DR SAMIR RANJAN BEHERA

Children Stories Inspirational

3  

DR SAMIR RANJAN BEHERA

Children Stories Inspirational

ମହାବୀର ଅଭିମନ୍ୟୁ ଭାଗ ୨

ମହାବୀର ଅଭିମନ୍ୟୁ ଭାଗ ୨

4 mins
246



   

ଭଦ୍ରାର୍ଜୁନ ବିବାହରେ ବାସୁଦେବ ଶ୍ରୀ କୃଷ୍ଣଙ୍କର ସିନା ଆଶୀର୍ବାଦ ଥିଲା ......କିନ୍ତୁ ନଥିଲା ମହାବଳୀ ଭ୍ରାତା ବଳରାମଙ୍କର, ଆଶୀର୍ବାଦ ନଥିଲା ପିତାମହ ଭୀଷ୍ମ ଧୃତରାଷ୍ଟ୍ର ସମେତ କୌଣସି କୁରୁପୁତ୍ରର .....

ଯେବେ ଭଦ୍ରାର୍ଜୁନ ହସ୍ତିନାପୁରରେ ପହଁଚିଲେ ଝଡର ଘନଘଟା ଭିତରେ କ୍ରୋଧ ଆକ୍ରୋଶର ଛାୟା ଖେଳିଗଲା କାରଣ ସୁଭଦ୍ରାର ବିବାହ ସ୍ଥିରୀକୃତ ହେଇ ସାରିଥିଲା ଦୁର୍ଯ୍ୟୋଧନ ସହିତ ଯଦିଓ ଅନ୍ଧ ଭାବେ ବଳରାମ ଦୁର୍ଯ୍ୟୋଧନକୁ ବିଶ୍ୱାସ କରୁଥିଲେ କିନ୍ତୁ ବାସୁଦେବ ଶ୍ରୀକୃଷ୍ଣ ଜାଣିଥିଲେ ଦୁର୍ଦ୍ଧଷ କୁରୁର ଅଧର୍ମ ଅନୀତିର ପଥକୁ .....ଏଣୁ ଭଗିନୀକୁ ଅର୍ଜୁନ ସହ ସମନ୍ୱୟ କରିବାକୁ ଚାହିଁ ଥିଲେ ଧର୍ମର ସମ୍ମାନ ରକ୍ଷା କରି l


ଶ୍ରୀକୃଷ୍ଣଙ୍କ ଅଯୌକ୍ତିକର ଅକାଟ୍ୟ ବଚନରେ ଧୃତରାଷ୍ଟ୍ର ପିତାମହ ଓ କୌରବ ଭ୍ରାତା ହେଇ ଯାଇଥିଲେ ନିରବ ପ୍ରାୟ l

ଧୁମ ଧାମରେ ଭଦ୍ରାର୍ଜୁନ ବିବାହ ସମ୍ପନ ହେଲା ହସ୍ତିନାପୁର ମଣ୍ଡପରେ l କିନ୍ତୁ ବଳରାମ କର୍କଶ ପୂର୍ବକ ଆଦେଶ ଦେଲେ 

"ବିବାହ ପରେ ଇନ୍ଦ୍ରପ୍ରସ୍ଥ ପ୍ରସ୍ଥାନ କର.... କିମ୍ବା ସୁଭଦ୍ରାକୁ ସେଇଠାରେ ଛାଡ଼ିଦେଇ ଆସ ଯେଉଁଠାରୁ ତମେ ଅପହରଣ କରି ଆଣିଥିଲ l" 

ଏପରିକି ଧୃତରାଷ୍ଟ୍ର ଓ କୌରବ ବି ସେୟା ହିଁ ଚାହୁଁଥିଲେ, ଶେଷରେ ସବୁ କ୍ରୋଧ ଆକ୍ରୋଶର ଅନ୍ତଘଟିଲା ଓ ଭଦ୍ରାର୍ଜୁନ ବିବାହ ଅନ୍ତେ ପ୍ରତ୍ୟାବର୍ତ୍ତନ କଲେ ଇନ୍ଦ୍ରପ୍ରସ୍ଥ l

