DR SAMIR RANJAN BEHERA

Children Stories Inspirational Thriller

4  

DR SAMIR RANJAN BEHERA

Children Stories Inspirational Thriller

ମହାଵୀର ଅଭିମନ୍ୟୁ (ଅନ୍ତିମ ଭାଗ )

ମହାଵୀର ଅଭିମନ୍ୟୁ (ଅନ୍ତିମ ଭାଗ )

7 mins
385




ପୁତ୍ର ପ୍ରେମ ରେ ଅର୍ଜୁନ ଆତ୍ମହରା ହୋଇ ଉଠିଛନ୍ତି l ଅଜ୍ଞାତ ବାସ ସମୟରେ ଶିଷ୍ୟl ଉତ୍ତରା ଙ୍କୁ ପୁତ୍ରବଧୂ ରୂପେ ବିରାଟ ରାଜା ଙ୍କୁ ଦେଇଥିବା ପ୍ରସ୍ତାବ ବି ସ୍ୱାଗତ ଯୋଗ୍ୟ ହେଇ ଉଠିଛି l 

ରାଜା ବିରାଟ ତାଙ୍କ ରାଣୀ ସ୍ୱଦେଶନା , ପଞ୍ଚୁ ପାଣ୍ଡଵ , ଦ୍ରୌପଦୀ ଓ ତାଙ୍କ ପୁତ୍ର , ସୁଭଦ୍ରା ଓ ସ୍ୱୟଂ କୃଷ୍ଣ ବଳରାମ ଙ୍କ ଉପସ୍ଥିତି ରେ ଦ୍ୱାରକାରେ ଖୁବ ଯାକ ଯମକ ରେ ବିବାହ ସମ୍ପନ ହେଲା l 



ପୁଷ୍ପ ବୃଷ୍ଟି ର ଧାରା ବିଛୁଡିତ ହୋଇ ପଡୁଥିଲା ପୁତ୍ର ଓ ପୁତ୍ରବଧୁ ଉପରେ , ଆଶୀର୍ବାଦ ର ବାରିଧାରା ଝରି ପଡୁଥିଲା ଗଗନ ପବନ ରୁ l ଦ୍ଵାରକା ର ଗଗନ ,ପବନ ପସରା ମେଲେଇଦେଇଥିଲେ ତାଙ୍କ ଶୋଭା ର ସମ୍ଭାର l 


କିଛି ଦିନ ଦ୍ୱାପର ରେ ସମୟ ବିତିଲା ପରେ ବାସୁଦେବ ଶ୍ରୀକୃଷ୍ଣ ଙ୍କ ସହ ପାଣ୍ଡଵ ମାନେ ନିଜ ଅଧିକାର ସାବ୍ୟସ୍ତ ପାଇଁ ବାର୍ତ୍ତା ନେଇ ଗଲେ l କିଂତୁ ଅହଂକାର ର ଶୀର୍ଷ ରେ ଅବସ୍ଥାପିତ ଦୁର୍ଯ୍ୟୋଧନ କଲା ପ୍ରତ୍ୟାଖାନ ...

" ବିନା ଯୁଦ୍ଧେ ଦେଵି ନାହିଁ ସୂଚଗ୍ରେ ମେଦିନୀ l"


ଭୀଷ୍ମ ପିତାମହ ବି ଦୁର୍ଯ୍ୟୋଧନ ଓ ଧୃତରାଷ୍ଟ୍ର କୁ ଏ ବିଷୟରେ ସୂଚିତ କଲେ , କିଂତୁ ସବୁ ଅରଣ୍ୟ ରୋଦନ ହେଇଗଲା ...



" ପୁତ୍ର ପାଣ୍ଡଵ , ମୁଁ ଜାଣିଛି ତୁମେ ମାନେ ଧର୍ମ ପଥରେ ଅଛ , ଯେହେତୁ ମୁଁ ତ ପ୍ରତିଜ୍ଞା ବଦ୍ଧ ହସ୍ତିନାପୁର ବିଋଦ୍ଧ ରେ ଅସ୍ତ୍ର ଉଠେଇ ପାରିବି ନାହିଁ .....କିଂତୁ ଧର୍ମ ର ସବୁବେଳେ ଜୟ ହେବ ..ମୁଁ ତୁମ ପିତାମହ ସିନା ତମ ମାନଙ୍କ ସପକ୍ଷ ରେ ରହିପାରିବିନି ....କିଂତୁ ମୋ ଆଶୀର୍ବାଦ ସବୁବେଳେ ତମ ମାନଙ୍କ ସଂଗେ ରହିବ ......

