DR SAMIR RANJAN BEHERA

Abstract Romance Inspirational

3.6  

DR SAMIR RANJAN BEHERA

Abstract Romance Inspirational

ମରୀଚିକା

ମରୀଚିକା

7 mins
304


କାହିଁକି କେଜାଣି ସେଦିନ ଅଳକା ସହ ପ୍ରଥମ ଦେଖାରେ ଅତି ଦୁର୍ବଳ ହେଇପଡ଼ିଥିଲା ମାନସ l କାହିଁ କେତେ ଅସୁମାରୀ ପରିକଳ୍ପନା ରାଜ୍ୟ ରେ ବୁଡିଗଲା l ସତେ ସେ ଯେମିତି ଆଉ କେଉଁ ରାଜ୍ୟ ରେ ଘୁରିବୁଲୁଥିଲା l


-" ଏ ମାନସ ଏତେ କଣ ଅନାଉଛୁ ସେ ଝିଅ କୁ l ଆରେ ତୁ ବ୍ଲକ ରେ ବେଷ୍ଟ କରିଆସିଛୁ, ଓଡ଼ିଶାରେ ରେ ବଡ କଲେଜ ରେ ନାମ ଲେଖିଛୁ, ହେଲେ ଆସୁ ଆସୁ....... I"


-" ନା ବେ ସାଙ୍ଗ, ଅଳକା କୁ ଦେଖିଲେ କାହିଁକି କେଜାଣି ମୋ ହୃଦୟ ଟା କଣ କଣ ହେଇଯାଏ, ମୋତେ କେମିତି ଏକ ସ୍ବର୍ଗୀୟ ଆନନ୍ଦ ମିଳେ l ଯେମିତି ମୋତେ ଲାଗେ କେଉଁ ଜନ୍ମ ରୁ ତା ସହ ମୋର ଏ ସମ୍ପର୍କ l ଜାଣିଛୁ ସେଦିନ ପ୍ରାକ୍ଟିକାଲ କ୍ଲାସ ରେ ମୋତେ ତା ଡିସେକ୍ସନ ବକ୍ସ ରୁ ସିଜର ଟା ଦେଲା l

ଆଉ ମୋ ସହ ବଢିଆ କଥା ହେଲା l"


-" ଆବେ ଚୁପ ପାଗଳ କେଉଁଠି କାର, ପାଠ ପଢ଼ାରେ ମନ ଦେ ବାବା, ନହେଲେ ବର୍ବାଦ ହେଇଯିବୁ l ସବୁ ସ୍ବପ୍ନ ମାଟିରେ ମିଶିଯିବ l ତୋ ବାପା ବୋଉ ର ସ୍ବପ୍ନ ସାକାର କରିବାରେ ଲାଗିପଡ଼ l "


ଅଳକା l ଅଳକା ଦୀକ୍ଷିତ, ଭୁବନେଶ୍ୱର ର କୋଟିପତି ବ୍ୟବସାୟୀ ବ୍ରହ୍ମାନନ୍ଦ ଦୀକ୍ଷିତ ର ଏକ ମାତ୍ର ଅଲିଅଳି କନ୍ୟା l ରୂପ ଗୁଣ ଆଉ ପାଠ କେଉଁଥିରେ ବି କମ ନୁହଁ l ଆଉ ସବୁଠୁଁ ବଡ ଜିନିଷ ସେ ଜଣେ ସୁନ୍ଦର କ୍ଲାସିକ ଡ୍ୟାନ୍ସର l