ତଥାପି କ୍ରୋଧ ଆକ୍ରୋଶର ସମାପ୍ତି ଘଟି ନଥିଲା, ଦ୍ରୋପଦୀର ଆଖିରେ ଝରିଲା ଅନଳ, ଘୃଣା ଦ୍ୱେଷର ଶୀକାର ହେଲେ ଭଦ୍ରାର୍ଜୁନ l ଦ୍ରୋପଦୀ ଅର୍ଜୁନଙ୍କୁ ପୂର୍ବ ପ୍ରତିଜ୍ଞା ମନେ ପକେଇ ଦାବାନଳୀରେ ଜଳିବାକୁ ଲାଗିଲେ ...କିନ୍ତୁ ସୁଭଦ୍ରାଙ୍କ ସ୍ନେହ ପୂର୍ଣ୍ଣ ଭକ୍ତି ପୂର୍ଣ୍ଣ ବାଣୀ, ଭ୍ରାତା ଶ୍ରୀକୃଷ୍ଣଙ୍କ ପ୍ରଦତ୍ତ ମୟୂର ଚନ୍ଦ୍ରିକା ଓ ବଂଶୀ ଉପହାର କ୍ଷଣିକ ମଧ୍ୟରେ ଦଗ୍ଧୀଭୁତ ଆତ୍ମାକୁ ସାନ୍ତ୍ୱନା କରିଦେଲା ଓ ବନ୍ଦାପନା ପୂର୍ବକ ପାଛୋଟି ନେଲେ ଇନ୍ଦ୍ରପ୍ରସ୍ଥ ଭାବନକୁ l

ଖୁସି ଉଲ୍ଲାସରେ ବିତି ଚାଲିଲା ସମୟ ...ବାସୁଦେବ ଶ୍ରୀକୃଷ୍ଣଙ୍କ ଶୁଭାଶିଷରେ ଭଦ୍ରାର୍ଜୁନ ବୈବାହିକ ଜୀବନରେ ଆସୁଥିଲା ମୃଦୁ ବସନ୍ତର ମହ୍ଲାର l ପାଞ୍ଚାଳୀ ବି ସୁଭଦ୍ରା ପ୍ରତି ଢ଼ାଳିଦେଉଥିଲେ କନିଷ୍ଠl ଭଗିନୀର ଅପୂର୍ବ ପ୍ରେମ l ଯୁଧିଷ୍ଠିର ରାଜତ୍ୱରେ ଇନ୍ଦ୍ରପ୍ରସ୍ଥର ପ୍ରଜା ପାଉଥିଲେ ଅପୂର୍ବ ସନ୍ତୋଷ l

ସେଦିନ ଅତ୍ୟାଚାରୀ ଜରାସନ୍ଧ ବଧ ପରେ ବିଜୟର ଧ୍ୱଜା ଉଡୁଥିଲା ଇନ୍ଦ୍ରପ୍ରସ୍ଥ ନଗରରେ, ଗଗନ ପବନ ପ୍ରକମ୍ପିତ ହେଉଥିଲା ମହାବଳୀ ଭୀମସେନ, ବାସୁଦେବ ଶ୍ରୀକୃଷ୍ଣଙ୍କ ଜୟଜୟକାରରେ l ତତ୍ମଧ୍ୟେ ଆଉ ଏକ ଖୁସି ସମ୍ବାଦ ବିଜୟ ଉତ୍ସବକୁ କଲା ଶହେ ଗୁଣିତ l ସେ ଖବର ଥିଲା ସୁଭଦ୍ରାର ଗର୍ଭବତୀର ଖବର l ଉଲ୍ଲାସର କଲ୍ଲୋଳ ଧାରାରେ ଭାସୁଥିଲେ ଭଦ୍ରର୍ଜୁନ l

ଖୁସିର ସମୟ ଅତିକ୍ରାନ୍ତ ହେଉଥିଲା ପାଣ୍ଡଵ ଶିବିରରେ l ସମାରତ୍ମକ ଐଶ୍ୱର୍ଯ୍ୟ ଚିନ୍ତାଧାରାରେ ବଳିତ ହେଉଥିଲେ ଭଦ୍ରା l