ବିଜୟ ହୁଅ ବତ୍ସମାନେ ......l"


ବାସ ଏଇଠୁ ଆରମ୍ଭ ହେଲା ଧର୍ମ ଅଧର୍ମ ର ...ପାପ ପୁଣ୍ୟ ର ..ବିଚାର ଅବିଚାର ର ...ସତ୍ୟ ଅସତ୍ୟ ର ମହାସଂଗ୍ରାମ..........

କରୁକ୍ଷେତ୍ର ର ମହାଭାରତ ମହାଭାରତ........


କୌରବ ସୈନ୍ୟ ଥିଲେ ସୁସଜ୍ଜିତ ...ପିତାମହ ଭୀଷ୍ମ ଙ୍କ   ନେତୃତ୍ୱ ରେ ଦ୍ରୋଣାଚାର୍ଯ୍ୟ , ଆସ୍ୱଥମା , କୃପାଚାର୍ଯ୍ୟ , କୃତବର୍ମା , ଭୁରିସର୍ବା, କର୍ଣ୍ଣ ଓ ତାଙ୍କ ପୁତ୍ର ଗଣ , ଜୟଦଃରଥ , ଛଳ କରି ପ୍ରତିଜ୍ଞା କରେଇନେଇଥିବା ଶଲ୍ୟ , ଶକୁନି , କଳିଙ୍ଗ ସେନା, ଭଗଦତ୍ତ  ଓ ତାଙ୍କ ସେନା, ନାରାୟଣୀ ସେନା ନିଜେ ଦୁର୍ଯ୍ୟୋଧନ  ଓ ତାଙ୍କ ଏକଶତ  ଭ୍ରାତା ଓ ଖଳନାୟକ ଶକୁନି, ଏହିପରି ଏଗାର  ଅକ୍ଷଉନି ସୈନ୍ୟ ସୁସଜ୍ଜିତ ଥିଲେ l


ପାଣ୍ଡଵ ସେନା ସଂଖ୍ୟl ରେ ସ୍ୱଳ୍ପ ଥିଲେ ବି ବେଶ ବୀରତ୍ୱ ର ସୌର୍ଯ୍ୟ ପ୍ରସ୍ଫୁଟିତ ହେଉଥିଲା ଧୃଷ୍ଟଦ୍ୟୁମ୍ନ ସେନାପତି ତ୍ବ ରେ l

ଅପୂର୍ବ ତ୍ୟେଜ ବନ୍ତ ଧର୍ମରାଜ ଯୁଧିଷ୍ଠିର, ମହାବଳୀ ଭୀମସେନ ସ୍ୱୟଂ ନର ଅବତାରୀ ମହାରଥୀ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଅର୍ଜୁନ, ନକୁଳ, ସହାଦେବ ଆଉ ସ୍ୱୟଂ ନାରାୟଣ ଅବତାରୀ ଅତି ଅତି ମହାରଥୀ ଯୁଗାନ୍ତକାରୀ  ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ,  ଦ୍ରୌପଦୀ ପାଞ୍ଚ ପୁତ୍ର , କାଶିରାଜ ଶିଖଣ୍ଡୀ ଆଉ ସ୍ୱୟଂ ଶ୍ରୀକୃଷ୍ଣ ଆଉ ଅର୍ଜୁନ ଙ୍କ ରଥ ର କପିଧ୍ୱଜ ନୀରବ ଦର୍ଶକ ଭାବେ l ଏହିପରି ଭାବରେ ପାଣ୍ଡଵ ସେନା ରେ ସାତ ଅକ୍ଷଉନି ସେନା ସୁସଜ୍ଜିତ ଥିଲେ ଧର୍ମ ର ମଙ୍ଗ ଧରି l


କୃଷ୍ଣ ଙ୍କ ପାଞ୍ଚଜନ୍ୟ , ଅର୍ଜୁନ ଙ୍କ ଦେବୀଦତ୍ତ , ଯୁଧିଷ୍ଠିର ଙ୍କ ଅନନ୍ତବିଜୟ , ଭୀମ ଙ୍କ ପୌଣ୍ଡ୍ରକ , ନକୁଳ ଙ୍କ ସୁଘସ ଓ ସହଦେଵ ଙ୍କ ମଣିପୁଷ୍ପକ ର ଶଙ୍ଖ ଧ୍ୱନି ରେ ପ୍ରକମ୍ପିତ ହେଲା ଗଗନ ପବନ ଆଉ ଧର୍ମ ର ସ୍ଥାପନା ର ହେଲା ଶୁଭାରମ୍ଭ l



