DR SAMIR RANJAN BEHERA

Abstract Inspirational

5.0  

DR SAMIR RANJAN BEHERA

Abstract Inspirational

କନ୍ୟା ଭୃଣ ର ଚିଠି

କନ୍ୟା ଭୃଣ ର ଚିଠି

3 mins
691



ମା ସେଦିନ ତୁ କେତେ ଖୁସି ଥିଲୁ ନା, ଯେଉଁ ଦିନ ମୋର ଅସ୍ତିତ୍ୱ ଅନୁଭବ କଲୁ l ଶିହରି ଯାଇଥିଲୁ, ବାପା ବି ତୋତେ କୋଳେଇ ନେଇଥିଲେ l ଖୁସି ରେ କେତେ ମିଠା ବାଣ୍ଟିଥିଲେ l ସବୁ କଷ୍ଟ କୁ ତୁ ଏକାକାର କରି ମୋର ଯତ୍ନ ନେଉଥିଲୁ l ମୋର ଆଗମନ କୁ ପରିବାର ଲୋକ ଚାତକ ପରି ଅନେଇ ରହିଥିଲେ l ଜେଜେମା ବି ତୋତେ କଣ କଣ ଖୁଆଉଥିଲା, ମୁଁ ଗୋରା ହେବି ବୋଲି କେଶର ଦେଉଥିଲା, ପେଟରେ ମୁଲତାନି ମାଟି ଲଗାଉଥିଲା l ବାପା ବି ତୋର ବହୁତ ଯତ୍ନ ନେଉଥିଲେ l ମୋତେ ନେଇ କାହିଁ କେତେ ସ୍ବପ୍ନ ଦେଖୁଥିଲ l

ମୁଁ ତୁମ ମାନଙ୍କର କୋମଳ ସ୍ପର୍ଶ ପାଇ ଶିହରି ଉଠୁଥିଲି l ଆନନ୍ଦ ରେ ଝୁମି ଯାଉଥିଲି l ଖାଲି ଦିନ ଗଣୁଥିଲି, କେବେ ପୃଥିବୀ କୁ ଆସିବି, କେବେ ତୋ କୋଳ ରେ ଝୁଲିବି , ବାପା ଙ୍କ କାନ୍ଧ ରେ ବସିବି, ଜେଜେମା ଠୁ ଗୀତ ଶୁଣିବି, କେବେ ଦିଦି ସହ ବହୁତ ଖେଳିବି l ତୁ ଶୋଇଗଲା ପରେ ବାପା ମୋ ପାଖକୁ କାନ ଦେଇ ଶୁଣନ୍ତି ମୋ ସ୍ପନ୍ଦନ, ମୋ ଅନୁଭବ l ବାପା ଙ୍କ ସ୍ପର୍ଶ ମୋତେ କୁଲୁ କୁଲୁ ଲାଗେ, ମୁଁ ଖୁସି ରେ ଝୁମି ଯାଏ l ଆଉ ଚକା ଭଉଁରୀ ପରି ଖେଳିବାକୁ ଲାଗେ l

ଏହା ଭିତରେ ପାଞ୍ଚ ମାସ ହେଇଗଲାଣି l ସେଦିନ ବାପା ଡାକ୍ତର ପାଖକୁ ତୋତେ ନେଇଗଲେ l ମୁଁ ବହୁତ ଖୁସି ଥିଲି ମୋର ହେଲଥ ଚେକ ହେବ, କିନ୍ତୁ ବାପା ଆଉ ତୋ ମୁହଁ ରେ ପ୍ରଶ୍ନ ବାଚୀ ର ଚିହ୍ନ ପାଉଥିଲି l ବିବ୍ରତ ଲାଗୁଥିଲୁ ତୁ l କାହିଁକି ତ ମୁଁ ଜାଣି ପାରିଲିନି l କିନ୍ତୁ ବାପା ଙ୍କ ସହ କିଛି ଯୁକ୍ତି ତର୍କ ଲାଗିଥିବାର ମୁଁ ଜାଣିଲି ଯେ କିନ୍ତୁ କାରଣ କଣ ଜାଣି ପାରିଲିନଥିଲି l