ସ୍ୱୟଂ ଯୋଗମାୟା ଅବତାରୀକୁ ବା କି ଉପମା l

ସେଦିନ ରାତ୍ରିର ଦ୍ୱିପ୍ରହର, ଖୁସିର ଆଳାପରେ ମଜ୍ଜି ଯାଇଥିଲେ ଭଦ୍ରାର୍ଜୁନ ପ୍ରେମ ଆକାଶରେ ଦୁଇ ପକ୍ଷୀ ପରି l ବୀରତ୍ୱ ଵୀରାଙ୍ଗନା ସୁଭଦ୍ରାଙ୍କ ସହ ବାର୍ତ୍ତାଳାପରେ ମାତି ଥିଲେ ଧନୁର୍ଦ୍ଧର ଅର୍ଜୁନ, ଆଉ ବିବରଣୀ ଦେଉଥିଲେ ଚକ୍ରବ୍ୟୂହ ଗୃଢ ରହସ୍ୟ l ପୁଙ୍ଖନୁପୁଙ୍ଖ ଭାବେ ବିଷଦ ଭାବରେ ବର୍ଣ୍ଣନା କରିଚାଲିଥିଲେ ଚକ୍ରବ୍ୟୂହର ପ୍ରବେଶର ରହସ୍ୟ ବିଷୟରେ l ଗର୍ଭରେ ଶଶୀକଳା ପରି ବଢୁଥିବା ଅଭିମନ୍ୟୁକୁ ମଧ୍ୟ ସବୁକିଛି ରହସ୍ୟ ହେଉଥିଲା ହୃଦୟଙ୍ଗମ l

ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣଙ୍କୁ ଅନୁଭବ ହେଲା କି ଅଭିମନ୍ୟୁ ଯଦି ପରିସ୍ଥାନ ପଥ ବିଷୟରେ ଅବଗତ ହେଇଯିବ ତାହେଲେ ସେ ହେଇଯିବ ଅଜେୟ ଆଉ ପୃଥିବୀର କୌଣସି ଶକ୍ତି କରିପାରିବନି ତାର ହତ୍ୟା l 

"ତାହେଲେ ଚନ୍ଦ୍ର ଦେବକୁ ଦେଇଥିବା ବଚନର କଣ ମିଥ୍ୟା ପ୍ରତିପାଦନ ହେଇ ଯିବ, ମୋ ପ୍ରତିଶ୍ରୁତିର କଣ ଅପମାନ ହେବ ଷୋହଳ ବୟସରେ ଚନ୍ଦ୍ର ଦେବକୁ ତାଙ୍କ ପୁତ୍ରକୁ ଫେରିବା ତ ପଡିବ l '"


ମନରେ ସବୁ କୋହକୁ ଚାପି ରଖି ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ସୁଭଦ୍ରାଙ୍କୁ ନିଦ୍ରା ଦେବୀ ଆଶ୍ରାରେ ଆଶ୍ରୟ ଦେଇଦେଲେ l ସୁଭଦ୍ରା ନିଶ୍ଚିନ୍ତ ନିଦ୍ରାଗତ, ଚକ୍ରବ୍ୟୂହର ପ୍ରତ୍ୟାବର୍ତ୍ତନର ରାସ୍ତା କହିଚାଲିଛନ୍ତି କିନ୍ତୁ ହାୟ... କାଳର କରାଳ ଖେଳ ....ଅର୍ଦ୍ଧଶିକ୍ଷିତ ଭାବେ ଶିକ୍ଷା ରହିଗଲା ଗର୍ଭସ୍ଥ ଅଭିମନ୍ୟୁର ଯାହା ମହାଭାରତ ଇତିହାସରେ ଲେଖିଦେଇଥିଲା ଏକ ମର୍ମାନ୍ଦୁଦ ବର୍ବରୋଚିତ କୁତ୍ସିତ ଅଧ୍ୟାୟ ll

ଅଭିମନ୍ୟୁର ଜନ୍ମ ହେବାର କିଛି ଦିନ ପୂର୍ବରୁ ସୁଭଦ୍ରା ମନସ୍ଥ ବଳେଇଲେ ଦ୍ଵାରକା ଯିବା ପାଇଁ, ଭ୍ରାତା ବାସୁଦେବ ଶ୍ରୀକୃଷ୍ଣ ଭଗିନୀଙ୍କ ଇଚ୍ଛାକୁ ସଯତ୍ନ କରି ରଥରେ ଯାତ୍ରା କଲେ ଦ୍ଵାରକା ଭଉଣୀ ଯେମିତି କ୍ଲାନ୍ତ ନହୁଏ ସେ ପାଇଁ ସଯତ୍ନ ଥିଲେ ବାସୁଦେବ l ନିଜ ସଖା ଅର୍ଜୁନର ପରାକ୍ରମଃ ବୀରତ୍ୱର ଗୁଣ ବଖାଣୁ ବଖାଣୁ ଥାଆନ୍ତି l