ଯୁଦ୍ଧ ର ପ୍ରଥମ ଦିନ ରେ ପିତାମହ ଭୀଷ୍ମ ର ଧନୁ ର ଟଙ୍କାର ରେ ପାଣ୍ଡଵ ସୈନ୍ୟ ରେ ଭୟର ବାତାବରଣ ଖେଳି ଗଲା l ନକୁଳ ଦୁଃଶାସନ କୁ ପରାସ୍ତ କରିବା ପରେ ଦ୍ରୌପଦୀ ପାଞ୍ଚ ପୁତ୍ର ଓ ଅଭିମନ୍ୟୁ , ତ୍ରାତା ନକୂଳ ସହଦେଵ ଙ୍କ ସହ ସିଧା ଭୀଷ୍ମ ଙ୍କୁ ଅଟକେଇବା ପାଇଁ ଆହ୍ୱାନ ଦେଲେ l 


ଯୁଦ୍ଧ ର ପ୍ରଥମ ଦିନରୁ ଅଭିମନ୍ୟୁ ତାଙ୍କର ବୀରତ୍ୱ ଦେଖେଇ ଦେଇଥିଲେ ଓ ପିତାମହ ଭୀଷ୍ମ ଙ୍କୁ କଡା ଟକ୍କର ଦେଇ l ଭୀଷ୍ମ ଙ୍କର ସହ ଶସ୍ତ୍ର କୁ କାଟି ଦେଇ କୌରବ ଶିବିର ରେ ଆତଙ୍କ ଖେଳେଇ ଦେଇଥିଲେ ସେ l


" କିଏ ତୁମେ ବତ୍ସ , ପରିଚୟ ଦିଅ l"


"ଯୁଦ୍ଧ କ୍ଷେତ୍ର ରେ ଜଣେ ଯୋଦ୍ଧା ପାଇଁ ପରିଚୟ କେବଳ ଶତ୍ରୁ ବା ମିତ୍ର ର ହୋଇଥାଏ ମହାମହିମ , ଏଠି ଭାଇ ବନ୍ଧୁ ପିତା ପୁତ୍ର ର ସ୍ଥାନ ନଥାଏ , ତଥାପି ପିତାମହ ମୋର ପ୍ରାଣମ ସ୍ୱୀକାର କରନ୍ତୁ l

ମୁଁ ପାଣ୍ଡୁ ପୁତ୍ର ଅର୍ଜୁନ ଓ ଯାଦବ କନ୍ୟା ସୁଭଦ୍ରା ଙ୍କ ପୁତ୍ର ଅଭିମନ୍ୟୁ l"


ପିତାମହ ଭୀଷ୍ମ ଙ୍କ ନେତ୍ର ଲୋତକପ୍ଳୁତ ହେଇଗଲା l

" ବିଦ୍ୟା ଶିକ୍ଷା ସମୟରେ ମୃତ୍ୟୁ ର ଅର୍ଗଳୀ ଭିତରେ ଯୁଦ୍ଧ ପାଇଁ ଆସିଛ ପୁତ୍ର l ତୁମେ ମୋର ପୌତ୍ର ଙ୍କ ପୁତ୍ର , ତମ ପାଇଁ ମୋ ହୃଦୟ ରେ ପ୍ରେମ ସ୍ନେହ ର ଉତ୍ସ l ତମେ ଏଠୁ ପ୍ରସ୍ଥାନ କର ପୁତ୍ର"


"ଗାଣ୍ଡୀବ ଧାରୀ ଅର୍ଜୁନ ଙ୍କ ତୀର ମୁଁ , ମୃତ୍ୟୁ ର ଦ୍ୱାର ଦେଶ ରେ ପହଁଚି ବି ପଛେ ପଛ କୁ ହଟିବି ନାହିଁ l ଆପଣ ଆପଣ ଙ୍କ ପରାଜୟ ସ୍ୱୀକାର କରନ୍ତୁ ପିତାମହ l"