ହସ୍ପିଟାଲ ରେ ତୋତେ ଗୋଟେ ଅନ୍ଧାରୁଆ ଘର କୁ ନେଲେ l ଡାକ୍ତର ଅଲଟ୍ରାସାଉଣ୍ଡ କରୁଥିଲା ବେଳେ ମୋତେ ବହୁତ କୁତୁ କୁତୁ ଲାଗୁଥିଲା, ମୁଁ ଖିଲି ଖିଲି ହସି ପକାଉଥିଲି l ତାପରେ ଡାକ୍ତର ଗମ୍ଭୀର ଭାବେ କଣ ଗୋଟେ କହିଲେ "ନୋ" l ମୁଁ ତ କିଛି ବୁଝି ପାରିଲିନି, କିନ୍ତୁ ଲକ୍ଷ୍ୟ କଲି  ତୋ ମୁହଁ କୁ, ଲାଗିଲା କେଉଁ କଳା ବାଦଲ ତୋ ଭାଗ୍ୟ ଆକାଶ କୁ ଢାଙ୍କି ଦେଇଛି l ବାହାରେ ବାପା ଅପେକ୍ଷା କରିଥିଲେ, ତୁ କଣ କହିଲୁ ଯେ ବାପା ଶୁଣି ଚମକି ପଡିଲେ l ଆଉ କିଛି ପଦେ ବି ନ କହି, ସିଧା ତୋତେ ନେଇ ଘରେ ପହଁଚିଲେ l ମୋତେ କେମିତି କେମିତି ଲାଗୁଥାଏ ତମ ମାନଙ୍କ ବ୍ୟବହାର ରୁ l ହେଲେ କିଛି ବୁଝିପାରୁ ନ ଥାଏ l

ଫେରିଲା ପରେ ଘରେ ତାଣ୍ଡବ ଦୃଶ୍ୟ ଦେଖି ମୁଁ ଆଚମ୍ବିତ ହେଇଗଲି l ତୋ ଉପରେ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର l ଜେଜେମା ଚିଲେଇ ଚିଲେଇ କହୁଥିଲେ,

" ପ୍ରଥମେ ଝିଅ ଜନ୍ମ କଲୁ, ସହିନେଲୁ ଏଥର ବି ଝିଅ, ତୁ କଣ ଆମ ବଂଶ ବୁଡ଼େଇଦେବୁ , ଯା ଶୀଘ୍ର ୟାକୁ ନେଇଜା ଏଇଟା ର ଅର୍ବସନ କରେଇ କି ଆ l"

ମୋ ଛାତି ଥରି ଉଠିଲା, ହୃଦୟ କାନ୍ଦି ଉଠିଲା l ମୋତେ ଆଉ ବୁଝି ବାକୁ ବାକି ନ ଥିଲା ଯେ ମୁଁ ଗୋଟେ କନ୍ୟା ଭୃଣ ବୋଲି l

ସେଦିନ ରାତିରେ ବାପା ଜେଜେମା ତୋତେ ବହୁତ ବାଧ୍ୟ କଲେ ନା ମୋତେ ନଷ୍ଟ କରିବା ପାଇଁ l କଣ ସବୁ ଆଣି ଜବରଦସ୍ତ ଖାଇବାକୁ କହୁଥିଲେ l ତୁ ପ୍ରତିବାଦ କଲୁ ବୋଲି ବାପା ତୋତେ ବହୁତ ବାଡେ଼ଇଲେ, କଟୁ କଥା ଶୁଣେଇଲେ l ସେଦିନ ତୋତେ ଖାଇବାକୁ ବି ଦେଲେନି l 