ହଠାତ୍ ଭଦ୍ରା କହି ଉଠିଲେ 

" ଭାଇ ତମ ଭଣଜାଙ୍କୁ ତା ପିତା ପରି ବୀରତ୍ୱ ଓ ସୌର୍ଯ୍ୟର ଉପମା ଦେଇ ଗଢି ତୋଳିବ l"

" ଭଦ୍ରା ତୋ ପୁତ୍ର ତା ପିତା ଭଳିଆ କଣ, ସତ ଗୁଣରେ ସେ ତା ପିତାକୁ ବି ବଳିଯିବ l ଇତିହାସରେ ସର୍ବ କନିଷ୍ଠ ବୀର ଯୋଦ୍ଧା ଭାବେ ସମ୍ମାନିତ ହେବ l"

ଇତି ମଧ୍ୟରେ, ଭାଇ ଭଉଣୀ ଦ୍ଵାରକାରେ ପହଞ୍ଚି ସାରିଥିଲେ l

ସଯତ୍ନର ସହ ଭଉଣୀ ସୁଭଦ୍ରା ଦ୍ଵାରକାରେ ସମୟ ବିତାଉ ଥିଲେ 

ସମୟ କ୍ରମେ ସବୁ ପ୍ରତୀକ୍ଷାର ଅନ୍ତ ଘଟେଇ ଭୂମିଷ୍ଠ ହେଲେ ଅପୂର୍ବ ତେଜ ଦୀପ୍ତିମନ୍ତ " ଅଭିମନ୍ୟୁ' l 

ଜନ୍ମ ବେଳେ ତାଙ୍କର ବକ୍ଷ ଦେଶ ଥିଲା ଓସାର, ହସ୍ତ ଓ ଗୋଡ଼ ଥିଲା ତୁଳନାତ୍ମକ ଭାବେ ଲମ୍ବା, ମୁଖରେ ଥିଲା ଚନ୍ଦ୍ରର ଜ୍ୟୋତିର୍ମୟ, ଶରୀରରେ ସତେ ଯେମିତି ଥିଲା ଶତ ସିଂହର ବଳ l

ଖୁସିର ଉଲ୍ଲାସରେ ଦ୍ଵାରକାର ଗଗନ ପବନ ପୁଷ୍ପିତ ହେଇଗଲା, ଦ୍ଵାରକାର ଶୀତଳ ସମୀରଣ ଶୁଭାଶିଷ ହୋଇଗଲା ଆଉ ବିଛୁରିତ ହେଇଗଲା ସାରା ଦ୍ଵାରକା ନଗରୀ l

ବିଦ୍ୟୁତ ବେଗରେ ଖବର ପହଁଚିଲା ଇନ୍ଦ୍ରପ୍ରସ୍ଥ ଭବନରେ l ଖୁସି ଉଲ୍ଲାସ ରଙ୍ଗରେ ରଙ୍ଗାୟିତ ହୋଇଗଲେ ପଞ୍ଚୁ ପାଣ୍ଡଵ କୁନ୍ତୀ ଓ ଦ୍ରୌପଦୀ l ଇନ୍ଦ୍ରପ୍ରସ୍ଥର ଗଗନ ବି ଫାଟି ପଡୁଥିଲା ଅପରିକଳ୍ପିତ ଖୁସିର ସମ୍ଭାରରେ l ରାଜା ଯୁଧିଷ୍ଠିର ମିଷ୍ଟାନ୍ନ, ଭୋଜି, ଆହାର ସ୍ଵର୍ଣ ମୁଦ୍ରା, ଗୋଧନ ସମ୍ପତ୍ତି ଦାନ କରି ଆପ୍ୟାୟିତ କରିଥିଲେ ନଗରବାସୀଙ୍କୁ l