"ଯଦି ପ୍ରତିଜ୍ଞା ରେ ବନ୍ଧା ହେଇନଥାନ୍ତି ତାହେଲେ ଏହି କ୍ଷଣି ମୁଁ ପରାଜୟ ସ୍ୱୀକାର ପୂର୍ବକ ଅସ୍ତ୍ର ଶସ୍ତ୍ର ତ୍ୟାଗ କରି ସନ୍ୟାସ ହେଇ ଯାଇଥାନ୍ତି l ତୁମେ ଚାଲି ଯାଅ ପୁତ୍ର ଅଭିମନ୍ୟୁ l" 


କିନ୍ତୁ ଉତ୍ତପ୍ତ ରକ୍ତ ରେ ଲେଲିହାନ ଅଭିମନ୍ୟୁ ତିଳେ ମାତ୍ର ଖାତିର ନ କରି ଯୁଦ୍ଧ ରେ ମାତିଲେ l ଭୀଷ୍ମ ଅଭିମନ୍ୟୁ ର ପ୍ରତ୍ୟେକ ପ୍ରହାର କୁ ପ୍ରତିହତ କରି , ଭୁୟସୀ ପ୍ରଶଂସା ରେ ସତ ମୁଖ ହୋଇ ଉଠିଲେ ....


" ପୁତ୍ର ତୁମ ର ଏ ଅପୂର୍ବ ବୀରତ୍ୱ ର ରକ୍ତ ଯଦି ହସ୍ତିନାପୁର ର ଉତ୍ତରାଧିକାରୀ ହୁଏ , ତେବେ ମୋ ଆତ୍ମା ସ୍ୱର୍ଗ ରେ ଶାନ୍ତି ରେ ନିଶ୍ୱାସ ମାରିପାରିବ l "


ଅଭିମନ୍ୟୁ ପିତା ଙ୍କ ଅନୁପସ୍ଥିତି ରେ ଚତୁଃର୍ଦିଗ ରେ ତାଙ୍କ ର ବୀରତ୍ୱ ସୌର୍ଯ୍ୟ କୁ ପ୍ରମାଣିତ କରିଥିଲେ lଯୁଦ୍ଧ ର ଦ୍ଵିତୀୟ ଦିନରେ ଅର୍ଜୁନ ଓ ଭୀଷ୍ମ ଙ୍କର ଯୁଦ୍ଧ କୁରୁ କ୍ଷେତ୍ର ର ବିଭୀଷିକା କୁ ଶହେ ଗୁଣିତ କରିଥିଲା l ଦୃଷ୍ଟଦ୍ୟୁମ୍ନ ସହ ଦ୍ରୋଣ ଓ କଳିଙ୍ଗ ସେନା ସହ ଭୀମ ଯୁଦ୍ଧ ରେ ଲିପ୍ତ ରହୁଥିଲେ l


ଯୁଦ୍ଧ ର ତୃତୀୟ ଦିନ ଅଭିମନ୍ୟୁ ଗାନ୍ଧାର ର ସମସ୍ତ ସୈନ୍ୟ କୁ ତିଳ ତିଳ କରି ପରାସ୍ତ କରିଲେ , ଅଭିମନ୍ୟୁ ଦୁର୍ଯ୍ୟୋଧନ ଙ୍କୁ ମଧ୍ୟ କଡା ମୁକାବିଲା ପୂର୍ବକ କ୍ଷତ ବୀକ୍ଷତ କରି ପକେଇଲେ l ବିକଟାଳ ଚିତ୍କାର କରି ଦୁର୍ଯ୍ୟୋଧନ କୁ ପଛ କୁ ହଟିବାକୁ ପଡିଥିଲା l

ତୁରନ୍ତ ଭୀଷ୍ମ ଆକ୍ରମଣ ରେ ସତ ସତ ପାଣ୍ଡଵ ସୈନ୍ୟ ବଳି ପଡିଗଲେ , କିଂତୁ ଅର୍ଜୁନ ଓ ପୁତ୍ର ଅଭିମନ୍ୟୁ ର ଦିବ୍ୟସ୍ତ୍ର ପାଖରେ ଭୀଷ୍ମ ଙ୍କୁ ପଛ ଘୁଞ୍ଚା ଦେବାକୁ ପଡିଥିଲା l 

ସେଦିନ ଭାଗିରଥି ନଦୀ ରକ୍ତ ରଂଜିତ ହେଇଯାଇଥିଲା କୁରୁକ୍ଷେତ୍ର ର ଲେଲିହାନ ରକ୍ତ ରେ l



ଯୁଦ୍ଧ ର ଚତୁର୍ଥ ଦିନରେ ଭୀମସେନ ଆରମ୍ଭ କରିଦେଇଥିଲା ଭାତୃ ସଂଘାର l ପ୍ରତିଜ୍ଞା କୁ ସଫଳ ରୂପାୟନ ଦେଇ ଅମାନୁଷିକ ଭାବେ ଦୁର୍ଯ୍ୟୋଧନ ର ଆଠଟି ଭାଇଙ୍କ ରକ୍ତ ରେ ହୋଲି ଖେଳିଥିଲେ l