ମାନସ l ମାନସ ଜେନା ଜଣେ ସରଳ ନିପଟ ମଫଲିଆ ଗାଁଉଲି ପୁଅ l ବାପା ତାଙ୍କର ଜଣେ ପୋଷ୍ଟ ମାଷ୍ଟର l ସ୍ୱଳ୍ପ ଦରମା ରେ ଘର ଚଳେ l ମାନସ ବହୁତ ଭଲ ପାଠ ପଢେ l ଏଣୁ ବାପାଙ୍କ ସ୍ବପ୍ନ ଅନେକ l ପୁଅ ମୋର ବହୁତ ପାଠ ପଢିବ, ବଡ ସାହେବ ହେବ, ବଡ ଚାକିରୀ କରିବ ଆମ ଦୁଃଖ ଦୂର ହେବ l ମା ବିମଳା ବି ବେସ ଆଶାବାଦୀ l ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର ହେଲା ମାନସ l ଭୁବନେଶ୍ୱର ଦେଖିନଥିବା ମାନସ ବି ଜେ ବି କଲେଜ ଭୁବନେଶ୍ୱର ପଢିବା ପାଇଁ ନାମ ଲେଖେଇଲା l ବାପା ଙ୍କ ର ଅଭିଳାଷ ଥିଲା ପୁଅ ବଡ କଲେଜରେ ପଢିବ l ସେହିଆ ହେଲା l ମାନସ ବିଜେବି କଲେଜରେ ପଢିଲା ସେଠି ତାର ଚନ୍ଦନ ବୋଲି ଗୋଟେ ଭଲ ସାଙ୍ଗ ସହ ପରିଚିତ ହୁଏ l

ସବୁ ଠିକ ଠାକ ଚାଲିଥିଲା l ମାନସ ପଢ଼ାରେ ମନ ଦେଉଥାଏ l ହେଲେ ଯେବେ ତିନି ମାସ ପରେ ପ୍ରାକ୍ଟିକାଲ କ୍ଲାସ ଆରମ୍ଭ ହେଲା ବିଗିଡି ଗଲା ମାନସ l ମାନସ ର ପାଖ ସିଟ ଅଳକା ର l ଅଳକା ଦେଖିବାକୁ ବହୁତ ସୁନ୍ଦର ଥିଲା ଏଣୁ ମାନସ ଧୀରେ ଧୀରେ ଆକର୍ଷିତ ହେବାରେ ଲାଗିଲା l ଅଳକାର ପଦେ କଥା ରେ ବି ନିରୀହ ମାନସ ମୋହିତ ହେଉଯାଉଥିଲା l ଧୀରେ ଧୀରେ କଥାରୁ କଥାରୁ ବନ୍ଧୁତା ହେଇଗଲା ଆଉ ଅଳକା ବି ମାନସ କୁ ଛୋଟ ଛୋଟ କାମରେ ଲଗେଇଲା l ପ୍ରୋଜେକ୍ଟ ଲେଖା କରେଇବା l ପ୍ରାକ୍ଟିକାଲ ପାଇଁ ସ୍ପେସିମେନ କଲେକ୍ଟ କରିବା , ଲଞ୍ଚ ସମୟରେ ଏଇଟା ସେଇଟା ଆଣିବାକୁ କହିବା ଇତ୍ୟାଦି ଇତ୍ୟାଦି l ମାନସ କିନ୍ତୁ ଏ ସବୁ କରି ଆନନ୍ଦ ପାଉଥିଲା l ଆଉ ଅଳକା ର ପ୍ରେମ ବୋଲି ଭାବି ନେଇଥିଲା l


-" ଆରେ ପ୍ରେମିକ ପ୍ରବର l ସିଏ କୋଟି ପତି ଝିଅ l କାହିଁକି ସେ ମରୀଚିକା ପଛରେ ପଡ଼ିଛୁ l ପାଠ ପଢ଼, ନହେଲେ ନା ଏ କୁଳର ହେଇପାରିବୁ ନା ସେ କୁଳର l ଜୀଵନ ଯାକ ହତାଶ ହେଇଯିବୁ l"


-" ତୁ ସେ ବେକାର କଥା କହନି ଚନ୍ଦନ, ଅଳକା ଭଲ ଝିଅ l ତୁ ଖାଲି ସେମିତି ଭାବୁଛୁ l"


-" ପ୍ରେମରେ ପଡିଲେ ବାଡ଼ି ବାଇଡଙ୍କ ବି ତୁଳସୀ ଭଳିଆ ଲାଗେରେ ସାଙ୍ଗ l ଛାଡ ତୁ ପୁରା ଗଲୁ l ମରୀଚିକା ପଛରେ ଧାଉଁଥା, ନାମ ନେବୁ l"