ମୁଁ ପୁରା ନିରବ ହେଇଯାଇଥିଲି, ବିଷମ ହେଇଗଲା ମୋ ମନ ପ୍ରାଣ, କାହିଁକି କାହିଁକି ମା ଏ ଅବିଚାର l ଜେଜେମା ନିଜେ ଗୋଟେ କନ୍ୟା ହେଇ ବି ବହୁତ କଟୁ କଥା ତୋତେ କହିଗଲେ l ମୁଁ ନିର୍ବାକ ନିଶ୍ଚଳ ହେଇଯାଇଥାଏ l କୋମଳ ହୃଦୟ ଭାବୁଥିବା ଲୋକ ମାନଂକ ପାଖରେ ପିଶାଚ କୁ ଦେଖୁଥାଏ, l ନିଜ ଉପରେ ଘୃଣା ଆସୁଥାଏ, ସତରେ କନ୍ୟା ଭୃଣ କଣ ଏତେ ନିଷ୍ପେସିତ, ଏତେ ଉପେକ୍ଷିତ l ଆଜି ଏ ଦେଶରେ ଲଷ୍ମୀବାଇ, ମୀରାବାଇ, ଶ୍ରୀମା, ମଦର ଟେରେସା, ଇନ୍ଦିରା ଗାନ୍ଧୀ, ଯେଉଁ ଇତିହାସ ରଚି ଯାଇଛନ୍ତି ତାଙ୍କର କଣ କିଛି ମୂଲ୍ୟ ନାହିଁ l

ମୁଁ ଜାଣିଛି ମା ତୋର ଇଛା ନାହିଁ ମୋତେ ମାରିବାକୁ, ତୋର ଇଛା ମୋତେ ଆଲୋକ ଦେଖେଇବାକୁ l ହେଲେ ଏ ନର ରୁପି ରାକ୍ଷସ କାହୁଁ ବୁଝିବେ ମା ର ମୂଲ୍ୟ, କାହୁଁ ବୁଝିବେ କନ୍ୟା ର ଅବଦାନ, ଏଠି ଏମାନେ ଦୁର୍ଗା ମା କୁ ନାରୀ ଶକ୍ତି ରୂପେ ପୂଜା କରନ୍ତି, କିନ୍ତୁ ବିଚ ବଜାର ରେ ନାରୀ ର ଇଜ୍ଜତ ଲୁଟାନ୍ତି l

ମା ଗୋ, ଦରକାର ନାହିଁ ମୋର ଏ ଜୀବନ, ଯେଉଁଠି ନାରୀ ପାଏନି ସମ୍ମାନ, ଯେଉଁଠି ଆଜି ବି ନାରୀ କୁ ଅବଳା ଦୁର୍ବଳା ଭାବୁଛନ୍ତି, ଯେଉଁଠି ନାରୀ ର ସୁରକ୍ଷା ରେ ପ୍ରଶ୍ନବାଚୀ, ଯେଉଁଠି ନାରୀ ପ୍ରତି ମୁହୂର୍ତ ରେ ହୁଏ ଦୁଷ୍କର୍ମ ର ଶିକାର, ପାଏନି ନ୍ୟାୟ l ଏଠି ଲକ୍ଷ ଲକ୍ଷ ପୀଡିତା କାଳ କରାଳ ଗର୍ଭ ରେ ଲୀନ ହେଇଯାନ୍ତି l

ଦରକାର ନାହିଁ ଲୋ ମା ମୋର ଏ ଜୀବନ l ଦରକାର ନାହିଁ ମୋର ଆଲୋକ ଦେଖିବା l ମାରିଦେ ମା ମୋତେ ମୁକ୍ତି ର ପଥ ଦେଖେଇ ଦେ,ବାପା ଜେଜେ ମା ଅନ୍ତରାତ୍ମା କୁ ଖୁସି ଦେଇଦେ !!!!



Rate this content
Log in

Similar oriya story from Abstract