ଏମିତି ଦିନ ପରେ ଦିନ ଗଡି ଚାଲୁଥାଏ , ରକ୍ତ ର ହୋଲି ରେ କୁରୁକ୍ଷେତ୍ର ମାଟି ଲାଲ ରଂଜିତ ହେଇ ଉଠୁଥାଏ l ଭୀମସେନ ଧୃତରାଷ୍ଟ୍ର ର ଗୋଟେ ପରେ ଗୋଟେ ପୁତ୍ର କୁ ସଂଘାର କରି ଚାଲିଥାଏ l ଅଭିମନ୍ୟୁ ଭୀଷ୍ମ ଅର୍ଜୁନ ଦ୍ରୋଣାଚାର୍ୟ୍ଯ ଆଦି ମହାରଥୀ ନିଜ ନିଜର ବୀରତ୍ୱ ର ଇତିହାସ ରଚି ଦେଉଥିଲେ l


ଯୁଦ୍ଧ ର ଦଶମ ଦିନ ପିତାମହ ଭୀଷ୍ମ ର ପତନ ର ଦିନ l ଶ୍ରୀଖଣ୍ଡୀ କୁ ଢାଲ କରି ସରଶଯ୍ୟା ର ରଚନା କରିଦେଲେ ଅର୍ଜୁନ l ଆଖିରେ ଆଖିଏ ଲୁହ ଛାତିରେ ଅଜସ୍ର କୋହ ନେଇ ତୀର ପରେ ତୀର ବିଦ୍ଧ କରିଚାଲିଲେ l ଆଉ କରୁକ୍ଷେତ୍ର ଯୁଦ୍ଧ ରୁ ବିଦାୟ ନେଇ ଗଲେ ଅପୂର୍ବ ବୀରତ୍ବର ଅଧିକାରୀ ମହାମହିମ ଭୀଷ୍ମ l



ଯୁଦ୍ଧ ର ଏକାଦଶ ଦିନ ଯୁଧିଷ୍ଠିର ଙ୍କୁ ବନ୍ଦୀ ପାଇଁ ଦ୍ରୋଣ ଉଦ୍ୟତ ହୁଅନ୍ତେ , ଅର୍ଜୁନ ଧନୁ ତୀର ରେ ବୃଷ୍ଟି ପୂର୍ବକ ଦ୍ରୋଣାଚାର୍ୟ୍ଯ ଙ୍କୁ ବି ପରାସ୍ତ କଲେ l

ତହିଁ ପରଦିନ ଭଗଦତ୍ତ ପାଣ୍ଡଵ ଶିବିର ର ରେ ଭୟ ଖେଳେଇଦେଲା , ଭୀମ ନକୁଳ ସତ୍ୟକି ଙ୍କୁ ପରାସ୍ତ କରି ସଗର୍ବେ ତ୍ରାଣ କର୍ତା ସାଜିଥିବା ବେଳେ ଅଭିମନ୍ୟୁ ଆତଙ୍କ ଖେଳେଇଦେଇଥିଲେ ଓ ଅର୍ଜୁନ ଙ୍କ ସହ ମିଶି ଭଗଦତ୍ତ ର ହତ୍ୟାକାରୀ ସାଜିଥିଲେ l


ଯୁଦ୍ଧ ର ତ୍ରୟୋଦଶ ଦିନ l କୁରୁକ୍ଷେତ୍ର ଇତିହାସ ର ଏକ କଳଙ୍କିତ ବର୍ବରୋଚିତ ଦିନ ଭାବେ ଇତିହାସ ପୃଷ୍ଠା ରେ ଲିପିବଦ୍ଧ ହେଇଥିଲା ସ୍ଵର୍ଣାକ୍ଷର ରେ l


ଦ୍ରୋଣାଚାର୍ଯ୍ୟ ଅର୍ଜୁନ ଓ ଅଭିମନ୍ୟୁ ର ପରାକ୍ରମ.କୁ ସହଜରେ ନେଇ ପାରିନଥିଲେ , ଏଣୁ ସେ ରାଜା ଯୁଧିଷ୍ଠିର ଙ୍କୁ ବନ୍ଧନ କରିବାକୁ ଚକ୍ରବ୍ୟୁହ ର ରଚନା କରିଥିଲେ l