ସମୟ ଗଡିଚାଲିଲା l କଲେଜ ର ଆନୁଆଲ ଫାଂକ୍ସନ ସମୟ ଆସିଲା l ଅଳକା ଯେହେତୁ ଭଲ ଡ୍ୟାନ୍ସର l ତା ସହ ଡୁଏଟ ରେ କିଏ ନାଚିବ ଖୋଜା ପଡିଲା l ମାନସ ଅତି ଉତ୍ସୁକ ର ସହ ହଁ ଭରିଲା l ଦିନ ରାତି ପ୍ରାକ୍ଟିସ କରିଲା ନିଜକୁ ଭଲ ଡ୍ୟାନ୍ସର, ମାନେ ଅଳକା ର ସମକକ୍ଷ କରିବାକୁ ଚେଷ୍ଟା କଲା l ଶେଷରେ କଲେଜ ଫାଂକ୍ସନ ରେ ଅଳକା ଆଉ ମାନସ ର ଡ୍ୟାନ୍ସ ଯୋଡି ବହୁତ ପପୁଲାର ହେଇଗଲା l ଯଦିଓ ଅଳକା ର କିଛି ଆଂଶିକ ଦୁର୍ବଳତା ଆସିଯାଇଥିଲା ମାନସ ସେଇଟା ପ୍ରେମ ବୋଲି ଭାବିନେଇଥିଲା l ପ୍ରେମର ସାଗର ରେ ଉବୁଡୁବୁ ହେଲା l


ଏଣିକି ମାନସ କୁ ଆଉ କିଛି ଭଲ ଲାଗୁନଥାଏ l ବିଭିନ୍ନ ବାହାନା କରି ସେ ଅଳକାକୁ ଦେଖା କରିବାକୁ ଯାଉଥାଏ l ଅଳକା ବି କିଛି ମାତ୍ରା ରେ ମାନସ କୁ ଭଲ ପାଉଥିଲା କିନ୍ତୁ ତା ଭଲ ପାଇବାରେ କଣ ଥିଲା ଜଣା ନଥିଲା l


ଥରେ ବହୁତ ସାହସ ସଞ୍ଚରି ମାନସ ଅଳକାକୁ ନିଜ ମନ କଥା କହିଦେଲା ହେଲେ ଅଳକା କିଛି ନକହି ହସିଦେଇ ଚାଲିଗଲା l ଅଳକାର ନୀରବତା କୁ ସମ୍ମତି ବୋଲି ଭାବିନେଇ ପ୍ରେମ ରେ ହଜିଗଲା ମାନସ l ବାପା ଦେଉଥିବା କଷ୍ଟ ଅର୍ଜିତ ଟଙ୍କା ଙ୍କୁ ଅଳକା ପଛରେ ଉଡେଇ ଆତ୍ମ ସନ୍ତୋଷ ପାଉଥିଲା l


ସମୟ ଗାଡିଚାଲିଲା l +2 ପରୀକ୍ଷା ରେ ଅଳକା ହାଇୟର ଫାଷ୍ଟ କ୍ଲାସ ପାଇଥାଏ ଆଉ କଲେଜ ରେ ଟପ ଟେନ ରେ ବି ଥିଲା, କିନ୍ତୁ ମାନସ ଥାର୍ଡ଼ କ୍ଲାସ ପାଇଥିଲା l ହେଲେ ନିଜ ପ୍ରେମିକା ର ଫଳ ରେ ମାନସ ଖୁସି ଥିଲା l ବିଦାୟ ର ଦିନ ଆସିଲା l ମାନସ ଲୋତକପ୍ଳୁତ ହେଇଯାଇଥାଏ କିନ୍ତୁ ଅଳକା ମନରେ ସେମିତି କିଛି ନଥିଲା l କିଛି ଆଶ୍ୱାସନା ବାଣୀ ଦେଇଦେଇ ଅଳକା ଘରକୁ ପଳେଇଗଲା l ଆଉ ମାନସ ବି ତା ଘରକୁ l


