପଚାରିବସିଲେ, ତା'ହେଲେ ବସନ୍ତ କ'ଣ ଏଇ ଝିଅକୁ ଧୋକା ଦେଇ ଛାଡି ଚାଲିଗଲା?
ଅର୍ଦ୍ଧବୟସ୍କ ବ୍ୟକ୍ତି ଜଣକ ଉତ୍ତର ଦେଲେ,ନା, ନା ସେମିତି କିଛି ନୁହଁ। ଗତବର୍ଷ ଭାଲେଣ୍ଟାଇନ ଦିନ ଏହି ପାର୍କରେ ସେମାନଙ୍କ ମିଳନ ହେବାର ଥିଲା।ସବୁବର୍ଷ ଏହି ଦିନଟି ସେମାନେ ମିଶିକି ପାଳନ କରନ୍ତି।ଫ୍ଳାଇଟରେ ବସନ୍ତ ପହଞ୍ଚିବାର ଥିଲା ଆଜିର ଏହି ଦିନରେ।ମୋ ଝିଅ ସହ ସେ କଥା ବି ହୋଇଥିଲା। ବିଧିବିଧାନ ବଡ଼ ବିଚିତ୍ର। ହଠାତ୍ ଦୂରଦର୍ଶନରେ ଖବର ପାଇଲୁ ଜମ୍ମୁକାଶ୍ମୀର ର ପୁଲୱ।ମା ଜିଲ୍ଲାରେ ବମ୍ ବ୍ଳାଷ୍ଟରେ ୪୦ ଜଣ ଜବାନ ସହିଦ ହୋଇଗଲେ।ପାର୍କକୁ ଦୈ।ଡି ଆସିଲୁ ଆମେ।ବସନ୍ତ ପହଞ୍ଚି ନଥିଲା। ଝିଅକୁ କହିଲୁ ଫୋନ୍ କରିବାକୁ। ବସନ୍ତର ଫୋନ୍ ନଟ୍ ରିଚେବଲ ଥିଲା। ହଠାତ୍ ଝିଅର ଫୋନ୍ ବାଜି ଉଠିଲା।ଖବର ମିଳିଲା ବସନ୍ତ ସହିଦ୍ ହୋଇଯାଇଛି।ଝିଅ ପାଗଳୀ ହୋଇଗଲା।ଆମ ସଂସାର ଉଜୁଡିଗଲା।ଆଖିରୁ ଲୁହ ଗଡାଉଥିଲେ ସ୍ୱାମୀ, ସ୍ତ୍ରୀ।
କିଛି ସମୟ ପରେ.....
ପାର୍କ ମହମବତୀ ରେ ଭରି ଯାଇଥିଲା।
ପାଳନ ହେଉଥିଲା ପୁଲୱ।ମା ସହୀଦ ଦିବସ।
ପାଗଳୀ ଠୋ ଠୋ ହସୁଥିଲା ଓ ସାଲ୍ୟୁଟମାରି ଗାଇ ଗାଇ ଆଗକୁ ବଢୁଥିଲା....
ଏ ବତନ,ଏ ବତନ ମେରି ବତନ.....