ଚକ୍ରବ୍ୟୁହ ଥିଲା ଏକ ଏମିତି ସଂରଚନା ସେ ଭିତରକୁ ଯିଏ ବି ପ୍ରବେଶ କରିବ ପ୍ରସ୍ଥାନ ର ରାସ୍ତା ବନ୍ଦ ହେଇଯାଇଥାଏ ଓ ଶତ୍ରୁ ପ୍ରାଣ ତ୍ୟାଗ କରିଥାଏ l 

କୁରୁକ୍ଷେତ୍ର ଇତିହାସ ରେ ଶ୍ରୀକୃଷ୍ଣ ,ଅର୍ଜୁନ ,ପ୍ରଦ୍ୟୁମ୍ନ ଓ ଗୁରୁ ଦ୍ରୋଣାଚର୍ଯ୍ୟ ଛଡା ଆଉ କାହାକୁ ଜ୍ଞାତ ନଥିଲା ଚକ୍ରବ୍ୟୁହ ଭେଦର ରହସ୍ୟ ଆଉ ଅଭିମନ୍ୟୁ କୁ ଥିଲା ଅର୍ଦ୍ଧ ଜ୍ଞାନ l ମାତୃ ଗର୍ଭ ରେ ଗମନ ର ରାସ୍ତା ଜାଣିଥିଲେ ବି ପ୍ରତ୍ୟାଗମନ ର ରାସ୍ତା ଜଣା ନଥିଲା , ଏପରିକି ଶ୍ରୀକୃଷ୍ଣ ବି ଜ୍ଞାତ ହେବାର ସୁଯୋଗ ଦେଇ ନଥିଲେ l



ଅର୍ଜୁନ ଶ୍ରୀକୃଷ୍ଣ ସୁଶର୍ମା ସୈନ୍ୟ ଦମନ ରେ ବ୍ୟସ୍ତ ଥିବା ବେଳେ ଚକ୍ରବ୍ୟୁହ ରେ ଯୁଧିଷ୍ଠିର ଙ୍କୁ ବନ୍ଦୀ କରିବାକୁ ଉଦ୍ୟତ ଥିଲା ବେଳେ ବୀର ପୁତ୍ର ଅଭିମନ୍ୟୁ ଜୀବନ ର ଶେଷ ବୀରତ୍ୱ ର ସୌର୍ଯ୍ୟ ଦେଖେଇ ବାକୁ ଲାଗିଲେ l

" ଜ୍ୟେଷ୍ଠ ପିତାଶ୍ରୀ ଏ ଅଭିମନ୍ୟୁ ଥାଉଁ ଥାଉଁ ସେ ତା ପିତୃ ଦେବ ଙ୍କୁ କେବେ ପରାସ୍ତ ହେବାକୁ ଦେବନି l ଆପଣ ନିଶ୍ଚିତ ରୁହନ୍ତୁ , ଚକ୍ରବ୍ୟୁହ କୁ ମୁଁ ଭେଦ କରିବି l"


"ହେଲେ ପୁତ୍ର , ତମେ ଭେଦ ତ ଶିଖିଛ , କିନ୍ତୁ ପ୍ରତ୍ୟାବର୍ତନ ର କୌଶଳ ତ ଶିଖିନ l"

" ଅର୍ଜୁନ ,ଭୀମ,ନକୁଳ ସହଦେଵ ଓ ଆପଣ ପରି ସୌର୍ଯ୍ୟ ବୀର ପିତା , ସ୍ୱୟଂ ଶ୍ରୀକୃଷ୍ଣ ଯାହାର ମାତୁଳ , ଵୀରାଂଗାନ ସୁଭଦ୍ରା ଯାହାର ମାତା , ଧର୍ମ ର ପଥ କୁ ଯିଏ ଅଙ୍ଗିକାର ଭାବେ ମସ୍ତକ ରେ ଧାରଣ କରିଛି ...ତାର କଣ ଭୟ l"