ଘରେ ମାନସ କୁ ଭଲ ଲାଗୁନଥାଏ l ବାପା ମା ବହୁତ ଗାଳି କଲେ, ତିରସ୍କାର କଲେ ତଥାପି କିଛି ଫଳ ପଡ଼ିଲାଣି l ଲୁଚି ଲୁଚି ଅଳକା ସହ ଫୋନ ରେ କଥା ହେବା, ଅଳକା କୁ ଚିଠି ଲେଖିବା କାମ କରିଚାଲିଲା l ଅଳକା ବି ମାନସ କୁ ଭଲ ପାଇବାର ଆସ୍ଵାଦନ ଆଉ ପ୍ରତିଶ୍ରୁତି ଦେଉଥାଏ l ଏ ଭିତରେ ବର୍ଷେ ବିତିଗଲାଣି ମାନସ ଗାଁ କଲେଜ ରେ +3 କରୁଥାଏ l ହଟାତ ଦିନେ ଅଳକା ଠୁଁ ଫୋନ କରି ଜାଣିଲା ଜେ ସେ ମେଡିକାଲ ପାଇଛି, ଏସସିବି ମେଡିକାଲ କଲେଜ କଟକ ରେ l ମାନସ ଖୁସି ହେଇ ସାଙ୍ଗ ମାନଙ୍କ ଭିତରେ ମିଠା ବାଣ୍ଟିବାରେ ଲାଗିଲା l ଜଣେ ସାଙ୍ଗ କହିପକେଇଲା

-" ହଁ ରେ ଟୋକା, ମନେ ମନେ ଘିଅ ଖାଉଥା l ତୋ ପ୍ରେମିକା ଡକ୍ଟର ହେଲାଣି ତୋତେ କାହିଁକି ବାହା ହେବ ବେ l ସିଏ ଆଉ ଗୋଟେ ଡକ୍ଟର କି ଆଇଏସ ଅଫିସର କୁ କାହିଁକି ବାହାନହେବ l "

ମାନସ କୁ କଥାଟା କେମିତି ଲାଗିଲା l ଯିଏ ଆଜି ଯାଏ ଅଳକା କୁ ଅନ୍ଧ ଭାବେ ଭଲ ପାଇଆସିଛି ତାକୁ କେମିତି ସେ ହରେଇବା l ନା ନା ମୁଁ ପଢ଼ିବି ବହୁତ ପଢ଼ିବି ଆଉ ଅଳକା ସହ ମୋର ସମ୍ପର୍କ ମଜଭୁତ କରେଇବି l


ମାନସ ଦିନ ରାତି ସମାନ କରି ପଢିବାରେ ଲାଗିଲା ଆଉ ଶେଷରେ MBBS ଏଣ୍ଟ୍ରାନ୍ସ ପାଇଗଲା l ହେଲେ ସେତେବେଳକୁ ଅଳକା ଚତୁର୍ଥ ବର୍ଷ ର ଛାତ୍ରୀ ହେଇସାରିଥିଲା l ମାନସ ଏସସିବି କଲେଜ ରେ ନାମ ଲେଖେଇଲା l


ସେଦିନ ବହୁତ ଖୁସି ଥାଏ, ଅଳକା କୁ ସେ ଲେଡ଼ିଜ ହଷ୍ଟେଲ କୁ ଦେଖା କରିବାକୁ ଯାଇଥିଲା l କାହିଁ କେତେ କଣ ଚକୋଲେଟ କେକ୍ ନେଇ ଯାଇଥିଲା l ହେଲେ ଅଳକା ମନରେ ସେ ପୂର୍ବ ର ଭବ ପ୍ରବଣ ନଥାଏ l ଜଷ୍ଟ କଂଗ୍ରଟୁଲେସନ କହି ସେଦିନ ସେ ଆଭଏଡ଼ କରି ଚାଲିଗଲା l ତଥାପି ମାନସ ଆଶା ହୀନ ହେଇ ନଥାଏ l ସେ ଅଳକା କୁ ଦେଖା କରିବା ତା ପାଇଁ ଗିଫ୍ଟ କରିବା ଚାଲୁ ରଖିଥାଏ l