କିଛି ଦିନ ଅନ୍ତେ ଭଦ୍ରା ଓ ବାଳ ଅଭିମନ୍ୟୁଙ୍କୁ ନେଇ ପ୍ରତ୍ୟାବର୍ତ୍ତନ କରିଆସିଲେ ଇନ୍ଦ୍ରପ୍ରସ୍ଥ, ଆନନ୍ଦର ଜୁଆରରେ ପୁରି ଉଠୁଥାଏ ଇନ୍ଦ୍ରପ୍ରସ୍ଥ ଭବନ l ବାଳ ଅଭିମନ୍ୟୁ ସମସ୍ତଙ୍କ ପ୍ରିୟ ହେଇଯାଇଥିଲେ l ମାତା କୁନ୍ତୀଙ୍କର ସେ ତ ଅନ୍ଧର ଲଉଡ଼ି, ଦ୍ରୌପଦୀଙ୍କ ସେ ନୟନ ପିତୁଳା, ପାଣ୍ଡଵମାନଙ୍କ ଜୀବନ ଆଧାର ଆଉ ସ୍ୱୟଂ ବାସୁଦେବ ସୁଭଦ୍ରାଙ୍କର ସେ ପାଲଟି ଯାଇଥିଲା ଜୀବନ ଧନ l

ଅଭିମନ୍ୟୁ ବି ଥିଲା ଅପୂର୍ବ ତେଜସ୍ୱୀ, ଆକର୍ଷଣୀୟ ..ଓ ଦିବ୍ୟ ଗୁଣର ଅଧିକାରୀ l ବାଳୁତ କାଳରୁ ତାଙ୍କର ତେଜ ବି ବିଛୁରିତ ହେଇଥିଲା ଇନ୍ଦ୍ରପ୍ରସ୍ଥରେ l

ସମୟ ଗାଡିଚାଲିଥାଏ କାଳର କରାଳ ସ୍ରୋତରେ l କୌରଵର ଦ୍ୟୁତି ଫାଶରେ ଫସିହୁଅନ୍ତି ପାଣ୍ଡଵ ଗଣ l ଇନ୍ଦ୍ରପ୍ରସ୍ଥକୁ, ଦ୍ରୌପଦୀକୁ ବନ୍ଧାରେ ରଖି ଖେଳିଥିବା ଦ୍ୟୁତି ପରାଜୟ ପରେ ସବୁକିଛି ଲୁଟି ନେଲେ କପଟୀ କୌରବ l ଏପରିକି ଦ୍ରୌପଦୀର ଇଜ୍ଜତ ସଙ୍ଗେ ବି ଅତି କଦର୍ଯ୍ୟ ବ୍ୟବହାର କରିଥିଲେ l ଆଉ ରଚିଦେଲେ ଏକ ଅମାନୁଷିକ ଅଵିଵେକତାର ଇତିହାସ ରୂପେ ବାର ବର୍ଷ ବନବାସ ଓ ଏକ ବର୍ଷ ଅଜ୍ଞାତ ବାସ l


ସର୍ବସ୍ୱ ଚାଲିଗଲା ପରେ ପାଣ୍ଡଵ ହେଇଗଲେ ନିଃସ୍ୱ, ପ୍ରତିଶୋଧର ବହ୍ନିରେ ଜଳୁଥିଲେ ପାଣ୍ଡଵ ଆଉ ରକ୍ତମୁଖା ହେଇ ଉଠିଥିଲେ ଦ୍ରୌପଦୀ, ବିଷର୍ଣ୍ଣ ମନରେ ମଉଳି ଯାଇଥିଲେ ସୁଭଦ୍ରା l

ବନ ଗମନ ପାଇଁ ପ୍ରସ୍ତୁତ ପ୍ରାୟ ଦ୍ରୌପଦୀ ଓ ପାଣ୍ଡଵ ...

ବାସୁଦେବ ପାଣ୍ଡଵ ଭ୍ରାତାଙ୍କ ପରାମର୍ଶ ଅନୁଯାୟୀ ସୁଭଦ୍ରା ଓ ଅଭିମନ୍ୟୁକୁ ନେଇ ଦ୍ଵାରକା ପ୍ରସ୍ଥାନ କଲେ l

ଆଉ ସେଇ ପବିତ୍ର ଭୂମି ଦ୍ଵାରକାରେ ହେଲା ମହାନ ମହାଵୀର ଅଭିମନ୍ୟୁର ବୀରତ୍ୱ ପଥର ଶୁଭାରମ୍ଭ ....

କ୍ରମଶଃ ..................................



Rate this content
Log in