ବୀର ଦର୍ପରେ ମାଡିଗଲେ ଚକ୍ରବ୍ୟୁହ ଭିତରକୁ , ପ୍ରତ୍ୟେକ ସୋପାନ କୁ ତିଳ ତିଳ କରି ଦଗ୍ଧୀଭୂତ କରି ସ୍ୱଗର୍ବେ ଆଗେଇ ଚାଲିଲେ ପ୍ରତ୍ୟେକ ସଂରଚନା ର ସୋପାନ...ସମସ୍ତ ସୈନ୍ୟ ସଂଘାର କରିଚାଲିଲେ କେହି ବି ଅଭିମନ୍ୟୁ ର ତେଜ ଆଗରେ ତିଷ୍ଠି ପାରୁ ନଥିଲେ l


ପାଣ୍ଡଵ ଅଭିମନ୍ୟୁ କୁ ଅନୁସରଣ କରିବାକୁ ଲାଗିଲେ କିନ୍ତୁ ଜୟଦଃରଥ ଙ୍କ ଶିବ ଶକ୍ତି ର ଆଶୀର୍ବାଦ ସେଦିନ ପ୍ରତିଫଳିତ ହେଇଥିଲା ...ଆଉ ସେ ସମସ୍ତ ପାଣ୍ଡଵ ଙ୍କୁ ପରାସ୍ତ କରିଦେଇଥିଲା l ଅଭିମନ୍ୟୁ ଏକାକୀ ଭାବରେ ବୀରତ୍ବର ସହ ଲଢେଇ କରି ଦ୍ରୋଣାଚାର୍ଯ୍ୟ ,ଅଶ୍ୱସ୍ଥମା ,କୃତବର୍ମା ,କୃପାଚାର୍ଯ୍ୟ ,କର୍ଣ୍ଣ ,ଦୁର୍ଯ୍ୟୋଧନ ,ଦୁଃଶାସନ ସମସ୍ତ ଙ୍କୁ ପରାସ୍ତ କରି କୌରବ ସେନାରେ ଆତଙ୍କ ଖେଳେଇଦେଲା l 


ଦଶହଜାର ରୁ ଉର୍ଦ୍ଧ ସୈନ୍ୟ ସହିତ ବୃହଦବଳ 

କୃତବର୍ମା ର ଦୁଇ ପୁତ୍ର ଅସ୍ମକ ,ମାର୍ଟିକବତା ,ଶଲ୍ୟ ପୁତ୍ର ଋକ୍ମମର୍ଥ ,ଦୁର୍ଯ୍ୟୋଧନ ପୁତ୍ର ଲକ୍ଷ୍ମଣ କୁମାର , କର୍ଣ୍ଣ ଭ୍ରାତା ସୋନ ପରି ଅନେକ ବୀର ଙ୍କୁ ମୃତ୍ୟୁ ର ଦ୍ୱାର ଦେଶ ରେ ପହଞ୍ଚେଇ ଦେଇଥିଲେ l



କୌରବ ସେନା ଭିତରେ ଭୟ ର ବାତାବରଣ ଖେଳିଗଲା , ଯେଉଁ ଯୋଦ୍ଧା କର୍ଣ୍ଣ , ଦ୍ରୋଣ ଭଳି ମହାନ ଯୋଦ୍ଧା କୁ ପରାସ୍ତ ର ସ୍ୱାଦ ଚଖେଇ ପାରୁଛି , ସେ ଭଳି ବୀର ପାଇଁ ଅସମ୍ଭଵ ବୋଲି କିଛି ନାହିଁ l କପଟ ର ଆଶ୍ରୟ ନେଇ ବାଳକ ଅଭିମନ୍ୟୁ ଙ୍କୁ ସପ୍ତରଥି ଏକା ସାଙ୍ଗରେ ଆକ୍ରମଣ କଲେ , ତଥାପି ପରାସ୍ତ କରିପାରିଲେନି ବରଂ ଅଭିମନ୍ୟୁ ସମସ୍ତ ଙ୍କୁ ଏକା ସାଙ୍ଗରେ ପରାସ୍ତ କରିଦେଲେ l ଦୁଃଶାସନ ଦୁର୍ଯ୍ୟୋଧନ ଙ୍କୁ କ୍ଷତ ବୀକ୍ଷତ ପୂର୍ବକ କର୍ଣ୍ଣ ଓ ଦ୍ରୋଣାଚାର୍ଯ୍ୟ କୁ କଡା ମୁକାବିଲା ର ଆହ୍ୱାନ ଦେଲେ l