ସମୟ ଚାଲିଗଲା l ଅଳକାର ଫାଇନାଲ ୟାର ବର୍ଷ l ହଟାତ ଦିନେ ଅଳକା ଫୋନ କରି ମାନସ କୁ ଡାକିଲା

-" ମାନସ ଆଜି ତୋ ପାଇଁ ଗୋଟେ ବଡ ସରପ୍ରାଇଜ ଅଛି l

ଶୀଘ୍ର ଆ ଲେଡ଼ିଜ ହଷ୍ଟେଲ ଆଗକୁ l "


ଅତି ଭାବ ଉଦବେଗ ପୂର୍ବକ ମାନସ ହଷ୍ଟେଲ ଆଗରେ ପହଂଚିଗଲା l ଗୋଟେ ନୂଆ ଚିକ୍କଣ ସାର୍ଟ କୁ ଜିନ୍ସ ପ୍ୟାଣ୍ଟ ପୁଣି ଅତର ବୋଳା ଦେହ l ମାନସ ଜାଣିଥିଲା ଜେ ଆଜି ତା ପ୍ରେମ ସକ୍ସେସ ହେବାକୁ ଯାଉଛି l

ଅଳକା ଗୋଟେ ସୁନ୍ଦର ବ୍ୟାଗ ଧରି ମାନସ ହାତକୁ ବଢ଼େଇଦେଲା

-" ଏଇଟା ମୋ ବେଷ୍ଟ ଫ୍ରେଣ୍ଡ ମାନସ ପାଇଁ ସରପ୍ରାଇଜ l ମାନେ ଆଗାମୀ ମାସ ରେ ମୋ ବାହାଘର , ସେ ପୁଣି ବେଷ୍ଟ ଗ୍ରାଜୁଏଟ ସିଦ୍ଧାର୍ଥ ସହ l ଏବେ ସେ ମେସିସିନ pg କରୁଛନ୍ତି l ତୁ ଖରାପ ଭାବିବୁନି l you ଆରେ just my friend

My best friend.


ଆଶାର ସୌଧ ଭାଙ୍ଗିଗଲା l ଆଜି ଅନ୍ଧ ଭଳି ଭଲ ପାଇବାର ତାଜମହଲ କୁ ସତେ ଅଳକା ନିଜ ହାତରେ ଭାଙ୍ଗିଦେଲା l

ଭାରାକ୍ରାନ୍ତ ହେଇ ଯୋବ୍ରା ଯାଇଛି ଆତ୍ମ ହତ୍ୟା କରିବାକୁ l ହେଲେ ସେଠି ଦେଖାହେଇଛି ଅଳକା ବ୍ୟାଚ ର ଜଣେ ସିନିଅର ଭାଇ ମନୋଜ l

-" କଣ ଭାବୁଛୁ ମିଷ୍ଟର ମାନସ l ଆତ୍ମ ହତ୍ୟା କରିଦେଲେ ତୁ ଫେମସ ହେଇଯିବୁ ନା କେଦାର ଗୌରୀ ଭଳିଆ ନାମ କରିଯିବୁ l ବାବା ରେ ଏ ଦୁନିଆ ସ୍ୱାର୍ଥପର ବେହିମାନ l ଏଠି ପ୍ରେମ ଫ୍ରେମ ର ମାନେ କିଛି ନାହିଁ l ସବୁ ଅର୍ଥ ଆଉ କ୍ଷମତା ପଛରେ ଦିବାନା l ତୁ ଥରେ ତୋ ମା ବାପା କଥା ଭାବ l ସେମାନେ କଣ କିଛି ବି ତୋ ପାଇଁ କରିନାହାନ୍ତି l ଆରେ ତୋ ପାଇଁ ଆଜି ସେମାନେ ଅନେଇ ବସିଛନ୍ତି , ତୁ ଭଲ ରୋଜଗାର କଲେ ତାଙ୍କ ଦୁଃଖ ଯିବ l ତୁ ପ୍ରତିଷ୍ଠା ହାସଲ କଲେ ସେମାନେ ଗର୍ବ ରେ ଛାତି ଫୁଲେଇ ଚାଲିବେ l ଆଉ ତୁ ଏକ ସାମାନ୍ୟ ଝିଅ ପାଇଁ ଏ ବହୁମୂଲ୍ୟ ଜୀଵନ ଦେବାକୁ ବସିଛୁ l ଆରେ ଏଇ ଅଳକା ଯଦି ପୁଣି ଗୋଟେ କର୍ଡ଼ିଓଲୋଜିଷ୍ଟ କି ଏମ୍ସ ର କେଉଁ ଗୋଟେ ବଡ ସ୍ପେସାଲିଷ୍ଟ ପାଇଯିବ ତାହେଲେ ସେ ଏ ସିଦ୍ଧାର୍ଥ କୁ ବି ଛାଡ଼ିଦେବ l ଏଣୁ ବାବା ଯା ହଷ୍ଟେଲ କୁ ଯା l ପାଠ ପଢ଼ l ଏ ମରୀଚିକା ପଛରେ ଧାଁ ନାହିଁ l"