ଦ୍ରୋଣାଚାର୍ଯ୍ୟ ଭାଳେଣି ପଶିଗଲା , କାରଣ ଶସସ୍ତ୍ର ଅଭିମନ୍ୟୁ କୁ ପରାଜିତ କରିବା ସମ୍ଭବ ନଥିଲା l ଏଣୁ ଧର୍ମ ନିତି ନିୟମ ବିରୁଦ୍ଧରେ କର୍ଣ୍ଣ ପ୍ରଚ୍ଛଦ ପଟରୁ ଆକ୍ରମଣ କରି ଅଭିମନ୍ୟୁ ର ଧନୁ ଭଙ୍ଗ କଲେ , ଦ୍ରୋଣାଚାର୍ୟ୍ଯ ପ୍ରଛଦ ରୁ ଆକ୍ରମଣ କରି ସେ ସାରଥୀ ସହ ରଥ ଘୋଡା କୁ ଚିହ୍ନ ବିଛିନ କରିଦେଲେ , ତଥାପି ଅଭିମନ୍ୟୁ ହାର ମାନି ନଥିଲେ ଖଣ୍ଡା ଓ ଢାଲ ସାହାଯ୍ୟ ରେ ଯୁଧ୍ୟ କରିବାରେ ଲାଗିଲେ , ପୁଣି ଦ୍ରୋଣ ସେ ସବୁ ନଷ୍ଟ କରିଦେଲେ  ଚତୁଃର୍ଦିଗ ରୁ ତୀର ବୃଷ୍ଟି କରିବାକୁ ଲାଗିଲେ ଅତି ନିର୍ମମ ଭାବେ , ଶେଷ ରେ ରଥଚକ୍ର ସହାୟତା ରେ ଯୁଧ୍ୟ କରିବାରେ ଲାଗିଲେ , କିନ୍ତୁ ଦୁଃଶାସନ ଓ ତାଙ୍କ ପୁତ୍ର ଦ୍ରୁମସେନା ଏକ ଗଦା ରେ ମସ୍ତକ ରେ ଜୋର ଆଘାତ ଦେଇ ଧରାଶାୟୀ କରିଦେଲେ l



ତାପରେ ନିର୍ମମ ଭାବେ ଜଣକ ପରେ ଜଣେ ମହାରଥୀ ଅତି କୁତ୍ସିତ ଭୀରୁ ର ପରିଚୟ ଦେଇ ଶାଣିତ ତରବାରୀ ରେ ସାରା ଶରୀର ଖଣ୍ଡ ବିଖଣ୍ଡିତ କରିପକେଇଲେ l

" ପିତାଶ୍ରୀ ବଞ୍ଚାଓ , ପିତାଶ୍ରୀ ବଞ୍ଚାଓ, ପିତାଶ୍ରୀ ବଞ୍ଚାଓ ର ଆକୁଳ ଡାକ ରେ ଗଗନ ପବନ ପ୍ରକମ୍ପିତ ହେଇ ଉଠିଲା l

ଭୀମ ଯୁଧିଷ୍ଠିର ନକୁଳ ସହଦେଵ ହା ହା କlର ରେ ପ୍ରକମ୍ପିତ ହେଇ ଉଠୁଥିଲେ , ଜୟଦଃରଥ ର ଲେଲିହାନ ଫାସ ରେ l


ଶେଷ ହେଇଗଲା ଅଭିମନ୍ୟୁ କାହାଣୀ , ଜୀବନ ର ଶେଷ ପାହାଚ ରେ ବି ପାଣ୍ଡଵ ଙ୍କୁ ହାର ମାନିବାକୁ ଦେଇ ନଥିଲା 

ଆଉ ରଚିଯାଇଥିଲା ବୀରତ୍ୱ ର ବିଜୟ ଗାଥା l

ଶେଷ ସମୟ ପର୍ଯ୍ୟନ୍ତ ନା ସେ ଧର୍ମ ପଥରୁ ବଚ୍ୟୁତି ହେଇଥିଲେ ନା ନିଜ କ୍ଷତ୍ରିୟ ଧର୍ମରୁ l ସର୍ବ କନିଷ୍ଠ ମହାରଥୀ ଭାବେ ସାରା ବିଶ୍ୱରେ ରଚିଦେଲା ଏକ ଯୁଗାନ୍ତକାରୀ ଅଧ୍ୟାୟ, ଆଜିବି ଇତିହାସ ଯୁଗେ ଯୁଗେ ପ୍ରଣାମ କରିଥାଏ ଅଭିମନ୍ୟୁ ର ସୌର୍ଯ୍ୟ ଓ ବୀରତ୍ୱ ର  ଗାଥା କୁ l






Rate this content
Log in