ବାସ ତାପରେ ମାନସ ଆଉ ପଛକୁ ଫେରିନି l ଅଳକା କୁ ବି ଭୁଲି ଯାଇ ପାଠରେ ମନ ଦେଇଛି l ଆଉ ଗୋଟେ ଚାନ୍ସ ରେ ମେଡ଼ିସିନ ପିଜି ପାଇଁ ଏମ୍ସ ରେ କର୍ଡ଼ିଓଲୋଜିଷ୍ଟ ରେ ସିଲେକ୍ଟ ହେଇଛି ଆଉ ଏଇ ନିକଟରେ ଆପୋଲୋ ହସ୍ପିଟାଲ ରେ ଚିଫ କର୍ଡ଼ିଲୋଜିଷ୍ଟ ଭାବେ ଜଏନ କରିଛି l

ସେଦିନ ହଟାତ ତର ତର ହେଇ ଆପୋଲୋ ରୁ ଆସୁଥିଲା ବେଳେ l ପଛରୁ କେହି ଡାକିବାରେ ଶୁଣିବାକୁ ପାଇଲା l

-" ମାନସ , ମୁଁ ଅଳକା l ଚିହ୍ନି ପାରୁଛୁ ନା l ମୁଁ ଶୁଣିଲି ତୁ ଏଇଠାରେ କାର୍ଡଓଲୋଜିଷ୍ଟ ଭାବେ ଜଏନ କରିଛୁ l ଅକଚୁଆଲି ମୋର କିଛି ହାର୍ଟ ବେମାରୀ ବାହାରିଛି lପ୍ଲିଜ ଟିକେ ଚେକ କରିଦେବୁ l"

ସିଅର, why not?

Ok ଅଳକା ତୁ କାଡିଓମାଇଓପାଥି ର ଶୀକାର ହେଇଛୁ l ଏଇଟା ବେଶୀ ଷ୍ଟ୍ରେସ ରେ ରହିଲେ ହୁଏ ହେଲେ ତୁ ତ ସିଦ୍ଧାର୍ଥ ଭାଇ ସାଙ୍ଗେ ଖୁସି ରେ ଥିବୁ l ତୋର କଣ ଦୁଃଖ l


-"ନାଇଁ ମାନସ , ସ୍ମୃତି ସାଗର ରେ ଶାମୁକା ଗୋଟାଉ ଗୋଟାଉ ଅସଲି ମୁକ୍ତା କୁ ମୁଁ ହଜେଇଦେଲି l ଗର୍ବ ଅହଂକାର ରେ ପଡି ମୁଁ ତୋ ପ୍ରେମ କୁ ବେଖାତିର କଲି l ଏବେ ଆମର ଡିଭୋର୍ସ ହେଇ ଯାଇଛି ରେ l ମାନସ କହିବାକୁ ଖରାପ ଲାଗୁଛି ମୋତେ ଗ୍ରହଣ କରିପାରିବୁ l"


ସରି ରେ ମୋର ବାହାଘର ହେଇଯାଇଛି l ତାପରେ ମୁଁ ମରୀଚିକା ପଛରେ ପଡିବା ଛାଡି ଦେଇଛି l



Rate this content
Log in

Similar oriya story from Abstract